5G Network - The Sakala

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଓଡିଶାରେ ମିଳିବ ୫ଜି ସେବା: କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର: ଆସନ୍ତା ମାସେ ଭିତରେ ଓଡିଶାରେ ମିଳିବ ୫ଜି ସେବା । ଆସନ୍ତାବର୍ଷ ଜାନୁଆରୀ ୨୬ ପୂର୍ବରୁ ଓଡିଶାରେ ୫ଜି ସେବା ଆରମ୍ଭ ହେବ ବୋଲି କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ 5G କାମ ଶେଷ ହେବ । ଭୁବନେଶ୍ୱର ରେଲୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ ଏହା କହିଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳ ଯାତ୍ରୀଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇବା ଲକ୍ଷ୍ୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୩୦୮ କୋଟିର ବ୍ୟୟବରାଦ କରାଯାଇଛି। ଯାହାକି ୨୪ ମାସ ମଧ୍ୟରେ ସରିବ।

ରୋଗୀ ପହଞ୍ଚିବା ପୂର୍ବରୁ ଡାକ୍ତରଖାନାକୁ ଗୁରୁତ୍ତ୍ବପୂର୍ଣ୍ଣ ସୂଚନା ଦେବ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ
ନୂଆଦିଲ୍ଲୀ/ ଭୁବନେଶ୍ୱର: ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ରିଲାଏନ୍ସ ଜିଓ ପକ୍ଷରୁ ଏକ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ ଉପସ୍ଥାପନ କରାଯାଇଛି। ଏହା ଏଭଳି ଏକ ଆମ୍ବୁଲାନ୍ସ ଯାହା ଡାକ୍ତରଖାନାରେ ରୋଗୀ ପହଞ୍ଚିବା ପୂର୍ବରୁ ରୋଗୀଙ୍କ ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ବାସ୍ତବ ସମୟରେ ଡିଜିଟାଲ୍ ମାଧ୍ୟମରେ ହସ୍ପିଟାଲ୍‌କୁ ପ୍ରଦାନ କରିବ। ଫଳରେ ଜରୁରୀକାଳୀନ ମେଡିକାଲ୍ ପରିସ୍ଥିତିରେ ରୋଗୀ ଡାକ୍ତରଖାନାରେ ପହଞ୍ଚିବ।  ପୂର୍ବରୁ ତାଙ୍କ ଚିକିତ୍ସା ପାଇଁ ଡାକ୍ତର ସବୁ ଆବଶ୍ୟକ ମେଡିକାଲ୍ ପ୍ରସ୍ତୁତି କରିପାରିବେ । ଭବିଷ୍ୟତରେ ମେଡିକାଲ୍ ଶିଳ୍ପର ଚେହେରା କେଉଁଭଳି ଭାବେ ବଦଳିବ ତାହା ଏହି ଆମ୍ବୁଲାନ୍ସରୁ ସହଜରେ ଅନୁମାନ କରାଯାଇପାରିବ ।

ଇଣ୍ଡିଆ ମୋବାଇଲ କଂଗ୍ରେସର ଜିଓ ପାଭିଲିଅନରେ ଏକ ରୋବୋଟିକ୍ସ ଆର୍ମ ମଧ୍ୟ ଦେଖିବାକୁ ମିଳିବ ଯାହା ଏକ୍ସ-ରେ ଓ ଅଲ୍‌ଟ୍ରାସାଉଣ୍ଡ୍ କରିବାରେ ସିଦ୍ଧହସ୍ତ । ଜିଓର ଟ୍ରୁ-୫ଜି ଜରିଆରେ ହଜାର ହଜାର କିଲୋମିଟର ଦୂରରେ ଥିବା ରେଡିଓଲୋଜିଷ୍ଟ କିମ୍ବା ସୋନୋଗ୍ରାଫର ତାହାକୁ ଅତି ସହଜରେ ପରିଚାଳନା କରିପାରିବେ । ଏହି ରୋବୋଟିକ୍ ଆର୍ମ ସହରରେ ଥିବା ରେଡିଓଲୋଜିଷ୍ଟଙ୍କୁ ସିଧାସଳଖ ଗ୍ରାମୀଣ ରୋଗୀଙ୍କ ସହ ଯୋଡ଼ିପାରିବ । ଏକ୍ସ-ରେ ଓ ଅଲ୍‌ଟ୍ରାସାଉଣ୍ଡ୍ ଭଳି ମୌଳିକ ମେଡିକାଲ୍ ଆବଶ୍ୟକତା ପାଇଁ ଗ୍ରାମାଞ୍ଚଳର ଲୋକମାନଙ୍କୁ ଆଉ ସହର ଆସିବାକୁ ପଡ଼ିବନି ଏବଂ ସେମାନେ ଘରେ ବସି ରିପୋର୍ଟ ହାସଲ କରିପାରିବେ ।

