High Court - The Sakala

ହାଇକୋର୍ଟ ସାମ୍ନାରେ ନିଆଁ ଲାଗି ଏକାଧିକ ଗାଡି ପୋଡିଯିବା ଘଟଣାରେ ଜଣେ ମହିଳା ଅଟକ, ନିଆଁ ଲଗାଇଥିବା ଭିଡିଓ ଭାଇରାଲ
କଟକ: ହାଇକୋର୍ଟ ପାଚେରୀ କଡ଼ ନିକଟରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ଜଣେ ମହିଳାଙ୍କୁ ଅଟକ ରଖିଛି ଲାଲବାଗ ଥାନା ପୋଲିସ । ମହିଳା ଜଣକ ନାଁ ହେଉଛି ମିନତି ସାହୁ। ଜଗତସିଂହପୁର  ଜିଲ୍ଲା ବିରିଡ଼ି ଅଞ୍ଚଳର ଏହି ମହିଳା ଗାଡିରେ ନିଆଁ ଲଗାଇଥିବା ପୋଲିସ ସନ୍ଦେହ କରୁଛି। ଏପରିକି ଗାଡ଼ିରେ ନିଆଁ ଲାଗିବା ବେଳର ଏକ ଭିଡିଓ ସାମନାକୁ ଆସିଛି। ଯେଉଁ ଥିରେ ମହିଳା ଜଣକ ନିଆଁ ଲଗାଉଥିବାର ଦୃଶ୍ୟ ଥିବା ସାମ୍ନାକୁ ଆସୁଛି ।

ମହିଳା ଜଣକ ସହିତ ଏକ ନାବାଳକ ପୁଅ ମଧ୍ୟ ରହିଛି। ପେଟ୍ରୋଲ କିଣି ୫ ବର୍ଷର ନାବାଳକ ପୁଅକୁ ଧରି ସେ ଆସିଥିବା ଜଣାପଡିଛି। ପେଟ୍ରୋଲ କିମ୍ବା ପରେ ସାଥିରେ ଆଣିଥିବା କପଡ଼ାରେ ନିଆଁ ଲଗାଇ ହାଇକୋର୍ଟ ପାଚେରୀ ଭିତର ପଟକୁ ପକାଇବା ଦୃଶ୍ୟ ଭିଡିଓରେ ରହିଛି। ନିଆଁ ପାଚେରୀରେ ବାଜି ଗାଡ଼ି ତଳେ ପଡ଼ି ଯାଇଥିଲା ଓ ପରେ ଏକାଧିକ ଗାଡ଼ିରେ ନିଆଁ ଲାଗିଯାଇଥିଲା।  ପୋଲିସକୁ ଏ ସମ୍ପର୍କରେ ଜଣାପଡ଼ିବା ପରେ ମହିଳାଙ୍କୁ କବଜାରେ ନେଇ ଅଧିକ ପଚରା ଉଚ୍ଚର କରୁଛି ପୋଲିସ । ତେବେ ମହିଳାଜଣକ କାହିଁକି ନିଆଁ ଲଗାଇଲେ, ସଠିକ ଭାବେ ନ କହିଲେ ମଧ୍ୟ ଭିଡିଓରେ ଅନେକ ସତ ଲୁଚି ରହିଥିବା ଜଣାପଡୁଛି ।

୩ ମାସ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ଆସନ୍ତା ୩ ମାସ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ସମ୍ପୂର୍ଣ୍ଣ କର । ଏ ନେଇ କଡା ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ୧୯୭୮ ଗଣତି ମଣତି ସହିତ ବର୍ତ୍ତମାନର ଗଣତି ମଣତି ମେଳ କରିବାକୁ ନିର୍ଦ୍ଦେଶ ରହିଛି । ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପରବର୍ତ୍ତୀ ବିଧାନସଭା ଅଧିବେଶନରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ରହିଛି । ୩ ମାସ ପରେ ଏ ନେଇ ହାଇକୋର୍ଟରେ କମ୍ପ୍ଲାଏନ୍ସ ରିପୋର୍ଟ ଦାଖଲ କରିବେ ରାଜ୍ୟ ସରକାର ।

