Devajit Saikia - The Sakala

ରୋହିତଙ୍କୁ ନେଇ ବିବାଦ ପରେ ବଦଳିବେ ମୁଖ୍ୟ ଚୟନକର୍ତ୍ତା: ଆଗରକର ଆଉଟ୍‌, ଲକ୍ଷ୍ମଣଙ୍କୁ ମିଳିପାରେ ଦାୟିତ୍ୱ
ବିସିସିଆଇ ବରିଷ୍ଠ ପୁରୁଷ ମନୋନୟନ (ଚୟନ) କମିଟିର ଅଧ୍ୟକ୍ଷ ଅଜିତ ଆଗରକରଙ୍କ କାର୍ଯ୍ୟକାଳ ଖୁବ୍‌ ଶୀଘ୍ର ଶେଷ ହେବାକୁ ଯାଉଛି। ତାଙ୍କ ସ୍ଥାନରେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ତଥା ବର୍ତ୍ତମାନର ବିସିସିଆଇ ସେଣ୍ଟର ଅଫ୍‌ ଏକ୍ସେଲେନ୍‌ସର ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି। ଗତ ଜୁନ୍ ମାସରେ ଆଗରକରଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ବିସିସିଆଇ ଏହାକୁ ୩ ମାସ ପାଇଁ ବୃଦ୍ଧି କରିଥିଲା, ଯାହା ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ଶେଷ ହେବାକୁ ଯାଉଛି। ପୂର୍ବରୁ ୨୦୨୭ ଦିନିକିଆ ବିଶ୍ବକପ୍ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ବଢ଼ିବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ସାମ୍ପ୍ରତିକ ଘଟଣାକ୍ରମ ପରେ ଏହା ସମ୍ଭବ ନୁହେଁ ବୋଲି ସୂଚନା ମିଳିଛି।

ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଡ୍ରାମା

ଜାତୀୟ ଦଳର ଅଧିନାୟକ ତଥା ବରିଷ୍ଠ ଓପନର୍ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଗତ ତିନି ମାସ ଧରି ଦେଖାଦେଇଥିବା ବିବାଦ ଏହି ପରିବର୍ତ୍ତନର ମୁଖ୍ୟ କାରଣ ବୋଲି କୁହାଯାଉଛି। ଇଂଲଣ୍ଡ ବିପକ୍ଷ ଘରୋଇ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ରୋହିତଙ୍କ ଶେଷ ଆନ୍ତର୍ଜାତିକ ସିରିଜ୍ ହେବ ବୋଲି ଅଜିତ ଆଗରକରଙ୍କ ନେତୃତ୍ୱାଧୀନ କମିଟି ଏବଂ ଗୌତମ ଗମ୍ଭୀରଙ୍କ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଥିଲେ। ଏହି କଥା ଖୋଦ୍ ରୋହିତଙ୍କୁ ମଧ୍ୟ ଜଣାଇ ଦିଆଯାଇଥିଲା। ତେବେ ଲର୍ଡସ୍ ଠାରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ରୋହିତଙ୍କ ଦମଦାର ଶତକ ପରେ ଘଟଣା ନାଟକୀୟ ମୋଡ଼ ନେଇଥିଲା।

