Kendrapra - The Sakala

ଅଗଷ୍ଟ ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା, ଆକର୍ଷଣ ସାଜିବ ସ୍କାଏୱାକ୍‌‌ ବ୍ରିଜ
ରାଜନଗର: ପ୍ରକୃତିର ଗନ୍ତାଘର ଜାତୀୟ ଉଦ୍ୟାନ ଭିତରକନିକା ଅଗଷ୍ଟ ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ବଉଳା କୁମ୍ଭୀରମାନଙ୍କର ପ୍ରଜନନ ପକ୍ରିୟା ପାଇଁ ୩ ମାସ ହେଲା ଭିତରକନିକାକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା କରାଯାଇଥିଲା। ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେଣୁ ଅଗଷ୍ଟ ୧ରୁ ପର୍ଯ୍ୟଟକ ଗବେଷକ, ପ୍ରକୃତିକୁ ଭଲ ପାଉଥିବା ଲୋକେ ମିନି-ଆମାଜନ୍‌ ଭିତରକନିକାର ଶୋଭାକୁ ପୁନର୍ବାର ଉପଭୋଗ କରିପାରିବେ।

ପ୍ରକୃତିର ବୈଭବ, ରଙ୍ଗବେରଙ୍ଗର ପକ୍ଷୀଙ୍କ କାକଳି ସହିତ ଜୀବନଜନ୍ତୁଙ୍କୁ ନିଆରା ଢଙ୍ଗରେ ଦେଖିବା ପାଇଁ ଚଳିତବର୍ଷ ପର୍ଯ୍ୟଟକମାନଙ୍କ ପାଇଁ ସ୍କାଏ-ୱାକ୍‌ ବ୍ରିଜ୍‌ ନିର୍ମାଣ କରାଯାଇଛି। ମ୍ୟାନଗ୍ରୁଭ୍‌ ମେଟା ନର୍ସରୀ ନିକଟରୁ ଆରମ୍ଭ ହୋଇଥିବା ଏହି ସ୍କାଏ-ୱାକ୍‌ ବ୍ରିଜ ଅଧିକ ସଂଖ୍ୟାରେ ହରିଣ ଭିଡ଼ ଜମାଉଥିବା ଦେଖାଯାଉଛି। ଜଙ୍ଗଲ ଭିତରେ ଦୁଇପଟରେ ଗଛ ଥିବା ବେଳେ ନିର୍ମାଣ ହୋଇଛି ଏହି ସ୍କାଏ ୱାକ। ୬୦୦ ମିଟର ଲମ୍ବ ଯାଏ ଏହି ସ୍କାଏ ୱାକ ନିର୍ମାଣ ହୋଇଛି। ଆସନ୍ତା ଅଗଷ୍ଟ ୧ ତାରିଖ ଦିନ ଏହି ସ୍କାଏ ୱାକ ଉଦ୍‌‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିଥରରେ ୨୦ଜଣ ଲେଖାଏଁ ପର୍ଯ୍ୟଟକଙ୍କୁ ସ୍କାଏ ୱାକରେ ଛଡ଼ାଯିବ ବୋଲି ରାଜନଗର ବନବିଭାଗ ପକ୍ଷରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ମେ’ ୧ରୁ ଜୁଲାଇ ୩୧ଯାଏ ୩ ମାସ ଧରି କୁମ୍ଭୀର ପ୍ରଜନନ ଋତୁ ପାଇଁ ଭିତରକନିକା ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି।

