Cyclone Management - The Sakala

ସମ୍ଭାବ୍ୟ ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ଅପରାହ୍ନ ୪ଟାରେ ୭ ଜିଲ୍ଲାପାଳଙ୍କ ସହ ଏସ୍‌ଆରସିଙ୍କ ଜରୁରୀ ବୈଠକ
ଭୁବନେଶ୍ବର : ଆସୁଛି ବାତ୍ୟା। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଗତକାଲିର ଘୂର୍ଣ୍ଣିବଳୟ ଆଜି ସକାଳ ସାଢ଼େ ୮ଟାରେ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେବ।

ଏହି ବାତ୍ୟାର ନାମ ଶୀତରଙ୍ଗ (SI-TRANG) ରଖାଯାଇଛି। ଏହି ବାତ୍ୟାର ନାଁ ଦେଇଛି ଥାଇଲାଣ୍ଡ। ବାତ୍ୟା ନେଇ ଚିତ୍ର ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ, ଏହାପରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବ। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବ। ୨୨ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ଅବପାତର ରୂପ ନେବ। ୨୩ କିମ୍ବା ୨୪ ତାରିଖ ବେଳକୁ ନେବ ବାତ୍ୟାର ରୂପ। ଏହାର ପ୍ରଭାବରେ ପ୍ରଭାବରେ ୨୨ ତାରିଖ ସକାଳୁ ଓଡିଶାରେ ବର୍ଷା ଆରମ୍ଭ ହେବ । ଏହି ସମୟରେ ଘଣ୍ଟା ପ୍ରତି ୪୫ ରୁ ୬୫ କିମି ବେଗରେ ରହିବ ପବନର ବେଗ ଏବଂ ସମୁଦ୍ରରେ ଆସିବ ଉଚ୍ଚ ଜୁଆର, ୨ ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ୨୩ ସକାଳୁ ବଢିବ ବର୍ଷାର ପରିମାଣ। ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଅନ୍ୟପଟେ ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହେବା ପରେ ଓଡିଶାକୁ ବିପଦ ବଢିଯାଇଛି। କାରଣ ପୂର୍ବରୁ ବିଦେଶ ପାଣିପାଗ ମଡେଲ ଗୁଡିକ ବାତ୍ୟାଟି ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଳ କରିବାର ସମ୍ଭାବନା ଥିବା କହିଥିଲେ। ଯାହାକୁ ନେଇ ସରକାର ସଜାଗ ହୋଇଯାଇଛନ୍ତି।ସମ୍ଭାବ୍ୟ ବାତ୍ୟାକୁ ନେଇ ଅପରାହ୍ଣରେ ବୈଠକ ବସିବ । ଅପରାହ୍ଣ ୪ଟାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦାୟିତ୍ୱରେ ଥିବା ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ।ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହେବ।

ସରକାରଙ୍କ ଏହି ଜରୁରୀ ବୈଠକରେ ବରିଷ୍ଠ ଅଧିକାରୀମାନଙ୍କ ସହ ୭ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଯୋଗ ଦେବେ। ବାତ୍ୟା ପାଇଁ ସରକାର ପ୍ରସ୍ତୁତ ଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି । ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ବାତ୍ୟା ଆସିଲେ ଉଦ୍ଧାର କାର୍ଯ୍ୟକୁ କିପରି ତ୍ବରାନ୍ବିତ କରାଯିବ, ଗ୍ରାଉଣ୍ଡ ଜିରୋରେ କିଭଳି ଲୋକଙ୍କୁ ସତର୍କ କରାଯିବ, ସେନେଇ ଆଲୋଚନା ହେବ। ତେବେ ଉଦ୍ଧାର କର୍ଯ୍ୟ ପାଇଁ ଓଡ୍ରାଫ୍, ଏନ୍‌ଡିଆରଏଫ୍‌ ସହ ସ୍ଥାନୀୟ ପୋଲିସ ସଜାଗ ରହିବେ। ଜିରୋ କାଜୁଆଲିଟିକୁ ସବୁବେଳେ ଗୁରୁତ୍ବ ଦେଉଥିବା ରାଜ୍ୟ ସରକାର ଏବେଠୁ ସଜାଗ ହୋଇଛନ୍ତି।

ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ସରକାର ସଜାଗ ହୋଇଯିବା ସହ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି। ଉପକୂଳବର୍ତ୍ତୀ ଜିଲ୍ଲା ସହ ଗଜପତି ଜିଲ୍ଲାକୁ ସତର୍କ କରାଯାଇଛି।ଏହି ସବୁ ଜିଲ୍ଲାର ସରକାରୀ ଅଧିକାରୀମାନଙ୍କ ଛୁଟି ବାତିଲ ହୋଇଛି । ସଂପୃକ୍ତ କର୍ମଚାରୀଙ୍କ ଜିଲ୍ଲା ହେଡ୍‌ କ୍ୱାର୍ଟର୍ସ ନଛାଡିବା ନିର୍ଦ୍ଦେଶ । ଆସନ୍ତା ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀଙ୍କ ହେଡ୍‌ କ୍ୱାଟର୍ସରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ମୁକାବିଲା ପାଇଁ ସରକାର ସଜାଗ ଥିବା ରାଜସ୍ବ ସଚିବ କହିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ନେଇ ଆଜି ଅପରାହ୍ନ ୪ଟାରେ ବସୁଛି ଉଚ୍ଚସ୍ତରୀୟ ବୈଠକ । ଅପରାହ୍ନ ବୈଠକରେ ୭ ଜିଲ୍ଲାର ଜିଲ୍ଲାପାଳ ବୈଠକରେ ସାମିଲ ହେବେ ।

ବାତ୍ୟା ନେଇ ସ୍ପଷ୍ଟ କଲା ପାଣିପାଗ ବିଭାଗ, ଜରୁରୀ ବୈଠକ ଡାକିଲେ ସରକାର
ଭୁବନେଶ୍ବର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ଗତକାଲିର ଘୁର୍ଣ୍ଣିବଳୟ ଆଜି ସକାଳ ୮.୩୦ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବ ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି । ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି ।

ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି । ଏଥି ସହ ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।ତେବେ ବାତ୍ୟା ହେଲେ ତାହା କେଉଁଠି ଲ୍ୟାଣ୍ଡଫଲ୍‌ କରିବ, ସେ ସମୟରେ ପବନର ବେଗ କେତେ ରହିବ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି।

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ରେ #ବାତ୍ୟା ସମ୍ଭାବନା !!!

ଗତକାଲିର ଘୁର୍ଣ୍ଣିବଳୟ ଆଜି ସକାଳ ୮.୩୦ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବ ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି | ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ pic.twitter.com/yVUqSfcwbx

— Meteorological Centre, Bhubaneswar (@mcbbsr) October 18, 2022

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଗତକାଲିର ଘୂର୍ଣ୍ଣିବଳୟ ଆଜି ସକାଳ ସାଢ଼େ ୮ଟାରେ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେବ ବୋଲି ଜଣାଯାଇଛି।

ସହ ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ #ବାତ୍ୟା ର ରୂପ ନେବାର ସମ୍ଭାବନା ରହିଛି

— Meteorological Centre, Bhubaneswar (@mcbbsr) October 18, 2022

ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟଗତକାଲି ତୁଳନାରେ ଅଧିକ ଘନୀଭୂତ ହେବାରେ ଲାଗିଛି। ଏହାର ପ୍ରଭାବରେ ୨୦ ତାରିଖ ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ପାଣିପାଗ ବିଜ୍ଞାନୀଙ୍କ ମତରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ଅଧିକ ଘନୀଭୂତ ହେବ ଓ ୨୦ ତାରିଖ ଆଡ଼କୁ ଏକ ଲଘୁଚାପର ରୂପ ନେବ। ପରବର୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ବାତ୍ୟାର ପ୍ରଭାବ କେତେ ରହିବ ଓ ଏହା କେତେ ଶକ୍ତିଶାଳୀ ହେବ ସେ ନେଇ ସଠିକ୍‌ ଆକଳନ ହୋଇନଥିଲେ ମଧ୍ୟ ଚଳିତ ବର୍ଷ ଦୀପାବଳି ବର୍ଷାରେ ଭିଜିବ ବୋଲି ଏକ ପ୍ରକ‌ା‌ର ସ୍ପଷ୍ଟ ହୋଇଯାଇଛି। ଆସନ୍ତା ୨୪ରୁ ୨୬ ତାରିଖ ଯାଏ ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବ।

ସମ୍ଭାବ୍ୟ ବାତ୍ୟାକୁ ନେଇ ଆଜି ଅପରାହ୍ନ ୪ଟାରେ ଜରୁରୀ ବୈଠକ

ସମ୍ଭାବ୍ୟ ବାତ୍ୟାକୁ ନେଇ ଅପରାହ୍ଣରେ ବୈଠକ ବସିବ । ଅପରାହ୍ଣ ୪ଟାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦାୟିତ୍ୱରେ ଥିବା ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ।ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହେବ।

ବିପର୍ଯ୍ୟୟ ମୁକାବିଲା ପାଇଁ ନବୀନଙ୍କ ସ୍ବତନ୍ତ୍ର ଖସଡ଼ା
ଭୁବନେଶ୍ୱର: ବାତ୍ୟା ‘ୟସ୍’ର କ୍ଷତ ଲିଭିନାହିଁ। ରାଜ୍ୟ ସରକାର କ୍ଷୟକ୍ଷତି ବାବଦରେ ଚୂଡ଼ାନ୍ତ ରିପୋର୍ଟ କେନ୍ଦ୍ରକୁ ଦେଇଥିଲେ ହେଁ, ଏହା ଉପରେ କେନ୍ଦ୍ର ଗୃହମନ୍ତ୍ରୀ କି ନିଷ୍ପତ୍ତି ନେବେ, ତାହା ଜଣାପ଼ଡ଼ିନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ଏଭଳି ବିପର୍ଯ୍ୟୟର ଭୟାବହତା ଲକ୍ଷ୍ୟ ରଖି ପୁଣି ଗୋଟିଏ ବଡ଼ ନିଷ୍ପତ୍ତି ନେଇଛନ୍ତି। ଗୋଟିଏ କି ଦୁଇଟି ନୁହେଁ; ଉପକୂଳ ଅଞ୍ଚଳରେ ୫୫ଟି ବାତ୍ୟା/ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ଲାଗି ପାଗ ଭି଼ଡିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏ ବାବଦ ଅର୍ଥ ଖର୍ଚ୍ଚ କରାଯିବ। ଗୋଟିଏ ଗୋଟିଏ ବାତ୍ୟା ଆଶ୍ରୟସ୍ଥଳରେ ଏକ କୋଟିରୁ ଦେଢ଼ କୋଟି ଲେଖାଏଁ ଖର୍ଚ୍ଚ କରାଯିବାକୁ ଯୋଜନା ହୋଇଛି।