ବିସିସିଆଇ ଓ ମନୋନୟନ କମିଟି ମଧ୍ୟରେ ସ୍ପଷ୍ଟ ଫାଟ

ଲର୍ଡସ୍ ଦିନିକିଆ ପରେ ମନୋନୟନ କମିଟି ସହ କୌଣସି ଆଲୋଚନା ନକରି ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ଗଣମାଧ୍ୟମରେ ବୟାନ ଦେଇଥିଲେ ଯେ, ରୋହିତ ଯେପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଥିବେ, ସେ ଦଳରେ ରହିବେ ଏବଂ ଏହା ତାଙ୍କର ଅନ୍ତିମ ମ୍ୟାଚ୍ ନୁହେଁ। ସାଇକିଆଙ୍କ ଏହି ମନ୍ତବ୍ୟ ପରେ ମନୋନୟନ କମିଟି ଏବଂ ଦଳ ପରିଚାଳନା କମିଟି ନିଜକୁ ପ୍ରତାରିତ ଅନୁଭବ କରିଥିଲେ। ଚୟନକର୍ତ୍ତାଙ୍କ ମତରେ ୨୦୨୭ ଦିନିକିଆ ବିଶ୍ୱକପ୍ ଯୋଜନାରେ ରୋହିତ ସାମିଲ ନଥିଲେ ଏବଂ ତାଙ୍କୁ ଦଳରେ ରଖିଲେ ଭାରତକୁ ବିଶ୍ୱକପ୍ ଜିତିବା ପାଇଁ ସଂଘର୍ଷ କରିବାକୁ ପଡ଼ିପାରେ। ସାମାଜିକ ଗଣମାଧ୍ୟମର ଚାପରେ ଆସି ବୋର୍ଡ ନିଜର ଆଭିମୁଖ୍ୟ ବଦଳାଇଥିବା ଚୟନ କମିଟି ବିଚାର କରୁଛି।

ଏହି ଘଟଣା ପରେ ବିସିସିଆଇ ଏବଂ ମନୋନୟନ କମିଟି ମଧ୍ୟରେ ଫାଟ ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି। ଏହାର ପରିଣାମ ସ୍ୱରୂପ ବିସିସିଆଇ ଆଗରକରଙ୍କୁ ବିଦା କରିବାକୁ ମନସ୍ଥ କରିସାରିଛି ଏବଂ ଆସନ୍ତା ସେପ୍ଟେମ୍ବର ମାସରେ ଭିଭିଏସ୍ ଲକ୍ଷ୍ମଣ ନୂତନ ମନୋନୟନ କମିଟିର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ଏକପ୍ରକାର ନିଶ୍ଚିତ ହୋଇଛି।

ବୈଭବ ସୂର୍ଯ୍ୟବଂଶୀଙ୍କ ଦାମ୍ବୁଲା ବିବାଦ: ମୁଣ୍ଡ ପୂରାଇବ ନାହିଁ ବିସିସିଆଇ, କହିଲା ଏଥିରେ ଆମର କୌଣସି ଭୂମିକା ନାହିଁ
ଭାରତ 'ଏ' (India A) ଏବଂ ଶ୍ରୀଲଙ୍କା 'ଏ' (Sri Lanka A) ମଧ୍ୟରେ ଖେଳାଯାଇଥିବା ଦାମ୍ବୁଲା ମ୍ୟାଚ୍‌ ପରେ ଯୁବ କ୍ରିକେଟର୍ ବୈଭବ ସୂର୍ଯ୍ୟବଂଶୀ ଙ୍କ ବିବାଦକୁ ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଏହି ଘଟଣାରେ ବୋର୍ଡ କୌଣସି ପ୍ରକାରେ ହସ୍ତକ୍ଷେପ କରିବ ନାହିଁ ବୋଲି ସିଧାସଳଖ ମନା କରିଦେଇଛି। ବିସିସିଆଇ ସମ୍ପାଦକ ଦେବଜିତ୍ ସଇକିଆ କହିଛନ୍ତି ଯେ ପଡ଼ିଆ ଭିତରେ ଘଟୁଥିବା ବିବାଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ମ୍ୟାଚ୍ ରେଫରୀଙ୍କ ଦାୟିତ୍ୱ ଏବଂ ଏଥିରେ ବୋର୍ଡର କୌଣସି ଭୂମିକା ନାହିଁ।

ପଡ଼ିଆ ଭିତରେ କ'ଣ ଘଟିଥିଲା?

