raja festival - The Sakala

ଓଡ଼ିଶାର ଗଣପର୍ବ ରଜ ଓ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର:ଓଡ଼ିଶାର ଗଣପର୍ବ ରଜ ଓ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଦିବ୍ୟ ଅନୁଭବ ପ୍ରଦାନ କରୁଛି। ଏହା ସହିତ ରାଜ୍ୟ ବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଦିବ୍ୟ ଅନୁଭବ ପ୍ରଦାନ କରୁଛି। ଏହି ପବିତ୍ର ଅବସରରେ ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସୁଖ ଓ କଲ୍ୟାଣମୟ ଜୀବନ କାମନା କରୁଛି। #JaiJagannatha pic.twitter.com/V2oX6eTrVp

— Naveen Patnaik (@Naveen_Odisha) June 14, 2022

ସେହିପରି ପହିଲି ରଜରେ ଟ୍ବିଟର ଜରିଆରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।ରଜ ଉପଲ୍ଲଖେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି କହିଛନ୍ତି ଯେ, ଓଡ଼ିଶା ସଂସ୍କୃତି ଓ ପରମ୍ପରାର ପ୍ରତୀକ।ଏ ହି ପର୍ବ ସମାଜରେ ଆନନ୍ଦ,ଉତ୍ସାହ ଓ ଉଲ୍ଲାସ ଭରିଦେଉ। ଆହୁରି ମଧ୍ୟ ସେ ରାଜ୍ୟବାସୀଙ୍କ ଜୀବନ ସୁଖ ଓ ମଙ୍ଗଳମୟ ହେଉ ବୋଲି କାମନା କରିଛନ୍ତି ।

ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପ୍ରତୀକ ଏହି ପର୍ବ ସମାଜରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଭରିଦେଉ। ଏହି ଅବସରରେ ସମସ୍ତଙ୍କ ସୁଖ ଓ ମଙ୍ଗଳମୟ ଜୀବନ କାମନା କରୁଛି। #ରଜ pic.twitter.com/3kBqXlBhWy

