Jail Sentence - The Sakala

୧୭ ବର୍ଷ ଧରି ଏକାସାଙ୍ଗରେ ୨ଟି ସରକାରୀ ଚାକିରି, ଉଠାଉଥିଲେ ଡବଲ ଦରମା; ଶେଷରେ ମିଳିଲା ୭ ବର୍ଷର ଜେଲ୍ ଦଣ୍ଡ
ଉତ୍ତରପ୍ରଦେଶର ବାରାବାଙ୍କି ଏବଂ ପ୍ରତାପଗଡ଼ ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଗୋଟିଏ କି ଦୁଇଟି ନୁହେଁ, ଦୀର୍ଘ ୧୭ ବର୍ଷ ଧରି ଦୁଇଟି ଅଲଗା ଅଲଗା ସରକାରୀ ବିଭାଗରେ ଚାକିରି କରି ଆସୁଥିଲେ। କେବଳ ସେତିକି ନୁହେଁ, ସେ ଉଭୟ ସ୍ଥାନରୁ ପ୍ରତି ମାସରେ ସରକାରୀ ଦରମା ଏବଂ ଭତ୍ତା ମଧ୍ୟ ଉଠାଉଥିଲେ। ଶେଷରେ ଏହି ମହାଦୁର୍ନୀତିର ପର୍ଦ୍ଦାଫାଶ ହେବା ପରେ କୋର୍ଟ ଅଭିଯୁକ୍ତଙ୍କୁ କଠୋର ଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତଙ୍କ ନାମ ଜୟପ୍ରକାଶ ସିଂହ ହୋଇଥିବା ବେଳେ ସେ ବାରାବାଙ୍କି ଜିଲ୍ଲା ସତରିଖ୍ ଥାନା ଅନ୍ତର୍ଗତ ନରୋଲି ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।

ଆରଟିଆଇ (RTI) ରୁ ହେଲା ଖୁଲାସା

ସୂଚନା ଅନୁସାରେ, ଅଭିଯୁକ୍ତ ଜୟପ୍ରକାଶ ସିଂହ ପ୍ରଥମେ ଡିସେମ୍ବର ୨୬, ୧୯୭୯ ମସିହାରେ ପ୍ରତାପଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗରେ ନନ୍-ମେଡିକାଲ୍ ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ପାଇଥିଲେ। ଏହାର କିଛି ବର୍ଷ ପରେ, ସେହି ସମାନ ଶିକ୍ଷାଗତ ପ୍ରମାଣପତ୍ର ଓ ଜାଲ୍ କାଗଜପତ୍ର ବ୍ୟବହାର କରି ଜୁନ୍ ୧୯୯୩ ମସିହାରେ ବାରାବାଙ୍କି ଜିଲ୍ଲାର ମୌଳିକ ଶିକ୍ଷା ବିଭାଗରେ ଶିକ୍ଷକ ଭାବରେ ମଧ୍ୟ ନିଯୁକ୍ତି ହାସଲ କରିଥିଲେ। ସେ ପ୍ରାୟ ଦେଢ଼ ଦଶନ୍ଧିରୁ ଅଧିକ ସମୟ ଧରି ଏହି ଉଭୟ ବିଭାଗରେ କାର୍ଯ୍ୟରତ ଥିଲେ। ତେବେ ୨୦୦୯ ମସିହାରେ ପ୍ରଭାତ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଏବଂ ସୂଚନା ଅଧିକାର (RTI) ଆଇନ ବଳରେ ତଥ୍ୟ ମଗାଯିବା ପରେ ଏହି ଡବଲ ଚାକିରିର ଗୁମର ଫିଟିଥିଲା। ଏହାପରେ ପୋଲିସ ଘଟଣାର ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲା।

କୋର୍ଟଙ୍କ କଡ଼ା ନିଷ୍ପତ୍ତି ଏବଂ ଦଣ୍ଡାଦେଶ

ଦୀର୍ଘ ଦିନ ଧରି ଚାଲିଥିବା ଏହି ଆଇନଗତ ଲଢ଼େଇ ଏବଂ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି। ବାରାବାଙ୍କିର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ (CJM) ସୁଧା ସିଂହ ଅଭିଯୁକ୍ତ ଜୟପ୍ରକାଶ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଦାଲତ ତାଙ୍କୁ ୭ ବର୍ଷର କଠୋର କାରାଦଣ୍ଡରେ ଦଣ୍ଡିତ କରିବା ସହ ୩୦ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି। ଏହା ସହିତ ସବୁଠାରୁ ବଡ଼ କଥା ହେଉଛି, ଗତ ୧୭ ବର୍ଷ ଧରି ଅଭିଯୁକ୍ତ ଜଣକ ଉଭୟ ସ୍ଥାନରୁ ସରକାରୀ ତହବିଲରୁ ଯେତେ ବି ଦରମା ଓ ଭତ୍ତା ଆକାରରେ ଅର୍ଥ ନେଇଛନ୍ତି, ସେହି ସମସ୍ତ ଅର୍ଥ ଆଦାୟ (Recovery) କରିବାକୁ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଦିଗରେ କୋର୍ଟଙ୍କ ଏହି ରାୟ ଏକ ବଡ଼ ଉଦାହରଣ ସୃଷ୍ଟି କରିଛି।

ବଲିଉଡ୍ ଅଭିନେତା ରାଜପାଲ ଯାଦବଙ୍କୁ ଝଟକା: ଫେବୃଆରୀ ୪ ସୁଦ୍ଧା ଆତ୍ମସମର୍ପଣ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଚେକ୍ ବାଉନ୍ସ ମାମଲାରେ ବଲିଉଡର ଜଣାଶୁଣା ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କ ଅଡୁଆ ବଢିବାରେ ଲାଗିଛି। ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ତାଙ୍କୁ ଜେଲ୍‌ ଦଣ୍ଡ ଭୋଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ରାଜପାଲଙ୍କୁ ଆସନ୍ତା ଫେବୃଆରୀ ୪, ୨୦୨୬ ଅପରାହ୍ନ ୪ଟା ସୁଦ୍ଧା ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରାଏଲ କୋର୍ଟ ଦେଇଥିବା ଦଣ୍ଡକୁ ପୂରା କରିବା ପାଇଁ ତାଙ୍କୁ ଜେଲ ଯିବାକୁ ପଡିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

କଥା ଦେଇ କଥା ରଖିଲେନି ରାଜପାଲ

ଫେବୃଆରୀ ୨, ୨୦୨୬ରେ ହୋଇଥିବା ଶୁଣାଣି ସମୟରେ ଜଷ୍ଟିସ ସ୍ୱର୍ଣ୍ଣ କାନ୍ତା ଶର୍ମା ଅଭିନେତାଙ୍କ ଆଚରଣ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ, ବାରମ୍ବାର ସୁଯୋଗ ଦିଆଯାଇଥିଲେ ମଧ୍ୟ ରାଜପାଲ ଯାଦବ ଅଭିଯୋଗକାରୀ କମ୍ପାନୀ 'ମେସର୍ସ ମୁରଲୀ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ୍'କୁ ଟଙ୍କା ଫେରସ୍ତ କରିବାରେ ବିଫଳ ହୋଇଛନ୍ତି। ଅଭିନେତା ବାରମ୍ବାର କୋର୍ଟଙ୍କୁ ଟଙ୍କା ପୈଠ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ହେଁ, ନିର୍ଦ୍ଧାରିତ ସମୟରେ ତାହା ପୂରଣ କରିନାହାନ୍ତି। ଏଭଳି ଆଚରଣ ନ୍ୟାୟିକ ପ୍ରକ୍ରିୟା ପ୍ରତି ତାଙ୍କର ଅବହେଳାକୁ ଦର୍ଶାଉଛି।

ବ୍ୟସ୍ତତାର ବାହାନା ଶୁଣିଲେନି କୋର୍ଟ

ଶୁଣାଣି ବେଳେ ରାଜପାଲଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ, ଅଭିନେତା ବର୍ତ୍ତମାନ ମୁମ୍ବାଇରେ ନିଜର ପ୍ରୋଫେସନାଲ କାମରେ ବ୍ୟସ୍ତ ଅଛନ୍ତି, ତେଣୁ ତାଙ୍କୁ କିଛି ଆଶ୍ୱସ୍ତି ଦିଆଯାଉ। କିନ୍ତୁ ହାଇକୋର୍ଟ ଏହି ଦଲିଲକୁ ସିଧାସଳଖ ଖାରଜ କରି ଦେଇଥିଲେ। କାମରେ ବ୍ୟସ୍ତ ରହିବା କୋର୍ଟଙ୍କ ଆଦେଶ ଅମାନ୍ୟ କରିବାର ବାହାନା ହୋଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ ଯେ, ଏହି ମାମଲାରେ ପୂର୍ବରୁ ଟ୍ରାଏଲ କୋର୍ଟ ରାଜପାଲ ଏବଂ ତାଙ୍କ ପତ୍ନୀଙ୍କୁ ଦୋଷୀ ସାବ୍ୟସ୍ତ କରି ୬ ମାସ ସାଧାରଣ ଜେଲ ଦଣ୍ଡ ଶୁଣାଇଥିଲେ।

୨.୫ କୋଟି ଟଙ୍କାର ମାମଲା

ପୂର୍ବରୁ ୨୮ ଜୁନ୍ ୨୦୨୪ରେ ହାଇକୋର୍ଟ ଏହି ଦଣ୍ଡାଦେଶ ଉପରେ ଅସ୍ଥାୟୀ ରୋକ ଲଗାଇଥିଲେ ଏବଂ ମାମଲାକୁ ମିଡିଏସନ୍ ପାଇଁ ପଠାଇଥିଲେ। ବୁଝାମଣା ଅନୁଯାୟୀ, ରାଜପାଲଙ୍କୁ ମୋଟ୍ ୨.୫ କୋଟି ଟଙ୍କା ପୈଠ କରିବାର ଥିଲା। କିନ୍ତୁ ଜୁନ୍ ମାସରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ କେବଳ ସମୟ ମାଗି ଚାଲିଥିଲେ ଏବଂ ଟଙ୍କା ଦେଇନଥିଲେ। ଡିମାଣ୍ଡ ଡ୍ରାଫ୍ଟରେ ଥିବା ତ୍ରୁଟି ସୁଧାରିବା ପାଇଁ ମଧ୍ୟ ସେ କୌଣସି ପଦକ୍ଷେପ ନେଇନଥିଲେ। ଏବେ କୋର୍ଟ ତାଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।