CORONA-NEW-STREAN - The Sakala
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇବା ପରେ ଏବେ ପୁଣି ସଂକ୍ରମଣର ଡର ଦେଶବାସୀଙ୍କୁ ଭୟଭୀତ କଲାଣି। ବର୍ତ୍ତମାନ ଦେଶରେ କରୋନାର ନୂଆ ଷ୍ଟ୍ରେନକୁ ନେଇ ଭୟ ବଢୁଛି ।କରୋନାର ନୂଆ ଷ୍ଟ୍ରେନ୍ ପାଇଁ ଲଗାତାର କିଛି ଦିନ ହେବ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ୧୧ ମାସ ପରେ ପୁଣି ଥରେ ଡରାଇଛି କରୋନା । ଲଗାତାର ୯ ଦିନ ହେଲା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ସେପ୍ଟେମ୍ବର ପରେ ପୁଣିଥରେ ୧୩ ହଜାର ଟପିଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୭୨୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ୧୦୪ ଲୋକଙ୍କ ଜୀବନ ନେଇଛି କରୋନା ।
କିଛି ଦିନ ହେବ ଦେଶରେ କମିଥିବା ସଂକ୍ରମଣ ପୁଣିଥରେ ବଢିବା ସହ ଲୋକଙ୍କ ମନରେ ଭୟ ସୃଷ୍ଟି କଲାଣି। ସଂକ୍ରମଣ ବଢିବା ସହ ବଦଳୁଛି ଲକ୍ଷଣ । ନୂଆ ଷ୍ଟ୍ରେନରେ ନୂଆ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି । ତେବେ ଏହି ନୂଆ ଷ୍ଟ୍ରେନର ଲକ୍ଷଣ କ’ଣ? କିପରି ଏଥିପାଇଁ ସତର୍କତା ଅବଲମ୍ଵନ କରିବାକୁ ପଡ଼ିବ ଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଠିଛି।
ପୂର୍ବରୁ କରୋନାର ଯେଉଁସବୁ ଲକ୍ଷଣମାନ ଦେଖାଯାଉଥିଲା, ନୂଆ ଷ୍ଟ୍ରେନରେ ମଧ୍ୟ ସେଭଳି କିଛି ସମାନ ଲକ୍ଷଣ ରହିଛି। ସାଧାରଣତଃ ଜ୍ଵର, ଶୁଖିଲା କାଶ, ସ୍ଵାଦ ଏବଂ ବାସ୍ନା ବାରି ନ ପାରିବା ଭଳି ସମାନ ଲକ୍ଷଣ କୋରନାର ନୂଆ ଷ୍ଟ୍ରେନରେ ଦେଖିବାକୁ ମିଳୁଛି। ଏଥିସହ ଆଉ ୭ଟି ନୂଆ ଲକ୍ଷଣ ଏହି ଷ୍ଟ୍ରେନରେ ଦେଖାଯାଉଛି। ଏହି ଲକ୍ଷଣଗୁଡ଼ିକ ହେଲା;
ଗଳା ବା ତଣ୍ଟି ଦରଜ ହେବ,ନୂଆ ଷ୍ଟ୍ରେନରେ ଗଳା କୁଣ୍ଡାଇ ହେବାର ଲକ୍ଷଣ ଦେଖାଦେ,ଗଳା ଶୁଖିବା ସହ ଖାଇବା ପିଇବାରେ ଅସୁବିଧା
ଡାଇରିଆ ବା ତରଳ ଝାଡ଼ା ହେବା, ଡାଇରିଆ ଯୋଗୁଁ ଶରୀରରୁ ଜଳୀୟ ଅଂଶ କମିଯିବା
ଆଖି ଧରିବା ବା ଆଖି ଲାଲ ପଡ଼ିବା,ଆଖି କୁଣ୍ଡାଇ ହୋଇ ପାଣି ବହିବା
ଶରୀରର ତାପମାତ୍ରା ସାମାନ୍ୟଠାରୁ ଅଧିକ ରହିବ,ମୁଣ୍ଡବ୍ୟଥା ସହ ଜ୍ୱର ହେବା
ନୂଆ ଷ୍ଟ୍ରେନରେ ଆଣ୍ଠୁ ଗଣ୍ଠିରେ ପ୍ରବଳ ଯନ୍ତ୍ରଣା ହେବ,ପୂରା ଶରୀର ବିନ୍ଧିବା ସହ ଚଲାବୁଲାରେ ଅସୁବିଧା
ନଖର ରଙ୍ଗ ପରିବର୍ତ୍ତନ ହୋଇଯିବା,ଗୋଇଠି ଆଙ୍ଗୁଳି ଦରଜ ରହିବା ସହ ରଙ୍ଗ ବଦଳିବ
ଚର୍ମ ଜନିତ ରୋଗ, ଦେହହାତର ଚର୍ମରେ ଲାଲ ଦାଗ ପଡ଼ିବା, ଚର୍ମ କୁଣ୍ଡାଇ ହେବା
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁସାରେ ଭାରତରେ ଏଯାଏଁ ୧୮୭ ଜଣଙ୍କଠାରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି। ସେହିପରି ୬ ଜଣଙ୍କଠାରେ କେବଳ ସାଉଥ ଆଫ୍ରିକାନ ଓ ଜଣଙ୍କଠାରେ ବ୍ରାଜିଲ ଷ୍ଟ୍ରେନ ଚିହ୍ନଟ ହୋଇଛି। ଏହି ନୂଆ ଷ୍ଟ୍ରେନ ଅଧିକ ସଂକ୍ରାମକ ହୋଇଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ଭଳି ୫ଟି ରାଜ୍ୟରେ ସଂକ୍ରମଣ ବଢ଼ିଛି। ତେଣୁ ସତର୍କ ରହିବାକୁ ଏହି ୫ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।
ନୂଆ ଷ୍ଟ୍ରେନରୁ କିପରି ରହିବେ ସତର୍କ?
ଯଦି ଆପଣଙ୍କ ପାଖରେ ଉପରୋକ୍ତ ଲକ୍ଷଣଗୁଡ଼ିକ ମଧ୍ୟରୁ କୌଣସିଟି ବି ଦେଖାଯାଉଛି, ତେବେ ଏଥିପାଇଁ ଆପଣଙ୍କୁ  ସତର୍କତା ଅବଲମ୍ଵନ କରିବାକୁ ପଡ଼ିବ। ଲକ୍ଷଣ ଦେଖାଯିବା ପରେ ତୁରନ୍ତ ନିଜର କୋଭିଡ ପରୀକ୍ଷା କରାଇ ନିଅନ୍ତୁ।
କକ୍ଷରୋଧ ବା ଆଇସୋଲେଟେଟ ହୋଇ ରୁହନ୍ତ । ସଭା, ସମିତି କିମ୍ଵା ଜନ ଗହଳି ସ୍ଥାନରୁ ଦୂରେଇ ରୁହନ୍ତୁ।
ଯଦି ଆପଣଙ୍କ ରିପୋର୍ଟ ପଜିଟିଭ୍ ଆସୁଛି ତେବେ ହସ୍ପିଟାଲରେ ଭର୍ତ୍ତି ହେବା ସହ  କରୋନା ପାଇଁ ଆବଶ୍ୟକୀୟ ସମସ୍ତ ସତର୍କତା ଅବଲମ୍ଵନ କରନ୍ତ ।