ବକେୟା ଚାଲାଣ ପୈଠ ନ କଲେ ହୋଇପାରିବନି PUCC : ହାଇକୋର୍ଟ
କଟକ: PUCC ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ବକେୟା ଚାଲାଣ ପୈଠ ନ କଲେ ହୋଇପାରିବନି PUCC । ଏନେଇ ସୂଚନା ଦେଲେ AG ପୀତାମ୍ବର ଆଚାର୍ଯ୍ୟ । ମୋଟର ଯାନ ଆଇନ ଧାରା ୧୬୭, ଉପଧାରା ୧୨ ଅନୁଯାୟୀ ବକେୟା ଚାଲାଣ ଥିଲେ PUCC ପାଇଁ ଆବେଦନ କରିହେବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।

ଅବଶ୍ୟ ଗତ ୨୭ ଜାନୁଆରୀରେ ହାଇକୋର୍ଟ ଯେଉଁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ, ସେହି ମୁତାବକ PUCC ନଥିଲେ ପେଟ୍ରୋଲ ମିଳିବା ନେଇ ଜାରି ହୋଇଥିବା କଟକଣା କାର୍ଯ୍ୟକାରୀ ହୋଇନଥିଲା । କିନ୍ତୁ ନିକଟରେ ପରିବହନ ବିଭାଗ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଛି । ଯେଉଁଥିରେ ସଂଶୋଧିତ ମୋଟର ଭେହିକଲ ରୁଲ୍ ବାବଦରେ କୋର୍ଟଙ୍କୁ ଅବଗତ କରାଯାଇଛି । ଯାହା ସମ୍ପର୍କରେ ମଙ୍ଗଳବାର ଆଡଭୋକେଟ୍ ଜେନେରାଲ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ । ହାଇକୋର୍ଟ ଏହାକୁ ଗ୍ରହଣ କରିବା ସହିତ ଦାୟର ଜନସ୍ୱାର୍ଥ ମାମଲା ଉପରେ ଆଜି ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ।

ଗତ ଡିସେମ୍ବର ୨୦ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ ଥିଲା ଯେ, ଗାଡି ମାଲିକଙ୍କ PUCC ନଥିଲେ ତାଙ୍କୁ ପେଟ୍ରୋଲ କି ଡିଜେଲ ମନା । ଏନେଇ ବିଭିନ୍ନ ତୈଳ ବିକ୍ରୟକାରୀ କମ୍ପାନୀକୁ ଲେଖାଯାଇଥିବା ଚିଠିକୁ ବିରୋଧ କରି ହାଇକୋର୍ଟରେ ଦାୟର ହୋଇଥିଲା ଜନସ୍ୱାର୍ଥ ମାମଲା । ମୋଟର ଯାନ ଆଇନ ୧୯୮୮ ଓ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ ୧୯୮୯ ଉଲଂଘନ କରି ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ଜନସ୍ୱାର୍ଥ ମମାଲାରେ ଉଲ୍ଲେଖ କରାଯାଇଥିଲା । ଗାଡିର PUCC ପ୍ରମାଣପତ୍ର ନଥିବା ଯାନ ମାଲିକଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ବିକ୍ରୟ ନକରିବା ଗାଡି ମାଲିକଙ୍କର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଥିବା କୋର୍ଟକୁ ଦର୍ଶାଇଥିଲେ ଆବଦେନକାରୀଙ୍କ ଓକିଲ । ଏଥିସହିତ ଗାଡିର ପ୍ରଦୂଷଣ ପରୀକ୍ଷା ପୂର୍ବରୁ କୌଣସି ଚାଲାଣ ନଥିବା ନେଇ ଯେଉଁ ସର୍ତ୍ତ ଧାର୍ଯ୍ୟ କରାଯାଇଥିଲା ତାହା ବେଆଇନ ବୋଲି ଆବେଦନକାରୀ ଦର୍ଶାଇଥିଲେ ।