ବାସନ ମାଜିବା ବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର
ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଚାନ୍ଦିବାଉଁସମୂଳ ପଞ୍ଚାୟତ ହାତିଆଗଡ଼ି ଗାଁରେ ଅଭାବନୀୟ ଘଟଣା । ପୋଖରୀରୁ ମହିଳାଙ୍କୁ ଟାଣି ନେଲା କୁମ୍ଭୀର। ମହିଳା ଜଣଙ୍କ ନିଜ ପୋଖରୀରେ ବାସନ ମାଜୁଥିବା ବେଳେ କୁମ୍ଭୀର ମହିଳାଙ୍କୁ ଟାଣି ନେଇଛି। କୁମ୍ଭୀର ପୋଖରୀ ମଧ୍ୟରୁ ମହିଳାଙ୍କୁ ଟାଣି ନେଇ ନିକଟରେ ଥିବା ଚରଡ଼ିଆ ନାଳ ମଧ୍ୟରେ ଥିବା ଦଳ ମଧ୍ୟରେ ବୁଡାଇ ଦେଇଛି। ଗ୍ରାମବାସୀଙ୍କ ପକ୍ଷରୁ କେନାଲରେ ମହିଳାଙ୍କୁ ଖୋଜାଖୋଜି ଜାରି ରହିଛି।

ଖବର ଅନୁଯାୟୀ, ଗତ ୧୪ ତାରିଖ ଦିନ ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଗାଁରୁ ଜଣେ ନାବାଳକକୁ କୁମ୍ଭୀର ଟାଣିନେଇ ମାରିଦେଇଥିଲା । ରାଜନଗର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏପରି କୁମ୍ଭୀର ଆକ୍ରମଣ ବାରମ୍ବାର ଦେଖିବାକୁ ମିଳୁଥିବାରୁ ସାଧାରଣରେ ଆସନ୍ତେ।ଷ ପ୍ରକାଶ ପାଇଛି।

ଅର୍ବାନ ବ୍ୟାଙ୍କ ଆଳି ଶାଖା ପକ୍ଷରୁ ଗ୍ରାହକ ସେବା ସମ୍ମିଳନୀ ଅନୁଷ୍ଠିତ
ଆଳି: କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କ ଆଳି ଶାଖା ପକ୍ଷରୁ ୨୪ତମ ଜୟନ୍ତୀ ପାଳନ ଅବସରରେ ଏକ ଗ୍ରାହକ ସେବା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କ ଆଳି ଶାଖା ପରିଚାଳକ ସଂଗ୍ରାମ କେଶରୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗ୍ରାହକ ସେବା ସମ୍ମିଳନୀରେ ସିଇଓ ରାଜୀବ ଲୋଚନ ପଣ୍ଡା ମୁଖ୍ୟ ଅତିଥି, ବରିଷ୍ଠ ଶାଖା ପରିଚାଳକ ସୁରେଶ ଚନ୍ଦ୍ର ପରିଡା ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ବ୍ୟାଙ୍କର ସଦସ୍ୟ ତଥା ଗ୍ରାହକ ମାନେ କିପରି ବ୍ୟାଙ୍କରୁ ଉତ୍ତମ ସେବା ପାଇପାରିବେ ସେ ସମ୍ପର୍କରେ ଆଲୋଚନା କରିବା ସହିତ ଶାଖା ବ୍ୟାଙ୍କ ମାନଙ୍କୁ କିପରି ଅଧିକ ଉନ୍ନତିର, ଅଧିକ ଉଚ୍ଚମାନର ସେବା ଯୋଗାଇ ଦିଆଯାଇପାରିବ ସେ ସମ୍ପର୍କରେ ଉପସ୍ଥିତ ବ୍ୟାଙ୍କ ସଭ୍ୟ ମାନଙ୍କ ପରାମର୍ଶ ଲୋଡିଥିଲେ। ଉପସ୍ଥିତ ଥିବା ବ୍ୟାଙ୍କ ସଭ୍ୟ, ଜନସାଧାରଣ ଓ ବ୍ୟାଙ୍କ ସଭ୍ୟମାନେ ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରି ସମାଧାନ କିପରି ହୋଇପାରିବ ମତାମତ ଦେଇଥିଲେ । ଆଳି ଶାଖା ଅର୍ବାନ ବ୍ୟାଙ୍କ ଖେତ୍ରାଧିକରି ବିଶ୍ୱରଂଜନ ଲେଙ୍କା ଓ ସିନିୟର୍‌ କର୍ମଚାରୀ ମନୋଜ କୁମାର ମହାନ୍ତି ଶିବିର ପରିଚାଳନା କରିବା ସହିତ ଏହି ବୈଠକଟିକୁ ସଫଳ କରିବାରେ ସହାୟତା କରିଥିଲେ।

