Mask Mission - The Sakala

ମିଶନ ଶକ୍ତିର ମାସ୍କ ମିଶନ
ଭୁବନେଶ୍ୱର : ଚାରିଆଡ଼େ କରୋନାର କରାଳ ରୂପ। ଏହି ଘଡ଼ିସନ୍ଧି ମୂହୂର୍ତ୍ତରେ ମାସ୍କ ସାଜିଛି ରକ୍ଷା କବଚ। ଶତ ପ୍ରତିଶତ ମାସ୍କ ବ୍ୟବହାର କରୋନାର ହାରକୁ ଏହି ୨ୟ ଲହରରେ ରୋକି ପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଆହ୍ୱାନ ଦେଇଥିଲେ। ଜୀବନଜୀବିକା ବଞ୍ଚାଇବାକୁ ହେଲେ ମାସ୍କ ଜରୁରୀ। କରୋନା ମହାମାରୀ ସମୟରେ ମାସ୍କ ଏବେ ମୁଖ୍ୟ ଅସ୍ତ୍ର। ମାଆମାନେ ସଜାଗ ଓ ସତର୍କ ରହିଲେ ଘରକୁ କରୋନା କେବେ ବି ପଶିପାରିବ ନାହିଁ। ଏହା ସହିତ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି କୋଭିଡ୍‍ ପରିଚାଳନାର ଗୁରୁ ଦାୟିତ୍ୱ ବହନ କରୁଛନ୍ତି। ରାଜ୍ୟର ଅଧିକାଂଶ ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଘର ଘର ବୁଲି ସଚେତନତା କରୁଛନ୍ତି।  କରୋନାର ପ୍ରଥମ ପର୍ଯ୍ୟାୟରେ ମହିଳାଙ୍କୁ ସଶକ୍ତ କରିବା ସହ ମିଶନ ଶକ୍ତି ମାଧ୍ୟମରେ ରୋଜଗାର ବାଟ ଦେଖାଇଛନ୍ତି। ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ମହିଳାମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ମାସ୍କ ତିଆରି କରି ସ୍ୱାବଲମ୍ବୀ କରିପାରିଛି।

ଏବେ ୨ୟ ଲହରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପୁଣିଥରେ କପଡ଼ା ମାସ୍କ ତିଆରି କରି ରୋଜଗାରକ୍ଷମ ହେବା ଆରମ୍ଭ କରିଦେଇଛନ୍ତି। ରାଜ୍ୟରେ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ କୋଭିଡ୍‍ରୁ ମୁକ୍ତି ପାଇଁ ମାସ୍କ ତିଆରି କରୁଛନ୍ତି। ବିଭିନ୍ନ ଅଞ୍ଚଳରେ ମାସ୍କର ଚାହିଦାକୁ ପରିଲିକ୍ଷିତ କରି ଚଳିିତବର୍ଷ କରୋନାରୁ ୭ଶହ ୪୪ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମାସ୍କ ତିଆରି କରୁଛନ୍ତି। ଚଳିତ ଏପ୍ରିଲରୁ ଏବେ ସୁଦ୍ଧା ୧୮ଲକ୍ଷରୁ ଊର୍ଦ୍ଧ୍ବ ମାସ୍କ ତିଆରି କରିଛନ୍ତି। ଗତବର୍ଷ ମାର୍ଚ୍ଚରୁ ଚଳିତବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ୧୩ଶହ ୪୧ଟି ଏସ୍‍ଏଚ୍‍ଜି ଗ୍ରୁପ୍‍ ମାସ୍କ ତିଆରି କରି ବିଭିନ୍ନ ସ୍ଥାନରେ ବିକ୍ରି କରିବା ସହ ଲୋକଙ୍କୁ ସଚେତନ କରୁଥିଲେ। ୭୯ ଲକ୍ଷ ମାସ୍କ ତିଆରି କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଧୀରେ ଧୀରେ ଏସ୍‍ଏଚଜିଙ୍କ ସଂଖ୍ୟା ବଢ଼଼ିବା ସହ ମାସ୍କ ତିଆରି ସଂଖ୍ୟା ମଧ୍ୟ ବଢ଼଼ିବ ବୋଲି କୁହାଯାଇଛି। ଗତବର୍ଷ ଲକ୍‍ଡାଉନ୍‍ରେ ଲକ୍ଷ ଲକ୍ଷ ମାସ୍କ ବିକ୍ରି କରାଯାଇ ୧କୋଟିରୁ ଊର୍ଦ୍ଧ୍ବ ଟଙ୍କାର ମାସ୍କ ବିକ୍ରି ହୋଇଥିଲା। ସରକାରୀ ତଥା ବେସରକାରୀ ସଂସ୍ଥାମାନଙ୍କର ବହୁଳ ଅର୍ଡର କ୍ରମେ ଦିନକୁ ୧ଲକ୍ଷରୁ ଊର୍ଦ୍ଧ୍ବ କପଡ଼ା ମାସ୍କ ତିଆରି କରାଯାଉଛି। ଗୋଟିଏ ମାସ୍କର ଦାମ୍‍ ୧୦ଟଙ୍କାରୁ ଆରମ୍ଭ କରି ୪୦ଟଙ୍କା ପର୍ଯ୍ୟନ୍ତ ରହିଛି। କରୋନାର ୨ୟ ଲହରୀରେ ପରିସ୍ଥିତି ଜଟିଳ ହେବା କାରଣରୁ ୩ ପରସ୍ତ ମାସ୍କ ମହିଳାମାନେ ତିଆରି କରୁଛନ୍ତି।

ଲକ୍‍ଡାଉନ୍‍ ଯୋଗୁଁ କଞ୍ଚାମାଲ ଏବଂ ଆବଶ୍ୟକୀୟ ସାମଗ୍ରୀ ଉପଲବ୍ଧ ଏବଂ ଯୋଗାଣରେ ସମସ୍ୟା ଥିଲେ ସୁଦ୍ଧା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଦିନରାତି ମାସ୍କ ତିଆରିରେ ଲାଗିପଡ଼ିଛନ୍ତି। ଏହାସହିତ ଗରିବ ଏବଂ ଅସହାୟ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ କୋଭିଡ୍‍-୧୯ ପାଇଁ ସଚେତନ କରୁଛନ୍ତି। ଏବେସୁଦ୍ଧା ୫୦ହଜାରରୁ ଊର୍ଦ୍ଧ୍ବ ମାସ୍କ ବଣ୍ଟନ ହୋଇଛି। ଲକ୍‍ଡାଉନ୍‍ ସମୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ମାସ୍କ ରୋଜଗାର ଦେଇଛନ୍ତି। ବିଶେଷକରି ପୁରୀ, କଳାହାଣ୍ଡି, ଖୋର୍ଦ୍ଧା, କେଉଁଝର, ସୋନପୁର ଆଦି ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଅଧିକ ମାସ୍କ ତିଆରି କରାଯାଉଛି। ସାରା ରାଜ୍ୟରେ ସାର୍ବଜନିକ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ମହିଳା ଏସ୍‍ଏଚ୍‍ଜି ସଦସ୍ୟଙ୍କ କାର୍ଯ୍ୟପନ୍ଥା ପ୍ରଶଂସନୀୟ। ଗାଁଗହଳିର ମହିଳା ତିଆରି କରୁଥିବା ମାସ୍କର ମାର୍କେଟିଂ ସୁବିଧା ପାଇଁ ମିଶନ ଶକ୍ତି ଓ ଓର୍‍ମାସ୍‍ ମାଧ୍ୟମରେ ସହଯୋଗ କରାଯାଉଛି।