ପୁରୀ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ
କଟକ: ପୁରୀ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ। ତାଙ୍କୁ ଅଦାଲତ ଅବମାନନା ମାମଲାରେ କାହିଁକି ଦଣ୍ଡିତ କରାଯିବ ନାହିଁ ସେନେଇ ଜବାବ ତଲବ। ପ୍ରସ୍ତାବିତ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦେଶ ପାଳନ ହୋଇନଥିବା ଅଭିଯୋଗରେ ଜବାବ ତଲବ। ୩ ସପ୍ତାହ ମଧ୍ୟରେ ଜବାବ ଦଖଲ ପାଇଁ ନିର୍ଦେଶ। ୧୯୮୭ ମସିହାରେ ଅଭୟାରଣ୍ୟ ପାଇଁ ଜାରୀ ହୋଇଥିଲା ବିଜ୍ଞପ୍ତି। ବିଜ୍ଞପ୍ତିର ଦୀର୍ଘ ବର୍ଷ ପରେ ଵି ହୋଇନାହିଁ ଜମି ଅଧିଗ୍ରହଣ। ଜମି ମାଲିକଙ୍କୁ ନା ଦିଆଯାଇଛି କ୍ଷତିପୂରଣ ନା ଜମି ଛାଡ଼ ହୋଇଛି। ପ୍ରସ୍ତାବିତ ଅଭୟାରଣ୍ୟ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ପାଇଁ ନିର୍ଦେଶ ଦେଇଥିଲେ ହାଇକୋର୍ଟ। ଗତ ୨୦୨୪ ଡିସେମ୍ବର ସୁଦ୍ଧା ଚୂଡାନ୍ତ ନିଷ୍ପତି ନେବାକୁ କୋର୍ଟ ଦେଇଥିଲେ ମହଲତ।

ଅନୁଭବ-ବର୍ଷା ବିବାଦ: ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ, ନିମ୍ନ ଅଦାଲତରେ ଚାଲିବ ମାମଲା
କଟକ: ପୁଣି ବଢ଼ିଲା ଅଭିନେତା ଅନୁଭବ ମହାନ୍ତିଙ୍କ ଅଡୁଆ । ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ। ନିମ୍ନ ଅଦାଲତରେ ମାମଲା ଚାଲିବ ବୋଲି କହିଛନ୍ତି ହାଇକୋର୍ଟ। ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଦାୟର ମାମଲା ନିମ୍ନ ଅଦାଲତରେ ଚାଲିବ। ମାମଲାରୁ ବାଦ ଦେବା ପାଇଁ ଅନୁଭବ କରିଥିଲେ ଆବେଦନ। ଅନୁଭବଙ୍କ ଘରେ ରହୁଥିବା ସମୟରେ ଅନୁଭବ ଏବଂ ଅନ୍ୟ ଦୁଇ କର୍ମଚାରୀଙ୍କ ବିରୋଧରେ ଏତଲା ଦେଇଥିଲେ ବର୍ଷା। ଭିଡିଓ ସୁଟିଂ କରିବା ସହ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଥିଲେ ବର୍ଷା ପ୍ରିୟଦର୍ଶିନୀ । ଏହି ମାମଲାକୁ ଖାରଜ କରିବା ପାଇଁ ଅନୁଭବ ଆବେଦନ କରିଥିଲେ ।

ହ୍ୟୁମାନ୍‌ ସାଗର ମୃତ୍ୟୁ ମାମଲା: ଅର୍ପିତା ଓ ସୋମେଶଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା
କଟକ: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ଉଭୟଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସେମାନଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଫଳରେ ମର୍କତନଗର ଥାନାରେ ରୁଜୁ ଉପରୋକ୍ତ ମାମଲା ଆଧାରରେ ଉଭୟଙ୍କୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଅର୍ପିତା ଓ ସୋମେଶଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଜଷ୍ଟିସ ଭି. ନରସିଂହ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବ୍ରୁଆରି ୧୬ ତାରିଖକୁ ଧାର୍ଯ୍ୟ କରିଛନ୍ତି ଅଦାଲତ।

