ICC Men’s T20 World Cup 2026 - The Sakala

ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ
ମୁମ୍ଵାଇ: ଆଜି T-20 ବିଶ୍ୱକପର ଦ୍ୱିତୀୟ ସେମି ପାଇନାଲ ମ୍ୟାଚ୍ । ଭାରତ-ଇଂଲଣ୍ଡ ମଧ୍ୟରେ ହେବ ମହା ମୁକାବିଲା । ମୁମ୍ଵାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଦୁଇ ପୂର୍ବତନ ଚାମ୍ପିୟନ ଭାରତ ଓ ଇଂଲଣ୍ଡ। ଉଭୟ ଦଳରେ ଅଭିଜ୍ଞ ଖେଳାଳି ଥିବାରୁ ହୋଇପାରେ କଡା ଟକ୍କର । T-20 ବିଶ୍ଵକପ୍ ଇତିହାସରେ ଷଷ୍ଠ ଥର ସେମିଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ତେବେ ଆଜିର ମ୍ୟାଚର ଓପନର୍ ଯୋଡ଼ି କିଏ ହେବ, ତାକୁ ନେଇ ଦ୍ଵନ୍ଦ୍ଵ ଲାଗି ରହିଛି। ସଂଜୁ ସାମସନଙ୍କ ସହିତ ଅଭିଷେକ ଶର୍ମା ଓପନ କରିବା ନେଇ ସନ୍ଦେହ ରହିଚି। ଏହି ମ୍ୟାଚରେ ବ୍ଯାଟିଂ ଅର୍ଡର ପରିବର୍ତ୍ତନ ନେଇ ଆକଳନ କରାଯାଉଛି। ଅନ୍ଯ ପକ୍ଷରେ ଇଂଲଣ୍ଡ ଦଳ ବେଶ ଭଲ ଫର୍ମରେ ଥିବାରୁ ମୁକାବିଲା ଜୋରଦାର ହେବ। ଏହି ଦୁଇ ଟିମ୍ ମଧ୍ୟରୁ ଯିଏ ଆଜି ଜିତିବ, ସେ ଟାଇଟଲ ପାଇଁ ନ୍ଯୁଜିଲାଣ୍ଡ ସହିତ ଖେଳିବ। ୮ ତାରିଖରେ ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯିବ।

ସୂର୍ଯ୍ୟଙ୍କ ବ୍ୟାଟିଂ ନା ଆଦିଲ ରସିଦ୍‌ଙ୍କ ଗୁଗଲି, ଆଜି କାହାର ରହିବ ପଲା ଭାରି? ଲଗାତାର ତୃତୀୟ ଥର ପାଇଁ ବିଶ୍ୱକପ୍‌ ସେମିଫାଇନାଲରେ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହେଉଛନ୍ତି। ପୂର୍ବରୁ ୨୦୨୨ ଓ ୨୦୨୪ରେ ଦୁଇ ଦଳ ୧-୧ ଜିତି ସମାନ ସ୍ଥିତିରେ ଅଛନ୍ତି। ଆଜି ଯିଏ ଜିତିବ, ସିଏ ସିଧା ଫାଇନାଲ୍‌ ଟିକେଟ୍‌ କାଟିବ। ଭାରତ ପାଇଁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଜବରଦସ୍ତ ଫର୍ମରେ ଅଛନ୍ତି, ସେ ଚଳିତ ବିଶ୍ୱକପ୍‌ରେ ୨୩୧ ରନ୍‌ ସଂଗ୍ରହ କରିଛନ୍ତି। ବୋଲିଂରେ ବରୁଣ ଚକ୍ରବର୍ତୀଙ୍କ ମାୟାଜାଲ ଇଂଲଣ୍ଡ ପାଇଁ ବିପଦ ସାଜିପାରେ। ଅନ୍ୟପଟେ ଇଂଲଣ୍ଡର ହ୍ୟାରି ବ୍ରୁକ୍‌ ଏବଂ ସ୍ପିନର ଆଦିଲ ରସିଦ୍‌ ମଧ୍ୟ ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ହେବେ।

ୱାଙ୍ଖଡେର ପିଚ୍‌ ସବୁବେଳେ ବ୍ୟାଟରଙ୍କୁ ସହାୟକ ହୋଇଥାଏ। ଫଳରେ ଏଠାରେ ହାଇ-ସ୍କୋରିଂ ମ୍ୟାଚ୍‌ ଦେଖିବାକୁ ମିଳେ। ଯଦିଓ ଟସ୍‌ ଜିତିବା ଦଳ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିବ, କିନ୍ତୁ ଏହି ମୈଦାନରେ ପ୍ରଥମେ ବ୍ୟାଟିଂ ଏବଂ ଚେଜ୍‌ କରିବା ଦଳର ଜିତିବା ହାର ୫୦-୫୦ ରହିଛି। ଭାରତ ଏଠାରେ ୭ଟି ମ୍ୟାଚ୍‌ରୁ ୫ଟି ଜିତି ବେଶ୍‌ ଆତ୍ମବିଶ୍ୱାସରେ ଅଛି। ମୁମ୍ବାଇରେ ବର୍ଷାର ସମ୍ଭାବନା ନାହିଁ, ତଥାପି ଆଇସିସି ଏକ ‘ରିଜର୍ଭ ଡେ’ ରଖିଛି। କିନ୍ତୁ ଯଦି କୌଣସି କାରଣରୁ ମ୍ୟାଚ୍‌ ଆଦୌ ହୋଇନପାରେ, ତେବେ ଭାରତ ପାଇଁ ଖରାପ ଖବର ହେବ। ନିୟମ ଅନୁସାରେ, ସୁପର-୮ରେ ନିଜ ଗ୍ରୁପ୍‌ର ଶୀର୍ଷରେ ଥିବାରୁ ଇଂଲଣ୍ଡ ସିଧା ଫାଇନାଲ୍‌ ପହଂଚିଯିବ ଏବଂ ଭାରତ ବିଶ୍ୱକପ୍‌ରୁ ବିଦାୟ ନେବ।

ଆଜିଠାରୁ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ମହାସମର: ଆମେରିକା ବିପକ୍ଷରୁ ଭାରତର ଅଭିଯାନ
ମୁମ୍ବଇ/କଲମ୍ବୋ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ) ଆନୁକୂଲ୍ୟରେ ପୁରୁଷ ଟି-୨୦ ବିଶ୍ୱକପ୍‌ ଭାରତ ଓ ଶ୍ରୀଲଙ୍କାରେ ଆଜିଠାରୁ ଆରମ୍ଭ ହୋଇଛି । ବାଂଲାଦେଶକୁ ବହିଷ୍କାର, ଭାରତ ସହ ମୁକାବିଲାକୁ ପାକିସ୍ତାନର ବୟକଟ୍‌ ମଧ୍ୟରେ ଟି-୨୦ ବିଶ୍ୱକପ୍‌ର ୧୦ମ ସଂସ୍କରଣ ଆରମ୍ଭ ହୋଇଛି । ପୂର୍ବପରି ୧୬ଟି ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଲିଗ୍‌ ଓ ନକ୍‌ଆଉଟ ଭିତ୍ତିରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ଉଭୟ ଭାରତ ଓ ଶ୍ରୀଲଙ୍କାରେ ମିଳିତଭାବେ ଆୟୋଜିତ ହେଉଛି। ଆଇସିସିର ନୂଆ ରାଜିନାମା ଅନୁଯାୟୀ ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜିତ ହେଉଥିବାରୁ ପାକିସ୍ତାନ ତାହାର ସମସ୍ତ ମ୍ୟାଚ୍‌ ଶ୍ରୀଲଙ୍କାର କଲମ୍ବୋ ସହରରେ ଖେଳିବ। ଟୁର୍ଣ୍ଣାମେଣ୍ଟରେ ମୋଟ ୫୫ଟି ମ୍ୟାଚ୍‌ ଉଭୟ ଦେଶରେ ଥିବା ୮ଟି ଭେନ୍ୟୁ ବା ଷ୍ଟାଡିୟମ୍‌ରେ ଖେଳାଯିବ ବୋଲି ସ୍ଥିର ହୋଇଛି। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଅହମ୍ମଦାବାଦ୍‌ରେ ମାର୍ଚ୍ଚ ୮ ତାରିଖରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ପାକିସ୍ତାନ ଯଦି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରେ ତେବେ ଏହି ମୁକାବିଲା କଲମ୍ବୋରେ ଖେଳାଯିବ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଛି।