ରାଜ୍ୟ ସରକାରଙ୍କର ଜଣେ ଅଧିକାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ମୁକାବିଲାକୁ ଏବେ ସର୍ବାଦୌ ଗୁରୁତ୍ବ ଦେଉଛନ୍ତି। ନିୟମିତ ବ୍ୟବଧାନରେ ଏ ନେଇ ତନାଘନା କରାଯାଉଛି। ଗୋଟିଏ ପଟେ କୁହାଯାଇଛି ଯେ ଘରେ ଘରେ ଯୋଦ୍ଧା ତିଆରି କରାଯିବ। ଏଥିପାଇଁ ପ୍ରକଳ୍ପ ପ୍ରସ୍ତାବ ତିଆରି ଚାଲିଛି। ଖୁବ୍ ଶୀଘ୍ର ଏହା ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଉପସ୍ଥାପନ କରାଯିବ। ଏହା ପରେ ଓ୍ବାର୍ଡ ମେମ୍ବରଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଶିକ୍ଷଣ ନେବେ। ସେହିଭଳି ପ୍ରତି ଘରେ ଘରେ ମଧ୍ୟ ଏହି ପ୍ରଶିକ୍ଷଣ କାର୍ଯ୍ୟ ଆରମ୍ଭ ହେବ। ଏହାକୁ ମିସନ୍ ମୋଡ୍‌ରେ କରାଯିବାକୁ ଆପାତତଃ ଯୋଜନା ହୋଇଛି। ନିକଟରେ କ୍ୟାବିନେଟ୍‌ରେ ସରକାର ଏ ସଂକ୍ରାନ୍ତରେ ସଂକଳ୍ପ ପାରିତ କରିଥିଲେ। କେବଳ ସେତିକି ନୁହେଁ; ବାତ୍ୟା ପ୍ରଭାବିତ ଅଞ୍ଚଳକୁ କିଭଳି ନିରାପଦ ଭାବେ ରଖାଯାଇପାରିବ, କ୍ଷୟକ୍ଷତି କମ୍ ହେବ ସେ ନେଇ ବି ବଡ଼ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆନ୍ତର୍ଜାତିକ ସଂସ୍ଥା ‘ସିଡିଆରଆଇ’ର ସହଯୋଗ ଓଡ଼ିଶା ସରକାର ନେଇଥିଲେ। ଇତିମଧ୍ୟରେ ସଂପୃକ୍ତ ସଂସ୍ଥାର ଅଧିକାରୀମାନେ ଉପକୂଳ ବୁଲି ଦେଖିଛନ୍ତି।

ବିଦ୍ୟୁତ କ୍ଷେତ୍ରକୁ ପ୍ରଥମେ ସରକାର ହାତକୁ ନେଇଛନ୍ତି। ରାଜ୍ୟ ସରକାର ସ୍ଥିର କରିଛନ୍ତି ଯେ ଯେଉଁସବୁ ଅଞ୍ଚଳ ବାତ୍ୟାପ୍ରବଣ, ସେଠାରେ ବିଦ୍ୟୁତ୍ ତାର ଅଣ୍ଡରଗ୍ରାଉଣ୍ଡ ବା ମାଟିତଳେ ନିଆଯିବ। ଅନ୍ୟଥା ଏଚ୍‌ ପୋଲ୍ ବ୍ୟବହାର କରାଯିବ। ଏହା ଅଧିକ ବ୍ୟୟବହୁଳ ହୋଇଥିଲେ ହେଁ, ସୁରକ୍ଷିତ ବୋଲି ଏକାଧିକବାର ପ୍ରମାଣିତ ହୋଇଛି। ୨୦୧୩ ଫାଇଲିନ୍ ବାତ୍ୟା ପରଠାରୁ ରାଜ୍ୟ ସରକାର ଏଚ୍‌ ପୋଲ୍ (ଖୁଣ୍ଟ) ବ୍ୟବହାର ନେଇ ଯୋଜନା କରିଥିଲେ।