ବ୍ରହ୍ମତାଳଧ୍ୱଜ ରଥରେ ଶ୍ରୀବଳଦେବଜୀଉଙ୍କ ରଘୁନାଥ ବେଶ ଦର୍ଶନ କଲେ ଭକ୍ତ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ସିଦ୍ଧ ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ମାଉସୀ ମା’ଙ୍କ ମନ୍ଦିରରୁ ଫେରି ସୋମବାର ଚକଡା ଲାଗିଥିଲା । ମଙ୍ଗଳବାର ରଥ ଉପରେ ଶ୍ରୀଜୀୟୁମାନଙ୍କ ରଘୁନାଥ ବେଶ ସମ୍ପନ୍ନ କରାଯାଇଛି । ଶ୍ରୀଜୀଉଙ୍କ ଏହି ଦୁର୍ଲଭ ବେଶକୁ ଦର୍ଶନ କରି ହଜାର ହଜାର ଭକ୍ତ ମହା ଆନନ୍ଦିତ ହୋଇଛନ୍ତି । ଏହି ବେଶରେ ଶ୍ରୀଜୀଉମାନଙ୍କ ମସ୍ତକରେ ଚାନ୍ଦି ମୁକୁଟ ଶୋଭାପାଉଥିଲା । ଏହି ମୁକୁଟ ଓ ଆଭୂଷଣକୁ ପୁରୀ ବାଲିଘାଇରେ ଥିବା ହରିହରାନନ୍ଦ ଗୁରୁକୂଳ ଆଶ୍ରମର ମୁଖ୍ୟ ପ୍ରଜ୍ଞାନାନନ୍ଦଜୀ ମହାରାଜ ଚଳିତ ବର୍ଷ ଦାନ କରିଥିବା ଶ୍ରୀଜୀଉଙ୍କ ଦେବୋତ୍ତରସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କ ଠାରୁ ସୂଚନା ମିଳିଛି। ଏଥିସହ ଚାନ୍ଦିରେ ତିଆରି ଅନ୍ୟାନ୍ୟ ଆଭୂଷଣ ମଧ୍ୟ ଶ୍ରୀଜୀଉ ପରିଧାନ କରିଥିଲେ। ଏହି ଅବସରରେ ସିଦ୍ଧ ଶ୍ରୀବଳଦେବଜୀଉ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତିକାନ୍ତି ରଥ ଉପରେ ସମ୍ପନ୍ନ କରାଯାଇଥିଲା।

ଶ୍ରୀଜୀଉମାନଙ୍କୁ ରଥ ଉପରେ ଅପରାହ୍ନ ଗୋଟାଏ ସମୟରେ ଶ୍ରୀରଘୁନାଥ ବେଶ କରାଯାଇଥିବା ବେଳେ ସନ୍ଧ୍ୟା ୬ଟାରେ ବେଶ ଓଳାଗି କରାଯାଇଥିଲା । ଏହାପରେ ମହାଲକ୍ଷ୍ମୀ ଚାହାଣି ମଣ୍ଡପକୁ ଆସିଥିଲେ। ସେଠାରେ ଆଳତୀ କରାଯିବା ପରେ ମହାଲକ୍ଷ୍ମୀ ରଥ ଚାରିକଡେ ବୁଲି ମନ୍ଦିରକୁ ଫେରି ଯାଇଥିଲେ। ଏହାପରେ ଅଧର ପଣା ନୀତି ସମ୍ପନ୍ନ ହୋଇଥିଲା । ପରମ୍ପରା ଅନୁଯାୟୀ ଅତୃପ୍ତ ଆତ୍ମାମାନେ ବର୍ଷ ସାରା ଏହି ପଣା ପାଇବା ପାଇଁ ଅପେକ୍ଷା କରିଥାନ୍ତି। ଏହି ପଣା ପାଇବା ପରେ ସେମାନଙ୍କ ଆତ୍ମା ଶାନ୍ତି ପାଇଥାଏ। ତେଣୁ ଅଧର ପଣା ଠାକୁରଙ୍କୁ ସମର୍ପଣ କରାଯିବା ପରେ ତାହାକୁ ରଥ ଉପରେ ଢାଳି ଦିଆଯାଇଥିଲା । ଠାକୁରଙ୍କ ରଥ ନିର୍ମାଣରେ ନିୟୋଜିତ ସେବକ ଓ ମନ୍ଦିର କର୍ମଚାରୀମାନଙ୍କୁ ସିରିପା ବଣ୍ଟନ କରାଯାଇଥିଲା । ଏହାପରେ ଶ୍ରୀଜୀଉମାନଙ୍କୁ ପହଣ୍ଡି ବିଜେ କରାଯାଇ ରତ୍ନ ସିଂହାସନକୁ ବିଜେ କରାଯାଇଥିଲା।