ବିଶ୍ୱକପର ଉଦ୍‌ଘାଟନୀ ଦିବସରେ କଲମ୍ବୋରେ ପୂର୍ବାହ୍ନ ୧୧ଟାରେ ଗ୍ରୁପ୍‌-ଏ’ରେ ପାକିସ୍ତାନ ଓ ନେଦରଲାଣ୍ଡ୍‌ସ ମୁହାଁମୁହିଁ ହେଉଛନ୍ତି । ଏହାପରେ ଅପରାହ୍‌ଣ ୩ଟାରେ ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ଓ ସ୍କଟ୍‌ଲାଣ୍ଡ କୋଲ୍‌କାତାରେ ଖେଳିବେ। ଶନିବାରର ଶେଷ ମ୍ୟାଚ୍‌ ମୁମ୍ବାଇରେ ରାତି ୭ଟାରେ ଖେଳାଯିବ। ଏଥିରେ ଆୟୋଜକ ଭାରତ ଭେଟିବ ଆମେରିକା (ୟୁଏସ୍‌ଏ)କୁ। ଟି-୨୦ ବିଶ୍ୱକପ୍‌ର ଉଦ୍‌ଘାଟନୀ ଦିବସର ଶେଷ ମ୍ୟାଚରେ ଆୟୋଜକ ଭାରତ ଓ ଆମେରିକା ସାମ୍ନାସାମ୍ନି ହେବେ। ରାତି ୭ଟାରେ ୱାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ସଦ୍ୟ ଆଇସିସି ଟି-୨୦ Ñଙ୍କିଙ୍ଗ୍‌ରେ ଭାରତ ଶୀର୍ଷରେ ରହିଥିବାବେଳେ ଆମେରିକା ୧୮ତମ ସ୍ଥାନରେ ରହିଛି। ତେଣୁ ମାନ୍ୟତା ଦୃଷ୍ଟିରୁ ଭାରତ ଏହି ମ୍ୟାଚରେ ଫେଭରାଇଟ୍‌ ବିବେଚିତ ହେଉଛି। ଦୁଇ ଇନଫର୍ମ ବିସ୍ଫୋରକ ଓପନର ଇଶାନ କିଶାନ ଓ ଅଭିଷେକ ଶର୍ମାଙ୍କ ସହ ଅଧିନାୟକ ସୂର୍ଯ୍ୟକୁମାର, ତିଲକ ବର୍ମା ଏବଂ ବୋଲିଂରେ ଯଶପ୍ରୀତ ବୁମ୍‌ରାଙ୍କ ସହ ଅର୍ଶଦୀପ୍‌ ସିଂହ, କୁଲଦୀପ ଯାଦବ ଭାର ସମ୍ଭାଳିବେ। ସେହିଭଳି ହାର୍ଦ୍ଦିକ ପାଣ୍ଡ୍ୟା, ଶିଭମ ଦୁବେ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦରଙ୍କ ଭଳି ଦକ୍ଷ ଅଲ୍‌ରାଉଣ୍ଡର ଥିବାରୁ ଭାରତ ଏଥର ପ୍ରମୁଖ ଟାଇଟଲ୍‌ ଦାବିଦାର ରହିଛି।

ଅଭିଷେକଙ୍କ ସହ ଇଶାନ ଇନିଂସ ଓପନ୍‌ କରିବା ନେଇ ଅଧିନାୟକ ସୂର୍ଯ୍ୟ ସ୍ପଷ୍ଟ କରିସାରିଛନ୍ତି। ଅପରପକ୍ଷରେ ଏକାଧିକ ଦେଶର ଖେଳାଳିଙ୍କୁ ନେଇ ଆମେରିକା ଦଳ ଗଠିତ ହୋଇଛି। ଆମେରିକା ଜନ୍ମିତ ମାତ୍ର ୪ଜଣ ଖେଳାଳି ଦଳରେ ରହିଛନ୍ତି। ସେହିଭଳି ଅଧିନାୟକ ମୋନାକ ପଟେଲଙ୍କ ସମେତ ୫ଜଣ ଭାରତୀୟ, ୩ଜଣ ପାକିସ୍ତାନ ଜନ୍ମିତ ଖେଳାଳି ଆମେରିକା ଦଳରେ ସ୍ଥାନ ପାଇଛନ୍ତି। ଅଧିନାୟକ ମୋନାକ ଗୁଜରାଟ ପକ୍ଷରୁ ବିଭିନ୍ନ ବୟସ ବର୍ଗରେ ଖେଳି ପରବର୍ତ୍ତୀ ସମୟରେ ଆମେରିକା ପଳାଇଥିଲେ।