Ghooskhor Pandat - The Sakala

Ghooskhor Pandat Controversy: FIR ପରେ ନେଟଫ୍ଲିକ୍ସରୁ ହଟିଲା 'ଘୁଷଖୋର ପଣ୍ଡତ' ଟିଜର, ସଫେଇ ଦେଲେ ନୀରଜ ପାଣ୍ଡେ
ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କ ଆଗାମୀ ଫିଲ୍ମ ‘ଘୁଷଖୋର ପଣ୍ଡତ’ (Ghooskhor Pandat)ର ଟିଜର ରିଲିଜ୍ ହେବା ମାତ୍ରେ ଏହାକୁ ନେଇ ବଡ଼ ଧରଣର ବିବାଦ ଆରମ୍ଭ ହୋଇଯାଇଛି। ଫିଲ୍ମର ଶୀର୍ଷକକୁ ନେଇ ବିରୋଧ ଏତେ ମାତ୍ରାରେ ବଢିଯାଇଥିଲା ଯେ, ନିକଟରେ ଲକ୍ଷ୍ନୌରେ ଏନେଇ ଏକ ଏଫଆଇଆର (FIR) ମଧ୍ୟ ରୁଜୁ ହୋଇଥିଲା। ବିବାଦକୁ ଦୃଷ୍ଟିରେ ରଖି ଏବେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ (Netflix) ଏକ ବଡ଼ ପଦକ୍ଷେପ ନେଇଛି। ନେଟଫ୍ଲିକ୍ସ ନିଜର ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଫିଲ୍ମର ଟିଜର ଏବଂ ଅନ୍ୟାନ୍ୟ ପ୍ରମୋସନାଲ କଣ୍ଟେଣ୍ଟକୁ ହଟାଇ ଦେଇଛି।

କାହିଁକି ହେଉଛି ବିବାଦ?

ଫିଲ୍ମର ନାମ ‘ଘୁଷଖୋର ପଣ୍ଡତ’ ରଖାଯାଇଥିବାରୁ ବ୍ରାହ୍ମଣ ସମାଜ ସମେତ ବିଭିନ୍ନ ସାମାଜିକ ସଙ୍ଗଠନ ଏହାକୁ ଦୃଢ ବିରୋଧ କରିଛନ୍ତି। ଅଭିଯୋଗ ହୋଇଛି ଯେ, ‘ପଣ୍ଡତ’ ବା ପଣ୍ଡିତ ଶବ୍ଦ ସହ ‘ଘୁଷଖୋର’ ଭଳି ଶବ୍ଦ ଯୋଡିବା ଦ୍ୱାରା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଭାବନାକୁ ଆଘାତ ଲାଗିଛି ଏବଂ ଏହା ଅପମାନଜନକ ଅଟେ। ଏହି ମାମଲାରେ ଲକ୍ଷ୍ନୌର ହଜରତଗଞ୍ଜ ଥାନାରେ ଅଭିଯୋଗ ହେବା ପରେ ନିର୍ମାତା ଓ ଡିଷ୍ଟ୍ରିବ୍ୟୁଟରମାନେ ତୁରନ୍ତ ଏହି ନିଷ୍ପତ୍ତି ନେଇଛନ୍ତି।

I respect the emotions and concerns people have shared, and I take them seriously. When something you are part of causes hurt to some people, it makes you pause and listen.

As an actor, I come to a film through the character and the story I am playing. For me, this was about… https://t.co/IGlQtLQeNs

— manoj bajpayee (@BajpayeeManoj) February 6, 2026

ନିର୍ମାତା ନୀରଜ ପାଣ୍ଡେଙ୍କ ସ୍ପଷ୍ଟୀକରଣ

ଏହି ବିବାଦ ଉପରେ ପ୍ରତିକ୍ରିୟା ଦେଇ ଫିଲ୍ମର ଲେଖକ ତଥା ନିର୍ମାତା ନୀରଜ ପାଣ୍ଡେ ନିଜର ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, “ଏହା ସମ୍ପୂର୍ଣ୍ଣ ରୂପେ ଏକ କାଳ୍ପନିକ କପ୍ ଡ୍ରାମା। ଏଥିରେ ବ୍ୟବହୃତ ‘ପଣ୍ଡତ’ ଶବ୍ଦ କୌଣସି ଜାତିକୁ ଆକ୍ଷେପ କରିବା ଉଦ୍ଦେଶ୍ୟରେ ନିଆଯାଇ ନାହିଁ, ବରଂ ଏକ କାଳ୍ପନିକ ଚରିତ୍ର ପାଇଁ ବ୍ୟବହାର କରାଯାଇଛି। ଜଣେ ଚଳଚ୍ଚିତ୍ର ନିର୍ମାତା ଭାବରେ ମୁଁ ଦାୟିତ୍ୱବାନ ଏବଂ କାହାର ଭାବନାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନୁହେଁ। ତେବେ ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ଆମେ ଏହି ପଦକ୍ଷେପ ନେଇଛୁ।”

ମନୋଜ ବାଜପେୟୀ କ’ଣ କହିଲେ?

