Titilagarg - The Sakala
ଦାଦନ ଖଟିବାକୁ ଯାଇଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ବାପ-ପୁଅଙ୍କ ଜୀବନ
ଟିଟିଲାଗଡ଼: ଦାଦନ ଖଟିବାକୁ ଯାଇଥିଲେ, ଶବ ହୋଇ ଫେରିଲେ । ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ ବାପ-ପୁଅ, ହେଲେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଉଭୟଙ୍କ ଜୀବନ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅର୍ନ୍ତଗତ କୁସକେଲା ପଞ୍ଚାୟତ ଡଙ୍ଗରପଡା ଗ୍ରାମର ଅଭିରାମ କଟା (୪୫) ଓ ଉତ୍ତମ କଟା (୨୦) ତାମିଲନାଡୁକୁ ଦାଦନ ଯାଇଥିଲେ । ତାମିଲନାଡୁର ଶିଖଲୁର୍ ଗାଁର ଏକ ପୋଲଟ୍ରି ଫାର୍ମରେ କାମ କରୁଥିଲେ ଉଭୟ । ଫାର୍ମ ବାହାରେ ବାରହା ଧରିବାକୁ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପା ଅଭିରାମଙ୍କ ସହିତ ପୁଅ ଉତ୍ତମଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ଖବର ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ସିନ୍ଧେକେଲା ଥାନା ଅନ୍ତର୍ଗତ ଡଙ୍ଗରପଡା ଗାଁର ଅଭିରାମ କଟାରଙ୍କ ପରିବାର ଦୀର୍ଘ ୩ ବର୍ଷ ତଳେ ପୋଲଟ୍ରି ଫାର୍ମରେ କାମ କରିବାକୁ ତାମିଲନାଡୁ ଯାଇଥିଲେ । ଗତ ୭ ତାରିଖ ସନ୍ଧ୍ୟାରେ ପୁଅ ଉତ୍ତମ ସାଙ୍ଗମାନଙ୍କ ସହିତ ଫାର୍ମ ବାହାରକୁ ଯାଇଥିବା ବେଳେ ବାରହା ପାଇଁ ଲାଗିଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଖବର ପାଇ ବାପା ଅଭିରାମ ପୁଅକୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବିଦ୍ୟୁତ ତାର ରେ ଲାଗିଯାଇଥିଲେ । ଉଭୟଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି । ୨ ଜଣଙ୍କ ମୃତ୍ୟୁ ପୃଥକ ପୃଥକ ସ୍ଥାନରେ ହୋଇଥିବାରୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛନ୍ତି ଗ୍ରାମବାସୀ । ଘଟଣାର ଉପଯୁକ୍ତ ତଦନ୍ତ ସହିତ ପୀଡ଼ିତଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । କ୍ଷତିପୂରଣ ନମିଳିଲେ ଆନ୍ଦୋଳନକୁ ଓହିଲାଇବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
