Sarthak Mohapatra - The Sakala

ମଝି ସମୁଦ୍ରରେ ନିଖୋଜ ଓଡ଼ିଆ ନାବିକ ସାର୍ଥକ: ୫ ଦିନ ପରେ ବି ମିଳିଲାନି ପତ୍ତା, କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର
ସମୁଦ୍ର ମଝିରେ ଓଡ଼ିଆ ଯୁବ ନାବିକ ସାର୍ଥକ ମହାପାତ୍ର ନିଖୋଜ ହୋଇଯିବା ଘଟଣା ବର୍ତ୍ତମାନ ଏକ ବଡ଼ ରହସ୍ୟ ପାଲଟିଛି। ଘଟଣାକୁ ୫ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ସାର୍ଥକଙ୍କର କୌଣସି ପତ୍ତା ମିଳିପାରିନାହିଁ। ମରିସସ୍ ନିକଟ ଗଭୀର ସମୁଦ୍ରରେ ସେ ନିଖୋଜ ହୋଇଯାଇଥିବା ବେଳେ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ନାନା ଆଶା ଓ ଆଶଙ୍କା ଲାଗିରହିଛି।

ସିଙ୍ଗାପୁରରୁ ଫେରୁଥିଲା ଜାହାଜ

ମିଳିଥିବା ସୂଚନା ଅନୁଯାୟୀ, ସିଙ୍ଗାପୁରରୁ ଫେରୁଥିବା ଆଙ୍ଗ୍ଲୋ-ଇଷ୍ଟର୍ଣ୍ଣ ସିପ୍ ମ୍ୟାନେଜମେଣ୍ଟ (Anglo-Eastern Ship Management) ସଂସ୍ଥାର EA ଜର୍ସୀ (EA Jersey) ଭେସେଲରେ ସାର୍ଥକ ଜଣେ କ୍ରିୟୁ ମେମ୍ବର ଭାବରେ କାର୍ଯ୍ୟରତ ଥିଲେ। ଗତ ୩ ତାରିଖରେ ଶେଷ ଥର ପାଇଁ ତାଙ୍କୁ ଜାହାଜର ସିସି କ୍ୟାମେରାରେ ଦେଖିବାକୁ ମିଳିଥିଲା। ଏହାପରଠାରୁ ତାଙ୍କର ଆଉ କୌଣସି ଖୋଜ ଖବର ମିଳୁନାହିଁ, ଯାହା ପରିବାର ପାଇଁ ଚିନ୍ତାର ବିଷୟ ପାଲଟିଛି।

କେନ୍ଦ୍ରର ହସ୍ତକ୍ଷେପ ଲୋଡିଲେ ରାଜ୍ୟ ସରକାର

ସାର୍ଥକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପରିବାର ବର୍ଗ ରାଜ୍ୟ ସରକାରଙ୍କ ଦ୍ୱାରସ୍ଥ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଦିଲ୍ଲୀ ସ୍ଥିତ ଓଡ଼ିଶାର ପ୍ରିନ୍ସିପାଲ୍ ରେସିଡେଣ୍ଟ କମିଶନର ବିଶାଲ୍ ଗଗନ ଏ ସଂପର୍କରେ କେନ୍ଦ୍ରର ୪ଟି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଚିଠି ଲେଖିଛନ୍ତି। ମାମଲାକୁ ଗୁରୁତର ସହ ନେଇ କେନ୍ଦ୍ର ବୈଦେଶିକ ସଚିବ, ସ୍ବରାଷ୍ଟ୍ର ସଚିବ, ଜଳପଥ ସଚିବ ଓ ସିପିଂ ଡିଜିଙ୍କୁ ଯୋଗାଯୋଗ କରାଯାଇଛି। ଅନ୍ୟପଟେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ ଆଲୋଚନା କରି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି।

