conditional bail - The Sakala

ଲକ୍ଷ୍ମୀପୁର ଖେରୀ ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ସର୍ତ୍ତ ମୂଳକ ଜାମିନ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ସୁପ୍ରିମକୋର୍ଟ ସର୍ତ୍ତ ମୂଳକ ଜାମିନ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କୁ ତାଙ୍କର ଅସୁସ୍ଥ ମା ଏବଂ ଝିଅର ଯତ୍ନ ନେବା ପାଇଁ ତାଙ୍କୁ ଏହି ଆଶ୍ୱସ୍ତି ଦିଆଯାଇଛି। ଏହାପୂର୍ବରୁ ଜାନୁଆରୀ ମାସରେ ଆଶିଷ ମିଶ୍ରଙ୍କୁ ଆଠ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଥିଲା।

ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଶୁଣିବା ପରେ ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଦୀପଙ୍କର ଦତ୍ତଙ୍କ ଏକ ବେଞ୍ଚ ତାଙ୍କୁ କୌଣସି ସାଧାରଣ କାର୍ଯ୍ୟରେ ଯୋଗଦେବାକୁ କିମ୍ବା ଏହି ମାମଲାରେ ଗଣମାଧ୍ୟମକୁ ସମ୍ବୋଧିତ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ମାଙ୍କୁ ନୂଆଦିଲ୍ଲୀର ଡକ୍ଟର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସମୟରେ ତାଙ୍କ ଝିଅର ଗୋଡର ଚିକିତ୍ସା ଚାଲିଛି।

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ
କଟକ : ଟାଟା ମୋଟର୍ସରେ ଚାକିରି କରାଇଦେବା ନେଇ ଠକେଇ ମାମଲାରେ ଗିରଫ ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ସଂଗମ କୁମାର ସାହୁ ଏହି ଜାମିନ ଆବେଦନର ଶୁଣାଣି କରି ଡ. ପାଣିଗ୍ରାହୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଗୋଳନ୍ଥରା ଥାନାରେ ଡ. ପାଣିଗ୍ରାହୀଙ୍କ ବିରୋଧରେ ଏକାଧିକ ଠକେଇ ମାମଲା ରୁଜୁ ହୋଇଥିଲା। ଟାଟା ମୋଟର୍ସରେ ଚାକିରି କରାଇଦେବା ପାଇଁ ଡ. ପାଣିଗ୍ରାହୀ ବିଭିନ୍ନ ବ୍ୟକ୍ତି ବିଶେଷଙ୍କଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାଗୁଡିକରେ ଜାମିନ ପାଇଁ ଆବେଦନକାରୀ ବ୍ରହ୍ମପୁର ସେସନ ଜଜ୍‍ ଙ୍କ ନିକଟରେ ଆବେଦନ କରିଥିଲେ ମଧ୍ୟ ଅଦାଲତ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଏହାକୁ ଡ. ପାଣିଗ୍ରାହୀ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ।

ତେବେ ହାଇକୋର୍ଟ ତାଙ୍କୁ ତିନିଗୋଟି ମାମଲାରେ ଯଥାକ୍ରମେ ୬ଲକ୍ଷ, ୫ଲକ୍ଷ ଓ ୩ଲକ୍ଷ ଟଙ୍କା ଅମାନତ ଅର୍ଥ ସହ ୨ଲକ୍ଷ ଟଙ୍କା ଜମାନତ ଅର୍ଥ ଡିପୋଜିଟ ଓ ଦୁଇ ଜଣ ଲେଖାଏ ସାକ୍ଷୀ ବଦଳରେ ଜାମିନ ଆବେଦନ ମଞ୍ଜୁର କରିଛନ୍ତି। ତେବେ ଜାମିନରେ ମୁକୁଳିବା ପରେ ଆବେଦନକାରୀ ଗଣମାଧ୍ୟମରେ ଏହି କେସ ସଂକ୍ରାନ୍ତରେ ଅଥବା ଅନ୍ୟ ସହ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ମନ୍ତବ୍ୟ ଦେବାକୁ ଅଦାଲତ ବାରଣ କରିଛନ୍ତି। ଅନ୍ୟପଟରେ ଡ. ପାଣିଗ୍ରାହୀଙ୍କ ଦ୍ୱାରା ଠକେଇ ଅର୍ଥ ଡିପୋଜିଟ କରାଯିବା ପରେ ନିମ୍ନ ଅଦାଲତ ଅଭିଯୋଗକାରୀଙ୍କୁ ନୋଟିସ କରି ଏହି ଅର୍ଥ ପ୍ରଦାନ କରାଯିବାକୁ ହାଇକୋର୍ଟ କହିଛନ୍ତି।

ତେବେ ନିମ୍ନ ଅଦାଲତରେ ଠକେଇ ଅଭିଯୋଗ ପ୍ରମାଣିତ ହୋଇନପାରିଲେ ଅର୍ଥ ଗ୍ରହଣ କରିଥିବା ଅଭିଯୋଗକାରୀ ଏକ ସପ୍ତାହ ମଧ୍ୟରେ ଅର୍ଥ ଫେରସ୍ତ କରିବେ ଓ ପରେ ଏହି ଅର୍ଥ ପୁନଃ ଆବେଦନକାରୀଙ୍କୁ ଫେରସ୍ତ କରିଦିଆଯିବ ବୋଲି ହାଇକୋର୍ଟ ଉପରୋକ୍ତ ଜାମିନ ଆବେଦନର ଶୁଣାଣି କରି କହିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ। ସୂଚନାଥାଉକି ଏହି ମାମଲାରେ ଡ. ପାଣିଗ୍ରାହୀ ଗତ ଫେବୃଆରୀ ୪ତାରିଖରୁ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି। ପୂର୍ବରୁ ଡ. ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚର ଏକ ମାମଲାରେ ଜାମିନ ମିଳିଥିଲା। ତେବେ ଏସବୁ ମାମଲାରେ ଜାମିନ ମିଳିଥିବା ସତ୍ତ୍ବେ ଡ. ପାଣିଗ୍ରାହୀଙ୍କ ଏକାଧିକ ଜାମିନ ମାମଲା ବିଚାରାଧୀନ ରହିଥିବାରୁ ସେ ଏବେ ଜେଲ୍‌ରୁ ମୁକୁଳିପାରିବେ ନାହିଁ।