ଭୁବନେଶ୍ୱର: ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନରେ ମୃତ କେନ୍ଦୁପତ୍ର କର୍ମଚାରୀଙ୍କ ନାଁରେ ହୋଇଥିବା ଅର୍ଥ ଅନିୟମିତତା ଘଟଣାକୁ ପିସିସିଏଫ୍‌‌ (କେନ୍ଦୁପତ୍ର)ଙ୍କ କାର୍ଯ୍ୟାଳୟ ଗୁରୁତର ସହ ନେଇଛି। ଏହି ଘଟଣାରେ ଯେଉଁ ସରକାରୀ ଅର୍ଥ ଅପବ୍ୟୟ ହୋଇଛି, ତାହା ଅସୁଲ ପାଇଁ କ’ଣ ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ଆସନ୍ତା ୭ ଦିନ ମଧ୍ୟରେ ଜଣାଇବା ପାଇଁ ପିସିସିଏଫଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ କେଉଁ ପରିସ୍ଥିତିରେ ଏଭଳି ଅବହେଳା ହୋଇଛି, ଏବଂ ଦୁଇଥର ଦିଆଯାଇଥିବା ଟଙ୍କା ଅସୁଲ କରିବା ପାଇଁ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କିତ ବିସ୍ତୃତ ରିପୋର୍ଟ ଦେବା ପାଇଁ ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନ ଡିଏଫଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ୧୬ ତାରିଖରେ ‘ସକାଳ’ରେ ଏନେଇ ‘କାହା ନାଁରେ ଦୁଇଥର; ନାଁ ନ ଥାଇ ବି ସହାୟତା’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଯେଉଁଥିରେ କେନ୍ଦୁପତ୍ର କର୍ମଚାରୀଙ୍କୁ ଦିଆଯାଇଥିବା ଅର୍ଥ ଅନିୟମିତତା ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା।
ପିସିସିଏଫ୍‌‌ଙ୍କ କାର୍ଯ୍ୟାଳୟରୁ ହୋଇଥିବା ଚିଠିରେ ‘ସକାଳ’ରେ ପ୍ରକାଶିତ ଖବର ଆଧର କରିବା ସହିତ ବଲଙ୍ଗିର ସର୍କଲଲ(କେନ୍ଦୁପତ୍ର) ସର୍କଲର ସିସିଏଫ ମଧ୍ୟ ଘଟଣାର ସତ୍ୟତା ନେଇ ପିସିସିଏଫଙ୍କ କାର୍ଯ୍ୟାଳୟକୁ ଅବଗତ କରାଇଛନ୍ତି। ୮ ଜଣ ହିତାଧିକାରୀଙ୍କୁ ୬ ଲକ୍ଷ ଟଙ୍କା ଦୁଇଥର ପ୍ରଦାନ କରାଯାଇଥିବା ସେ ଦର୍ଶାଇଛନ୍ତି। ଏହା ସହିତ ଟିଟଲାଗଡ଼ ଷ୍ଟେଟ୍‌‌ବ୍ୟାଙ୍କ ସନ୍ଧ୍ୟାକାଳୀନ ବ୍ରାଞ୍ଚର ମୁଖ୍ୟ ପରିଚାଳକ ମଧ୍ୟ ଏହି ଦେୟ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ତେଣୁ ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ଏ ବାବଦରେ ରିପୋର୍ଟ ପ୍ରଦାନ କରିବାରୁ ବର୍ତ୍ତମାନ ଟିଟଲାଗଡ଼ ଡିଏଫଓ ଲକ୍ଷ୍ମଣ ମାର୍ଣ୍ଡିଙ୍କୁ କୁହାଯାଇଛି। ସୂଚନା ଥାଉ କି ଟିଟଲାଗଡ଼ କେନ୍ଦୁପତ୍ର ଡିଭିଜନର ଫେବୃଆରୀ ୨୦୧୯ରୁ ଜୁଲାଇ ୨୦୨୨ ମଧ୍ୟରେ ୮ ଜଣ ହିତାଧିକାରୀଙ୍କୁ ୬ ଲକ୍ଷ ଟଙ୍କା ଦୁଇ ଥର ପ୍ରଦାନ କରାଯାଇଥିବା ବେଳେ ବିନା ଅନୁମୋଦନରେ ଅନ୍ୟ ହିତାଧିକାରୀଙ୍କୁ ୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡ଼ିଥିଲା। ଏହି ସମୟରେ ଟିଟଲାଗଡ଼ (କେନ୍ଦୁପତ୍ର) ଡିଏଫ୍‌‌ଓ ଦେବପ୍ରିୟ କମ୍ପ କାର୍ଯ୍ୟ କରୁଥିଲେ।
ଟିଟିଲାଗଡ଼ ଡିଏଫଓ ଲକ୍ଷ୍ମଣ ମାର୍ଣ୍ଡଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତତ୍‌‌କାଳୀନ ଡିଏଫ୍‌‌ଓ ପ୍ରିୟବ୍ରତ କମ୍ପକଙ୍କ ସହିତ ଅନ୍ୟ ଜଣେ ସହାୟକ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ। କାହାଠାରୁ ଏହି ଅର୍ଥ ଅସୁଲ କରାଯିବ ସେନେଇ ନିଷ୍ପତ୍ତି ହୋଇ ନାହିଁ। ଖୁବଶୀଘ୍ର ଏହି ଘଟଣା ସମ୍ପର୍କରେ ନିଷ୍ପତ୍ତି ନିଆଯିବା ସହିତ ପିସିସିଏଫଙ୍କ କାର୍ଯ୍ୟାଳୟକୁ ଅବଗତ କରାଯିବ ବୋଲି ଶ୍ରୀ ମାର୍ଣ୍ଡି କହିଛନ୍ତି।
ନିଖୋଜ ଯୁବକଙ୍କ ଶବ ଉଦ୍ଧାର , ହତ୍ୟା ଅଭିଯୋଗ ଆଣିଲେ ପରିବାର
ଟିଟିଲାଗଡ : ଟିଟିଲାଗଡ ସହର ମଧ୍ୟ ରେ ଥିବା ଦେବନ୍ଦପଡ଼ାର ଗୋବର୍ଦ୍ଧନ କାଣ୍ଡ ଙ୍କ ପୁଅ ଉମାକାନ୍ତ କାଣ୍ଡ ଅନେକ ଦିନ ରୁ ନିଖୋଜ ଥିବା ଟିଟିଲାଗଡ ପୋଲିସ ଷ୍ଟେସନ ରେ ଅଭିଯୋଗ ହୋଇଥିଲା। ଟିଟିଲାଗଡ ପୋଲିସ ର ତଦନ୍ତ ପରେ ଆଜି ରାୟଗଡ଼ା ଜିଲ୍ଲା ଥିରୁବାଳି ନିକଟସ୍ଥ ଏକ ଗ୍ରାମ ରୁ ଶବ ଉଦ୍ଧାର କରିଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ ଯେ, ଗତ ମେ ୪ ତାରିଖ ଦିନ ଟିଟିଲାଗଡ ସହର ମଧ୍ୟରେ ଥିବା ଶିରଭଟା ପଡ଼ା ର ରୁମାନ ବଗର୍ତ୍ତି ନାମକ ଜଣେ ଯୁବକ ନିଜ ଭଉଣୀ ର ମେଡିକାଲ କାମ ଅଛି କହି ରାୟଗଡ଼ା କୁ ଉମାକାନ୍ତ କୁ ଡାକି ନେଇ ଥିଲା। ସେହିଦିନ ରୁ ଉମାକାନ୍ତ ନିଖୋଜ ଥିବା ଉମାକାନ୍ତ ର ବଡ଼ ଭାଇ ଓ ବାପା ଟିଟିଲାଗଡ ପୋଲିସ ଷ୍ଟେସନ ରେ ଅଭିଯୋଗ କରିଥିଲେ। ପ୍ରେମ ସମ୍ପର୍କ କୁ କେନ୍ଦ୍ର କରି ହତ୍ୟା ହୋଇଥିବା ଉମାକାନ୍ତ ର ପରିବାର ଲୋକେ ଅଭିଯୋଗ କରିଥିଲେ। ଟିଟିଲାଗଡ ଥାନା ଅଧିକାରୀ ରଞ୍ଜନ ବରିହା ଙ୍କ ନେତୃତ୍ୱ ରେ ତଦନ୍ତ ଆରମ୍ଭ ହୋଇଥିଲା। ମେ ୨୯ ରେ ଏସ ଆଇ ସାବିତ୍ରୀ ଖାକା ଙ୍କ ନେତୃତ୍ୱରେ ଏଏସଆଇ ଧର୍ମେନ୍ଦ୍ର ମାଝୀ, କନଷ୍ଟେବଳ ଟିକୁ କିର୍ଶାନି, କନଷ୍ଟେବଳ ଭାଗିରଥି ବାଲା, କନଷ୍ଟେବଳ ହିନବା ଲେବଡିଆ ଙ୍କ ଏକ ଟିମ୍ ଅଭିଯୁକ୍ତ ରୁମାନ୍ ବଗର୍ତ୍ତି ଓ ମୃତ ଉମାକାନ୍ତ କାଣ୍ଡ ର ବଡ଼ ଭାଇ ଭୁବନ କାଣ୍ଡ ସହ ରାୟଗଡ଼ା ଯାଇଥିଲେ। ସେଠାରେ ତଦନ୍ତ ରୁ ଜଣାପଡିଥିଲା ଯେ ରୁମାନ ବଗର୍ତ୍ତି ତାର ସମ୍ପର୍କୀୟ ଦୁଇ ଭାଇ ପ୍ରଶାନ୍ତ ବଗର୍ତ୍ତି ଓ ବିକାଶ ଭଟ୍ଟ ସହ ମିଶି ଉମାକାନ୍ତ ର ହତ୍ୟା କରି ଥିରୁବାଲୀ ନିକଟସ୍ଥ ଏକ ଗ୍ରାମ ରେ ମାଟି ତଳେ ପୋତି ଦେଇଥିବା। ପୋଲିସ ଉକ୍ତ ସ୍ଥାନ କୁ ପହଂଚି ଶବ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଢ଼ାଉଥିବା ସୂଚନା ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟିବା ବୋଲି ପୋଲିସ ପ୍ରକାଶ କରିଛି।