Debasnana Purnima - The Sakala
ପୁରୀ: ମହାପ୍ରଭୁଙ୍କ ସ୍ନାନଯାତ୍ରା ବଚାଲିଥିବା ବେଳେ ପୁରୀରେ ଜଣେ ବରିଷ୍ଠ ସେବାୟତଙ୍କୁ ହତ୍ୟା କରାଯାଇଛି। ଗୁଡ଼ିଆସାହିରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ଜଗନ୍ନାଥ ଦୀକ୍ଷିତ (୮୩)।
ସୂଚନା ଅନୁଯାୟୀ, ଟାଉନ୍‌ ଥାନା ଅଧୀନ ଗୁଡ଼ିଆସାହିରେ ମହାପ୍ରଭୁଙ୍କ ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତ ରୁହନ୍ତି। ଆଜି ସ୍ନାନଯାତ୍ରା ଥିବାରୁ ପରିବାର ଲୋକେ ଅପରାହ୍ଣ ଘରେ ନଥିବା ବେଳେ ଜଗନ୍ନାଥ ଦୀକ୍ଷିତ ଏକାକୀ ଥିଲେ। ଏହି ସମୟରେ ପଡ଼ୋଶୀ ନାରାୟଣ ପାଟ୍ଟଯୋଶୀ ଆସିଥିଲେ। ସେ ଟଙ୍କା ନେଣଦେଣକୁ ନେଇ ଜଗନ୍ନାଥ ଦୀକ୍ଷିତଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଆକ୍ରମଣ କରି ହତ୍ୟା କରିଥିଲେ। ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା, ଦର୍ଶନ କରୁଛନ୍ତି ଲକ୍ଷାଧିକ ଭକ୍ତ
ବାରିପଦା: ଆଜି ଦେବସ୍ନାନ ପୂର୍ଣ୍ଣିମା ପାଇଁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ପବିତ୍ର ସ୍ନାନ ଯାତ୍ରା ଅନୁଷ୍ଠିତ ହେଉଛି। ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁଯାୟୀ ସମସ୍ତ ନୀତିକାନ୍ତି ସମ୍ପାଦିତ ହେଉଛି। ଦେବତ୍ତୋର ବିଭାଗ ଓ ମନ୍ଦିର ସେବାୟତ ଏଥିପାଇଁ ସମସ୍ତ କାର୍ଯ୍ୟ ସଠିକ ଭାବରେ ତୁଲାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ସକାଳ ୫:୩୦ରୁ ସ୍ନାନ ମଣ୍ଡପକୁ ଗୋଟି ପହଣ୍ଡିରେ ତିନି ଦିଅଁ ସ୍ନାନ ମଣ୍ଡପକୁ ବିଜେ କରାଯାଇଛି। ଗଙ୍ଗାଙ୍କ ଆବାହନ କରାଯାଇ ଅମୃତ ସ୍ନାନ, ୧୦୮ ପଇଡ ଜଳ ସ୍ନାନ ଏବଂ ତା’ପରେ ମନ୍ଦିର ପରିସରର ସ୍ବତନ୍ତ୍ର କୂଅରୁ ୧୦୮ କୁମ୍ଭ ଲେଖାଏଁ ଜଳ ଅଣାଯାଇ ଶ୍ରୀ ଜୀଉ ମାନଙ୍କର ଦେବସ୍ନାନ ନୀତି ଅନୁଷ୍ଠିତ ହେଇଛି। ଏହାପରେ ତିନି ଠାକୁରଙ୍କର ଚନ୍ଦନ ଓ ଫୁଲ ବେଶ ହୋଇ ସାହାଣମେଲା ଅନୁଷ୍ଠିତ ହେଉଛି। ସର୍ବସାଧାରଣଙ୍କ ଦର୍ଶନ ଜାରି ରହିବା ସହିତ ସନ୍ଧ୍ୟାରେ ଶ୍ରୀ ଜୀଉମାନେ ଗଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।
ସେପଟେ ସ୍ଥାନୀୟ ସାନ ଜଗନ୍ନାଥ (ବାଣ୍ଠିଆ ଜଗନ୍ନାଥ) ମହାପ୍ରଭୁଙ୍କ ମନ୍ଦିରରେ ମଧ୍ୟ ଦେବସ୍ନାନ ପୂର୍ଣ୍ଣିମା ଯଥାରୀତିରେ ସମ୍ପନ୍ନ ହେଇଛି। ପରମ୍ପରା ଅନୁସାରେ ସ୍ନାନ ପୂର୍ଣ୍ଣିମା ମଧ୍ୟରାତ୍ରରେ ତିନି ଠାକୁର ଗୋଟି ପହଣ୍ଡିରେ ୧୫ ଦିନ ପାଇଁ ଅଣସର ପିଣ୍ଡିକୁ ବିଜେ କରିବେ। ସ୍ନାନଯାତ୍ରା ପରେ ମହାପ୍ରଭୁ ଅଣସର ଘରକୁବିଜେ କରିବେ । ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ । ଏଥିପାଇଁ ଚିତ୍ରକର ସେବକମାନେ ପଟିଦିଅଁ ପ୍ରସ୍ତୁତିରେ ସାରିଛନ୍ତି । ପାରମ୍ପରିକ ରଙ୍ଗ ଦେବା କାର୍ଯ୍ୟମଧ୍ୟ ଶେଷ ହୋଇଛି । ସ୍ନାନ ମଣ୍ଡପରେ ତିନି ଦିଅଁଙ୍କୁ ଦର୍ଶନ କରିବା ପାଇଁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଜଗନ୍ନାଥ ମନ୍ଦିରରେ ହଜାର ହଜାର ଭକ୍ତଙ୍କର ଭିଡ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏସପି ଏସ୍ ସୁଶ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିଅଁ ଦର୍ଶନ ପାଇଁ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସକାଳ ସମୟରୁ ରାତି ପର୍ଯ୍ୟନ୍ତ ମନ୍ଦିର ସମ୍ମୁଖ ଦେଇ ଯାନବାହାନ ଚଳାଚଳର ରୁଟ ପରିବର୍ତ୍ତନ କରାଯାଇଛି। ଶାନ୍ତି ଶୃଙ୍ଖଳା ପାଇଁ ଆବଶ୍ୟକ ପୁଲିସ ଅଧିକାରୀ ସହିତ ଫୋର୍ସ ମୁତୟନ କରାଯାଇଛି। ଅସ୍ଥାୟୀ ଫାଣ୍ଡି ସହ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ବାରିପଦା ଓ ଉଦଳା ପୁଲିସ ଉପଖଣ୍ଡରୁ ଅଫିସର ଓ କର୍ମଚାରୀ ଆସି କାର୍ଯ୍ୟରେ ଯୋଗ ଦେଇଛନ୍ତି ।
ଆଜି ଶ୍ରୀଜିଉଙ୍କ ପବିତ୍ର ସ୍ନାନଯାତ୍ରା: ଦୁର୍ଲଭ ଗଜବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡ଼ି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ଏଥିପାଇଁ ଭୋର ୫ଟାରୁ ଆରମ୍ଭ ହୋଇଛି ପହଣ୍ଡି । ରତ୍ନ ସିଂହାସନ ଛାଡି ସ୍ନାନମଣ୍ଡପରେ ବିରାଜିଛନ୍ତି ଚତୁର୍ଦ୍ଧାବିଗ୍ରହ। ଦିବ୍ୟସ୍ନାନ ପରେ ସ୍ନାନମଣ୍ଡପରୁ ଦୁର୍ଲଭ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ବର୍ଷକ ପରେ ପୁଣିଥରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହେବ। ସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।
ଚତୁର୍ଦ୍ଧାମୂରତିଙ୍କ ପହଣ୍ଡି ଶେଷ ହୋଇଥିବାବେଳେ ମଧ୍ୟାହ୍ନ ୧୨ଟା ୨୦ରେ ଜଳ ବିଜେ ନୀତି କରାଯିବ। ଅପରାହ୍ନ ୩ଟାରେ ଛେରା ପହଁରା ପରେ ୩ଟା ୪୦ରୁ ହାତୀବେଶ ଆରମ୍ଭ ହେବ। ସନ୍ଧ୍ୟା ୭ଟା ୩୦ରୁ ରାତି ୧୦ଟା ୩୦ ଯାଏଁ ସାହାଣ ମେଲା ଦର୍ଶନ ପାଇଁ ସମୟ ଧାର୍ଯ୍ୟ ହୋଇଛି। ରାତି ସାଢ଼େ ୧୦ଟାରେ ସାହାଣମେଲା ଦର୍ଶନ ବନ୍ଦ ପରେ ରାତି ୧୧ଟାରେ ବେଶ ଓଲାଗି ଓ ସାଢ଼େ ୧୧ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ । ଗୋଟି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ଅଣସର ପିଣ୍ଡିକୁ ବିଜେ କରିବେ । ବାହୁଡ଼ା ପହଣ୍ଡି ରାତି ୨ଟା ଭିତରେ ଶେଷ ହେବ । ପରେ ରାତି ସାଢ଼େ ୨ଟାରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ହେବ ।
ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ପୁରୀ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ସ୍ନାନଯାତ୍ରା ପାଇଁ ପୋଲିସ, ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତ ମାନେ ମାର୍କେଟ ଛକରୁ ବାରିଗେଟ ଦେଇ ଶ୍ରୀ ମନ୍ଦିରରେ ପ୍ରବେଶ କରିବେ ପହଣ୍ଡି ଟିକେଟ ଦର୍ଶନ ଲାଗି ଦକ୍ଷିଣ ଦ୍ୱାରରେ ପ୍ରବେଶ କରିବେ । ଶ୍ରୀମନ୍ଦିର ଚାରିପଟେ ଏବଂ ମରଚି କୋଟ ଛକଠାରୁ ନୋ ଭେଇକିଲ ଜୋନ କରାଯାଇଛି ।
ଜେଲ ରୋଡ଼ରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଶରଧାବାଲିରେ ମଟର ସାଇକେଲ ଷ୍ଟାଣ୍ଡ ହେବ । ଜଗନ୍ନାଥ ବଲ୍ଳଭ ପାର୍କିଙ୍ଗରେ ଚାରି ଚକିଆ ପର୍କିଙ୍ଗ କରାଯିବ । ମରଚିକୋଟ ଛକ ଠାରୁ ଗାଡି ଚଳା ଚଳ ବନ୍ଦ ରହିବ କେବଳ ପାସ ଧରି ଯାଇପାରିବେ । ଭକ୍ତ ସିଂହ ଦ୍ୱାରରେ ପ୍ରବେଶ କାରି ଅନ୍ୟ ଦ୍ୱାରରେ ପ୍ରସ୍ଥାନ କରିବେ । ମନ୍ଦିର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପୋଲିସ ଅଧିକାରୀ ନିୟୋଜିତ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା କହିଛନ୍ତି ପୁରୀ ଏସ୍ପି ପିନାକ ମିଶ୍ର । ଆସନ୍ତା କାଲି ପାଇଁ ମୋଟ ୬୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ ।
ଦଇତାପତି ଏବଂ ପୂଜାପଣ୍ଡା ସେବାୟତଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା; ଶୃଙ୍ଖଳିତ ସ୍ନାନଯାତ୍ରା, ରଥଯାତ୍ରା ନୀତିକାନ୍ତି ପାଇଁ ପରାମର୍ଶ
ପୁରୀ: ଆସନ୍ତା ୨୨ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ। ଲକ୍ଷଲକ୍ଷ ସଂଖ୍ୟାରେ ଭକ୍ତ ଦେଖିବେ ଦାରୁଦିଅଁଙ୍କ ଦିବ୍ୟସ୍ନାନ। ଏହାପରେ ଗୁଣ୍ଡିଚା ଯାତ୍ରା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏବର୍ଷ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ପଡୁଥିବା ବେଳେ ଅଣସର ନୀତି ୧୩ ଦିନ ହେବ। ତେଣୁ ସବୁ ନୀତିକାନ୍ତି କିପରି ଶୃଙ୍ଖଳିତ ହେବ, ସେନେଇ ଶନିବାର ଦଇତାପତି ସେବାୟତ ଏବଂ ପୂଜାପଣ୍ଡା ସେବାୟତଙ୍କ ସହ ପୃଥକ୍‌‌ ପୃଥକ୍‌‌ ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ।
ଅପରାହ୍ଣରେ ପ୍ରଥମେ ଦଇତାପତି ନିଯୋଗ ଏବଂ ପରେ ପୂଜାପଣ୍ଡା ନିଯୋଗ ସହ ବୈଠକ ହୋଇଥିଲା। ଦାୟିତ୍ୱରେ ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏଥିରେ ଅଧ୍ୟକ୍ଷତା କରିଥିଲେ।
