Migraine - The Sakala

ଆପଣ କ’ଣ ଅତ୍ୟଧିକ ପରଫ୍ୟୁମ ବ୍ୟବହାର କରୁଛନ୍ତି କି? ସାବଧାନ, ଏହା ସ୍ୱାସ୍ଥ୍ୟ ପାଇଁ ହୋଇପାରେ ଘାତକ
ଆଜିକାଲିର ଜୀବନଶୈଳୀରେ ପରଫ୍ୟୁମ ବା ସୁଗନ୍ଧିତ ଦ୍ରବ୍ୟର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି। ନିଜକୁ ସତେଜ ରଖିବା ଏବଂ ଅନ୍ୟମାନଙ୍କ ଆଗରେ ଆକର୍ଷଣୀୟ ଦେଖାଯିବା ପାଇଁ ଲୋକମାନେ ଦାମୀ ପରଫ୍ୟୁମ ବ୍ୟବହାର କରନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଆବଶ୍ୟକତାଠାରୁ ଅଧିକ ପରଫ୍ୟୁମ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିପାରେ? ବିଶେଷଜ୍ଞଙ୍କ ମତରେ, ଅତ୍ୟଧିକ ସୁଗନ୍ଧିତ ଦ୍ରବ୍ୟର ବ୍ୟବହାର କେବଳ ତ୍ୱଚା ନୁହେଁ ବରଂ ଶ୍ୱାସକ୍ରିୟା ଏବଂ ହରମୋନ୍ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ।

ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ୍ ସମସ୍ୟା

ଯଦି ଆପଣ ନିୟମିତ ଭାବରେ କଡ଼ା ବାସ୍ନା ଥିବା ପରଫ୍ୟୁମ ବ୍ୟବହାର କରୁଛନ୍ତି, ତେବେ ଏହା ମାଇଗ୍ରେନ୍ ବା ଅଧକପାଳି ମୁଣ୍ଡବିନ୍ଧାର କାରଣ ହୋଇପାରେ। ପରଫ୍ୟୁମରେ ଥିବା ତୀବ୍ର ରାସାୟନିକ ଗନ୍ଧ ସ୍ନାୟୁକୁ ଉତ୍ତେଜିତ କରିଥାଏ, ଯାହା ଫଳରେ ମୁଣ୍ଡ ଭାରି ଲାଗିବା ସହ ବାନ୍ତି ଲାଗିବା ଭଳି ଲକ୍ଷଣ ଦେଖାଦେଇପାରେ।

ଶ୍ୱାସକ୍ରିୟାରେ ଅସୁବିଧା

ଅତ୍ୟଧିକ ପରଫ୍ୟୁମ ବ୍ୟବହାର କରିବା ଦ୍ୱାରା ଶ୍ୱାସଜନିତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଥାଏ। ବିଶେଷକରି ଯେଉଁମାନଙ୍କର ଆଜମା (Asthma) ବା ସାଇନସ୍ ସମସ୍ୟା ରହିଛି, ସେମାନଙ୍କ ପାଇଁ ଏହା ଅଧିକ ବିପଜ୍ଜନକ ହୋଇପାରେ। ପରଫ୍ୟୁମରେ ଥିବା ସିନ୍ଥେଟିକ୍ ଉପାଦାନ ଫୁସଫୁସକୁ କ୍ଷତି ପହଞ୍ଚାଇପାରେ ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇପାରେ।

ତ୍ୱଚା ପାଇଁ କ୍ଷତିକାରକ

ଅନେକ ପରଫ୍ୟୁମରେ ଆଲକୋହଲ୍ ଏବଂ ଅନ୍ୟାନ୍ୟ କ୍ଷତିକାରକ ରାସାୟନିକ ପଦାର୍ଥ ରହିଥାଏ। ଏହାକୁ ସିଧାସଳଖ ତ୍ୱଚାରେ ଲଗାଇବା ଦ୍ୱାରା ଚର୍ମରେ ଜଳାପୋଡ଼ା, ଲାଲ ପଡ଼ିବା କିମ୍ବା କୁଣ୍ଡାଇ ହେବା ଭଳି ଆଲର୍ଜି ଦେଖାଦେଇପାରେ। ଯେଉଁମାନଙ୍କର ତ୍ୱଚା ସମ୍ବେଦନଶୀଳ (Sensitive Skin), ସେମାନେ ପରଫ୍ୟୁମ ବ୍ୟବହାର କରିବା ପୂର୍ବରୁ ସତର୍କ ରହିବା ଉଚିତ୍।