— Naveen Patnaik (@Naveen_Odisha) June 14, 2022

ମାଟିର ପର୍ବ ରଜ: ବିଭିନ୍ନ ପ୍ରକାରର ପିଠାପଣାରେ ମହକିଯାଏ ଓଡ଼ିଶାର ପୁରପଲ୍ଲୀ
ଗ୍ରୀଷ୍ମ ଓ ବର୍ଷା ଋତୁର ସନ୍ଧିକ୍ଷଣରେ ଭିଜାମାଟିର ବାସ୍ନା ନେଇ ଆସେ ଓଡ଼ିଶାର ଗଣପର୍ବ ରଜ। ସତେ ଯେମିତି ଏହା  ଧରିତ୍ରୀ ମାତା ଓ ମୌସୁମୀର ମିଳନର ପର୍ବ ।  ସାରା ବିଶ୍ୱରେ ପ୍ରକୃତିକୁ ନେଇ ଏମିତି ଏକ ପର୍ବର ପରିକଳ୍ପନା ହୁଏତ ଆଉ କୋଉଠି ନ ଥିବ।  ପ୍ରକୃତି ସୃଷ୍ଟି କରିଛି ବର୍ଷା ଆଉ ବର୍ଷାକୁ ସ୍ବାଗତ କରି ସୃଷ୍ଟି ହୋଇଛି ରଜ ପର୍ବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ବୃଷ ରାଶିକୁ ତ୍ୟାଗକରି ଯେଉଁ ଦିନ ମିଥୁନ ରାଶିରେ ପ୍ରବେଶ କରନ୍ତି, ତା’ର ପୂର୍ବଦିନ ଓ ପରଦିନକୁ ମିଶାଇ ମୋଟ ତିନିଦିନ ଧରି ରଜପର୍ବ ପାଳନ କରାଯାଏ  । ଉତ୍କଳୀୟ ସଂସ୍କୃତିର ଆନନ୍ଦ ଉଲ୍ଲାସ, ସର୍ବାଧିକ ଲୋକପ୍ରିୟ ଓ ବୈଶିଷ୍ଟ୍ୟମୟ ଅବସର ରଜ । ବର୍ଷକରେ ଥରେ ଆସୁଥିବା ଏହି କୃଷିଭିତ୍ତିକ ପର୍ବକୁ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତିଟି ଓଡ଼ିଆ ପରିବାର ବେଶ୍ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି । କୃଷି ଓଡ଼ିଶାର ମୁଖ୍ୟ ଜୀବିକା ହୋଇଥିବାରୁ ମାଟି ମା’କୁ ବିଶ୍ରାମ ଦେବା ଏହି ପର୍ବ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ସାଧାରଣତଃ କୃଷକମାନେ ରଜସଂକ୍ରାନ୍ତି ପୂର୍ବରୁ କ୍ଷେତରେ ଧାନ ବୁଣି ବର୍ଷାର ଆଗମନକୁ ଅପେକ୍ଷା କରିଥାନ୍ତି । ଆଷାଢର ପ୍ରଥମ ବର୍ଷାରେ ପୃଥିବୀ ଶୀତଳ ହେବା ସହ ପ୍ରଜନନକ୍ଷମ ହୋଇଥାଏ । ପୃଥିବୀମାତାର ଏହି ଅବସ୍ଥାକୁ ରଜସ୍ୱଳା ନାରୀ ସହ ତୁଳନା କରି ପୂର୍ଣ୍ଣ ବିଶ୍ରାମ ଦିଆଯାଏ । ଏଥିସହିତ କୃଷି କର୍ମରୁ ଅବ୍ୟାହତି ନେଇ ଆନନ୍ଦ ଉଲ୍ଲାସରେ ମାତିଯାନ୍ତି କୃଷକ ସମାଜ ।

ବିଭିନ୍ନ ପ୍ରକାରର ପିଠାପଣାରେ ମହକିଯାଏ ଓଡ଼ିଶାର ପୁରପଲ୍ଲୀ । ରଜପାନ ଖିଆ, ଦୋଳିରେ ଝୁଲିବା,ଲୁଡୁ, ତାସ୍ ଓ ବାଗୁଡ଼ି ଖେଳ ମଧ୍ୟରେ ପୂରି ଉଠେ ଓଡ଼ିଶାର ପୁରପଲ୍ଲୀ। ରଜ ତିନିଦିନ ମଧ୍ୟରୁ ପ୍ରଥମ ଦିନ ପହଲି ରଜ, ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି ଏବଂ ତୃତୀୟ ଦିନ ଭୂମି ଦହନ। ଏହି ତିନି ଦିନ ପରେ ଶେଷ ଦିନ ବସୁମତୀ ସ୍ନାନ କରାଯାଇଥାଏ। ଯେପରି ଏକ ରଜସ୍ବଳା ନାରୀ ମୋଟ ୪ ଦିନ ପାଇଁ ଅଛୁତ ରୁହେ, ସେପରି ବସୁଧା ମାତାଙ୍କୁ ଏହି ଚାରିଦିନ ଅକ୍ଷତ ଓ ଅସ୍ପୃଶ୍ୟ କରି ରଖାଯାଏ । ଧରିତ୍ରୀ ନିଜେ ରଜସ୍ରାବିତ ହୋଇ ନିଜ ସନ୍ତାନ ପାଇଁ ଶସ୍ୟ ଉତ୍ପାଦନକ୍ଷମତା ବଢ଼ାଏ । ଏହି ସମୟରେ ପୃଥିବୀ ମାତାକୁ ଆଘାତ ନ ଦେବା ପାଇଁ କୁମାରୀମାନେ ଖାଲି ପାଦରେ ଚାଲନ୍ତି ନାହିଁ । ଆଗକାଳରେ ଏହି ତିନି ଦିନ ଝିଅମାନେ କଦଳୀ ପାଟୁକା ଓ ଗୁଆ ଖୋଳପା ପାଦରେ ବାନ୍ଧି ଚାଲୁଥିଲେ। ଏହି ପର୍ବର ମୁଖ୍ୟ ଆକର୍ଷଣ ହେଉଛି ରଜପାନ ଓ ପୋଡ଼ପିଠା I ଘରେ ଘରେ ପୋଡ଼ପିଠା ସହିତ ବିଭିନ୍ନ ପ୍ରକାର ପିଠା ହେଇଥାଏ। ଗାଁଠୁ ସହର ପୋଡ଼ପିଠାରେ ମହକି ଉଠେ ସାରା ଓଡ଼ିଶା। ନିୟମିତ ରୋଷେଇ କରିବା ହେଉଛି ମହିଳାଙ୍କ କାର୍ଯ୍ୟ। କିନ୍ତୁ ରଜରେ ଧରିତ୍ରୀ ମାତାଙ୍କୁ ଯେପରି ବିଶ୍ରାମ ଦିଆଯାଏ ସେପରି ଝିଅ, ବୋହୂମାନଙ୍କୁ ନିୟମିତ କାର୍ଯ୍ୟରୁ ଅବ୍ୟାହତି ଦିଆଯାଏ। ଝିଅ ବୋହୂମାନେ ଏକାଠି ହୋଇ ଦୋଳି ଖେଳିବା ସହ ଘରେ ବସି ତାସ୍‌ ଓ ଲୁଡୁ ଖେଳିଥାନ୍ତି। ଏହି ସମୟରେ ନୂଆ ବାହା ହୋଇଥିବା ଝିଅଟି ଘରୁ ରଜଭାର ଆସିଥାଏ। କୁଆଁରୀ ଝିଅମାନେ ଅତି ଆନନ୍ଦରେ ରଜରେ ନୂଆ ପୋଷାକ ପିନ୍ଧି , ପାଦରେ ଅଳତା ଲଗାଇ ଓ ଅନ୍ୟ ଶୃଙ୍ଗାର କରି ରଜଦୋଳିର ଆନନ୍ଦ ଉଠାନ୍ତି। ଗାଁ ଗହଳିରେ ଝିଅମାନେ ଦୋଳି ଖେଳି ଗୀତ ଗାଉଥାନ୍ତି-

“ବନସ୍ତେ ଡାକିଲା ଗଜ,

ବରଷକେ ଥରେ ଆସିଛି ରଜ,

ଆସିଛି ରଜ ଲୋ ଘେନି ନୂଆ ସଜବାଜ ॥’’

‘‘ରଜ ଦୋଳି କଟ କଟ,

ମୋ ଭାଇ ମଥାରେ ସୁନା-ମୁକୁଟ,

ସୁନା ମୁକୁଟ ଲୋ ଦିଶୁଥାଏ ଝଟଝଟ ॥’’

ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ପାଳନ କରାଯାଇଥାଏ ରଜପର୍ବ । ଏହି ଦିନଗୁଡ଼ିକର ରୀତିନୀତିରେ ସମ୍ପୂର୍ଣ୍ଣ ଓଡ଼ିଆ ଘରର ଚଳଣି ପ୍ରତିଫଳିତ ହୋଇଥାଏ। ଆଧୁନିକତାର ଛାପରେ ରଜପର୍ବ ପାଳନକୁ ନେଇ ପୂର୍ବଭଳି ଏତେଟା ଆଗ୍ରହ ଉଦ୍ଦୀପନା ପରିଲକ୍ଷିତ ହେଉନାହିଁ।

ଏଥର ଜମିବ ଓଟିଡିସିର ‘ରଜ ମହୋତ୍ସବ’: ସହିଦ ନଗର ଦୁର୍ଗାପୂଜା ପଡ଼ିଆରେ ରଜ ଉତ୍ସବ
ଭୁବନେଶ୍ୱର:ଏଥର ଜମିବ ରଜ ମହୋତ୍ସବ। ରଜ ଗୀତ ସାଙ୍ଗକୁ ପାରମ୍ପରିକ ପରିବେଶରେ ଅନୁଭୂତି ପାଇବେ ରାଜଧାନୀବାସୀ। ପ୍ରତିବର୍ଷ ପରି ଏଥର ପୁଣି ସଜେଇ ହେବ ପାନ୍ଥନିବାସ। ରଙ୍ଗ ବେରଙ୍ଗର ଫୁଲରେ ଆକର୍ଷଣୀୟ ଝୁଲିବ ରଜ ଦୋଳି। ଏହାସହ ରଜ ପାନ ଓ ପାରମ୍ପରିକ ପିଠାରେ ମହକିବ ପାନ୍ଥ ନିବାସ ପରିସର। ରାଜଧାନୀର ବିଭିନ୍ନ ସ୍ଥାନରୁ ମହିଳାମାନେ ଏଠାରେ ଧୁମଧାମରେ ରଜ ଉତ୍ସବକୁ ପାଳନ କରିବେ। ସାଙ୍ଗ ମେଳରେ ଦୋଳି ଖେଳର ନିଆରା ମଜ୍ଜା ସାଙ୍ଗକୁ ହାତରେ ମେହେନ୍ଦି ଓ ରଜ ପାନ ଖାଇବାର ସୁଯୋଗ ପାଇବେ। ପହିଲି ରଜରୁ ଶେଷ ରଜ ୩ଦିନ ଧରି ଚଳଚଞ୍ଚଳ ହୋଇଉଠିବ ପାନ୍ଥ ନିବାସ। ଏଥିପାଇଁ ଓଟିଡିସି ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ରଜ ମହୋତ୍ସବ। ବିଭିନ୍ନ ପ୍ରକାରର ପାରମ୍ପରିକ ଖାଦ୍ୟର ପସରା ମଧ୍ୟ ରଜ ଉତ୍ସବର ଅନ୍ୟ ଏକ ଆକର୍ଷଣ ସାଜିବ। ପୋଡ଼ ପିଠାରୁ ଆରମ୍ଭ କରି ଚକୁଳି ପିଠା, ତରକାରୀ, କାକରା ପିଠା, ବିଭିନ୍ନ ପ୍ରକାରର ମଣ୍ଡା ପିଠା ଖାଇବା ସହ ନିଜ ବନ୍ଧୁ, ପରିଜନଙ୍କ ପାଇଁ ପିଠା ନେବାର ମଧ୍ୟ ସୁବିଧା ରହିଥିବା ବେଳେ ଏଠାରେ ଏକ ନିଆରା ଅନୁଭୁତି ସାଉଁଟିବେ ରାଜଧାନୀବାସୀ। ଏଥିପାଇଁ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ମହାମାରୀ କରୋନା ପାଇଁ ଦୀର୍ଘ ୨ବର୍ଷ ହେବ ଫିକା ପଡ଼ିଥିଲା ରଜ ମହୋତ୍ସବ। ଯଦିଓ ପାନ୍ଥ ନିବାସ ପରିସରରେ ରଜ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଉଥିଲା, କରୋନା କଟକଣା ଯୋଗୁଁ ଦୋଳିରେ ଝୁଲିବାକୁ ବାରଣ ଥିଲା। ହେଲେ ଚଳିତ ବର୍ଷ ପୁଣି ପୂର୍ବଭଳି ରଜ ଦୋଳିର ମଜ୍ଜା ନେବେ ରାଜଧାନୀବାସୀ। ତେବେ ଏଥର ନୂଆକରି ଓଟିଡିସି ପକ୍ଷରୁ ସହିଦ ନଗର ଦୁର୍ଗାପୂଜା ପଡ଼ିଆ ଠାରେ ଆୟୋଜନ ହେବ ରଜପର୍ବ। ଏଠାରେ ରଜ ଦୋଳି ସାଙ୍ଗକୁ ରଜ ପାଳନ ଓ ପିଠାର ସ୍ୱତନ୍ତ୍ର ଷ୍ଟଲ ମଧ୍ୟ ଖୋଲାଯିବ। ଏହାସହିତ ୩ଦିନ ଧରି ନୃତ୍ୟ, ସଙ୍ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମଥର ସହରରେ ଦ୍ୱିତୀୟ ସ୍ଥାନରେ ରଜ ମହୋତ୍ସବ ପାଳନ କରାଯିବାକୁ ଯୋଜନା ରହିଥିବାରୁ ସହରବାସୀଙ୍କ ମଧ୍ୟରେ ବେଶ୍‍ ଉତ୍କଣ୍ଠା ଦେଖିବାକୁ ମିଳିଛି।