ବୈଠକରେ ସ୍ନାନଯାତ୍ରା, ରଥଯାତ୍ରା, ଅଣସର ନୀତିକାନ୍ତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସ୍ନାନଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଦଇତାପତି ସେବକଙ୍କ ପ୍ରମୁଖ ଭୂମିକା ରହିଛି। ସେମାନେ ଗୋଷ୍ଠୀଗତ ଭାବେ ମହାପ୍ରଭୁଙ୍କ ସେବା କରିଥାନ୍ତି। ଏଥର ୧୩ ଦିନିଆ ଅଣସର ପଡ଼ୁଥିବା ବେଳେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ପଡ଼ିଛି। ତେଣୁ ନୀତିକାନ୍ତି କିପରି ଶୃଙ୍ଖଳିତ ଏବଂ ସମନ୍ୱୟ ରକ୍ଷା କରାଯାଇ ସମ୍ପନ୍ନ ହେବ; ସେନେଇ ଦୁଇ ନିଯୋଗର ସେବାୟତଙ୍କୁ କୁହାଯାଇଥିଲା। ଏମିତି ସ୍ଥିତି ୧୯୭୧ ମସିହାରେ ପଡ଼ିଥିଲା। ତେଣୁ ୧୯୭୧ ମସିହାର ନୀତିକାନ୍ତି ଆଧାରରେ ଚଳିତ ବର୍ଷର ନୀତିକାନ୍ତି କରିବା ନେଇ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ୧୯୭୧ ମସିହା ରଥଯାତ୍ରା ରେକର୍ଡ ଉପସ୍ଥାପନ କରିଥିବା ବେଳେ ଏହା ଉପରେ ବିଶେଷ ତର୍ଜମା କରାଯାଇଥିଲା। ସେ ବର୍ଷ ବି ୧୩ ଦିନ ଅଣସର ନୀତି ହୋଇଥିଲା। ଯେହେତୁ ଠାକୁର ଅଣସର ପିଣ୍ଡିରେ ଥିଲେ ତେଣୁ ସେହିବର୍ଷ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆସିବା ପରେ ତିନିରଥକୁ ଟାଣି ରଥ ସିଂହଦ୍ୱାର ଚକଡ଼ାକୁ ନିଆଯାଇଥିଲା। ତେଣୁ ସେହି ଆଧାରରେ ଏବର୍ଷ ନୀତିକାନ୍ତି କରାଯିବ ବୋଲି ଆଲୋଚନା ହୋଇଛି। ଅନ୍ୟପକ୍ଷରେ ମନ୍ଦିର ପ୍ରଶାସନ ୧୯୭୧ ମସିହା ନୀତିକାନ୍ତିର ତାଲିକା ଦଇତାପତି ନିଯୋଗକୁ ପ୍ରଦାନ କରିବ। ନିଯୋଗ ତାଙ୍କର ଏକ ବୈଠକ କରି ଏହା ଉପରେ ଆଲୋଚନା କରିବା ସହ ପ୍ରଶାସନ ନିଷ୍ପତ୍ତି ଆଧାରରେ ସହଯୋଗ କରିବେ ବୋଲି ସ୍ଥିର ହୋଇଛି।
ସେହିପରି ପୂଜାପଣ୍ଡା ନିଯୋଗକୁ ମଧ୍ୟ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରା ଯେପରି ଶୃଙ୍ଖଳିତ ହେବ ତା’ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି। ଭକ୍ତମାନେ ଯେପରି ମହାପ୍ରଭୁଙ୍କର ଏହିସବୁ ଯାତ୍ରା ଭଲ ଭାବେ ଦର୍ଶନ କରିପାରିବେ; ସେନେଇ ଉଭୟ ନିଯୋଗ କର୍ମକର୍ତ୍ତାଙ୍କୁ କୁହାଯାଇଛି। ଏଥିରେ ସମସ୍ତେ ମନ୍ଦିର ପ୍ରଶାସନକୁ ସହଯୋଗ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଇନ ବିଭାଗ ଅଧିକାରୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍‌‌ପି ପିନାକ ମିଶ୍ରଙ୍କ ସମେତ ଉଭୟ ନିଯୋଗର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।
ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନବେଳେ ଅସୁସ୍ଥ ହୋଇପଡିଲେ ଭକ୍ତ, ଡାକ୍ତରଖାନାରେ ମୃତ୍ୟୁ