ମୁଖ୍ୟ ଅଭିନେତା ମନୋଜ ବାଜପେୟୀ ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ, ସେ ସର୍ବସାଧାରଣଙ୍କ ଭାବନା ଓ ଚିନ୍ତାଧାରାକୁ ସମ୍ମାନ କରନ୍ତି। ଯଦି କୌଣସି ବିଷୟବସ୍ତୁ କାହାକୁ ଆଘାତ ଦେଉଛି, ତେବେ ତାହା ବିଚାରଯୋଗ୍ୟ। ଏହା କେବଳ ଜଣେ ଭୁଲ୍ ବ୍ୟକ୍ତିର ଆତ୍ମ-ଉପଲବ୍ଧିର ଯାତ୍ରା ଥିଲା, କୌଣସି ସମ୍ପ୍ରଦାୟ ଉପରେ ଟିପ୍ପଣୀ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Ghooskhor Pandat: ‘ଘୁଷଖୋର ପଣ୍ଡତ’ ଟାଇଟଲ୍‌କୁ ନେଇ ବିବାଦ, ମନୋଜ ବାଜପେୟୀଙ୍କ ନୂଆ ଫିଲ୍ମକୁ ବୟକଟ୍ ଧମକ
ବଲିଉଡର ଦମଦାର ଅଭିନେତା ମନୋଜ ବାଜପେୟୀ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଘୁଷଖୋର ପଣ୍ଡତ’ (Ghooskhor Pandat) ସହିତ ପରଦାକୁ ଫେରୁଛନ୍ତି। ଫେବୃଆରୀ ୩ ତାରିଖରେ ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ Netflix ଏହାର ଟିଜର ରିଲିଜ୍ କରିଥିଲା। ହେଲେ ଟିଜର ଆସିବା ପରେ ଫିଲ୍ମର ଶୀର୍ଷକ ବା ଟାଇଟଲ୍‌କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ହଙ୍ଗାମା ଆରମ୍ଭ ହୋଇଯାଇଛି।

ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଫିଲ୍ମର ନାମକୁ ‘ଜାତିବାଦୀ’ ବୋଲି ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା କଥା ହେଲା ଯେ, ଏହି ଶୀର୍ଷକ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ (ବ୍ରାହ୍ମଣ ସମାଜ)କୁ ଟାର୍ଗେଟ କରୁଛି। ୟୁଜର୍ସମାନେ ଦାବି କରିଛନ୍ତି ଯେ, ଯଦି ଓଟିଟି ପ୍ଲାଟଫର୍ମ ତୁରନ୍ତ ଏହାର ନାମ ପରିବର୍ତ୍ତନ ନକରେ, ତେବେ ଆଗାମୀ ଦିନରେ ନେଟଫ୍ଲିକ୍ସକୁ ବୟକଟ୍ କରାଯିବ। ଅନେକ ପ୍ରଶ୍ନ କରିଛନ୍ତି ଯେ, କଣ ନିର୍ମାତାମାନେ ଅନ୍ୟ କୌଣସି ସମ୍ପ୍ରଦାୟ ପାଇଁ ଏଭଳି ଶବ୍ଦ ବ୍ୟବହାର କରିବାକୁ ସାହସ କରିପାରିବେ?

‘ଏକ୍ସ’ରେ ଲୋକମାନେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, "ଏହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ସହଜ ଟାର୍ଗେଟ୍ କରାଯାଉଛି। ଏହାକୁ ତୁରନ୍ତ ପରିବର୍ତ୍ତନ କରନ୍ତୁ କିମ୍ବା ବ୍ୟାନ୍ ପାଇଁ ପ୍ରସ୍ତୁତ ରୁହନ୍ତୁ।" ଅନ୍ୟ ଜଣେ ବ୍ୟକ୍ତି ନିର୍ଦ୍ଦେଶକଙ୍କୁ ସମାଲୋଚନା କରି କହିଛନ୍ତି ଯେ, ନିର୍ଦ୍ଦେଶକ ଏବଂ କଳାକାର ନିଜେ ସେହି ସମ୍ପ୍ରଦାୟର ହୋଇ ମଧ୍ୟ କିଛି ଟଙ୍କା ପାଇଁ ନିଜ ସମାଜକୁ ବଦନାମ କରୁଛନ୍ତି।

‘ଘୁଷଖୋର ପଣ୍ଡତ’ ଏକ କ୍ରାଇମ୍ ଥ୍ରୀଲର ଚଳଚ୍ଚିତ୍ର, ଯାହାର ନିର୍ଦ୍ଦେଶନା ରୀତେଶ ଶାହା ଦେଇଛନ୍ତି ଏବଂ କାହାଣୀ ନୀରଜ ପାଣ୍ଡେ ଲେଖିଛନ୍ତି। ଏଥିରେ ମନୋଜ ବାଜପେୟୀ ଜଣେ ଦୁର୍ନୀତିଗ୍ରସ୍ତ ଦିଲ୍ଲୀ ପୋଲିସ ଅଫିସର ‘ଅଜୟ ଦୀକ୍ଷିତ’ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ନୁସରତ ଭରୁଚା, ଦିବ୍ୟା ଦତ୍ତ, ସାକିବ ସଲିମ୍, ଅକ୍ଷୟ ଓବରଏ, ଶ୍ରଦ୍ଧା ଦାସ ଏବଂ କିକୁ ଶାରଦା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।