ହରମୋନ୍ ସନ୍ତୁଳନ ବିଗାଡ଼ିପାରେ

ଗବେଷଣାରୁ ଜଣାପଡ଼ିଛି ଯେ, କିଛି ଶସ୍ତା ଏବଂ କଡ଼ା ପରଫ୍ୟୁମରେ 'ଥାଲେଟ୍ସ' (Phthalates) ନାମକ ଏକ ରାସାୟନିକ ପଦାର୍ଥ ଥାଏ। ଏହା ଶରୀରର ହରମୋନ୍ ସନ୍ତୁଳନକୁ ବିଗାଡ଼ିପାରେ, ଯାହା ଭବିଷ୍ୟତରେ ପ୍ରଜନନ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବାର ସମ୍ଭାବନା ଥାଏ। ତେଣୁ ପରଫ୍ୟୁମ କିଣିବା ସମୟରେ ଏହାର ଗୁଣବତ୍ତା ଯାଞ୍ଚ କରିବା ନିହାତି ଜରୁରୀ।

କିପରି କରିବେ ସଠିକ୍ ବ୍ୟବହାର?

ପରଫ୍ୟୁମକୁ ସିଧାସଳଖ ଶରୀରରେ ନ ଲଗାଇ କପଡ଼ା ଉପରେ ଲଗାଇବାକୁ ଚେଷ୍ଟା କରନ୍ତୁ। ଯଦି ଶରୀରରେ ଲଗାଉଛନ୍ତି, ତେବେ କେବଳ 'ପଲସ୍ ପଏଣ୍ଟ' ଯଥା- ବେକ, କଚଟି ଏବଂ କାନ ପଛରେ ଅଳ୍ପ ମାତ୍ରାରେ ଲଗାନ୍ତୁ। ପ୍ରାକୃତିକ ଉପାଦାନରେ ତିଆରି ହୋଇଥିବା ପରଫ୍ୟୁମ ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ଅଧିକ ନିରାପଦ।

ମହିଳାମାନେ ସାବଧାନ! ମାଇଗ୍ରେନ୍ କେବଳ ମୁଣ୍ଡବିନ୍ଧା ନୁହେଁ, ବଢ଼ାଇପାରେ ହାଇ ବ୍ଲଡ୍‌ ପ୍ରେସର ବିପଦ
ମାଇଗ୍ରେନ୍‌କୁ ଅନେକ ସମୟରେ ଲୋକେ କେବଳ ତୀବ୍ର ମୁଣ୍ଡବିନ୍ଧା ଭାବି ଅଣଦେଖା କରିଦିଅନ୍ତି, କିନ୍ତୁ ଏହା ମହିଳାମାନଙ୍କ କ୍ଷେତ୍ରରେ ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ୍ ପ୍ରେସରର (High BP) ଆଶଙ୍କାକୁ ବଢାଇପାରେ। ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ମାଇଗ୍ରେନ୍ ଏବଂ ଉଚ୍ଚ ରକ୍ତଚାପ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଯଦି ସମୟ ଥାଉ ଥାଉ ଏହାର ଉପଚାର କରା ନ ଯାଏ, ତେବେ ଏହା ହୃଦରୋଗର କାରଣ ମଧ୍ୟ ସାଜିପାରେ।

ମହିଳାମାନଙ୍କ ପାଇଁ କାହିଁକି ରହିଛି ବିପଦ?

ମହିଳାଙ୍କ କ୍ଷେତ୍ରରେ ମାଇଗ୍ରେନ୍ ଏବଂ ଉଚ୍ଚ ରକ୍ତଚାପ ମଧ୍ୟରେ ସିଧାସଳଖ ସମ୍ପର୍କ ହରମୋନ୍ ପରିବର୍ତ୍ତନ ସହ ଜଡିତ ରହିଛି। ଋତୁସ୍ରାବ, ଗର୍ଭାବସ୍ଥା ଏବଂ ମେନୋପୋଜ୍ ସମୟରେ ଶରୀରରେ ଇଷ୍ଟ୍ରୋଜେନ୍ ହରମୋନ୍ର ଉତ୍ଥାନ-ପତନ ଘଟିଥାଏ, ଯାହା ମାଇଗ୍ରେନ୍‌ର କାରଣ ସାଜେ। ମାଇଗ୍ରେନ୍ ଆଟାକ୍ ସମୟରେ ରକ୍ତନଳୀ ସଙ୍କୁଚିତ ଓ ପ୍ରସାରିତ ହୁଏ, ଫଳରେ ରକ୍ତଚାପ ହଠାତ୍ ବଢିଯାଏ। ବାରମ୍ବାର ମାଇଗ୍ରେନ୍ ଆଟାକ୍ ହେବା ଦ୍ୱାରା ଶରୀରରେ ଷ୍ଟ୍ରେସ୍ ହରମୋନ୍ ବଢିଯାଏ, ଯାହା ବିପିକୁ ଅସନ୍ତୁଳିତ କରିଥାଏ।

କାହା ପ୍ରତି ରହିଛି ଅଧିକ ଆଶଙ୍କା?

ଯେଉଁ ମହିଳାମାନେ ଦୀର୍ଘ ଦିନ ଧରି ମାଇଗ୍ରେନ୍ ସମସ୍ୟାରେ ପୀଡିତ ଅଛନ୍ତି, ସେମାନଙ୍କ ଠାରେ ହାଇ ବିପିର ଆଶଙ୍କା ଅଧିକ ଥାଏ। ଏହା ବ୍ୟତୀତ ମୋଟାପଣ, ମାନସିକ ଚାପ, ଅନିୟମିତ ନିଦ୍ରା, ଧୂମପାନ ଏବଂ ଅତ୍ୟଧିକ କଫି ସେବନ କରୁଥିବା ମହିଳାଙ୍କ କ୍ଷେତ୍ରରେ ଏହି ବିପଦ ଅଧିକ ଦେଖାଯାଏ। ବିଶେଷ କରି ମେନୋପୋଜ୍ ବୟସରେ ପହଞ୍ଚୁଥିବା ମହିଳା ଏବଂ ଯେଉଁମାନଙ୍କର ପରିବାରରେ ହୃଦରୋଗର ଇତିହାସ ରହିଛି, ସେମାନେ ଅଧିକ ସତର୍କ ରହିବା ଉଚିତ୍।

ସୁରକ୍ଷା ପାଇଁ କ’ଣ କରିବେ?

ମାଇଗ୍ରେନ୍ ଏବଂ ଉଚ୍ଚ ରକ୍ତଚାପରୁ ବର୍ତ୍ତିବା ପାଇଁ ଏକ ସୁସ୍ଥ ଜୀବନଶୈଳୀ ଆପଣାଇବା ନିହାତି ଆବଶ୍ୟକ।

* ଦିନକୁ ଅତିକମରେ ୭ରୁ ୮ ଘଣ୍ଟା ଶୋଇବା ସହ ଚାପମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ।

* ଖାଦ୍ୟରେ ଲୁଣ ଏବଂ କଫିର ମାତ୍ରା ସୀମିତ ରଖନ୍ତୁ।

* ନିୟମିତ ଯୋଗ, ପ୍ରାତଃ ଭ୍ରମଣ ଏବଂ ହାଲୁକା ବ୍ୟାୟାମ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ।

* ମାଇଗ୍ରେନ୍ ସୃଷ୍ଟି କରୁଥିବା ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ଏବଂ ପ୍ରଚୁର ପାଣି ପିଅନ୍ତୁ।

* ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ସେବନ କରନ୍ତୁ ନାହିଁ ଏବଂ ସମୟ ସମୟରେ ବିପି ଯାଞ୍ଚ କରନ୍ତୁ।