ଆନନ୍ଦ ଉତ୍ସାହର ସହିତ ଶେଷ ହେଲା କନିକା ରାଜ ମେଲଣ: ରାଜାରାଣୀଙ୍କ ସହ ରଙ୍ଗ ଖେଳିଲେ ହଜାର ହଜାର ଲୋକେ
ରାଜକନିକା:କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍‌ରେ ୬୦୦ବର୍ଷର କନିକା ରାଜ ମେଲଣ ଆନନ୍ଦ ଉତ୍ସାହର ସହିତ ଶେଷ ହୋଇଛି । ୫ଦିନ ଧରି କାଳିକାପୁର, ଆୟତନ, ଦେଉଳି ଏବଂ ଗିରୀଆ ମେଲଣ ଉତ୍ସବ ପରେ କନିକାର ପ୍ରସିଦ୍ଧ ମେଲଣ ଉତ୍ସବର ଶେଷ ଦିନ କନିକା ରାଜପ୍ରସାଦ ଆଗରେ ରାଜ ମେଲଣ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି । ଏହି ରାଜ ମେଲଣ ଉତ୍ସବକୁ ଦେଖିବା ପାଇଁ ଲୋକେ ପ୍ରତିବର୍ଷ ଚାହିଁ ରହିଥାନ୍ତି । ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ା ଠାରୁ ଆରମ୍ଭ କରି ଆଳି, ପଟ୍ଟାମୁଣ୍ଡାଇ ରାଜନଗର ଏବଂ ଚାନ୍ଦବାଲି ଅଂଚଳରୁ ହାଜାର ହଜାର ଲୋକେ ଯୋଗଦେଇ ପ୍ରେମ ଓ ପ୍ରୀତିର ପର୍ବ ହୋଲି ଉତ୍ସବକୁ ପାଳନ କରିଛନ୍ତି ।