୨୫ ବର୍ଷ ପରେ ହାଇକୋର୍ଟରୁ ମିଳିଲା ନ୍ୟାୟ; ସଫଳ ଆଖୁ ଚାଷୀ ଭାବେ ପ୍ରଥମ ପୁରସ୍କାର ପ୍ରଦାନ ପାଇଁ ନିର୍ଦ୍ଦେଶ...
କଟକ: ଦୁଇ ଦଶନ୍ଧି ପୂର୍ବରୁ ଭଲ ଆଖୁ ଅମଳ ପାଇଁ ପ୍ରଥମ ପୁରସ୍କାର ପାଇବା ପାଇଁ ଯୋଗ୍ୟବିବେଚିତ ହୋଇଥିବା ଜଣେ ଚାଷୀଙ୍କୁ  ବେଆଇନ ଭାବେ ପୁରସ୍କାରରୁ ବଞ୍ଚିତ କରାଯିବା ପ୍ରସଙ୍ଗରେ ଦାୟର ମାମଲାରେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଦୀର୍ଘ ୨୫ ବର୍ଷ ପରେ ଆବେଦନକାରୀ ସମ୍ପୃକ୍ତ ସଫଳ କୃଷକଙ୍କୁ ହାଇକୋର୍ଟରୁ ନ୍ୟାୟ ମିଳିଥିବା ବେଳେ ୧୯୯୯-୨୦୦୦ ବର୍ଷ ପାଇଁ ପ୍ରଥମ ପୁରସ୍କାର ସ୍ୱରୂପ ୩୦ହଜାର ଟଙ୍କା ଆସନ୍ତା ଦୁଇ ମାସ ମଧ୍ୟରେ ଆବେଦନକାରୀଙ୍କୁ ପ୍ରଦାନ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନରେନ୍ଦ୍ର କୁମାର ମିଶ୍ରଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ଶଶିକାନ୍ତ ମିଶ୍ର ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କ ପ୍ରଥମ ପୁରସ୍କାର ଦାବିକୁ ଅଗ୍ରାହ୍ୟ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି।

