Knife Attack - The Sakala

ମାନସିକ ବିକୃତ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ; ବାପା-ମା'ଙ୍କୁ ଛୁରୀ ଭୁସିଲା ପୁଅ, ଆକ୍ରମଣରେ ପୋଲିସ ବି ଆହତ
ନିମାପଡା: ମାନସିକ ବିକୃତ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ । ନିଜ ବାପା-ମାଆଙ୍କୁ ଛୁରାମାଡ଼ କରିଥିବା ବେଳେ ଯୁବକଙ୍କୁ କାବୁ କରିବାକୁ ଯାଇଥିବା ପୁଲିସ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ । ଗୋପ ଥାନା ଅଧିନ ଗଣେଶ୍ଵରପୁର ଅଞ୍ଚଳରେ ଘଟିଛି ଏପରି ଅଭାବନୀୟ ଘଟଣା । ଅଭିଯୁକ୍ତ ଯୁବକ କୌଣସି କାରଣକୁ ନେଇ ନିଜ ବାପା-ମାଆଙ୍କୁ ଛୁରାରେ ଆକ୍ରମଣ କରିଛି । ଘଟଣାରେ ଉଭୟ ଗୁରୁତର ଆହତ ହୋଇ ଗୋପ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ପରେ ଘଟଣା ସ୍ଥଳକୁ ଯାଇଥିବା ପୋଲିସଙ୍କୁ ମଧ୍ୟ ଛୁରାରେ ଆକ୍ରମଣ କରିଛି ।

ସୂଚନା ଅନୁଯାୟୀ, ଗଣେଶ୍ୱରପୁର ଗାଁର ବାସିନ୍ଦା ରାମଚନ୍ଦ୍ର ରଥଙ୍କ ଏକମାତ୍ର ପୁଅ ବିକ୍ରମ ରଥ ସକାଳ ସମୟରେ ହଠାତ୍ ଉତକ୍ଷିପ୍ତ ହୋଇ ନିଜ ବାପାଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ। ପରେ ସେ ନିଜ ମା'ଙ୍କୁ ମଧ୍ୟ ଛୁରୀ ଭୁସି ଦେଇଥିଲେ, ଯାହା ଫଳରେ ଉଭୟେ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଗୋପ ମେଡିକାଲ୍ ସେଣ୍ଟରରେ ଭର୍ତ୍ତି କରିଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ଗୋପ ଥାନାର ଏକ ପୁଲିସ ଟିମ୍ ଗାଁରେ ପହଞ୍ଚି ଅଭିଯୁକ୍ତ ବିକ୍ରମ ରଥଙ୍କୁ ହେପାଜତକୁ ନେବାକୁ ଚେଷ୍ଟା କରିଥିଲେ। ମାତ୍ର ଯୁବକ ଜଣକ ପୁଲିସ କର୍ମଚାରୀଙ୍କ ଉପରକୁ ମଧ୍ୟ ଛୁରୀରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି।

ଏହା ପରେ ଅଭିଯୁକ୍ତ ଜଣକ ଛୁରୀ ଧରି ଏକ କୋଠରୀ ଭିତରେ ନିଜକୁ ବନ୍ଦ କରି ଦେଇଥିଲେ। ପୁଲିସ ଏବଂ ସ୍ଥାନୀୟ ଅଗ୍ନିଶମ ବାହିନୀ ପକ୍ଷରୁ ତାଙ୍କୁ କାବୁ କରିବା ପାଇଁ ଉଦ୍ୟମ ଜାରି ରହିଛି। ଏହି ଘଟଣାକୁ କେନ୍ଦ୍ର କରି ସମଗ୍ର ଗାଁରେ ତୀବ୍ର ଉତ୍ତେଜନା ଦେଖାଦେଇଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପ୍ରୟାସ ଜାରି ରଖିଛି।

ଗଞ୍ଜାମରେ ଅଭାବନୀୟ ଘଟଣା: ଲିଫ୍ଟ ନଦେବାରୁ ଯୁବକଙ୍କ ବେକ କାଟିଲେ ଦୁର୍ବୃତ୍ତ
ଗଞ୍ଜାମ: ଲିଫ୍ଟ ନଦେବାରୁ ଯୁବକଙ୍କ ବେକ କାଟିଦେଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଖଣ୍ଡୁର ଛକ ନିକଟରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ବାଇକରେ ଲିଫ୍ଟ ନଦେବାରୁ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଛୁରୀରେ ଆକ୍ରମଣ କରି ବେକ କାଟି ଦେଇଛନ୍ତି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଯୁବକ ଜଣକ ହେଉଛନ୍ତି ଖଣ୍ଡୁର ଗାଁର ଉଦ୍ଧବ ପାଢ଼ୀ।