ଏହି ମେଲଣରେ ଲୋକେ କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବ ଏବଂ ରାଣୀ ମୃଣାଳିନୀ ଦେବୀ ହଜାର ହଜାର ଲୋକମାନଙ୍କ ସହିତ ରଙ୍ଗ ଅବିରରେ ହୋଲି ଖେଳି ସମସ୍ତଙ୍କ ଶୁଭକାମନା ଜଣାଇଥିଲେ । ରାଜାରାଣୀ ରାଧାକୃଷ୍ଣଙ୍କୁ ଦର୍ଶନ କରି ପୂଜାଅର୍ଚ୍ଚନା କରିଛନ୍ତି । ଏହି ଉତ୍ସବରେ ସାଧାରଣ ଜନତା ନିଆରା ଢ଼ଙ୍ଗରେ ରାଜାରାଣୀଙ୍କ ସହିତ ରଙ୍ଗ ଖେଳିବାର ମଜା ନେଇଛନ୍ତି । ୫୦ରୁ ଅଧିକ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ସୁସର୍ଜ୍ଜିତ ବିମାନରେ ଧାଡ଼ି ଧାଡ଼ି ହୋଇ ମେଲଣ ପଡ଼ିଆକୁ ଶୋଭାଯାତ୍ରାରେ ଆସି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ପୁରାତନ ହୋଲି ଗୀତ ସାଙ୍ଗକୁ ଘଣ୍ଟ ହୁଳହୁଳି, କାହାଳୀ, ଝାଞ୍ଜ ମୃଦଙ୍ଗ ସହିତ ନାଚ ଗୀତରେ ଫାଟି ପଡ଼ିଥିଲା ମେଲଣ ପଡ଼ିଆ । କୃଷ୍ଣ ଭଜନ ଗାଇ ଗାଇ ରାଧାକୃଷ୍ଣଙ୍କ ଭକ୍ତି ନିବେଦନ କରଥିଲେ ଲୋକେ । ବିଭିନ୍ନ ଜାତି ଧର୍ମ ଓ ଦଳମତ ନିର୍ବିଶେଷରେ ଭେଦଭାବ ଭୁଲି ମେଲଣ ପଡ଼ିଆରେ ଏକାଠି ହୋଇ ଭାତୃଭାବ ସହିତ ପରସ୍ପର ରଙ୍ଗ ଅବିରରେ ହୋଲି ଖେଳି ଉତ୍ସବ ପାଳନ କରିଛନ୍ତି । ରାଜପ୍ରାସାଦର ପୂର୍ବ ଫାଟକ ଏବଂ ଦକ୍ଷିଣ ଫାଟକ ପ୍ରବଶ ପଥରେ ପ୍ରଭୁ ଗୋପିନାଥଜୀଉ, ବାବା ନୃସିଂହନାଥ ଜୀଉ ବିମାନରେ ଅତି ଭାବମୟ ପରିବେଶରେ ଚିତାକର୍ଷକ ଶୋଭାଯାତ୍ରାରେ ମେଲଣ ପଡ଼ିଆକୁ ଆସିଥିଲେ । ଏହା ପରେ ସମସ୍ତ ଠାକୁର ବିମାନରେ ରାଜପ୍ରାସାଦ ମଧ୍ୟକୁ ପ୍ରବେଶ କରିଥିଲେ । ରାଜା ଏବଂ ରାଣୀ ରାଧାକୃଷ୍ଣଙ୍କ ପୂଜା କରି ଚଅଁର ସେବା କରିଥିଲେ । ମେଲଣ ପଡ଼ିଆରେ ସମସ୍ତ ବିମାନରେ ରାଧାକୃଷ୍ଣଙ୍କୁ ଦର୍ଶନ କରି ଭୋଗ ଲାଗାଇଥିଲେ । ପୂର୍ବ ପରମ୍ପରା ଅନୁଯାଇ ମେଳଣ ଶେଷ ହେବା ପରେ ରାତିରେ ଗୋପାଳଜୀଉ, ରାସବିହାରୀ ଜୀଉ ଏବଂ ପ୍ରଭୁ ରାଧାକାନ୍ତ ଜୀଉଙ୍କ ଭେଟ ଅନୁଷ୍ଠିତ ହୋଇଥିଲା । ମେଲଣ ପଡ଼ିଆରେ ରାଜାରାଣୀ ସ୍ୱତନ୍ତ୍ର ପୂଜାପାଠ କରି ମେଣ୍ଢା ଗୁହାଳ ପୋଡ଼ିଥିଲେ । ଏହି ମେଲଣ ଉତ୍ସବରେ ପଟ୍ଟାମୁଣ୍ଡାଇ ଏସ୍‌ଡ଼ିିପିଓ ସନ୍ଧ୍ୟାରାଣୀ ବେହୁରିଆ ଏବଂ ରାଜକନିକା ଆଇଆଇସି ବିଲ୍ୱମଙ୍ଗଳ ସେଠୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।

ବାତ୍ୟା ଜୱାଦ ପ୍ରଭାବରେ ଫସଲ କ୍ଷୟକ୍ଷତିର ଆକଳନ ପାଇଁ ବିଧାୟକଙ୍କ ସମୀକ୍ଷା, ୨୯ଟି ଟିମ ଗଠନ
ରାଜନଗର: ବାତ୍ୟା ଜୱାଦ ପ୍ରଭାବରେ ରାଜନଗର ବ୍ଲକରେ ୩ଦିନ ହେଲା ଲଗାଣ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ଧନଜୀବନ ହାନି ହୋଇନଥିଲେ ମଧ୍ୟ ବ୍ୟାପକ ଫସଲ ହାନି ହୋଇଛି । ଚାଷୀକୂଳ ଫସଲ ଅମଳ କରି ଘରକୁ ନେବା ସମୟରେ ପ୍ରାକୃତିକ ଦୁର୍ବିପାକ ମେରୁଦଣ୍ଡ ଭାଙ୍ଗି ଦେଇଛି । ପ୍ରବଳ ବର୍ଷା ଯୋଗୁଁ ରାଜନଗର ଓ ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ ପଂଚାୟତରେ ବ୍ୟାପକ ଫସଲ ହାନୀ ହୋଇଛି । ଚାଷ ଜମିରେ ପାଚିଲା ଧାନ ଫସଲ ଶୋଇଥିବା ବେଳେ ଫସଲ ଉପରେ ପାଣି ଜମି ରହିଛି । ଆଜି ରାଜନଗର ବିଧାୟକ ଧ୍ରୁବ ସାହୁ ରାଜନଗର ବ୍ଲକରେ ପହଁଚି ଉଜୁଡା କ୍ଷେତ ଦେଖିଛନ୍ତି । ଏହାପରେ ବ୍ଲକ କାର୍ୟ୍ୟାଳୟରେ ଚାଷୀଙ୍କୁ କିପରି ଫସଲ କ୍ଷୟକ୍ଷତିର ସହାୟତା ମିଳିବ ଓ ଫସଲ କ୍ଷୟକ୍ଷତିର ସର୍ଭେ କାମ ଶୀଘ୍ର କରାଯିବ, ସେ ନେଇ ସମୀକ୍ଷା କରିଥିଲେ ।

ବୈଠକରେ ବିଡିଓ ରବିନ୍ଦ୍ର କୁମାର ପ୍ରଧାନ, ତହସିଲଦାର ଭୋଳାନାଥ ସେଠୀ, ସାଂସଦଙ୍କ ପ୍ରତିନିଧି ଅଶୋକ କୁମାର ପ୍ରତିହାରୀ, ସହକାରୀ ଯନ୍ତ୍ରୀ ଜଳଧର ବେହେରା, କନିଷ୍ଠଯନ୍ତ୍ରୀ ଦେବ ରଂଜନ ବେହେରାଙ୍କ ସହିତ କୃଷି ଓ ଉଦ୍ୟାନ କୃଷି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ବର୍ଷା ଛାଡିବା କ୍ଷଣି ରାଜନଗର ବ୍ଲକରେ ଫସଲ କ୍ଷୟକ୍ଷତିର ସର୍ଭେ କରାଯିବ । ଗ୍ରାମୀଣ କୃଷି ନିରୀକ୍ଷକ, ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ, ପଂଚାୟତ ନିର୍ବାହୀ ଅଧିକାରୀଙ୍କ ନେଇ ୨୯ଟି ପଂଚାୟତ ପାଇଁ ୨୯ଟି ଟିମ ଗଠନ କରାଯିବ । ଏହାବାଦେ ବିଡିଓ, ତହସିଲଦାର, କୃଷି ଅଧିକାରୀ ବିଭିନ୍ନ ଅଂଚଳ ପରିଦର୍ଶନ କରି ଫସଲ କ୍ଷୟକ୍ଷତିର ଆକଳନ କରିବେ । ୭ଦିନ ଭିତରେ ୨୯ ପଂଚାୟତର ଖରିଫ ଧାନ ଫସଲର କ୍ଷୟକ୍ଷତି ତାଲିକା ପ୍ରସ୍ତୁତ କରାଯାଇ ଏସଆରସିଙ୍କୁ ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି ।

ଏଥିସହ ରାଜନଗର ଓ ପଟ୍ଟାମୁଣ୍ଡାଇ ଅଂଚଳର ୮୦ଭାଗ ଲୋକେ କେବଳ ଖରିଫ ଧାନ ଫସଲ ଉପରେ ନିର୍ଭରଶୀଳ । ଚଳିତ ବର୍ଷ ଆରମ୍ଭରେ ମରୁଡିସ୍ଥିତି ଯୋଗୁଁ ଚାଷୀ ଖର୍ଚ୍ଚାନ୍ତ ହୋଇ ବିଳମ୍ବରେ ଚାଷ କରିଥିଲା । ନଭେମ୍ବରରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଫସଲ ଅମଳ ବିଳମ୍ବିତ ହୋଇଥିଲା । ଧାନବିଲ ଶୁଖି ନଥିବାରୁ ଫସଲ ଅମଳ ହୋଇପାରିନଥିଲା । ଫସଲ ଅମଳ ପୂର୍ବରୁ ବାତ୍ୟା ଜୱାଦ ସୁନାର ଫସଲକୁ ଉଜାଡି ଦେଇଛି । ରାଜନଗରର ଫସଲ କ୍ଷୟକ୍ଷତି ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଓ କୃଷି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଫସଲ କ୍ଷୟକ୍ଷତି ହୋଇଥିବା ଚାଷୀ ମାନଙ୍କୁ ସରକାରୀ ସହାୟତା ଯେଗାଇ ଦେବା ପାଇଁ ବିଧାୟକ ଶ୍ରୀ ସାହୁ ଦାବି କରିଛନ୍ତି ।

ଦିନ ଦ୍ବିପ୍ରହରରେ ଲୁଟ୍: କଳା ପଲସରରେ ଆସି ଝାମ୍ପିନେଲେ ୪ ଲକ୍ଷ ଟଙ୍କା
ରାଜନଗର: ରାଜନଗରରେ ମାତିଛନ୍ତି ଲୁଟେରା । ଆଜି କଳା ପଲସରରେ ଆସି ଲୁଟେରା ୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ରାଜନଗର ଗାଁର ଅଶୋକ କୁମାର ପ୍ରଧାନ ଆଜି ସାନବଡଗୋପାଳପୁରସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଚେକ ମାଧ୍ୟମରେ ୪ ଲକ୍ଷ ଟଙ୍କା ଉଠାଇଥିଲେ । ସେ ଏହି ଟଙ୍କାକୁ ନିଜ ମୋଟରସାଇକେଲ ଡିକିରେ ରଖି ରାଜନଗର ମେଡିକାଲ ରୋଡରେ ଥିବା ଘର ନିକଟକୁ ଆସିଥିଲେ । ଘର ନିକଟରେ ମୋଟରସାଇକେଲ ରଖି ଡିକିରୁ ଟଙ୍କା କାଢି ହାତରେ ଧରିଥିବା ବେଳେ ହଠାତ୍ ଜଣେ ଯୁବକ ଆସି ଅଶୋକଙ୍କୁ ଧକ୍କା ମାରିଥିଲେ । ଅଶୋକ ତଳେ ପଡିଯିବା ପରେ ତାଙ୍କ ହାତରୁ ଟଙ୍କା ବିଡା ଥିବା ଜରି ଝାମ୍ପି ନେଇଥିଲେ । ଦୁଇଜଣ ଯୁବକ ଏକ କଳା ପଲସରରେ ଅଶୋକଙ୍କୁ ଫଲୋ କରି ବ୍ୟାଙ୍କ ନିକଟରୁ ଆସିଥିଲେ । ଅଶୋକ ଘର ନିକଟରେ ଗାଡି ରଖିବା ପରେ କଳା ପଲସର ଅଳ୍ପ ଦୂରକୁ ଯାଇ ଗାଡି ବୁଲାଇ ରାଜନଗର ହଂସୁଆ ସେତୁ ଆଡକୁ ମୁହଁ କରି ରହିଥିଲା । ଗାଡି ଷ୍ଟାର୍ଟରେ ରଖି ଜଣେ ଯୁବକ ବସିଥିବା ବେଳେ ଅନ୍ୟଜଣେ ଯୁବକ ଓହ୍ଲାଇ ଅଶୋକଙ୍କ ହାତରୁ ଟଙ୍କା ବିଡା ଝାମ୍ପି ନେଇ ଗାଡିରେ ବସିଥିଲେ । ଗାଡିଟି ଦ୍ରୁତ ଗତିରେ ଯିବା ସମୟରେ ଅଶୋକ ଚିତ୍କାର କରି ତାଙ୍କୁ ଗୋଡାଇ ଥିଲେ। ଏହାପରେ ତାଙ୍କ ପୁଅ ମୋଟର ସାଇକେଲରେ ଲୁଟେରାଙ୍କୁ ଫଲୋ କରିଥିଲେ ମଧ୍ୟ ଧରି ପାରିନଥିଲେ । ଲୁଟେରା ପଟ୍ଟାମୁଣ୍ଡାଇ ଆଡକୁ ଦ୍ରୁତ ଗତିରେ ପଳାଇଥିଲେ । ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲେ ମଧ୍ୟ ରିପୋର୍ଟ ଲେଖା ହେବା ଯାଏଁ ଲୁଟେରାଙ୍କ ସନ୍ଧାନ ପାଇ ପାରିନାହିଁ।