ପୁରୀ: ଶ୍ରୀମନ୍ଦିରରେ ଅଘଟଣ । ସ୍ନାନବେଦୀରେ ମହାପ୍ରଭୁଙ୍କ ଦର୍ଶନ କରି ଫେରିବାବେଳେ ଅଣନିଶ୍ୱାସୀ ହୋଇ ଟଳିପଡିଲେ ଜଣେ ଶ୍ରଦ୍ଧାଳୁ । ମୃତକ ଜଣକ ହେଲେ ରାଜସ୍ଥାନର ଅମ୍ବାଲାଲ ଭୋଇ( ୪୮) । ପରିବାର ସହ ଦର୍ଶନ କରିବାକୁ ଆସିଥିବା ବେଳେ ସ୍ନାନମଣ୍ଡପ ନିକଟରେ ସେ ଅସୁସ୍ଥ ଅନୁଭବ କରିଥିଲେ । ପରେ ପୁଲିସ ଅମ୍ବାଲାଲଙ୍କୁ ଉଦ୍ଧାର କରି ମେଡିକାଲ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅମ୍ବାଲାଲଙ୍କ ସହ ତାଙ୍କ ପତ୍ନୀ ଓ ପରିବାରର ଅନ୍ଯ ସଦସ୍ଯ ଥିଲେ। ଅମ୍ବାଲାଲ ଏଲଆଇସିରେ ଏଲଡିସି ଭାବେ କାର୍ଯ୍ୟ କରୁଥିଲେ । ସିଂହଦ୍ୱାର ଥାନା ପୁଲିସ ଡାକ୍ତରଖାନାରୁ ଶବ ଜବତ କରିଛି।
ଏହାସହିତ ଅନ୍ୟ ଦୁଇ ଜଣ ଶ୍ରଦ୍ଧାଳୁ ମଧ୍ୟ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁରୀରେ ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି।
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା; ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ, ଗଜାନନ ବେଶରେ ସ୍ନାନ ବେଦୀରେ ଭକ୍ତଙ୍କୁ ଦେବେ ଦର୍ଶନ
ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସକାଳ ୭ଟା ସୁଦ୍ଧା ମହାପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ସରିଯାଇଛି। ଶ୍ରୀଜିଉମାନେ ସ୍ନାନ ବେଦୀରେ ଉପବିଷ୍ଟ ହୋଇ ସାରିଲେଣି। ଶ୍ରୀଜିଉମାଙ୍କୁ ଧାଡି ପହଣ୍ଡିରେ ଅଣାଯାଇଛି । ଆଉ କିଛି ସମୟ ପରେ ପ୍ରତିଦିନ ବିମ୍ବ (ଦର୍ପଣ) ସ୍ନାନ କରୁଥିବା ମହାପ୍ରଭୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମ୍ମୁଖରେ କରିବେ ପ୍ରତ୍ୟକ୍ଷ ସ୍ନାନ। ନୀତିକାନ୍ତି ଅନୁସାରେ ମହାପ୍ରଭୁଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯିବ। ପୂର୍ବରୁ ସୁନାକୁଅ ବି ଶୋଧ ହୋଇ ସାରିଛି। ପୁଣି ହାତୀ ବେଶରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଏଥିପାଇଁ ସ୍ନାନବେଦୀ ପ୍ରସ୍ତୁତ ଥିବାବେଳେ ସେହି ଦିବ୍ୟ ମୂହୁର୍ତ୍ତକୁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ। ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର।
ପ୍ରଥମେ ଶ୍ରୀସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ସ୍ନାନବେଦୀକୁ ଆସିଛନ୍ତି ଜଗତରନାଥ ଶ୍ରୀଜଗନ୍ନାଥ। ଏହା ପରେ ସୁନା ଗୋସେଇଁ ପରିବାରର ସଦସ୍ୟମାନେ ସୁନାକୂଅରୁ ୧୦୮ ଗଡ଼ୁ ଜଳ ଆଣି ଜଳ ଗୃହରେ ରଖିବେ। ଚୁଆ, ଚନ୍ଦନ, କର୍ପୁର ଆଦି ପକାଯାଇ ଜଳକୁ ଅଧିବାସ କରାଯିବ। ଅଧିବାସ ଗୃହରୁ ଗରାବଡୁ ସେବକମାନେ ୧୦୮ ଗଡ଼ୁ ଜଳ ନେଇ ୪ଟି ପନ୍ତିରେ ସ୍ନାନବେଦୀରେ ରଖିବେ। ପୂର୍ବାହ୍ନ ୧୧ଟା ୨୦ରୁ ସ୍ନାନବିଧି ଆରମ୍ଭ କରାଯିବ। ଜଳ ବିଜେ ଓ ପୂଜା ପରେ ଚତୁର୍ଦ୍ଧାବିଗ୍ରହଙ୍କ ସ୍ନାନ ନୀତି ସମ୍ପନ୍ନ ହେବ। ଶ୍ରୀବଳଭଦ୍ର ୩୩ ଗଡ଼ୁ, ସୁଭଦ୍ରା ୨୨ ଗଡ଼ୁ, ଶ୍ରୀଜଗନ୍ନାଥ ୩୫ ଗଡ଼ୁ ଏବଂ ସୁଦର୍ଶନ ୧୮ ଗଡ଼ୁ ଜଳରେ ସ୍ନାନ କରିବେ। ଛେରାପହଁରା ନୀତି ସମ୍ପନ୍ନ ହେବା ପରେ ଅପରାହ୍ନ ୨ଟା ୪୦ରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ହାତୀବେଶ ଅନୁଷ୍ଠିତ ହେବ। ଏହି ବେଶ ଥାଇ ଘଣ୍ଟ ଛତା ସକାଳ ଧୂପ ଭୋଗ ସରିବ। କିନ୍ତୁ ମଙ୍ଗଳ ଆଳତି ସରିବା ପରଠାରୁ ନିରବଚ୍ଛିନ୍ନ ଭାବେ ସ୍ନାନବେଦୀ ସମ୍ମୁଖ ତଳ ର‍୍ୟାମ୍ପରେ ଭକ୍ତମାନେ ଦର୍ଶନ କରିପାରିବେ। ସନ୍ଧ୍ୟା ୬ରୁ ରାତି ସାଢେ ୯ ଅର୍ଥାତ୍‌‌ ସାଢେ ୩ ଘଣ୍ଟା ସାହାଣ ମେଲା ଦର୍ଶନ ରହିଛି। ଶ୍ରଦ୍ଧାଳୁମାନେ ସ୍ନାନମଣ୍ଡପ ଉପରକୁ ଯାଇ ଦର୍ଶନ କରିବେ କିନ୍ତୁ କେହି ଠାକୁରଙ୍କୁ ସ୍ପର୍ଶ କରିପାରିବେ ନାହିଁ। ରାତି ୧୦ଟାରେ ହାତୀବେଶ ମଇଲମ ହେବ। ଏହାପରେ ପୁଷ୍ପାଞ୍ଜଳି ଓ ଡୋର ଲାଗି ସରିବା ପରେ ମହାପ୍ରଭୁ ସ୍ନାନବେଦୀରୁ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିବେ। ରାତି ୧୦ଟାରୁ ୧ଟା ମଧ୍ୟରେ ବାହୁଡା ପହଣ୍ଡି ଶେଷ କରାଯିବା ଲାଗି ସମୟ ନିର୍ଘଣ୍ଟ ହୋଇଛି। ଏହାପରେ ସୁନାଚିତା ଓ ରାହୁରେଖା ମଇଲମ ହୋଇ ତାଟି ବନ୍ଧା ଯିବ। ଆରମ୍ଭ ହେବ ଅଣସର ନୀତି। ସ୍ନାନ ପରେ ଜ୍ୱରରେ ପଡ଼ିବେ ମହାପ୍ରଭୁ। ଏହାପରେ ଉପଶମ ପାଇଁ ଚାଲିବ ଉପଚାର। ମହାପ୍ରଭୁ ସୁସ୍ଥ ହୋଇ ଆସନ୍ତା ୧୯ ତାରିଖରେ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଜୁନ ୨୦ ତାରିଖରେ ରଥରେ ବସି ଯିବେ ଜନ୍ମବେଦୀକୁ।
ଦେବସ୍ନାନ ପୂର୍ଣ୍ଣିମା ଲାଗି ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଅନ୍ୟପକ୍ଷରେ ଘୋଷଯାତ୍ରା ବିଧି ଯୋଗୁ ପ୍ରାୟ ମାସେ ପର୍ଯ୍ୟନ୍ତ ରତ୍ନବେଦୀରେ ଆଉ ଦାରୁବିଗ୍ରହଙ୍କ ଦର୍ଶନ ମିଳିବ ନାହିଁ। ତେଣୁ ଶ୍ରୀମନ୍ଦିରରେ ଶନିବାର ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ଅପରପକ୍ଷେ ଚାରବନ୍ଧା ଏବଂ ସେନାପଟା ଲାଗି ଯୋଗୁ ଶୁକ୍ରବାର ରାତି ୧୦ଟାରୁ ଶନିବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ଏହାପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ଭକ୍ତ।
ଦିନକ ପରେ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା, ଶ୍ରୀମନ୍ଦିରକୁ ଆଜି ପ୍ରବେଶ କଲେ ଦଇତାପତି ସେବକ
ପୁରୀ: ଆସନ୍ତା ରବିବାର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନ ମଣ୍ଡପରେ ପ୍ରତ୍ୟେକ୍ଷ ସ୍ନାନ କରିବେ ମହାପ୍ରଭୁ । ୧୦୮ ଗରା ଜଳରେ ସ୍ନାନ କରିବା ପରେ ଆରମ୍ଭ ହେବ ଦାରୁବିଗ୍ରହଙ୍କ ଅଣସର ନୀତି । ମହାପ୍ରଭୁଙ୍କର ଏହି ଗୁପ୍ତ ନୀତିକୁ ସମ୍ପାଦନ କରିବେ ଶ୍ରୀଅଙ୍ଗ ଲାଗି ସେବକ ଦଇତାପତି । ତେଣୁ ଶୁକ୍ରବାର ମଙ୍ଗଳ ଆଳତି ପରେ ଦଇତାପତି ସେବକମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି । ସ୍ନାନଯାତ୍ରାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସେବାରେ ନିମଗ୍ନ ରହିବେ ଦଇତାପତି । ଗୋଷ୍ଠୀଗତ ଭାବେ ଠାକୁରଙ୍କ ସମସ୍ତ ନୀତିକାନ୍ତି ସମ୍ପାଦନ କରିବେ । ଆଜି ରାତିରେ ଶ୍ରୀମୁଖ ଖଣ୍ଡୁଆ ପଡ଼ିବା ପରେ ଦଇତାପତିମାନେ ଶ୍ରୀଅଙ୍ଗ ସୁରକ୍ଷା ଲାଗି ବାହୁଟକଣ୍ଟ କରିବେ । ଶ୍ରୀସୁଦର୍ଶନଙ୍କୁ ବଡ଼ବାଡ଼ ଖଟୁଲି ଉପରେ ବିଜେ କରିବା ପରେ କୋଠ ସୁଆଁସିଆମାନେ ରତ୍ନସିଂହାସନ ନିକଟକୁ ଯାଇ ମହାପ୍ରଭୁଙ୍କ ପହଣ୍ଡି ପାଇଁ ଚାରବାଡ଼ ବାନ୍ଧିବେ । ଶ୍ରୀଅଙ୍ଗ ସୁରକ୍ଷା ଲାଗି ଦଇତାପତିମାନେ ଶନିବାର ସେନାପଟା ଲାଗି କରିବେ ।
ଏଥର ବି ସ୍ନାନଯାତ୍ରାରେ ଛେରା ପହଁରା କରିବେନି ଗଜପତି ମହାରାଜା ଦିବ୍ୟସିଂହ ଦେବ
ଆସନ୍ତାକାଲି ଶ୍ରୀଜିଉଙ୍କ ପ୍ରସିଦ୍ଧ ସ୍ନାନଯାତ୍ରା । ଏଥିପାଇଁ ସରିଲାଣି ସମସ୍ତ ପ୍ରସ୍ତୁତି । ହେଲେ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଏଥର ଛେରା ପହଁରା କରିବେନି ଗଜପତି ମହାରାଜା ଦିବ୍ୟସିଂହ ଦେବ । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଜପତି ଛେରାପହଁରା ନୀତି କରିବେ ନାହିଁ ବୋଲି ଗଜପତି ମହାରାଜଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଛି। ତେବେ ଗଜପତିଙ୍କ ଅନୁପସ୍ଥିତିରେ ସ୍ନାନ ଯାତ୍ରାରେ ମୁଦିରସ୍ତ କରିବେ ଛେରା ପହଁରା । ଗତବର୍ଷ ମଧ୍ୟ ସ୍ନାନଯାତ୍ରାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିନଥିଲେ।
ସେପଟେ ସ୍ନାନଯାତ୍ରା ପାଇଁ ଆଜି ରାତିରୁ ପୁରୀରେ ଲାଗୁ ହେବ ୧୪୪ ଧାରା । ବୁଧବାର ରାତି ୧୦ଟାରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଜାରି ରହିବ ୧୪୪ ଧାରା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଆୟୋଜନ ହେଉଥିବାରୁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ସେହିପରି ସୁରକ୍ଷା ଦୃଷ୍ଟିରୁ ମୁତୟନ ହେବେ ୩୫ ପ୍ଲାଟୁନ ଫୋର୍ସ । ଏହାସହ ସହରର ୧୫ଟି ସ୍ଥାନରେ ଲାଗିଛି ସିସିଟିଭି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଶ୍ରୀଜୀଉଙ୍କ ସ୍ନାନଯାତ୍ରା : ଭୋରୁ ପହଣ୍ଡି କରାଯାଇ ସେହି ଦିନଠାରୁ ଅଣସର ନୀତି ଆରମ୍ଭ କରିବାକୁ ବୈଠକରେ ଆଲୋଚନା