ରିଲାଏନ୍ସ ପକ୍ଷରୁ ଦୀପାବଳିରେ ୫ଜି ସେବାର ଶୁଭାରମ୍ଭ କରାଯିବ । ନିଜର ଟ୍ରୁ-୫ଜି ନେଟୱର୍କର ହାଇ-ସ୍ପିଡ୍ ଓ ଲୋ-ଲେଟେନ୍ସି ଜରିଆରେ ଜୀବନର ନିତିିଦିନିଆ କାମରେ ଲାଗୁଥିବା ବହୁ ବୈଷୟିକ ସମାଧାନ ଉପରେ ମଧ୍ୟ ରିଲାଏନ୍ସ ଜିଓ କାର୍ଯ୍ୟ କରୁଛି । ସେଥି ମଧ୍ୟରୁ ଗୋଟିଏ ହେଉଛି ଜିଓ ୫ଜି ହେଲ୍‌ଥକେୟାର ଅଟୋମେସନ । କୋଭିଡ୍ ମହାମାରୀ ସମୟରେ ହସ୍ପିଟାଲ୍‌ର ଆଇସୋଲେସନ୍ ୱାର୍ଡରେ କିଛି ଆଗ ଧାଡ଼ିର କର୍ମୀଙ୍କୁ ଜୀବନ ହରାଇବାକୁ ପଡ଼ିଥିଲା । ରିଲାଏନ୍ସ ଜିଓ ଏଭଳି ରୋବୋଟ୍ ପ୍ରଯୁକ୍ତି ଉପରେ କାର୍ଯ୍ୟ କରୁଛି ଯାହା ସେହିଭଳି ଆଇସୋଲେସନ ୱାର୍ଡ ସହିତ ଅନ୍ୟ ରୋଗୀମାନଙ୍କ ପାଖରେ ଔଷଧ ଓ ଖାଦ୍ୟପାନୀୟ ପ୍ରଦାନ କରିବା କାର୍ଯ୍ୟ କରିପାରିବ ।

କ୍ଲାଉଡ୍ ଭିତିକ ୫ଜି ନିୟନ୍ତ୍ରିତ ରୋବଟ୍‌ଙ୍କ ବ୍ୟବହାର ଯୋଗୁଁ ତ୍ରୁଟିର କୌଣସି ଆଶଙ୍କା ହିଁ ରହିବ ନାହିଁ ବୋଲି କହିଲେ ଭୁଲ ହେବନାହିଁ । ରୋବଟ୍ ଫ୍ଲିଟ୍ ମ୍ୟାନେଜମେଂଟ୍ ସିଷ୍ଟମ୍ ଦ୍ୱାରା ରକ୍ଷଣାବେକ୍ଷଣ ଓ ସାନିଟାଇଜେସନ ମାନବମାନଙ୍କ ତୁଳନାରେ ଅଧିକ ସହଜ ହେବ ଏବଂ ସବୁଠୁ ବଡ଼ କଥା ହେଉଛି ଏହା ଦ୍ୱାରା ହଜାର ହଜାର ଆଗଧାଡ଼ିର କର୍ମୀ ଏବଂ ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିବ ।

ଭାରତରେ ଆରମ୍ଭ ହେଲା ବହୁପ୍ରତୀକ୍ଷିତ 5G ସେବା, ଗ୍ରାହକଙ୍କୁ ମିଳିବ ଅତ୍ୟାଧୁନିକ ଟେଲିକମ୍ ସର୍ଭିସ
ନୂଆଦିଲ୍ଲୀ: ଭାରତୀୟ ଟେକ୍ନୋଲୋଜି କ୍ଷେତ୍ରରେ ଯୋଡ଼ିହେଲା ନୂଆ ଅଧ୍ୟାୟ । ଆଜି ଦେଶରେ ଶୁଭାରମ୍ଭ ହେଲା ବହୁପ୍ରତୀକ୍ଷିତ ୫ଜି ସେବା। ଏହି ସେବାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନମେଦ୍ର ମୋଦି । ଦିଲ୍ଲୀର ପ୍ରଗତି ମଇଦାନରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସ କାର୍ଯ୍ୟକ୍ରମରେ ମୋଦି ୫ଜି ସେବାର ଶୁଭ ଉଦଘାଟନ କରିଛନ୍ତି । ଅତ୍ୟାଧୁନିକ ଟେଲିକମ୍ ସର୍ଭିସ ସହ ଭାରତ ମଧ୍ୟ ସେହି ଦେଶ ତାଲିକାରେ ଯୋଡି ହୋଇଛି, ଯେଉଁଠି 5G ସେବା ଉପଲବ୍ଧ ହେଉଥିଲା।

ପ୍ରଥମ ପର୍ଯ୍ୟାୟରେ ଏହା ୧୩ଟି ସହରରେ ଆରମ୍ଭ ହୋଇଛି। ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ, ଗାନ୍ଧିନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକତା, ଚେନ୍ନାଇ, ଲକ୍ଷ୍ମୌ, ପୁନେ, ଦିଲ୍ଲୀ ଓ ମୁମ୍ବାଇରେ 5G ସେବା ଆରମ୍ଭ ହୋଇଛି। ୨୦୩୦ ସୁଦ୍ଧା ପର୍ଯ୍ୟାୟ କ୍ରମେ ଏହି ସେବା ଧୀରେ ଧୀରେ ସମଗ୍ର ଦେଶରେ ଆରମ୍ଭ ବୋଲି ଆଶା କରାଯାଉଛି। ଏୟାରଟେଲ ପକ୍ଷରୁ ବାରାଣସୀ ଓ ଜିଓ ପକ୍ଷରୁ ଅହମ୍ମଦାବାଦରେ 5-G ନେଟୱର୍କ ସେବା ଆରମ୍ଭ ହେବ । ଆଜିର ଏହି 5-G ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଶିଷ୍ଟ ଶିଳ୍ପପତୀ ମୁକେଶ ଅମ୍ୱାନୀ ପ୍ରମୁଖ ସାମିଲ ହୋଇଥିଲେ ।

୫-ଜି ସେବା ୪-ଜିଠୁ ୧୦ ଗୁଣା ସ୍ପିଡ୍ ସେବା ଦେବା। ଆବଶ୍ୟକ ସ୍ଥଳେ ଏହି ସ୍ପିଡ ୧୦୦ ଗୁଣା ଯାଏଁ ବଢିପାରିବ। ୟୁଜର୍ସଙ୍କ ପାଇଁ ଡାଉନଲୋଡ୍ ସ୍ପିଡ ବଢ଼ାଇବ ୫ଜି।

ଜିଓ ପକ୍ଷରୁ ବଡ଼ ଘୋଷଣା: ଦୀପାବଳିରୁ ଆରମ୍ଭ ହେବ ୫ଜି ସେବା
ନୂଆଦିଲ୍ଲୀ:  ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ୪୫ ତମ ବାର୍ଷିକ ସାଧାରଣ ସଭା (AGM 2022) ଅନୁଷ୍ଠିତ ହୋଇଥିଲା। ଆଜି  ରିଲାଏନ୍ସ ଚଳିତ ବର୍ଷ  ଦୀପାବଳିରୁ ୫ଜି ସେବା ଆରମ୍ଭ କରିବ ବୋଲି ଘୋଷଣା କରିଛି। ପ୍ରାରମ୍ଭିକ ପର୍ଯ୍ଯାୟକେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ୫ଜି ସେବା ଆରମ୍ଭ ହେବ। ଆସନ୍ତା ୧୮ ମାସ ଅର୍ଥାତ୍ ଡିସେମ୍ବର ୨୦୨୩ ସୁଦ୍ଧା ଦେଶର ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ୫ଜି ସୁବିଧା ଆରମ୍ଭ ହେବ ବୋଲି ରିଲାଏନ୍ସ  ପକ୍ଷରୁ କୁହାଯାଇଛି। ଦେଶରେ ୫ଜି ପାଇଁ ଭିତ୍ତିଭୂମି ସ୍ଥାପନ ପାଇଁ ଆମେରିକୀୟ କମ୍ପାନୀ କ୍ୱାଲକମର ସହାୟତା ରିଲାଏନ୍ସ ଜିଓ ଦ୍ୱାରା ନିଆଯିବ। କମ୍ପାନୀ ଏଥିପାଇଁ ଏକ ଚୁକ୍ତିନାମା ମଧ୍ୟ କରିଛି।

ରିଲାଏନ୍ସ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ କହିଛନ୍ତି ଯେ, ଜିଓ ୫ଜି  ବିଶ୍ୱର ସର୍ବବୃହତ ତଥା ଉନ୍ନତ ୫ଜି ନେଟୱାର୍କ ହେବ। ବିଶେଷ କଥା ହେଉଛି  ଜିଓ-୫ଜି ଏକମାତ୍ର କମ୍ପାନୀ ହେବ ଯାହାକି କୌଣସି ପ୍ରକାରେ ୪ଜି ନେଟୱାର୍କ ଉପରେ ନିର୍ଭରଶୀଳ ହେବ ନାହିଁ । ଦେଶରେ ୫ଜି ନେଟୱାର୍କର ପ୍ରସାର ପାଇଁ କମ୍ପାନୀ ୨ ଲକ୍ଷ କୋଟି ଟଙ୍କା ବିନିଯୋଗ  କରିବ ବୋଲି ଘୋଷଣା କରିଛି।

ଭାରତରେ ରିଲାଏନ୍ସ ଜିଓ ଦ୍ୱାରା ଦିୱାଲୀରେ ୫ଜି ସେବା ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଦେଶରେ ୫ଜି ଲଞ୍ଚ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏହା ମେଟ୍ରୋ ସହରରେ ଆରମ୍ଭ ହେବ | ଏଥିରେ ଦିଲ୍ଲୀ, ମୁମ୍ବାଇ, କଲକାତା ଏବଂ ଚେନ୍ନାଇ ଅନ୍ତର୍ଭୁକ୍ତ। ଏଠାରେ ୫ଜି ସେବା ଚଳିତ ବର୍ଷ ଦିୱାଲୀରେ ଆରମ୍ଭ ହେବ। ଏହା ପରେ, ଡିସେମ୍ବର୨୦୨୩ ସୁଦ୍ଧା ନେଟୱାର୍କ ଦେଶର ଅନ୍ୟ ଦେଶକୁ ବିସ୍ତାର ହେବ। ଅର୍ଥ ଯଦି ଆପଣ ଦିଲ୍ଲୀ, ମୁମ୍ବାଇ, କଲକାତା ଏବଂ ଚେନ୍ନାଇରେ ରୁହନ୍ତି ନାହିଁ ତେବେ ଏହି ସୁବିଧା ପାଇବା ପାଇଁ ଆପଣଙ୍କୁ ଟିକିଏ ଅଧିକ ସମୟ ଅପେକ୍ଷା କରିବାକୁ ପଡିପାରେ ।

Jio 5G  ବିଶେଷତ୍ବ  କ’ଣ ?

ରିଲାଏନ୍ସ ଜିଓ  ଷ୍ଟାଣ୍ଡ ଏଲୋନ୍ ୫ଜି ଘୋଷଣା କରିଛି । ଏହାର ଅର୍ଥ ଜିଓ ଦ୍ୱାରା ୫ଜି ନେଟୱାର୍କ ପାଇଁ ୪ଜି ନେଟୱର୍କ ବ୍ୟବହାର ହେବ ନାହିଁ । ଦେଶରେ ୫ଜି ନେଟୱାର୍କ ପୃଥକ ଭାବରେ ସ୍ଥାପନ କରାଯିବ। ଏହା ବ୍ୟତୀତ ଏହାର ପ୍ରସାରଣ ସ୍ପେକ୍ଟ୍ରମ ମଧ୍ୟ ବହୁତ ଦ୍ରୁତ ହେବ।

ଜିଓ  ୫ଜିର ସ୍ପିଡଡ

କମ୍ପାନୀ ପକ୍ଷରୁ ଏହା ମଧ୍ଯ କୁହାଯାଇଛି ଯେ, ୫ଜି ର ଗତି ୧ ଜିବିପିଏସ୍ ହେବ। ଏହାର ଅର୍ଥ ହେଉଛି, ଆଖି ପିଛୁଳାକେ ଆପଣ ମୋବାଇଲ୍, ଲାପଟପ୍ କିମ୍ବା କମ୍ପ୍ୟୁଟରରେ ବଡ଼ ଫାଇଲ ଚଳଚ୍ଚିତ୍ର, ଭିଡିଓ କିମ୍ବା ଡକ୍ୟୁମେଣ୍ଟ୍ ଡାଉନଲୋଡ୍ କରିବାକୁ ସମର୍ଥ ହେବେ । ୫ଜି ର ଗତି ୪ଜି ଠାରୁ ୧୦୦ ଗୁଣ ଅଧିକ ହେବ।

ତୁମର ପୁରୁଣା ମୋବାଇଲରେ ୫ଜି ଚଳାଇବାକୁ ସମର୍ଥ ହେବ କି?

ନା, ୫ଜି ନେଟୱାର୍କ ଆପଣଙ୍କ ୪ଜି ମୋବାଇଲରେ କାମ କରିବ ନାହିଁ ।  ଏଥିପାଇଁ ୫ଜି ଫୋନ୍ ରହିବା ଆବଶ୍ୟକ ।

୫ଜି କେତେ ପରିବର୍ତ୍ତନ ଆଣିବ?

୫ଜିର ଆଗମନ ସହିତ ଦେଶ ଏବଂ ବିଶ୍ବରେ ଏକ ବଡ ପରିବର୍ତ୍ତନ ଆସିବ। ଶିକ୍ଷା, ମେଡିକାଲ, ପ୍ରଯୁକ୍ତିବିଦ୍ୟା, ଅନୁସନ୍ଧାନର ପ୍ରତ୍ୟେକ କ୍ଷେତ୍ରରେ ଏହାର ଲାଭ ମିଳିବ। ଆପଣ ଉଚ୍ଚ ଗୁଣବତ୍ତା, ଅଲ୍ଟ୍ରା ହାଇ ରିଜୋଲ୍ୟୁସନ୍ ୪କେ ଭିଡିଓ କଲ୍ ଉପରେ କଥାବାର୍ତ୍ତା କରିବାକୁ ସମର୍ଥ ହେବେ।

ଯେଉଁଠାରେ ଡାକ୍ତରଙ୍କ ଅଭାବ ରହିଛି, ସେହି ଗ୍ରାମଗୁଡିକରେ ଟେଲି ମେଡିସିନ୍ ସୁବିଧା ବୃଦ୍ଧି ପାଇବ। ପ୍ରତ୍ୟେକ ବର୍ଗର କର୍ମଚାରୀମାନେ ଘରୁ କାମରେ ସୁବିଧା ପାଇବେ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ସାହାଯ୍ୟରେ, ସ୍ୱୟଂଚାଳିତ ଉପାୟରେ ଅନେକ କାର୍ଯ୍ୟ କରିବା ସମ୍ଭବ ହେବ। ଆଗାମୀ ସମୟରେ ମଧ୍ୟ ଗାଡି ବିନା ଡ୍ରାଇଭର ଚଲାଇପାରିବ।  ଟ୍ରାଫିକ୍ ସଙ୍କେତଗୁଡ଼ିକର ନିୟନ୍ତ୍ରଣ ମଧ୍ୟ ସ୍ୱୟଂଚାଳିତ ହୋଇଯିବ ।

ଅକ୍ଟୋବର ୧୨ ସୁଦ୍ଧା ୫ଜି, ଓଡ଼ିଶା ବାଦ୍
ନୂଆଦିଲ୍ଲୀ: ଦେଶରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ‘୫ଜି’ ସେବା। ‘୫ଜି’ ଆସିବା ପରେ ୪ଜି ତୁଳନାରେ ଇଣ୍ଟରନେଟ୍ ସ୍ପିଡ୍ ୧୦ ଗୁଣ ବୃଦ୍ଧି ପାଇବ। କେନ୍ଦ୍ର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ‘୫ଜି’ ସେବା ଶୁଭାରମ୍ଭକୁ ନେଇ ବଡ ଘୋଷଣା କରିଛନ୍ତି। ଅକ୍ଟୋବର ୧୨ ସୁଦ୍ଧା ଦେଶରେ ‘୫ଜି’ ସେବା ଆରମ୍ଭ ହେବା ନେଇ କେନ୍ଦ୍ରମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏହାପରେ ଆସନ୍ତା ୨-୩ ବର୍ଷ ମଧ୍ୟରେ ସାରା ଦେଶରେ ଏହାର ବିସ୍ତାର କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶର ୧୩ ଟି ସହରରୁ ‘୫ଜି’ ସେବା ମଧ୍ୟ ଆରମ୍ଭ ହୋଇପାରିବ।

ଏହା ପୂର୍ବରୁ ଆଶା କରାଯାଉଥିଲା ଯେ ଚଳିତବର୍ଷ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ଅବସରରେ ସରକାର ‘୫ଜି’ ସେବା ଆରମ୍ଭ କରିବେ। ବର୍ତ୍ତମାନ ଆଶା କରାଯାଉଛି ଯେ ୨୯ ସେପ୍ଟେମ୍ବର ୨୦୨୨ରେ ହେବାକୁ ଥିବା ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି)ର ଉଦ୍‌ଘାଟନ ଅବସରରେ ଭାରତ ସରକାର ଦେଶରେ ‘୫ଜି’ ସେବା ଆରମ୍ଭ କରିବାକୁ ଘୋଷଣା କରିବେ। ଶ୍ରୀ ବୈଷ୍ଣବ କହିଛନ୍ତି ଯେ, କେନ୍ଦ୍ର ସରକାର ‘୫ଜି’ ସେବା ଶୀଘ୍ର ଆରମ୍ଭ କରିବାକୁ ଚାହୁଁଛନ୍ତି। ଟେଲିକମ୍ ଅପରେଟରମାନେ ଏହା ଉପରେ କାର୍ଯ୍ୟ କରୁଛନ୍ତି ଏବଂ ସଂସ୍ଥାପନ କାର୍ଯ୍ୟ କରାଯାଉଛି। ଏହାସହ ଏହି ସେବା ଯେପରି ସୁଲଭ ମୂଲ୍ୟରେ ଲୋକଙ୍କୁ ମିଳିବ ତାହା ମଧ୍ୟ ସୁନିଶ୍ଚିତ କରୁଛୁ। ‘୫ଜି’ ସେବା ବିସ୍ତାର ପାଇଁ ଉଭୟ ସହର ଏବଂ ଗ୍ରାମୀଣ ଅଞ୍ଚଳରେ ଧ୍ୟାନ କେନ୍ଦ୍ରୀତ କରାଯାଉଛି। ଇଲେକ୍ଟ୍ରୋ ମ୍ୟାଗ୍‌ନେଟିକ ରେଡିଏସନ ବା ବିକିରଣ କ୍ଷତି ଉପରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି।