ମଝି ସମୁଦ୍ରରୁ ଓଡ଼ିଆ ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ ସାର୍ଥକ ମହାପାତ୍ରଙ୍କ ନିଖୋଜ ଘଟଣାକୁ ନେଇ ନବୀନଙ୍କ ଉଦବେଗ
ଭୁବନେଶ୍ୱର: ମଝି ସମୁଦ୍ରରୁ ରହସ୍ୟମୟ ଭାବେ ଜଣେ ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ୍‌ ସାର୍ଥକ ମହାପାତ୍ର ଗାଏବ ହୋଇଯାଇଛନ୍ତି। ସିଙ୍ଗାପୁରରୁ ଚୀନ୍‌କୁ ଫେରିବା ସମୟରେ ମଝି ସମୁଦ୍ରରେ ଗତ ୩ ତାରିଖରେ ସେ ରହସ୍ୟମୟ ଭାବେ ଗାଏବ ହୋଇଯାଇଛନ୍ତି। ଶେଷଥର ପାଇଁ ସେ ଘଟଣା ଦିନ ରାତି ୯ରେ ତାଙ୍କ ମା’ଙ୍କ ସହ କଥା ହୋଇଥିଲେ। ତାଙ୍କ ସଂପର୍କରେ କୌଣସି ପତ୍ତା ମିଳୁନଥିବାରୁ ପରିବାର ଲୋକ ବହୁତ ଚିନ୍ତିତ । ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ସାର୍ଥକଙ୍କୁ ଖୋଜିବାରେ ସହାୟତା କରିବାକୁ କେନ୍ଦ୍ର ସରକାର, ସିପିଂ ମହାନିର୍ଦ୍ଦେଶକ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ।

ଭଦ୍ରକ ଜିଲ୍ଲାର ୨୩ ବର୍ଷୀୟ ସାର୍ଥକ ଜୁଲାଇ ୨୦୨୫ରେ ଆଙ୍ଗଲୋ ଇଷ୍ଟର୍ନ ସିପିଂ କମ୍ପାନୀର ସିପ୍‌ ଇଏ ଜର୍ସିରେ କ୍ୟାଡେଟ ଭାବେ ଯୋଗଦେଇଥିଲେ। ସିଙ୍ଗାପୁରରୁ ଚୀନ୍‌କୁ ଫେରିବା ସମୟରେ ମଝି ସମୁଦ୍ରରେ ଗତ ୩ ତାରିଖରେ ସେ ରହସ୍ୟମୟ ଭାବେ ଗାଏବ ହୋଇଯାଇଛନ୍ତି। ଶେଷଥର ପାଇଁ ସେ ଘଟଣା ଦିନ ରାତି ୯ରେ ତାଙ୍କ ମା’ଙ୍କ ସହ କଥା ହୋଇଥିଲେ। ସକାଳ ୪ଟାରୁ ୮ପର୍ଯ୍ୟନ୍ତ ରିପୋର୍ଟ ଟାଇମ୍‌ ହୋଇଥିଲେ ମଧ୍ୟ ଡ୍ୟୁଟି ମଝିରୁ ଅର୍ଥାତ୍‌ ସକାଳ ୬ଟାରେ ସେ ନିଜ ରୁମ୍‌କୁ ଆସିଥିଲେ। ପରେ ୮ଟାରେ ସେ ରୁମ୍‌ରେ ନଥିବା ସହକର୍ମୀମାନେ ଜାଣିବା ପରେ କମ୍ପାନୀ ପକ୍ଷରୁ ପରିବାରକୁ ଅବଗତ କରାଯାଇଥିଲା। ତାଙ୍କ ପୁଅ ନିଖୋଜ ଅଛନ୍ତି ଓ ତାଙ୍କୁ ସମୁଦ୍ର ମଝିରେ ଖୋଜା ଚାଲିଥିବା ସୂଚନା ଦେଇଥିଲେ। ଏହି ଖବର ପାଇବା ପରେ ସାର୍ଥକଙ୍କ ମା’ ଓ ପରିବାରଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ତାଙ୍କ ପୁଅକୁ ଖୋଜି ଆଣିବାକୁ ପଦକ୍ଷେପ ନେବାକୁ ଓଡ଼ିଶା ସରକାରଙ୍କୁ ମଧ୍ୟ ନିବେଦନ କରିଛନ୍ତି।

ପରିବାର ଲୋକଙ୍କ ଅନୁରୋଧ ପରେ କେନ୍ଦ୍ରର ୪ଟି ବିଭାଗକୁ ଚିଠି ଲେଖିଛନ୍ତି ପ୍ରିନ୍ସିପାଲ ରେସିଡେଣ୍ଟ କମିଶନର । ବନ୍ଦର, ସିପିଂ ଓ ଜଳପଥ ସଚିବଙ୍କୁ ଚିଠି ଲେଖିଛନ୍ତି ପିଆରସି ବିଶାଲ ଗଗନ। ବୈଦେଶିକ ସଚିବ, ସ୍ବରାଷ୍ଟ୍ର ସଚିବ ଓ ସିପିଂ ଡିଜିଙ୍କୁ ଚିଠି ଲେଖିଛନ୍ତି ।