ମିଳିଥିବା ସୂଚନା ଅନୁଯାୟୀ, ଉଦ୍ଧବ ରାତିରେ ନିଜ ବାଇକରେ ଗାଁରୁ ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ଲିଫ୍ଟ ମାଗିଥିଲେ। ତେବେ ଉଦ୍ଧବ ଲିଫ୍ଟ ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଉତକ୍ଷିପ୍ତ ହୋଇ ତାଙ୍କ ବେକକୁ ଏକ ଛୁରୀରେ କାଟି ଦେଇଥିଲେ।

ରକ୍ତାକ୍ତ ତଥା ଗୁରୁତର ଅବସ୍ଥାରେ ଉଦ୍ଧବଙ୍କୁ ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ତୁରନ୍ତ ବ୍ରହ୍ମପୁର ଏମକେସିଜି (MKCG) ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ ହସ୍ପିଟାଲରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଋଷିଆରେ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ! ହଷ୍ଟେଲରେ ପଶି ଛୁରାମାଡ଼
ଋଷର ଏକ ମେଡିକାଲ ୟୁନିଭରସିଟିରେ ଛୁରୀମାଡ଼ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ଆହତଙ୍କ ମଧ୍ୟରେ ଚାରିଜଣ ଭାରତୀୟ ଛାତ୍ର ମଧ୍ୟ ସାମିଲ ଅଛନ୍ତି। ମସ୍କୋ ସ୍ଥିତ ଭାରତୀୟ ଦୂତାବାସ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି। ସୂଚନା ଅନୁଯାୟୀ, ଜଣେ କିଶୋର ଛୁରୀ ଧରି ବିଶ୍ୱବିଦ୍ୟାଳୟର ବିଦେଶୀ ଛାତ୍ରମାନଙ୍କ ହଷ୍ଟେଲରେ ପ୍ରବେଶ କରିଥିଲା ଏବଂ ସେଠାରେ ରହୁଥିବା ଛାତ୍ରମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା। ଏହି ଘଟଣାରେ ମଧ୍ୟସ୍ଥତା କରିବାକୁ ଯାଇ ଦୁଇଜଣ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି।

ହଷ୍ଟେଲରେ ପଶି ଆକ୍ରମଣ

ରିପୋର୍ଟ ମୁତାବକ, ଏହି ଆକ୍ରମଣ ବାସ୍କୋର୍ଟୋସ୍ତାନର ରାଜଧାନୀ ଉଫା (Ufa) ସ୍ଥିତ ଷ୍ଟେଟ୍ ମେଡିକାଲ୍ ୟୁନିଭରସିଟିର ହଷ୍ଟେଲରେ ଘଟିଛି। ଋଷର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ମେଜର ଜେନେରାଲ ଇରିନା ଭୋଲ୍କ ସୂଚନା ଦେଇଛନ୍ତି ଯେ ଆକ୍ରମଣ ପରେ ହଷ୍ଟେଲ ପରିସରରେ ଆତଙ୍କ ଖେଳିଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆକ୍ରମଣ ପରେ ଚାରିଆଡେ ରକ୍ତର ଛିଟା ଦେଖିବାକୁ ମିଳିଥିଲା।

ସ୍ଥିତି ଉପରେ ନଜର ରଖିଛି ଦୂତାବାସ

ଅଧିକାରୀମାନେ ଜଣାଇଛନ୍ତି ଯେ ସନ୍ଦିଗ୍ଧ ଆକ୍ରମଣକାରୀକୁ ପୋଲିସ ହେପାଜତକୁ ନେଇଛି। ତେବେ ପୀଡିତ ଏବଂ ଆକ୍ରମଣକାରୀଙ୍କ ଆଘାତ କେତେ ଗୁରୁତର ସେ ନେଇ ତୁରନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ତଦନ୍ତ କମିଟି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ଅନ୍ୟପକ୍ଷରେ, ମସ୍କୋ ସ୍ଥିତ ଭାରତୀୟ ଦୂତାବାସ କହିଛି ଯେ ସେମାନେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଋଷୀୟ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି। କାଜାନରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସର ଅଧିକାରୀମାନେ ଆହତ ଛାତ୍ରମାନଙ୍କୁ ସାହାଯ୍ୟ କରିବା ପାଇଁ ଉଫା ଅଭିମୁଖେ ଯାତ୍ରା କରିଛନ୍ତି।