ସୋମବାର ଦିନ ଦାମ୍ବୁଲା ଠାରେ ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚ୍‌ ସୁପର ଓଭର୍‌ରେ ଶେଷ ହୋଇଥିଲା, ଯେଉଁଥିରେ ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ମ୍ୟାଚ୍ ପରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବଂ ଶ୍ରୀଲଙ୍କା ଖେଳାଳି ବିଶେନ୍ ହାଲାମ୍ବାଗେ ଙ୍କ ମଧ୍ୟରେ ଏକ ବଡ଼ ଧରଣର ଯୁକ୍ତିତର୍କ ଓ ଠେଲାପେଲା ଦେଖିବାକୁ ମିଳିଥିଲା। ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କାର ଉକ୍ତ ଖେଳାଳି ବୈଭବଙ୍କୁ ବାରମ୍ବାର ଉସକାଇଥିଲେ ଏବଂ "ଏହା ଆଇପିଏଲ୍ ନୁହେଁ" ବୋଲି କହି କଟାକ୍ଷ କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ଉଭୟ ଖେଳାଳି ହାତାହାତି ହୋଇଥିଲେ ଏବଂ ଶ୍ରୀଲଙ୍କାର ୱିକେଟ୍ କିପର୍ ନିରୋଶନ ଡିକୱେଲା ଆସି ଉଭୟଙ୍କୁ ଅଲଗା କରିଥିଲେ।

ବିସିସିଆଇର ଆଭିମୁଖ୍ୟ ଓ ନିଷ୍ପତ୍ତି

ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଚର୍ଚ୍ଚା ହେବା ପରେ ବିସିସିଆଇ ହସ୍ତକ୍ଷେପ କରିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। କିନ୍ତୁ ଦେବଜିତ୍ ସଇକିଆ ଏହାକୁ ଖଣ୍ଡନ କରି କହିଛନ୍ତି, "ବିସିସିଆଇ ମ୍ୟାଚ୍ ରେଫରୀଙ୍କ କ୍ଷେତ୍ରରେ ମୁଣ୍ଡ ପୂରାଇବ ନାହିଁ। ପଡ଼ିଆ ଭିତରେ କୌଣସି ଅଘଟଣ ଘଟିଲେ ତାହାର ଦାୟିତ୍ୱ କେବଳ ଅମ୍ପାୟାର ଏବଂ ମ୍ୟାଚ୍ ରେଫରୀଙ୍କ ଉପରେ ନ୍ୟସ୍ତ ଥାଏ। ଆମ ନିୟମ ଏବଂ ଆଇସିସି ରେଗୁଲେସନ୍ ଅନୁଯାୟୀ ଏଭଳି ପ୍ରସଙ୍ଗରେ ବୋର୍ଡର କୌଣସି ଭୂମିକା ନାହିଁ।" ସେ ଆହୁରି ମଧ୍ୟ ଖେଳାଳିମାନଙ୍କୁ କେବଳ ଟୁର୍ଣ୍ଣାମେଣ୍ଟ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି।

ଶ୍ରୀଲଙ୍କା ଖେଳାଳିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ କୋଚ୍‌ଙ୍କ ବୟାନ

ଅନ୍ୟପଟେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏବଂ ମ୍ୟାଚ୍ ରେଫରୀ ପ୍ରଦୀପ ଜୟପ୍ରକାଶ ତ୍ୱରିତ ପଦକ୍ଷେପ ନେଇ ବିଶେନ୍ ହାଲାମ୍ବାଗେ ଏବଂ ନିରୋଶନ ଡିକୱେଲାଙ୍କ ଉପରେ ଜୋରିମାନା ଲଗାଇଛନ୍ତି। ବୈଭବଙ୍କ ସମେତ ଅଧିନାୟକ ତିଲକ ବର୍ମା ଙ୍କ ଉପରେ ଯଥାକ୍ରମେ ମ୍ୟାଚ୍ ଫି'ର ୫୦ ପ୍ରତିଶତ ଏବଂ ୩୦ ପ୍ରତିଶତ ଜୋରିମାନା ଲଗାଇବା ପାଇଁ ସୁପାରିଶ କରାଯାଇଛି। ଭାରତୀୟ ସ୍ପିନ୍ ବୋଲିଂ କୋଚ୍ ସାଇରାଜ ବାହୁତୁଲେ ବୈଭବଙ୍କୁ ସମର୍ଥନ କରି କହିଛନ୍ତି ଯେ ସେ ଜଣେ ଶାନ୍ତ ସ୍ୱଭାବର ପିଲା ଏବଂ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଉସକାଯାଇଥିଲା। ସେ ଶ୍ରୀଲଙ୍କା ଖେଳାଳିମାନଙ୍କୁ ମଧ୍ୟ ପଡ଼ିଆରେ ସଠିକ୍ ବ୍ୟବହାର ଶିଖିବା ଉଚିତ୍ ବୋଲି କଡ଼ା ଚେତାବନୀ ଦେଇଛନ୍ତି।

U-19 ବିଶ୍ବ ଚାମ୍ପିୟନ ଭାରତୀୟ ଦଳ ପାଇଁ ୭.୫କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ
ନୂଆଦିଲ୍ଲୀ: ଜିମ୍ବାୱେର ହାରାରେ ଠାରେ ଅନୁଷ୍ଠିତ U-19 ବିଶ୍ୱକପ ୨୦୨୬ ଫାଇନାଲରେ ଇଂଲଣ୍ଡକୁ ହରାଇ ଭାରତୀୟ ଯୁବ ଦଳ ଇତିହାସ ରଚିଛି। ଏହି ଐତିହାସିକ ବିଜୟ ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଦଳ ପାଇଁ ଏକ ବଡ଼ ପୁରସ୍କାର ରାଶି ଘୋଷଣା କରିଛି। ଷଷ୍ଠ ଥର ପାଇଁ ବିଶ୍ୱକପ ଟ୍ରଫି ଜିତିଥିବା ଏହି ଦଳକୁ ବିସିସିଆଇ ପକ୍ଷରୁ ୭.୫ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ।

ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ଭାରତୀୟ ଦଳର ଏହି ସଫଳତାରେ ଗର୍ବ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ପୁରା ଦେଶ ଏବଂ ବିସିସିଆଇ ଆମର ଅଣ୍ଡର-୧୯ ଦଳର ପ୍ରଦର୍ଶନକୁ ନେଇ ଗର୍ବିତ। ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରିବା ଦଳର ଦକ୍ଷତାକୁ ପ୍ରମାଣିତ କରୁଛି। ଏହି ଅବସରରେ ଦଳକୁ ଉତ୍ସାହିତ କରିବା ପାଇଁ ବୋର୍ଡ ପକ୍ଷରୁ ୭.୫ କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦଳର ଏହି ଚମତ୍କାର ପ୍ରଦର୍ଶନ ପାଇଁ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଫାଇନାଲ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୧୧ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮୦ ବଲରେ ବିସ୍ଫୋରକ ୧୭୫ ରନ ସଂଗ୍ରହ କରିଥିଲେ, ଯେଉଁଥିରେ ୧୫ଟି ଚୌକା ଏବଂ ୧୫ଟି ଛକା ସାମିଲ ଥିଲା। ଅଧିନାୟକ ଆୟୁଷ ମ୍ହାତ୍ରେ ୫୩ ରନ ଏବଂ ଅଭିଜ୍ଞାନ କୁଣ୍ଡୁ ୪୦ ରନର ଯୋଗଦାନ ଦେଇଥିଲେ। ଜବାବରେ ଇଂଲଣ୍ଡ ଦଳ ୩୧୨ ରନ କରିବାକୁ ସକ୍ଷମ ହୋଇଥିଲା ଏବଂ ଭାରତ ୧୦୦ ରନରେ ବିଜୟୀ ହୋଇଥିଲା।

ଏହି ବିଜୟ ସହ ଭାରତ ଷଷ୍ଠ ଥର ପାଇଁ ଅଣ୍ଡର-୧୯ ବିଶ୍ୱକପ ଚାମ୍ପିଅନ ହୋଇଛି। ଏହା ପୂର୍ବରୁ ଭାରତ ୨୦୦୦, ୨୦୦୮, ୨୦୧୨, ୨୦୧୮ ଏବଂ ୨୦୨୨ ମସିହାରେ ଟ୍ରଫି ଜିତିଥିଲା। ଅନ୍ୟପକ୍ଷରେ, ୧୯୯୮ ପରଠାରୁ ଦ୍ୱିତୀୟ ଟାଇଟଲ ଜିତିବାକୁ ଲକ୍ଷ୍ୟ ରଖିଥିବା ଇଂଲଣ୍ଡକୁ ନିରାଶ ହେବାକୁ ପଡ଼ିଛି।