ମାମଲାରୁ ପ୍ରକାଶ ଯେ ଆଖୁ ଚାଷୀଙ୍କୁ ଅମଳ ଭିତ୍ତିରେ ପ୍ରୋତ୍ସାହନ ରାଶି ପୂର୍ବକ ପ୍ରଥମ ପୁରସ୍କାର ୩୦ ହଜାର, ଦ୍ୱିତୀୟ ପୁରସ୍କାର ୨୫ ହଜାର ଓ ତୃତୀୟ ପୁରସ୍କାର ୨୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଥିଲେ। ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବନ୍ଧନୂଆଗାଁ ବ୍ଲକରେ ଥିବା ପ୍ରାୟ ଦେଢ଼ଏକର ଜମିରେ ଆବେଦନକାରୀ ଆଖୁଚାଷ କରି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ୨୦୦୦, ଫ୍ରେବୁଆରି ୩ରେ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ତାଙ୍କ ଜମିରୁ ଆଖୁ କଟାଯାଇଥିଲା ବେଳେ ଏଥିରେ ସେ ପ୍ରଥମ ହୋଇଥିଲେ ମଧ୍ୟ ଏହି ପୁରସ୍କାର ତାଙ୍କୁ ମିଳିନଥିଲା। ଆଖୁ ଫସଲ ହୋଇଥିବା ପ୍ଲଟ୍‌ ଆବେଦନକାରୀ, ତାଙ୍କ ବାପା ଓ ଭାଇଙ୍କ ନାଁରେ ମିଳିତ ଭାବେ ରେକର୍ଡଭୁକ୍ତ ଥିବା ଓ ୧୯୯୭-୯୮ରେ ତାଙ୍କ ବାପା ଏହି କ୍ଷେତ୍ରରେ ତୃତୀୟ ପୁରସ୍କାର ପାଇଥିବା କାରଣରୁ ଏହି ପୁରସ୍କାର ଦିଆଯାଇ ନଥିଲା। ପ୍ରତିଯୋଗିତାରେ ଅଂଶଗ୍ରହଣ ପୂର୍ବରୁ ଜମିର ସବୁ ତଥ୍ୟ ଦାଖଲ କରିବା ପରେ ଆବେଦନକାରୀଙ୍କୁ ଅନୁମତି ମିଳିଥିଲା। ଏଥିସହ ଗୋଟିଏ ପରିବାରର ଜଣେ ସଦସ୍ୟ ପୂର୍ବରୁ ପୁରସ୍କାର ପାଇଥିଲେ ଅନ୍ୟ ଜଣେ ସଦସ୍ୟ ପ୍ରତିଯୋଗିତାରୁ ବାଦ୍‌ ପଡ଼ିବେ ବୋଲି ନିୟମାବଳୀରେ ଉଲ୍ଲେଖ ନଥିବା ବେଳେ ବେଆଇନ ଭାବେ ପୁରସ୍କାରରୁ ବଞ୍ଚିତ କରାଯିବା ବେଆଇନ ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ନିର୍ବାଚନୀ ଅନିୟମିତତା ମାମଲା: କେଭି ସିଂହଦେଓ ଓ ଲକ୍ଷ୍ମଣ ବାଗ୍‌ଙ୍କ ବିରୋଧରେ ଚାଲିବ ମାମଲା, ଆବେଦନ ଖାରଜ କଲେ ହାଇକୋର୍ଟ
କଟକ: ପାଟଣାଗଡ଼ ଓ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନୀ ଅନିୟମିତତା ମାମଲା । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ବିଧାୟକ ଲକ୍ଷ୍ମଣ ବାଗ୍‌ଙ୍କ ବିରୋଧରେ ଚାଲିବ ମାମଲା । ଉଭୟଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ । ବିନା ଶୁଣାଣିରେ ମାମଲା ଖାରଜ ପାଇଁ ଉଭୟ ଆବେଦନ କରିଥିଲେ ।

ସୂଚନାଯୋଗ୍ୟ, ଉପମୁଖ୍ୟମନ୍ତ୍ରୀଙ୍କ କେ.ଭି ସିଂହଦେଓ ବିରୋଧରେ ଚାଲିବ ନିର୍ବାଚନୀ ମାମଲା । ମୂଳ ମାମଲା ଖାରଜ ପାଇଁ ହୋଇଥିବା ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ନିର୍ବାଚନୀ ମାମଲାକୁ ଖାରଜ ପାଇଁ ଆବେଦନ କରିଥିଲେ କେ ଭି. ସିଂହଦେଓ । ପରାଜିତ ପ୍ରାର୍ଥୀ ସରୋଜ ମେହେର ଦାୟର କରିଛନ୍ତି ନିର୍ବାଚନୀ ମାମଲା । ସେହିଭଳି କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ବିଧାୟକ ଲକ୍ଷ୍ମଣଙ୍କ ବିରୋଧରେ ମଧ୍ୟ ଚାଲିବ ନିର୍ବାଚନୀ ମୋକଦ୍ଦମା । ତେବେ ଲକ୍ଷ୍ମଣଙ୍କ ଆବେଦନକୁ ଆଗ୍ରହ୍ୟ କରିଛନ୍ତି ହାଇକୋର୍ଟ । ମୂଳ ନିର୍ବାଚନୀ ମାମଲାକୁ ଖାରଜ ପାଇଁ ଆବେଦନ କରିଥିଲେ ଲକ୍ଷ୍ମଣ ବାଗ୍ । କଣ୍ଟାବାଞ୍ଜିର ଜଣେ ଭୋଟର ଦାୟର କରିଛନ୍ତି ନିର୍ବାଚନୀ ମାମଲା ।