ପୁରୀ: ଆସନ୍ତା ଜୁନ୍ ୨୪ତାରିଖରେ ମହାପ୍ରଭୁଙ୍କ ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା । କରୋନା କଟକଣା ମଧ୍ୟରେ ଦେବସ୍ନାନ ପୂର୍ଣ୍ଣିମା କିପରି ହେବ ଏ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତି ନିଯୋଗ ମଧ୍ୟରେ ବୈଠକ ବସିଥିଲା । ଶୃଙ୍ଖଳିତ ଭାବେ ସ୍ନାନଯାତ୍ରା କରିବା ସହ ସ୍ନାନଯାତ୍ରା ଦିନ ଭୋରୁ ଶୀଘ୍ର ପହଣ୍ଡି କରାଯାଇ ସେହି ଦିନଠାରୁ ଅଣସର ନୀତି ଆରମ୍ଭ କରିବାକୁ ବୈଠକରେ ହୋଇଛି ଆଲୋଚନା। ତେବେ ୨ରୁ ୩ଦିନ ଭିତରେ ଛତିଶା ନିଯୋଗ ବୈଠକ କରାଯାଇ ଦେବସ୍ନାନ ପୂର୍ଣ୍ଣମୀ ନେଇ ଚୂଡାନ୍ତ ନୀତି ନିର୍ଘଣ୍ଟ ପ୍ରସ୍ତୁତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
ଅନ୍ୟପଟେ ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ ପ୍ରକ୍ରିୟା ଜୋରସୋରରେ ଆଗେଇ ଚାଲିଥିବା ବେଳେ ଗତକାଲି ସୁଦ୍ଧା ଦୁଇଟି ଲେଖା ଗୟଳ ମୋଡ଼ାଯାଇ ଚାରି ନାହାକା ଉଠାଯାଇଥିଲା। ଆଜି ତିନି ରଥରେ ବାକି ଥିବା ଗୟଳ ଗୁଡ଼ିକ ମୋଡ଼ାଯିବା ସହ ରଥରେ ଭୂଇଁ ପକାଯିବା ପାଇଁ ମହାରଣା ମାନେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ ରଥ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିବା ବେଳେ ମହାପ୍ରଭୁଙ୍କ କାର୍ଯ୍ୟ ସୁରୁଖୁରୁରେ ସରିବା ପାଇଁ ସମସ୍ତଙ୍କ ସହଯୋଗ କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ମହାପ୍ରଭୁଙ୍କ ସମସ୍ତ ଯାତ୍ରାକୁ ନେଇ ଧାର୍ଯ୍ୟ ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ସୁରୁଖୁରରେ ସାରିବାକୁ ଲକ୍ଷ କରାଯାଏ।
ଜୁନ୍ ୨୪ରେ ମହାପ୍ରଭୁଙ୍କ ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା, ବିନାଭକ୍ତରେ ହେବା ନେଇ ସମ୍ଭାବନା
ପୁରୀ: ଜୁନ୍ ୨୪ତାରିଖରେ ମହାପ୍ରଭୁଙ୍କ ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା, ଏ ବର୍ଷ ମଧ୍ୟ ଗତ ବର୍ଷ ପରି ବିନାଭକ୍ତରେ ହୋଇପାରେ ଦେବସ୍ନାନ ପୂର୍ଣ୍ଣିମା । ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଭର୍ଚ୍ୟୁଆଲ୍ ବୈଠକରେ ନିଆଯାଇଛି ଏଭଳି ନିଷ୍ପତ୍ତି । ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଲେ ପୁରୀ ଜିଲ୍ଲାପାଳ । କୋଭିଡ କଟକଣାରେ ନୀତି ସମ୍ପନ୍ନ ନେଇ ଚାଲିଛି ବିଚାରବିମର୍ଶ । ତେବେ ବିନାଭକ୍ତରେ ଆୟୋଜନ ନେଇ ପ୍ରଶାସନ ଏ ଯାଏଁ କୌଣସି ଚୂଡାନ୍ତ ନିଷ୍ପତ୍ତି ନେଇନି । ବୈଠକ ପରେ ଚୂଡାନ୍ତ ରୂପରେଖ ଜଣାପଡ଼ିବ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ତେବେ ପୂର୍ବରୁ ରାଜ୍ୟରେ କରୋନା ସ୍ଥିତିକୁ ଆଖି ଆଗରେ ରଖି ରଥଯାତ୍ରା, ଚନ୍ଦନ ଯାତ୍ର ସୀମିତ ସେବାୟତ ଓ ବିନା ଭକ୍ତରେ କରିବା ନେଇ ନିଷ୍ପତ୍ତି ହୋଇଥିଲା ଏବଂ ତଦ୍‌ନୁଯାୟୀ ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା ।