Good News - The Sakala

ମହାଶିବରାତ୍ରୀରେ ଅପୂର୍ବ ଦୃଶ୍ୟ: ୧୦୦ ବର୍ଷର ମା’ଙ୍କୁ କାନ୍ଧରେ ବୋହି ସଙ୍ଗମ ସ୍ନାନ କରାଇଲେ ‘କଳିଯୁଗର ଶ୍ରବଣ କୁମାର’
ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଙ୍ଗମ ତଟରେ ମହାଶିବରାତ୍ରୀ ଅବସରରେ ଭକ୍ତି ଓ ସେବାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି। ମାଘ ମେଳାର ଶେଷ ସ୍ନାନ ପର୍ବରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ଜଣେ ପୁଅ ନିଜର ୧୦୦ ବର୍ଷର ବୃଦ୍ଧା ମା’ଙ୍କୁ କାନ୍ଧରେ ବୋହି ସଙ୍ଗମ ସ୍ନାନ କରାଇବା ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ୱଳ କରିଛି।

କାନ୍ଧରେ ବୋହି ପୂରଣ କଲେ ମା’ଙ୍କ ଇଚ୍ଛା

ମଧ୍ୟପ୍ରଦେଶର ଉମରିଆ ଜିଲ୍ଲାରୁ ଆସିଥିବା ରାମ ଭଜନ ଯାଦବ ନାମକ ଜଣେ ବ୍ୟକ୍ତି ‘କଳିଯୁଗର ଶ୍ରବଣ କୁମାର’ ସାଜି ନିଜ ମା’ଙ୍କ ଇଚ୍ଛା ପୂରଣ କରିଛନ୍ତି। ତାଙ୍କ ମା’ଙ୍କ ବୟସ ୧୦୦ ବର୍ଷ ହୋଇଥିବାରୁ ସେ ଚାଲିବାକୁ ଅକ୍ଷମ ଥିଲେ। କିନ୍ତୁ ମା’ଙ୍କର ସଙ୍ଗମରେ ବୁଡ଼ ପକାଇବାର ପ୍ରବଳ ଇଚ୍ଛାକୁ ସମ୍ମାନ ଜଣାଇ, ରାମ ଭଜନ ତାଙ୍କୁ କାନ୍ଧରେ ବସାଇ କିଲୋମିଟର କିଲୋମିଟର ବାଟ ଚାଲି ସଙ୍ଗମ ତଟରେ ପହଞ୍ଚିଥିଲେ ଏବଂ ସ୍ନାନ କରାଇଥିଲେ।

ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ

ଏହି ଦୃଶ୍ୟ ଦେଖି ସଙ୍ଗମ ତଟରେ ଉପସ୍ଥିତ ଅନ୍ୟ ଶ୍ରଦ୍ଧାଳୁମାନେ ଆଶ୍ଚର୍ଯ୍ୟ ହେବା ସହ ଭାବପ୍ରବଣ ହୋଇଯାଇଥିଲେ। ରାମ ଭଜନଙ୍କ ମାତୃଭକ୍ତିକୁ ଦେଖି ଲୋକମାନେ ତାଙ୍କୁ ଫୁଲମାଳ ପିନ୍ଧାଇ ସମ୍ମାନିତ କରିଥିଲେ। ଆଜିକାଲିର ସମୟରେ ଯେତେବେଳେ ବୃଦ୍ଧ ପିତାମାତାଙ୍କୁ ଅଣଦେଖା କରାଯାଉଛି, ସେତେବେଳେ ରାମ ଭଜନଙ୍କ ଏହି କାର୍ଯ୍ୟ ସମାଜ ପାଇଁ ଏକ ବଡ଼ ବାର୍ତ୍ତା ବହନ କରୁଛି ବୋଲି ଉପସ୍ଥିତ ଲୋକେ ମତ ପ୍ରକାଶ କରିଥିଲେ।

ମାଘ ମେଳାର ସମାପନ

ସୂଚନାଯୋଗ୍ୟ ଯେ, ମହାଶିବରାତ୍ରୀ ସ୍ନାନ ସହିତ ପ୍ରୟାଗରାଜରେ ଦୀର୍ଘ ୪୪ ଦିନ ଧରି ଚାଲିଥିବା ମାଘ ମେଳାର ଆନୁଷ୍ଠାନିକ ସମାପନ ହୋଇଛି। ଏହି ପବିତ୍ର ଦିନରେ ସକାଳୁ ସକାଳୁ ଲକ୍ଷାଧିକ ଭକ୍ତ ସଙ୍ଗମରେ ବୁଡ଼ ପକାଇ ପୂଣ୍ୟ ଅର୍ଜନ କରିଛନ୍ତି।