Odisha School Teacher Transfer: ରାଜ୍ୟ ସରକାରଙ୍କୁ ଝଟକା, ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟଙ୍କ ନାପସନ୍ଦ...
କଟକ: ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଝଟକା। ରାଜ୍ୟ ସରକାର କରିଥିବା ଚିଠିକୁ ଖାରଜ କଲେ ହାଇକୋର୍ଟ। ୧୫ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବଦଳି ପାଇଁ ସାଂସଦ, ବିଧାୟକଙ୍କୁ ଦେଇଥିଲେ କ୍ଷମତା । ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟ ନାପସନ୍ଦ କରିଛନ୍ତି ।

ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି ଯେ, ବିଜେପି ସରାକର ସର୍କୁଲାର ଜାରି କହିଲେ ୧୫ ଶିକ୍ଷକ ବଦଳି ପାଇଁ। ଏହା ଅକ୍ଷମଣୀୟ। ବିଜେପି ବିଧାୟକ ୧୦୦ରୁ ୧୫୦ ଶିକ୍ଷକ ବଦଳି ପାଇଁ  ପ୍ରସ୍ତାବ ଦେଲେ। ଏହା ଠିକ ନୁହଁ। ଏହା ତୁରନ୍ତ ବନ୍ଦ ହେବା ଦରକାର। ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସେ ସ୍ବାଗତ କରିଛନ୍ତି।

ବିଧାୟକଙ୍କ ସୁପାରିସରେ ଶିକ୍ଷକ ବଦଳି ପ୍ରସଙ୍ଗ: ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ
କଟକ: ବିଧାୟକ ଓ ସାଂସଦମାନେ ନିଜ ନିର୍ବାଚନମଣ୍ଡଳୀର ୧୫ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ୍‌ କରିବା ନେଇ ରାଜ୍ୟ ସରକାର ଗ୍ରହଣ କରିଥିବା ନୀତିଗତ ନିଷ୍ପତ୍ତିକୁ ଚାଲେଞ୍ଜ କରି ଦାୟର ମାମଲାଗୁଡ଼ିକର ଶୁଣାଣି ଆଜି ହାଇକୋର୍ଟରେ ଶେଷ ହୋଇଛି। ଜଷ୍ଟିସ୍‌ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ସଂକ୍ରାନ୍ତୀୟ ୩୦ରୁ ଅଧିକ ମାମଲାର ଏକତ୍ର ପୂର୍ଣ୍ଣାଙ୍ଗ ଶୁଣାଣି କରାଯାଇଥିଲା। ଆବେଦନକାରୀ, ରାଜ୍ୟ ସରକାର ଏବଂ ଅନ୍ୟ ପ୍ରତିପକ୍ଷଙ୍କ ତରଫରୁ ଚୂଡ଼ାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଓ ଦେଶର ଅନ୍ୟ ହାଇକୋର୍ଟମାନଙ୍କ ରାୟର ନଜିର ମଧ୍ୟ ଖଣ୍ଡପୀଠ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ହାଇକୋର୍ଟ ମାମଲାଗୁଡ଼ିକର ରାୟ ସଂରକ୍ଷିତ ରଖିଛନ୍ତି। ତେବେ ମାମଲାର ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ପୂର୍ବରୁ ଜାରି କରାଯାଇଥିବା ଅନ୍ତରୀଣ ରହିତାଦେଶ ବଳବତ୍ତର ରହିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, କେତେକ ଜିଲ୍ଲାରେ ବିଧାୟକଙ୍କ ସୁପାରିସ ଆଧାରରେ ଜାରି କରାଯାଇଥିବା ବଦଳି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଶିକ୍ଷକ ଶିକ୍ଷୟିତ୍ରୀମାନେ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୨, ମେ’ ୧୫ରେ ପ୍ରକାଶିତ ବଦଳି ଗାଇଡ୍‌ଲାଇନ୍‌ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରି ଏହି ବଦଳି ଆଦେଶ ଜାରି କରାଯାଇଛି। ପୂର୍ବରୁ ହାଇକୋର୍ଟ ମାମଲାଗୁଡ଼ିକର ପ୍ରାରମ୍ଭିକ ଶୁଣାଣି କରି ବଦଳି ଆଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବା ସହ ଆବେଦନକାରୀମାନେ ସମାନ ପଦବୀରେ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିବେ ବୋଲି କହିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁକାନ୍ତ କୁମାର ଦଳାଇ ଓ ଡ. ପୁରୁଷୋତ୍ତମ ଚୁଳି ମାମଲା ପରିଚାଳନା କରୁଥିବା ବେଳେ ପ୍ରତିପକ୍ଷଙ୍କ ତରଫରୁ ଆଇନଜୀବୀ କ୍ଷୀରୋଦ କୁମାର ରାଉତ ଯୁକ୍ତି ଉପସ୍ଥାପନ କରିଥିଲେ।

