AAP Leader Murder - The Sakala

ଆପ୍ ନେତା ଲକି ଓବରଏଙ୍କୁ ଗୁଳି କରି ହତ୍ୟା; ସିସିଟିଭିରେ କଏଦ ହେଲା ଭୟଙ୍କର ଦୃଶ୍ୟ
ପଞ୍ଜାବର ଜଳନ୍ଧରରେ ଶୁକ୍ରବାର ସକାଳେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଆମ୍ ଆଦମୀ ପାର୍ଟି (ଆପ୍) ନେତା ଲକି ଓବରଏ (ସତୀମପାଲ ସିଂହ ଯୋଗୀ)ଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ମଡେଲ ଟାଉନ୍ ସ୍ଥିତ ଏକ ଗୁରୁଦ୍ୱାର ବାହାରେ ଏହି ହତ୍ୟାକାଣ୍ଡ ଘଟିଛି, ଯାହା ପୁରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।

ସିସିଟିଭିରେ କଏଦ ହେଲା ହତ୍ୟାକାଣ୍ଡର ଦୃଶ୍ୟ

CCTV: Punjab AAP leader Lucky Oberoi shot dead in his car in Jalandhar. pic.twitter.com/JWWwLxZn73

— Sandeep Panwar (@tweet_sandeep) February 6, 2026

ଏହି ଘଟଣାର ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି, ଯେଉଁଥିରେ ହତ୍ୟାକାଣ୍ଡର ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି। ଫୁଟେଜ୍ ଅନୁଯାୟୀ, ଲକି ଓବରଏ ଗୁରୁଦ୍ୱାରରୁ ଦର୍ଶନ ସାରି ନିଜର ମହିନ୍ଦ୍ରା ଥାର୍ ଗାଡ଼ିରେ ବସିବା ମାତ୍ରେ ଜଣେ କଳା ରଙ୍ଗର ହୁଡି ପିନ୍ଧିଥିବା ଯୁବକ ତାଙ୍କ ନିକଟକୁ ଆସିଥିଲେ। ଦୁର୍ବୃତ୍ତ ଜଣକ ଅତି ନିକଟରୁ ଗାଡ଼ି ଭିତରକୁ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ୮ରୁ ୧୦ ରାଉଣ୍ଡ ଗୁଳି ଫୁଟିଥିବା ଜଣାପଡ଼ିଛି, ଯେଉଁଥିରୁ ୫-୬ଟି ଗୁଳି ଲକି ଓବରଏଙ୍କ ଦେହରେ ବାଜିଥିଲା। ଗୁଳିମାଡ଼ ପରେ ଆକ୍ରମଣକାରୀ ତାଙ୍କ ସହଯୋଗୀଙ୍କ ସହ ବାଇକ୍‌ରେ ଫେରାର ହୋଇଯାଇଥିଲେ।

ଗୁଳିମାଡ଼ ପରେ ସ୍ଥାନୀୟ ଲୋକେ ତୁରନ୍ତ ଲକି ଓବରଏଙ୍କୁ ନିକଟସ୍ଥ ଘରୋଇ ଡାକ୍ତରଖାନାକୁ ନେଇଯାଇଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ, ଏହା ଏକ ପୂର୍ବପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଘଟଣାସ୍ଥଳରୁ ପୋଲିସ ପ୍ରମାଣ ସଂଗ୍ରହ କରିବା ସହ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି।

ରାଜନୈତିକ ଉତ୍ତେଜନା ଓ ଗ୍ୟାଙ୍ଗଷ୍ଟର ଲିଙ୍କ୍

ଏହି ଘଟଣା ପରେ ବିରୋଧୀ ଦଳଗୁଡ଼ିକ ପଞ୍ଜାବର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅନ୍ୟପକ୍ଷରେ, ସୋସିଆଲ ମିଡିଆରେ କିଛି ଗ୍ୟାଙ୍ଗଷ୍ଟର ଗ୍ରୁପ୍ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଥିବା ଖବର ଆସୁଛି, ଯାହାକୁ ପୋଲିସ ଯାଞ୍ଚ କରୁଛି। ଜଳନ୍ଧର ପୋଲିସ ସହରର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।