ଏଥର କଳାଭୂମିରେ ଜମିବ ରଜ

ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ପକ୍ଷରୁ ହେବ ରଜ ମଉଜ। କଳା ଓ ସଂସ୍କୃତିକୁ ବଞ୍ଚାଇ ରଖାଯିବା ସହ ରଜର ମଉଜ କରିବାପାଇଁ ପ୍ରୟାସ କରାଯିବ। ପ୍ରଥମ ରଜ ଓ ରଜ ସଂକ୍ରାନ୍ତିରେ କଳାଭୂମିରେ ବିଭିନ୍ନ ନିଆରା କାର୍ଯ୍ୟକ୍ରମର କରାଯିବ ଆୟୋଜନ। ହସ୍ତକଳା ପ୍ରସ୍ତୁତର କଳା କୌଶଳ, କାଗଜ କଳା ଓ ନଡା ହସ୍ତକଳା ପାଇଁ କର୍ମଶାଳାର ଆୟୋଜନ କରାଯିବ। ଏହାର ସୁବିଧା ନେବା ସହ ରଜ ପିଠା ସାଙ୍ଗକୁ ଫୁଡ୍‍ ଷ୍ଟଲର ବ୍ୟବସ୍ଥା କରାଯିବ। ଯେଉଁଥିରେ ଓଡ଼ିଆ ଘରର ପିଠାପଣା ସାଙ୍ଗକୁ ସୁସ୍ୱାଦୁ ଖାଦ୍ୟର ସମ୍ଭାର ହେବ। ସେହିପରି ଓଡ଼ିଶୀ ଓ ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ ସାଙ୍ଗକୁ ଲାଇଭ୍‍ ମ୍ୟୁଜିକ୍‍ ପରିବେଷଣର ବ୍ୟବସ୍ଥା କରାଯିବ। ଏହାବ୍ୟତୀତ ପର୍ଯ୍ୟଟକଙ୍କ ପାଇଁ ହସ୍ତତନ୍ତ ଓ ହସ୍ତଶିଳ୍ପର ବିକ୍ରିବଟା ପାଇଁ ହସ୍ତଶିଳ୍ପ ବଜାରର ଆୟୋଜନ କରାଯିବ। ଫଳରେ ପର୍ଯ୍ୟଟକମାନେ କଳାଭୂମିକୁ ଆସି ରଜ ମହୋତ୍ସବର ଭରପୁର ମଜା ନେଇପାରିବେ। ଆସନ୍ତା ୧୪ ଓ ୧୫ ତାରିଖରେ ରଜ ମହୋତ୍ସବ-୨୦୨୨ର ଆୟୋଜନ କରାଯିବ। ୨ଦିନ ଧରି ଚାଲିବାକୁ ଥିବା ଏହି ଆୟୋଜନ ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ସାଢ଼େ ୭ଟା ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି।

‘ପିଠା ଅନ୍‍ ହ୍ୱିଲ୍‍’ରେ ମିଳିବ ପିଠା

ପ୍ରତିବର୍ଷ ପରି ଚଳିତବର୍ଷ ରାଜଧାନୀବାସୀଙ୍କୁ ରଜ ପର୍ବରେ ପାରମ୍ପରିକ ପିଠାର ସ୍ୱାଦ ଚଖାଇବ ଓଟିଡିସି। ଏଥିପାଇଁ ୧୪ ତାରିଖରୁ ଆରମ୍ଭ ହେବ ‘ପିଠା ଅନ୍‍ ହ୍ୱିଲ୍‍’ କାର୍ଯ୍ୟକ୍ରମ। ପହିଲି ରଜରୁ ଶେଷ ରଜ ଯାଏ ୩ଦିନ ଧରି ରାଜଧାନୀର ରୁପାଲି ଛକ, ରାଜମହଲ ଚକ, ପଟିଆ, ଚନ୍ଦ୍ରଶେଖରପୁର, ଖଣ୍ଡଗିରି ଛକ ଆଦି ବିଭିନ୍ନ ସ୍ଥାନରେ ‘ପିଠା ଅନ୍‍ ହ୍ୱିଲ’ ମାଧ୍ୟମରେ ମନ ପସନ୍ଦର ପାରମ୍ପରିକ ପିଠା ପାଇପାରିବେ ରାଜଧାନୀବାସୀ। ପୋଡ଼ ପିଠା, କାକରା ପିଠା, ବିରି ମଣ୍ଡା, ନଡ଼ିଆ ମଣ୍ଡା ଆଦି ବିଭିନ୍ନ ପ୍ରକାର ପିଠା ଉପଲବ୍ଧ ରହିବ। ଗ୍ରାହକଙ୍କୁ ସୁହାଇଲା ପରି ଦର ରହିବ ବୋଲି ପାନ୍ଥନିବାସ ପକ୍ଷରୁ ସୂଚନା ଦିଆଯାଇଛି।

ହେଲ୍‌ପମେଟ୍‍ର ‘ରଜପରୀ’ ପ୍ରତିଯୋଗିତା

ସାମାଜିକ ଅନୁଷ୍ଠାନ ହେଲପମେଟ୍‍ ପକ୍ଷରୁ ରଜ ଉପଲକ୍ଷେ ଆୟୋଜିତ ହେବାକୁ ଯାଉଛି ‘ରଜପରୀ’ ପ୍ରତିଯୋଗିତା। ଏଥିପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଅନୁଷ୍ଠିତ ହେବ। ୧୪ ତାରିଖ ପ୍ରଥମର ରଜରୁ ଆରମ୍ଭ ହୋଇ ୧୭ ତାରିଖ ଯାଏ ୪ଟି ବିଭାଗ ଯଥା: ଫଟୋ ସୁଟ୍‍, ଟାଲେଣ୍ଟ ରାଉଣ୍ଡ, ରଜ ସଜ୍ଜବାଜ ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ଜଣେ ‘ରଜ ପରୀ ‘ଓ ୨ଜଣଙ୍କୁ ରନର୍ସଅପ୍‍ ପୁରସ୍କାର ପ୍ରଦାନ କରାଯିବ। ୧୮ରୁ ୨୨ବର୍ଷ ମହିଳାମାନେ ଏଥିରେ ଭାଗ ନେଇପାରିବେ ବୋଲି ହେଲ୍ପମେଟର ଅଧ୍ୟକ୍ଷା ନିବେଦିତା ଭଞ୍ଜ କହିଛନ୍ତି।