ଆସନ୍ତା ୨୯ରୁ ହାଇକୋର୍ଟର ଦଶହରା ଅବକାଶ ଆରମ୍ଭ
କଟକ: ଆରମ୍ଭ ହେଲାଣି ପାର୍ବଣ। ଆସନ୍ତା ୨୯ ତାରିଖ ସୋମବାରରୁ ହାଇକୋର୍ଟର ଦଶହରା ଅବକାଶ ଆରମ୍ଭ ହେଉଛି। ଶୁକ୍ରବାର ଶେଷ କାର୍ଯ୍ୟ ଦିବସ। ଅକ୍ଟୋବାର ୮ରେ ଅଦାଲତ ଖୋଲିବ। ଏହି ଛୁଟି ସମୟ ମଧ୍ୟରେ ଜରୁରୀ ମାମଲାର ଶୁଣାଣି ପାଇଁ ତିନିଦିନ ଅର୍ଥାତ୍‌ ଆସନ୍ତା ୨୯ ତାରିଖ, ଅକ୍ଟୋବର ୧ ତାରିଖ ଓ ୬ ତାରିଖରେ ଅବକାଶକାଳୀନ ଅଦାଲତ ବସିବ।

୨୯ ତାରିଖ ସୋମବାର ପ୍ରଥମ ଅବକାଶକଳୀନ ଅଦାଲତ ବସିବ। ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଭି. ନରସିଂହ ଏବଂ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ବିଭିନ୍ନ ଜରୁରିକାଳୀନ ମାମଲାର ଶୁଣାଣି ହେବ। ପରେ ବିଚାରପତି ଦ୍ୱୟ ପୃଥକ୍‌ ପୃଥକ୍‌ ବେଞ୍ଚ୍‌ରେ ଅନ୍ୟାନ୍ୟ ମାମଲାର ଶୁଣାଣି କରିବେ। ଅନ୍ୟତମ ବିଚାରପତି ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାଶ ମଧ୍ୟ ସେହି ଦିନ ଜାମିନ୍‌ ମାମଲାର ଶୁଣାଣି କରିବେ।

ସେହିପରି ଅକ୍ଟୋବର ପହିଲାରେ ଜଷ୍ଟିସ୍‌ ମୃଗାଙ୍କ ଶେଖର ସାହୁ ଏବଂ ଜଷ୍ଟିସ୍‌ ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ମାମଲାର ଶୁଣାଣି କରିବେ। ପରେ ଉଭୟ ବିଚାରପତି ପୃଥକ୍‌ ପୃଥକ୍‌ ଭାବେ ଅନ୍ୟ ମାମଲାର ଶୁଣାଣି କରିବେ। ଜଷ୍ଟିସ୍‌ ଏସ୍‌.କେ. ପାଣିଗ୍ରାହୀ ଏବଂ ଜଷ୍ଟିସ୍‌ ବିରଜାପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ମାମଲାର ଶୁଣାଣି କରିବେ। ସେହି ଦିନ ଉଭୟ ବିଚାରପତି ପୃଥକ ଭାବେ ମଧ୍ୟ ଅନ୍ୟ ମାମଲାର ଶୁଣାଣି କରିବେ।

ଝାଡାବାନ୍ତିକୁ ନେଇ ହାଇକୋର୍ଟଙ୍କ ଉଦବେଗ; ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦେବାକୁ ସିଏମସିକୁ ନିର୍ଦ୍ଦେଶ
କଟକ: କିଛି ଦିନ ହେବ ଝାଡାବାନ୍ତି ଓ ହଇଜା ରୋଗ ବ୍ୟାପୁଥିବା ବେଳେ କଟକ ସହରର ପରିମଳ ବ୍ୟବସ୍ଥାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ବିଶେଷକରି ସହରର ବିପର୍ଯ୍ୟସ୍ତ ପରିମଳ ସହ ଦୂଷିତ ଖାଦ୍ୟ ବିକ୍ରି ଓ ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା ସମ୍ପର୍କରେ ଆଡଭୋକେଟ କମିଟି ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ହାଇକୋର୍ଟ କଟକ ମହାନଗର ନିଗମ(ସିଏମସି) ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ତଲବ କରିଛନ୍ତି । ଝାଡାବାନ୍ତି ଓ ହଇଜା ନିରାକରଣ ପାଇଁ କଣ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ସତ୍ୟପାଠ ଦାଖଲ କରିବାକୁ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କଟକ ସହର ସମସ୍ୟା ପ୍ରସଂଗରେ ରୁଜୁ ମାମଲାର ଶୁଣାଣି କରି ଜଷ୍ଟିସ ସଂଗମ କୁମାର ସାହୁ ଓ ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝାଡାବାନ୍ତି ବ୍ୟାପୁଥିବା ବେଳେ କଟକ ଜିଲ୍ଲାର ମଧ୍ୟ କେତେକ ଅଞ୍ଚଳରେ ଏହି ରୋଗ ବ୍ୟାପୁଥିବା ଜଣାପଡିଛି । ଏଭଳି ସ୍ଥିତିରେ କଟକ ସହରରେ ମଧ୍ୟ ଦୂଷିତ ଜଳ ଓ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ପାଇଁ ରୋଗ ବ୍ୟାପିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଏଣୁ ଏହାର ପ୍ରତିକାର ପାଇଁ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ ଉପରେ ଅଦାଲତ ଗୁରୁତ୍ୱାରୋପ କରିଥିଲେ । କଟକ ଅତିରିକ୍ତ ଜିଲ୍ଲାପାଳ,ସିଏମସି କମିସନର ,ସିଟି ଇଞ୍ଜିନିୟର ଓ ୱାଟକୋର ଅଧିକାରୀ ଭର୍ଚୁଆଲରେ ଉପସ୍ଥିତ ରହି ସେମାନଙ୍କ ପକ୍ଷ ରଖିଥିଲେ । ସହରରେ ମୋଟ ୩ହଜାର ନଲକୂପରୁ ୨ହଜାର ନଳକୂପର ବିଶୋଧନ କରାଯାଇଛି ଓ ବିଭିନ୍ନ ରାସ୍ତାକଡ ଖାଦ୍ୟ ସାମଗ୍ରୀ ପ୍ରତିଷ୍ଠାନରେ ଚଢଉ କରାଯାଉଛି ବୋଲି କୁହାଯାଇଥିଲା । ଅନ୍ୟପଟରେ ରାସ୍ତାକଡ ଖାଦ୍ୟ ପସରାକୁ ୭ଦିନ ବନ୍ଦ ରଖାଯିବା ଉଚିତ ବୋଲି ଆଡଭୋକେଟ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ବେଳେ ଏ ସମ୍ପର୍କରେ ସମ୍ପୃକ୍ତ ବିଭାଗ ବିଚାର କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ୩ରେ ହେବ ବୋଲି ଧାର୍ଯ୍ୟ କରାଯାଇଛି ।