ସମୁଦ୍ରରେ ୪ ଘଣ୍ଟା ପହଁରି ପରିବାରକୁ ବଞ୍ଚାଇଲେ ୧୩ ବର୍ଷର ବାଳକ
ଅଷ୍ଟ୍ରେଲିଆର ଜଣେ ୧୩ ବର୍ଷୀୟ ବାଳକ ନିଜର ଅଦମ୍ୟ ସାହସ ବଳରେ ପୂରା ପରିବାରକୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିଛନ୍ତି। ସମୁଦ୍ର ମଝିରେ ଫସି ରହିଥିବା ନିଜ ମା’ ଏବଂ ଦୁଇ ସାନ ଭାଇଭଉଣୀଙ୍କ ଜୀବନ ବଞ୍ଚାଇବା ପାଇଁ ଏହି ବାଳକ ଜଣକ ଦୀର୍ଘ ୪ ଘଣ୍ଟା ଧରି ସମୁଦ୍ରରେ ପହଁରି କୂଳରେ ପହଞ୍ଚିଥିଲେ ଏବଂ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ।

ପୋଲିସ୍ ସୂଚନା ଅନୁଯାୟୀ, ପର୍ଥରୁ ଏହି ପରିବାର ଛୁଟି କାଟିବାକୁ ଆସିଥିଲେ। ଶୁକ୍ରବାର ଦିନ ସେମାନେ କାୟାକ୍ ଏବଂ ପ୍ୟାଡଲ୍ ବୋର୍ଡ ସାହାଯ୍ୟରେ ସମୁଦ୍ରକୁ ଯାଇଥିଲେ। କିନ୍ତୁ ହଠାତ୍ ପାଗ ଖରାପ ହେବା ସହ ପ୍ରବଳ ପବନ ଯୋଗୁଁ ସେମାନେ ସମୁଦ୍ର ଭିତରକୁ ଭାସି ଯାଇଥିଲେ। ପରିବାରର ସୁରକ୍ଷା ପାଇଁ ମା’ ଜୋଆନ୍ ଆପେଲବି (୪୭) ଏକ କଠିନ ନିଷ୍ପତ୍ତି ନେଇ ନିଜ ବଡ଼ ପୁଅ ଅଷ୍ଟିନ୍ ଆପେଲବିଙ୍କୁ ସାହାଯ୍ୟ ଆଣିବା ପାଇଁ କୂଳକୁ ପଠାଇଥିଲେ।

ଅଷ୍ଟିନ୍ ପ୍ରଥମେ ଏକ କାୟାକ୍‌ରେ କୂଳକୁ ଫେରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେଥିରେ ପାଣି ପଶିଯିବାରୁ ସେ ତାକୁ ଛାଡ଼ି ଦେଇଥିଲେ। ଏପରିକି ପହଁରିବାରେ ଅସୁବିଧା ହେଉଥିବାରୁ ସେ ନିଜର ଲାଇଫ୍ ଜ୍ୟାକେଟ୍ ମଧ୍ୟ କାଢ଼ି ଦେଇଥିଲେ। ପ୍ରାୟ ୪ କିଲୋମିଟର ଦୂରତା ଅତିକ୍ରମ କରି ସନ୍ଧ୍ୟା ୬ଟା ବେଳେ ସେ କୂଳରେ ପହଞ୍ଚି ତୁରନ୍ତ ସାହାଯ୍ୟ ମାଗିଥିଲେ। ଅଷ୍ଟିନ୍ କହିଛନ୍ତି ଯେ, "ଲହଡ଼ି ବହୁତ ବଡ଼ ଥିଲା, କିନ୍ତୁ ମୁଁ କେବଳ ପହଁରିବା କଥା ଚିନ୍ତା କରୁଥିଲି।"

ଅଷ୍ଟିନ୍ ଖବର ଦେବା ପରେ ଉଦ୍ଧାରକାରୀ ଦଳ ହେଲିକପ୍ଟର ଯୋଗେ ତଲାସୀ ଆରମ୍ଭ କରିଥିଲେ। ରାତି ପ୍ରାୟ ୮:୩୦ ସମୟରେ ମା’ ଏବଂ ଅନ୍ୟ ଦୁଇ ପିଲା (୧୨ ବର୍ଷର ଭାଇ ବ୍ୟୁ ଏବଂ ୮ ବର୍ଷର ଭଉଣୀ ଗ୍ରେସ୍)ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ସେତେବେଳକୁ ସେମାନେ କୂଳରୁ ପ୍ରାୟ ୧୪ କିଲୋମିଟର ଦୂରକୁ ଭାସି ଯାଇଥିଲେ। ପୋଲିସ୍ ଇନ୍ସପେକ୍ଟର ଜେମ୍ସ ବ୍ରାଡଲି ଅଷ୍ଟିନ୍‌ଙ୍କ ସାହସିକତାକୁ ପ୍ରଶଂସା କରି କହିଛନ୍ତି ଯେ, ତାଙ୍କ ଦୃଢ଼ ମନୋବଳ ଯୋଗୁଁ ଆଜି ତାଙ୍କ ପରିବାର ଜୀବିତ ଅଛି।