ଆମେରିକା ଏବଂ ୟୁରୋପ ତୁଳନାରେ ଭାରତରେ ‘୫ଜି’ର ବିକିରଣ ପ୍ରଭାବ ୧୦ ଗୁଣା କମ ରହିବ, ଫଳରେ ଏଠାରେ ଏ ନେଇ ବିପଦ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶର ଅହମ୍ମଦାବାଦ ବେଙ୍ଗାଲୁରୁ, ଚଣ୍ଡିଗଡ଼, ଚେନ୍ନାଇ, ଦିଲ୍ଲୀ, ଗାନ୍ଧିନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କଲକାତା, ଲକ୍ଷ୍ନୌ, ମୁମ୍ବଇ ଏବଂ ପୁନେ ସହର ଅନ୍ତର୍ଭୁକ୍ତ। ନିକଟରେ ଅନୁଷ୍ଠିତ ନିଲାମରେ ଜିତିଥିବା ସ୍ପେକ୍ଟ୍ରମ ପାଇଁ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ, ଆଦାନୀ ଡାଟା ନେଟୱାର୍କ ଏବଂ ଭୋଡାଫୋନ୍ ଆଇଡିଆଠାରୁ ଟେଲିକମ୍‌ ବିଭାଗ (ଡଟ୍‌) ପ୍ରାୟ, ୮,୧୭,୮୭୬ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଛି। ଦେଶର ସର୍ବବୃହତ ଟେଲିକମ୍ ସ୍ପେକ୍ଟ୍ରମ୍ ନିଲାମରେ ସରକାରଙ୍କୁ ରେକର୍ଡ ଦେଢ଼ ଲକ୍ଷ କୋଟି ଟଙ୍କାର ବିଡ୍‌ ମିଳିଛି। ଏଥିରେ ରିଲାଏନ୍ସ ଜିଓ ୮୭,୯୪୬.୯୩ କୋଟି ଟଙ୍କାର ଏୟାରୱେଭ୍‌ ହାସଲ କରିଛି, ଯାହାକି ମୋଟ ବିଡ୍‌ର ପ୍ରାୟ ଅଧା ଭାଗ।

ବର୍ଷ ଶେଷ ସୁଦ୍ଧା ଦେଶର ୨୫ ସହରରେ ଉପଲବ୍ଧ ହେବ ୫-ଜି ସେବା; ସୂଚନା ଦେଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ: ଭାରତରେ ଅତ୍ୟାଧୁନିକ ୫ଜି ସେବାକୁ ନେଇ ଉତ୍ସୁକତା ଲାଗି ରହିଥିବା ବେେ ଏହି ସେବା ଖୁବଶୀଘ୍ର ଆରମ୍ଭ ହେବ ବୋଲି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଆସନ୍ତା ଅଗଷ୍ଟ ରୁ ସେପ୍ଟମ୍ବର ମଧ୍ୟରେ ଏହାର ଆରମ୍ଭ କରାଯିବା ସହିତ ଚଳିତ ବର୍ଷ ଶେଷ ସୁଦ୍ଧା ୨୦ ରୁ ୨୫ ସହରରେ ୫ ଜି ସେବା ଉପଲବ୍ଧ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କହିଛନ୍ତି। ଟିଭି-୯ ପକ୍ଷରୁ ଆୟୋଜିତ ‘ ହ୍ବାଟ ଇଣ୍ଡିଆ ଥିଙ୍କସ୍‌ ଟୁଡେ ଗ୍ଳୋବାଲ ସମିଟ୍‌’ରେ ଯୋଗ ଦେଇ ଅଶ୍ୱିନୀ କହିଛନ୍ତି ଯେ, କେନ୍ଦ୍ର ସରକାର ଭାରତରେ ୪ ଜି ଏବଂ ୫ଜି ଉନ୍ନତ ବ୍ୟବସ୍ଥାକୁ ନେଇ ଗୁରୁତ୍ବ ଦେବା ସହିତ ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି।

