District Court - The Sakala

ଜଗତସିଂହପୁର ଓ ଝାରସୁଗୁଡ଼ା ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଜଗତସିଂହପୁର/ଝାରସୁଗୁଡ଼ା: ରାଜ୍ୟର ଜଗତସିଂହପୁର ଏବଂ ଝାରସୁଗୁଡ଼ା ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଶୁକ୍ରବାର ଦିନ ଏକ ଇମେଲ ମାଧ୍ୟମରେ ଏହି ଧମକ ଦିଆଯିବା ପରେ ଉଭୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଅଜ୍ଞାତ ବ୍ୟକ୍ତିଙ୍କ ପକ୍ଷରୁ ଏହି ଧମକପୂର୍ଣ୍ଣ ଇମେଲ ଆସିବା ପରେ ଉଭୟ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ତୁରନ୍ତ କଡ଼ାକଡ଼ି କରାଯାଇଛି।

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପୋଲିସ, ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ତୁରନ୍ତ କୋର୍ଟ ପରିସରରେ ପହଞ୍ଚିଥିଲେ। ସେମାନଙ୍କ ପକ୍ଷରୁ କୋର୍ଟ ପରିସରର ପ୍ରତ୍ୟେକ କୋଣ ଅନୁକୋଣରେ ଟିକନିଖି ଯାଞ୍ଚ ଆରମ୍ଭ କରାଯାଇଥିଲା। ସମସ୍ତ ସନ୍ଦେହଜନକ ବସ୍ତୁ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଏହା ବ୍ୟତୀତ, ଧମକପୂର୍ଣ୍ଣ ଇମେଲ୍‌ର ଉତ୍ସ ଖୋଜି ବାହାର କରିବା ପାଇଁ ଏକ ସାଇବର ଟିମ୍ ମଧ୍ୟ ତଦନ୍ତ ଆରମ୍ଭ କରିଛି।

ତେବେ ପ୍ରାଥମିକ ସର୍ଚ୍ଚ ଅପରେସନ ସମୟରେ ବର୍ତ୍ତମାନ ସୁଦ୍ଧା କୌଣସି ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇ ନାହିଁ। କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଏକ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ପୋଲିସ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଜାରି ରଖିଛି ଏବଂ ଏହି ଧମକ ପଛରେ କାହାର ହାତ ଅଛି ଓ ଏହାର ଉଦ୍ଦେଶ୍ୟ କ'ଣ ତାହା ଜାଣିବା ପାଇଁ ଉଦ୍ୟମ ଜାରି ରହିଛି।

ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟକୁ ପୁଣି ବୋମା ଧମକ, ଇମେଲ୍‌ରେ ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ
କଟକ: ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟକୁ ପୁଣି ଆସିଲା ବୋମା ଧମକ । କୋର୍ଟକୁ ବୋମାରେ ଉଡାଇ ଦେବାକୁ ଆସିଲା ଧମକପୂର୍ଣ ଇମେଲ୍ । କଟକ ଜିଲ୍ଲା କୋର୍ଟ, ଫୁଲବାଣୀ କୋର୍ଟ ଏବଂ  ପୁରୀ କୋର୍ଟକୁ ଆସିଛି ଏହି ଧମକପୂର୍ଣ ଇମେଲ୍ । ଘଟଣାସ୍ଥଳରେ ଆଣ୍ଟି ବମ୍ ସ୍କ୍ଵାଡ୍ ସହ ପୁଲିସ ମୁତୟନ ହୋଇଛନ୍ତି। କୋର୍ଟ ପରିସରରେ ତନାଘନା ଚାଲିଛି। ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁର ଜରିଆରେ ଯାଞ୍ଚ ଚାଲିଛି। ଏପରି ଧମକ ମିଳିବା ପରେ କୋର୍ଟ ପରିସର ଖାଲି କରାଯିବା ସହ ସୁରକ୍ଷା ବ୍ୟବସ୍ତା ବଢ଼ାଯାଇଛି ଏବଂ ଚେକିଂ ଜାରି ରହିଛି । ବୋମା ଧମକ ପରେ କୋର୍ଟ ପରିସରରେ ଭୟର ବାତାବରଣ ଦେଖା ଦେଇଛି ।

କିଛି ଦିନ ତଳେ ରାଜ୍ୟର ଅନେକ କୋର୍ଟକୁ ଏପରି ବୋମା ଧମକ ଆସିଥିଲା। ପରେ ତାହା ଗୁଜବ ବୋଲି ଜଣାପଡ଼ିଥିଲା। ଗତ ଜାନୁଆରୀ ୮ ତାରିଖରେ ଓଡ଼ିଶା ସମେତ ବିଭିନ୍ନ ସହରରେ ଥିବା କୋର୍ଟକୁ ବୋମାରେ ଉଡ଼ାଇବାକୁ ଆସିଲା ଧମକପୂର୍ଣ୍ଣ ମେଲ୍। ଯାହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା। କଟକ, ସମ୍ବଲପୁର ଓ ଦେବଗଡ଼ କୋର୍ଟକୁ ବୋମାରେ ଉଡ଼ାଇଦେବାକୁ ଧମକ ମଧ୍ୟ ଆସିଲା।