ସେହିଭଳି ସିଡିଆରଆଇ ଅଧିକାରୀମାନେ କହିଛନ୍ତି ଯେ ବନ୍ୟାପ୍ରବଣ ଅଞ୍ଚଳରେ ଟ୍ରାନସ୍‌ଫର୍ମର ସ୍ଥାନାନ୍ତର ହେବ। ସେସବୁ ଅଞ୍ଚଲରେ ଟ୍ରାନ୍‌ସଫର୍ମରକୁ ଅତି ଉଚ୍ଚସ୍ଥାନକୁ ନିଆଯିବ। ଏଲ୍‌ ଟି ଲାଇନକୁ ସରକାର ଟିକେ ଉପରେ ନେବେ। ଯେତେ ବନ୍ୟା ଆସିଲେ ବି ତାହା ଯେଭଳି ବିପଜ୍ଜନକ ହେବନାହିଁ, ସେ ନେଇ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଯାହା ସହାୟତା ଦେବେ ଦେବେ, ବାକି ଅର୍ଥ ରାଜ୍ୟ ସରକାର ପ୍ରଦାନ କରି ବିପର୍ଯ୍ୟୟମୁକ୍ତ ଅଞ୍ଚଳ ଭାବେ ଓଡ଼ିଶା ଉପକୂଳକୁ ପ୍ରସ୍ତୁତ କରିବେ। ରାଜ୍ୟ ସରକାରଙ୍କର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ କହିଛନ୍ତି ଯେ ଓଡ଼ିଶା ଉପକୂଳକୁ ତିନି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମେ ସମୁଦ୍ରକୂଳ ଠାରୁ ଅର୍ଥାତ୍ ଶୂନରୁ ଷାଠିଏ କିଲୋମିଟର ଅଞ୍ଚଳକୁ ଅତି ସମ୍ବେଦନଶୀଳ ବୋଲି ବିଚାର କରାଯାଉଛି। ଏଠାରେ ସବୁଠାରୁ ଅଧିକ ପ୍ରସ୍ତୁତି କରାଯିବ। ଦ୍ବିତୀୟ ପର୍ଯ୍ୟାୟରେ ୬୦ରୁ ୧୦୦ କିଲୋମିଟର ଏବଂ ତୃତୀୟ ପର୍ଯ୍ୟାୟରେ ୧୦୦ରୁ ୧୫୦ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ ଲାଗି ପ୍ରସ୍ତୁତି ହେବ। ଯଦିଓ ଏବେ ଦେଖାଯାଉଛି ଯେ ବାତ୍ୟା ପରବର୍ତ୍ତୀ ବର୍ଷା ମଧ୍ୟ ଅଧିକ କ୍ଷତି କରୁଛି; ତଥାପି ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିକଟରେ ବାତ୍ୟା ‘ତାଉତେ’ ପ୍ରଭାବରେ ଦିଲ୍ଲୀରେ ଯେଭଳି ମୂଷଳ ଧାରାରେ ବର୍ଷା ହେଲା, ତାହାକୁ ବିଚାରକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି।

ଗତ ଶନିବାର ଦିନ ଓସ୍‌ଡମା କାର୍ଯ୍ୟାଳୟ ପରିସରରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଏଥିରେ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ନିର୍ଦେଶ ଦେଇଛନ୍ତି ଯେ ଅଧିକାରୀମାନେ ଏବେ ନିରବରେ ନ ବସି ରାଜ୍ୟର ସମସ୍ତ ବାତ୍ୟା ଆଶ୍ରୟସ୍ଥଳ ଠାରୁ ପରିଦର୍ଶନ କରିବେ। ସେଠାରେ ସ୍ଥିତି ଯା଼ଞ୍ଚ କରିବେ। କେବଳ ସେତିକି ନୁହେଁ; କାଳେ କେତେବେଳେ ବିପର୍ଯ୍ୟୟ ଆସିଯିବ, ସେଥିପାଇଁ ସବୁ ପ୍ରସ୍ତୁତିର ସରଜମିନ୍ ଅନୁଧ୍ୟାନ କରି ରିପୋର୍ଟ ଦେବା ଲାଗି ନିର୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ପ୍ରସ୍ତୁତି ସଂପର୍କରେ ପ୍ରତି ଶନିବାର (ଛୁଟିଦିନ ସତ୍ତ୍ବେ) ସେ ସ୍ବତନ୍ତ୍ର ସମୀକ୍ଷା ବୈଠକ ନେବେ ବୋଲି ସୂଚନା ମିଳିଛି।

ଏଠାରେ ଉଲ୍ଲେଖଥାଉକି, ଓଡ଼ିଶା ଉପକୂଳରେ ‘ୟସ୍’ ମାଡ଼ ପରେ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ପ୍ରଶଂସା କରିଥିଲା ଜାତିସଂଘ। ଜାତିସଂଘର ବରିଷ୍ଠ ଅଧିକାରୀ ମାନି ମିଜୁ ତୋରି ଗଣମାଧ୍ୟମକୁ ସେବେ କହିଥିଲେ, ବିପର୍ଯ୍ୟୟ ମୁକାବିଲା ପାଇଁ କେମିତି ସଠିକ୍‌ ପରିଚାଳନା, ସୁଚିନ୍ତିତ ଯୋଜନା ଏବଂ ପୂର୍ବ ପ୍ରସ୍ତୁତି କରାଯାଏ ତାହା ନବୀନ ପଟ୍ଟନାୟକଙ୍କ ସରକାର ଠାରୁ ଶିଖିବା କଥା। ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଛି।

ସେ ଆହୁରି କହିଥିଲେ ଯେ ସମ୍ବଳର ସୁବିନିଯୋଗ ଏବଂ ସଠିକ୍ ପରିଚାଳନା ଯୋଗୁଁ ବାତ୍ୟା ଭଳି ବିପର୍ଯ୍ୟୟକୁ ଠିକ୍ ଢଙ୍ଗରେ ଓଡ଼ିଶା ମୁକାବିଲା କରିପାରିଥିଲା। ୧୯୯୯ ମହାବାତ୍ୟା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିଥିଲେ। ସେ ସମୟରେ ୧୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ବୋଲି ମଧ୍ୟ ଜାତିସଂଘ ଅଧିକାରୀଜଣକ ମନେ ପକାଇଥିଲେ। ପୂର୍ବରୁ ୨୦୧୩ ମସିହାରେ ଫାଇଲିନ୍ ବାତ୍ୟା ସମୟରେ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲାକୁ ଜାତିସଂଘ ପ୍ରଶଂସା କରିଥିଲା। ଫାଇଲିନ୍ ପ୍ରଭାବ ବି ଭୟଙ୍କର ଥିଲା ଓ ଏହା ଓଡ଼ିଶାରେ ବେଶ୍ କ୍ଷତି ପହଞ୍ଚାଇଥିଲା। ଧନଜୀବନ ରକ୍ଷା କରିବାରେ ସରକାର ସଫଳ ହୋଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା, ନବୀନ ପଟ୍ଟନାୟକଙ୍କ ହାତରେ ସୁରକ୍ଷିତ ମଣୁଛନ୍ତି ସାଢ଼େ ଚାରି କୋଟି ଓଡ଼ିଆ
ଭୁବନେଶ୍ୱର: ୧୯୯୯ ମହାବାତ୍ୟା। ୨୬୦ କିଲୋମିଟର ବେଗରେ ପବନ। ପାରାଦୀପ-ଏରସମା ଅଞ୍ଚଳରେ ଲ୍ୟାଣ୍ଡଫଲ୍। ୧୦ ହଜାର ଲୋକଙ୍କ ମୃତ୍ୟୁ। ୨୦୧୩ରେ ଫାଇଲିନ୍। ପ୍ରାୟ ୨୪୦ କିଲୋମିଟର ବେଗରେ ପବନ। ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଲ୍ୟାଣ୍ଡଫଲ୍। ହେଲେ କାଜୁଆଲଟି ୨୧ରେ ସୀମିତ। ନବୀନ ପଟ୍ଟନାୟକ ଶାସନ ଭାର ସମ୍ଭାଳିବା ପରଠାରୁ ତାଙ୍କ ପଲିଟିକାଲ କମିଟମେଣ୍ଟ ଏବଂ ବିପର୍ଯ୍ୟୟ ବେଳେ ମୃତାହତ ସଂଖ୍ୟା କମାଇବା ପାଇଁ ପ୍ରସ୍ତୁତିକୁ ଜାତିସଂଘ ପୂର୍ବରୁ ପ୍ରଶଂସା କରିଥିଲା। ଏବେ ‘ୟାସ’ର ସଫଳ ପରିଚାଳନାକୁ ପ୍ରଶଂସା କରିଛି। ଜାତିସଂଘ ଡିଜାଷ୍ଟର ରିସ୍କ ରିଡକ୍ସନର ମୁଖ୍ୟ ମାମି ମିଜୁତୋରି ଟ୍ୱିଟ୍ କରିଛନ୍ତି ଯେ ବିପର୍ଯ୍ୟୟର ଭୟାବହତା ନେଇ ଲୋକଙ୍କୁ ସଚେତନ କରିବା ସାଙ୍ଗକୁ ସ୍ଥିତିକୁ ଆଗୁଆ ଆକଳନ କରି ମୁକବିଲା ଲାଗି ସବୁ ସ୍ତରରେ ପ୍ରସ୍ତୁତ ରହିବା ଭଳି କୌଶଳ ଓଡ଼ିଶାଠାରୁ ଶିଖିବା ଦରକାର।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟାସ୍‌ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ଆସିଥିବା ବେଳେ ଓଡ଼ିଶାର ପଦକ୍ଷେପକୁ ପ୍ରଶାଂସା କରିଥିଲେ। ଆଜି ବି ମନ୍ କି ବାତ୍ କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକଙ୍କୁ ମୋଦି ପ୍ରଶଂସା କରିଛନ୍ତି। ନବୀନଙ୍କ ମିଶନ ଜିରୋ କାଜୁଆଲଟି, ଲୋକଙ୍କ ସହଭାଗିତା, ସବୁବେଳେ ସଜାଗ ପ୍ରଶାସନ ସାଙ୍ଗକୁ ସମସ୍ତଙ୍କ ବିଶ୍ୱାସ ଜିତିବା ଯୋଗୁଁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ସୁନାମ ଅର୍ଜନ କରିଛି। ଓଡ଼ିଶାକୁ ପ୍ରଶଂସା, ସାଢେ ଚାରିକୋଟି ଓଡ଼ିଆଙ୍କ ପାଇଁ ଗର୍ବ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି। ୧୯୯୯ରେ ଅର୍ଥ, ମାନବସମ୍ବଳ, ବୈଷୟିକ ଜ୍ଞାନକୌଶଳ ଓ ସର୍ବୋପରି ମନୋବଳ ମଧ୍ୟ ନଥିଲା। କିନ୍ତୁ ଆଜି ଓଡ଼ିଶା ସାରା ବିଶ୍ୱ ପାଇଁ ଆଦର୍ଶ ପାଲଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ସାଢ଼େ ଚାରିକୋଟି ଜୀବନ ସୁରକ୍ଷିତ ବୋଲି ସମସ୍ତେ ଅନୁଭବ କରୁଛନ୍ତି।

ଫିଲ୍ମଷ୍ଟାର ମାଧବନ୍‌, ପୂର୍ବତନ କେନ୍ଦ୍ରୀୟ ସଚିବ ଅନୀଲ ସ୍ୱରୁପଙ୍କ ସମେତ ବହୁ ବିଶିଷ୍ଟ ମୁଖ୍ୟମନ୍ତ୍ରୀଙ୍କୁ ସାମୁଦ୍ରିକ ଝଡ଼ ‘ୟାସ୍‌’ର ସଫଳ ମୁକାବିଲା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।