ଡିଜିଟାଲ ନେଟୱର୍କ କ୍ଷେତ୍ରରେ ସାରା ବିଶ୍ୱରେ ଭାରତର ସ୍ଥାନ ଅଦ୍ବିତୀୟ କରିବା ଲକ୍ଷ୍ୟରେ କାର୍ଯ୍ୟ ଜାରି ରହିଛି। ଏହିକ୍ରମରେ ବର୍ତ୍ତମାନ ୫ଜି ସ୍ପେକ୍ଟ୍ରମ ନିଲାମ ଲାଗି ମଞ୍ଜୁରି ଦିଆଯାଇସାରିଛି। କେବଳ ସେତିକି ନୁହେଁ , ୪ ଜି ଏବଂ ୫ ଜି ସେବାକୁ ଆଧାର କରି ଉନ୍ନତ ସରଞ୍ଜାମ ଉତ୍ପାଦନ ପାଇଁ ମଧ୍ୟ ଗୁରୁତ୍ବ ଦିଆଯାଇ କାର୍ଯ୍ୟ ଜାରି ରହିଛି। ଦେଶରେ ୫ଜି ସେବା ଉପଲବ୍ଧ ହେଲେ ଅନେକ କ୍ଷେତ୍ରରେ ଉପଭୋକ୍ତାଙ୍କୁ ସୁବିଧା ମିଳିପାରିବ ବୋଲି ସେ କହିଛନ୍ତି। ବର୍ତ୍ତମାନ କୌଣସି ଅଜଣା ମୋବାଇଲ କଲକୁ ନେଇ ଅନେକ ସମସ୍ୟା ରହିଛି। କିନ୍ତୁ ୫ଜି ସେବାରେ କଲ କରୁଥିବା ବ୍ୟକ୍ତିର ସମ୍ପୂର୍ଣ୍ଣ ‘କେୱାଇସି’ ଜଣାପଡ଼ିଯିବ। ଏହାବ୍ୟତୀତ ବିଭିନ୍ନ କ୍ଷେତ୍ରରେ ଗ୍ରାହକମାନଙ୍କୁ କାରବାର କ୍ଷେତ୍ରରେ ନୂତନତ୍ବ ମିଳିବ।

ଆଗାମୀ ଦିପାବଳୀ ସୁଦ୍ଧା ସରକାର ଲୋକଙ୍କୁ ୫ଜି ସେବା ଉପହାର ଦେଇପାରନ୍ତି ବୋଲି ସେ କହିଛନ୍ତି। ଆଗାମୀ ଜୁଲାଇରୁ ୫ଜି ସ୍ପେକଟ୍ରମ୍‌ ନିଲାମ ହେବାକୁ ଯାଉଥିଲା ବେଳେ ଏଥିରେ ୭୨ ଜିଗା ହର୍ଜରୁ ଅଧିକ ସ୍ପେକଟ୍ରମ ୨୦ ବର୍ଷର ବୈଧତା ସହ ନିଲାମ କରାଯିବ। ନିମ୍ନ ,ମଧ୍ୟମ ଏବଂ ହାଇଫ୍ରିକ୍ୱେନ୍ସି ବ୍ୟାଣ୍ଡରେ ସ୍ପେକଟ୍ରମ ନିଲାମ କରାଯିବ। ଏହାଦ୍ବାରା ଦେଶରେ ଇଣ୍ଟରନେଟ୍‌ ବ୍ୟବସ୍ଥା ୪ଜି ତୁଳନାରେ ୧୦ ଗୁଣ ଅଧିକ ଗତିଶୀଳ ହୋଇପାରିବ। ଯାହାକି ବୈଷୟିକ ଏବଂ ବ୍ୟାବସାୟିକ କ୍ଷେତ୍ର ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବ। ତେବେ ୫ଜି ସେବା ମୂଲ୍ୟକୁ ନେଇ ସେ କହିଛନ୍ତି ଯେ, ସାରା ବିଶ୍ବରେ ଏବେ ମଧ୍ୟ ଭାରତରେ ଡାଟା ପ୍ୟାକେଜ ମୂଲ୍ୟ ସବୁଠୁ କମ୍‌ ରହିଛି। ବିଶ୍ୱସ୍ତରରେ ହାରାହାରି ଡାଟା ପ୍ୟାକେଜ୍‌ ମୂଲ୍ୟ ୨୫ ଆମେରିକୀୟ ଡଲାର ରହିଥିବା ବେଳେ ଭାରତରେ ଏହି ମୂଲ୍ୟ ମାତ୍ର ୨ ଡଲାର ରହିଛି। ଏହିକ୍ରମରେ ୫ଜି ମୂଲ୍ୟସୂଚୀ ନିର୍ଦ୍ଧାରଣ କରାଯିବ ବୋଲି ଅଶ୍ୱିନୀ କହିଛନ୍ତି। ଦିଲ୍ଲୀ, ଗୁରୁଗ୍ରାମ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଚେନ୍ନାଇ, ହାଇଦରାବଦ, ଜାମନଗର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଓ ପୁଣେ ଆଦି ସହରରେ ପ୍ରଥମେ ଏହି ସେବା ଉପଲବ୍ଧ କରାଯିବ ବୋଲି କୁହାଯାଇଛି।

୫ ଜି ନେଟୱର୍କ ବିରୋଧରେ କୋର୍ଟରେ ମାମଲା ଦାଖଲ କଲେ ଅଭିନେତ୍ରୀ ଜୁହି ଚାୱଲା
୫ ଜି ନେଟୱର୍କ ଲଞ୍ଚ ହେବା ପୂର୍ବରୁ ଦେଶରେ ଦେଖା ଦେଇଛି ବିବାଦ । ଦେଶରେ ୫ଜି ନେଟୱର୍କ ପ୍ରତିଷ୍ଠା ବିରୋଧରେ ଅଭିନେତ୍ରୀ ତଥା ପରିବେଶବିତ୍ ଜୁହି ଚାୱଲା ସୋମବାର ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ଏହି ଅତ୍ୟାଧୁନିକ ୫ଜି ନେଟୱର୍କ ଦ୍ୱାରା ନିର୍ଗତ ହେବାକୁ ଥିବା ବିକିରଣ ଅତ୍ୟନ୍ତ ମାରାତ୍ମକ ଓ ଘାତକ ବୋଲି ସେ କହିଛନ୍ତି। ସେ ତାଙ୍କ ଅଭିଯୋଗ ଫର୍ଦ୍ଦରେ ଲେଖିଛନ୍ତି କି, ୫ ଜି ନେଟୱାର୍କ ମାନବ ଶରୀରର ଇକୋ ସିଷ୍ଟମ ଉପରେ ଗମ୍ଭୀର ପ୍ରଭାବ ପକାଇବ , ଯାହାର କୌଣସି ଚିକିତ୍ସା ଉଦ୍ଭାବନ ହୋଇ ନଥିବା କଥା ସେ କହିଛନ୍ତି ।

ଜୁହି ଚାୱଲା କହିଛନ୍ତି କି ଯଦି ୫ଜି ଯୋଜନା ସଫଳ ହୁଏ, ତେବେ କୌଣସି ବ୍ୟକ୍ତି, ପଶୁ, ପକ୍ଷୀ, କୀଟପତଙ୍ଗ ଏବଂ ଉଦ୍ଭିଦ ଉପରେ ଏହାର କୁ ପ୍ରଭାବ ପଡ଼ିବ। ଆରଏଫ୍ ବିକିରଣ ଠାରୁ ୫ଜି ପ୍ରଭାବ 10x ରୁ 100x ଗୁଣ ଅଧିକ। ଆବେଦନରେ ଜୁହି କହିଛନ୍ତି, ଭାରତରେ ୫ଜି ଟେକ୍ନୋଲୋଜି ଦ୍ୱାରା ୨୪ ଘଣ୍ଟା ଓ ୩୬୫ ଦିନ ଲୋକମାନେ ପ୍ରଭାବିତ ହେବେ। ଏହା ନେଟୱର୍କ କ୍ଷମତାକୁ ବୃଦ୍ଧି କରିବ ହେଲେ ଏଥିରୁ ନିର୍ଗତ ବିକିରଣ ମାନବଜାତି ଠାରୁ ଆରମ୍ଭ କରି ପଶୁପକ୍ଷୀ ଓ ଉଦ୍ଭିଦଙ୍କ ଉପରେ କୁ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି କି ୫ ଜି ନେଟୱର୍କରୁ ଉତ୍ପନ ହେଉଥିବା ବିକିରଣ ପୃଥିବୀର ଇକୋ ସିଷ୍ଟମକୁ ବିଗାଡି ଦେବ । ଯାହାକୁ କି ଦ୍ୱିତୀୟ ଥର ପାଇଁ ସୁଧୁରା ଯାଇ ପାରିବ ନାହିଁ ।

ଜୁହିଙ୍କର ଏହି ଯାଚିକା ପ୍ରଥମେ ଜଷ୍ଟିସ୍ ସି.ହରିଶଂକରଙ୍କ ନିକଟରେ ପହଂଚିବା ପରେ ସେ ଏହାକୁ ଅନ୍ୟ ଏକ ବେଂଚକୁ ସ୍ଥାନାନ୍ତର କରିଛନ୍ତି । ଯେଉଁଠି କି ଏହି ମାମଲାର ଶୁଣାଣି ଜୁନ୍ ୨ ତାରିଖରେ ହେବ ବୋଲି କୁହାଯାଇଛି ।