ଫିକା ପଡିବ ରଜ, ଝୁଲିବନି ରଜଦୋଳି, ମହକିବନି ପୋଡ଼ପିଠାର ବାସ୍ନା
ପୂର୍ବବର୍ଷ ପରି ଏଥର ମଧ୍ୟ ‘ରଜ’କୁ ଫିକା ପକାଇବ ଲକଡାଉନ୍ । ଝୁଲିବନି ରଜ ଦୋଳି କି ଜମିବନି ରଜ ପାନ ସହ ପୋଡ଼ ପିଠାର ଆସର | ରାଜଧାନୀର ଛକ ଛକରେ ଦେଖିବାକୁ ମିଳିବନି ରଜ ପାନ ଷ୍ଟଲ କି ସିନେମା ହଲ ଆଗରେ ଲମ୍ବା ଲାଇନ୍ । ଚଳିତ ବର୍ଷ ୧୪ ତାରିଖରେ ପହିଲି ରଜ, ୧୫ରେ ରଜ ସଂକ୍ରାନ୍ତି ଓ ୧୬ ତାରିଖରେ ଶେଷ ରଜ ପଢୁଥିବାବେଳେ ଲକଡାଉନ୍‌ରେ ପୁଣି କଟିବ ଏଥରର ରଜ ମଉଜ ।

କରୋନାର ହିତୀୟ ଲହରରେ ସଂକ୍ରମଣ ଉଗ୍ର ରୂପ ଧାରଣ କରିଥିବାରୁ ପୁଣି ଥରେ ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ଜୁନ ମାସ ୧୭ ତାରିଖ ଯାଏ ଲକଡାଉନ୍ ଅବଧୂ ବୃଦ୍ଧି କରାଯାଇଥିବାରୁ ଏଥର ପୁଣି ଥରେ ଫିକା ପଡ଼ିବ ରଜ । ଗତବର୍ଷ କରୋନା ପାଇଁ ସଟଡାଉନ୍ ଚାଲିଥିବାରୁ ବର୍ଷ ଯାକର ସମସ୍ତ ପର୍ବ ପର୍ବାଣୀ ଫିକା ପଡ଼ିଥିବାବେଳେ ରଜ ମଧ୍ୟ ଫିକା ପଡ଼ିଥିଲା । ଏଥିର ମଧ୍ୟ ସ୍ଥିତି ସମାନ ହୋଇଛି । ବିଭିନ୍ନ ସ୍ଥାନରେ ୨ଶହରୁ ଉର୍ଦ୍ଧ୍ବ ରଜ ପାନ ଷ୍ଟଲ ଖୋଲାଯାଏ । ଏହି ସମୟରେ ରଜ ପାନ ଖାଇବାର ନିଆରା ଅନୁଭୂତି ସାଉଁଟିଥାନ୍ତି ରାଜଧାନୀବାସୀ। ରଜ ୩ଦିନ ଧରି ସିନେମା ହଲ ଠାରୁ ଆରମ୍ଭ କରି ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପ୍ରବଳ ଭିଡ଼ ଦେଖିବାକୁ ମିଳେ ।

ରାଜଧାନୀରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରଜର ସ୍ୱତନ୍ତ୍ର ଆୟୋଜନ କରାଯାଉଥିବାବେଳେ ଓଟିଡିସି ପକ୍ଷରୁ ମଧ୍ୟ ରଜରେ ସ୍ଵତନ୍ତ୍ର ଆୟୋଜନ କରାଯାଇଥାଏ। ଗତବର୍ଷ କରୋନା ପାଇଁ ଓଟିଡିସି ପକ୍ଷରୁ ‘ପିଠା ଅନ୍ ହିଲ୍’ ବ୍ୟବସ୍ଥା କରାଯାଇ ରାଜଧାନୀର ବିଭିନ୍ନ ସ୍ଥାନରେ ପୋଡ଼ ପିଠା ସମେତ ବିଭିନ୍ନ ପିଠା ଯୋଗାଇ ଦିଆଯାଇଥିଲା। ହେଲେ ଏଥର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖୁ ରଜ ପାଇଁ କୌଣସି ନିଷ୍ପତ୍ତି ହୋଇ ନ ଥିବା ବେଳେ ପିଠା ଅନ୍ ଜିଲ୍ ବ୍ୟବସ୍ଥା ହୋଇପାରେ ବୋଲି ଓଟିଡିସି ପକ୍ଷରୁ ସୂଚନା ଦିଆଯାଇଛି।