SDRF - The Sakala

ବିହାରରେ ଗଙ୍ଗାସ୍ନାନ ବେଳେ ବୁଡ଼ିଗଲେ ୫ ନାବାଳିକା; ଜଣଙ୍କ ମୃତଦେହ ଉଦ୍ଧାର, ୪ ନିଖୋଜ
ନୂଆଦିଲ୍ଲୀ: ବିହାରର ମୁଙ୍ଗେର ଜିଲ୍ଲା ଅନ୍ତର୍ଗତ ଶ୍ୟାମପୁର ଗଙ୍ଗା ଘାଟରେ ଅତ୍ୟନ୍ତ ଦୁଃଖଦାୟକ ଘଟଣା ଘଟିଛି। ଗଙ୍ଗାରେ ସ୍ନାନ କରୁଥିବା ବେଳେ ଗଭୀର ଜଳ ଓ ପ୍ରବଳ ସ୍ରୋତରେ ୫ ଜଣ ନାବାଳିକା ବୁଡ଼ି ଯାଇଛନ୍ତି। ଘଟଣାସ୍ଥଳରେ ହାହାକାର ପଡ଼ିଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ଜଣେ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୪ ଜଣଙ୍କର ଖୋଜାଖୋଜି ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ବାସୁଦେବପୁର ଥାନା ଅଞ୍ଚଳର ବାସିନ୍ଦା କ୍ରାନ୍ତି ପାଶୱାନଙ୍କ ୪ ଝିଅ- ସଙ୍ଗୀତା କୁମାରୀ, ବିନୀତା କୁମାରୀ, ସନ୍ଧ୍ୟା କୁମାରୀ ଏବଂ ସୋନାଲି କୁମାରୀ ତଥା ଚାନୋ ପାଶୱାନଙ୍କ ଝିଅ ହିନା କୁମାରୀ ଶ୍ୟାମପୁର ଗଙ୍ଗା ଘାଟକୁ ଗାଧୋଇବା ପାଇଁ ଯାଇଥିଲେ। ସ୍ନାନ କରିବା ସମୟରେ ହଠାତ୍ ସେମାନେ ଗଭୀର ପାଣିକୁ ଚାଲିଯାଇଥିଲେ ଏବଂ ପ୍ରବଳ ସ୍ରୋତରେ ଭାସି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପ୍ରବଳ ଜଳସ୍ରୋତ ଯୋଗୁଁ ସଫଳ ହୋଇପାରିନଥିଲେ।

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇବା ମାତ୍ରେ ବାସୁଦେବପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏନଡିଆରଏଫ (NDRF), ଏସଡିଆରଏଫ (SDRF) ଏବଂ ଜିଲ୍ଲାର ବୁଡ଼ାଳି ଟିମକୁ ତୁରନ୍ତ ଘଟଣାସ୍ଥଳରେ ନିୟୋଜିତ କରାଯାଇଛି। ଗଙ୍ଗା ନଦୀରେ ସର୍ଚ୍ଚ ଅପରେସନ୍ ଚାଲିଛି। ପ୍ରଶାସନିକ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜଣେ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ଥିବା ଅନ୍ୟ ୪ ଜଣ ନାବାଳିକାଙ୍କୁ ଖୋଜିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅଭିଯାନ ଜାରି ରହିଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଶ୍ୟାମପୁର ଏବଂ ଏହାର ଆଖପାଖ ଗାଁରେ ଶୋକର ଛାୟା ଖେଳିଯାଇଛି।

ମେଘାଳୟର ଏକ ବେଆଇନ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୧୦ ଶ୍ରମିକ ମୃତ
ନୂଆଦିଲ୍ଲୀ: ମେଘାଳୟର ଇଷ୍ଟ ଜୟନ୍ତିଆ ହିଲ୍ସ ଜିଲ୍ଲାରେ ଥିବା ଏକ ବେଆଇନ କୋଇଲା ଖଣିରେ ବୁଧବାର ଦିନ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ଅତି କମରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅନ୍ୟ ଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି ଏବଂ ତାଙ୍କୁ ଚିକିତ୍ସା ପାଇଁ ଶିଲଂ ସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଥାଙ୍ଗସ୍କାଇ ଗ୍ରାମ ନିକଟରେ ଥିବା ଏହି ଖଣିରେ ଖନନ କାର୍ଯ୍ୟ ପାଇଁ ଡିନାମାଇଟ୍ ବ୍ୟବହାର କରାଯାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଏହା ପାଖାପାଖି ପାହାଡ଼ଗୁଡ଼ିକୁ ମଧ୍ୟ ଦୋହଲାଇ ଦେଇଥିଲା। ଏହାଫଳରେ ଖଣିର କିଛି ଅଂଶ ଧସିଯିବାରୁ ଶ୍ରମିକମାନେ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ସମସ୍ତ ମୃତ ଶ୍ରମିକ ଆସାମର ବାସିନ୍ଦା ବୋଲି ସରକାରୀ ସୂତ୍ରରୁ ଜଣାପଡିଛି।

ଖବର ପାଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବାହିନୀ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୦ଟି ମୃତଦେହ ଉଦ୍ଧାର କରାଯାଇଛି, କିନ୍ତୁ ଆହୁରି ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ତେବେ ଖରାପ ପାଗ, ଦୁର୍ଗମ ରାସ୍ତା ଏବଂ ଖଣିର ବିପଜ୍ଜନକ ଅବସ୍ଥା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।

ଏହି ଘଟଣା ପୁଣିଥରେ ଇଷ୍ଟ ଜୟନ୍ତିଆ ହିଲ୍ସ ଅଞ୍ଚଳରେ ଚାଲିଥିବା ବେଆଇନ କୋଇଲା ଖନନ ସମସ୍ୟାକୁ ସାମ୍ନାକୁ ଆଣିଛି। ସରକାରୀ କଟକଣା ସତ୍ତ୍ୱେ ଏଠାରେ ବେଆଇନ ଭାବେ ଖନନ କାର୍ଯ୍ୟ ଚାଲୁରହିଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି।