leas - The Sakala

ଏଣିକି ନିଲାମ ନୁହେଁ ଇ-ଲଟେରୀରେ ମିଳିବ ବାଲି ଓ ପଥର ଖଣି ଲିଜ୍‌, MSP ଧାର୍ଯ୍ୟ କରିବେ ସରକାର
ଭୁବନେଶ୍ୱର: ଲାଗୁ ହେଲା ନୂଆ ଖଣିଜ ନିୟମ। ଏଣିକି ନିଲାମ ନୁହେଁ ଇ-ଲଟେରୀରେ ମିଳିବ ବାଲି ଓ ପଥର ଖଣି ଲିଜ୍‌ । ଏମଏସପି ଧାର୍ଯ୍ୟ କରିବେ ସରକାର । ଖଣି ମାଫିଆଙ୍କ ଉପରେ ଅଙ୍କୁଶ । ଏଣିକି ଲିଜ୍ ପାଇଁ ଇ-ନିଲାମ ନୁହେଁ ଇ-ଲଟେରୀ । ନୂଆ ଗାଇଡଲାଇନ୍ ଅନୁସାରେ, ଏକଚାଟିଆ କାରବାର ବା କାର୍ଟେଲାଇଜେସନ୍ ରୋକିବା ପାଇଁ ସରକାର ଇ-ଅକ୍ସନ ବା ନିଲାମ ବନ୍ଦ କରି ଇ-ଲଟେରୀ ବ୍ୟବସ୍ଥା ଆରମ୍ଭ କରିଛନ୍ତି ।

ଲଘୁ ଖଣିଜ ସମ୍ପଦର ଲିଜ୍ ପାଇଁ ନିଲାମ ଡକା ହେବ ନାହିଁ, ବରଂ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସ୍ଥିର ଅତିରିକ୍ତ ଚାର୍ଜରେ ଇ-ଲଟେରୀ ମାଧ୍ୟମରେ ଯୋଗ୍ୟ ବ୍ୟକ୍ତିଙ୍କୁ ଚୟନ କରାଯିବ । ଆବେଦନକାରୀଙ୍କୁ ଏମଏସଟିସି ପୋର୍ଟାଲରେ ‘ଫର୍ମ-ସି’ରେ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ୧୦ହଜାର ଟଙ୍କା ଅଣଫେରସ୍ତ ଆବେଦନ ଫି' ଜମା ସହ ୧୦% ଅମାନତ ରାଶି (ଇଏମଡି) ଜମା କରିବାକୁ ପଡ଼ିବ । ଆବେଦନ ସହିତ ପରିବାରର ସମସ୍ତ ସଦସ୍ୟଙ୍କ ନାମ ଥିବା ଏକ ସତ୍ୟପାଠ ଦାଖଲ କରିବା ବାଧ୍ୟତାମୂଳକ । ପ୍ରତ୍ୟେକ ଆବେଦନର ସୂକ୍ଷ୍ମ ଯାଂଚ ପାଇଁ ଏକ ଜିଲ୍ଲାସ୍ତରୀୟ ଟେକ୍ନିକାଲ୍ ଯାଂଚ କମିଟି ଗଠନ କରାଯାଇଛି. ସଂପୂର୍ଣ୍ଣ ପ୍ରକ୍ରିୟାକୁ ଡିଜିଟାଲ୍ କରାଯାଇଥିବାରୁ ଏଥିରେ କୌଣସି ହେରଫେର ମଧ୍ୟ ହୋଇପାରିବ ନାହିଁ । ଯେଉଁମାନେ ପୂର୍ବରୁ ନିଲାମ ମାଧ୍ୟମରେ ଲିଜ୍ ପାଇଛନ୍ତି, ସେମାନେ ମଧ୍ୟ ଚାହିଁଲେ ନୂଆ ନିୟମ ଅନୁଯାୟୀ ମାଇଗ୍ରେଟ୍ ବା ସାମିଲ ହୋଇପାରିବେ । ବଜାରରେ ବାଲି ଓ ପଥରର ଚଢ଼ା ଦରକୁ ରୋକିବା ପାଇଁ ସରକାର ପ୍ରଥମ କରି ‘ସର୍ବାଧିକ ବିକ୍ରୟ ମୂଲ୍ୟ' (ଏମଏସପି) ଧାର୍ଯ୍ୟ କରିଛନ୍ତି । ଲିଜଧାରୀମାନେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟରୁ ଅଧିକ ଟଙ୍କା ଗ୍ରାହକଙ୍କ ଠାରୁ ନେଇପାରିବେ ନାହିଁ । ଏହି ମୂଲ୍ୟରେ ଉତ୍ପାଦନ ଖର୍ଚ୍ଚ ଓ ଟିକସ ସହ କେବଳ ୧୫% ଲାଭ ରହିବ ।