ଶୌଚ ହେବାକୁ ଯାଇଥିବା ଭିନ୍ନକ୍ଷମଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା; ଜଣେ ଆତ୍ମସମର୍ପଣ, ଜଣେ ଫେରାର
କେନ୍ଦ୍ରାପଡ଼ା: ଶୌଚ ହେବାକୁ ଯାଇଥିବା ଜଣେ ଶାରୀରିକ ଭିନ୍ନକ୍ଷମଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିବା ଭଳି ଲୋମ ହର୍ଷଣକାରୀ ଘଟଣା କେନ୍ଦ୍ରାପଡା ସଦର ଥାନା ଅଧିନ ଖସାଡି ଗ୍ରାମରେ ଦେଖିବାକୁ ମିଳିଛି। ଶାରୀରିକ ଭିନ୍ନକ୍ଷମଙ୍କୁ ପୂର୍ବ ଜମିବାଡି ବିବାଦକୁ ନେଇ ଠେଙ୍ଗାରେ ପିଟି ହତ୍ୟା କରାଯାଇଥିବା ନେଇ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି।

ପୁଲିସ ସୂଚନା ଅନୁଯାୟୀ, କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଖସାଡି ଗ୍ରାମର ନନ୍ଦ କିଶୋର ସ୍ୱାଇଁ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ଶାରୀରିକ ଭିନ୍ନକ୍ଷମ ଏକାଦଶୀ ସ୍ୱାଇଁ ରବିବାର ସକାଳ ପ୍ରାୟ ୮ଟା ସମୟରେ ଘରୁ ଛୋଟେଇ ଛୋଟେଇ ଚାଲି ଚାଲି ଶୌଚ ହେବାକୁ ଯାଉଥିବା ସମୟରେ ସେହି ଗ୍ରାମର ନିଧିରାମ ସ୍ୱାଇଁ ଓ ତାଙ୍କ ପୁଅ ସନ୍ତୋଷ ପଛପଟରୁ ଏକାଦଶୀର ମୁଣ୍ଡକୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଠେଙ୍ଗାରେ ପ୍ରହାର ଉପରେ ପ୍ରହାର ଦେବା ଫଳରେ ସେ ଅଚେତ ହୋଇ ତଳେ ପଡିଯାଇଥିଲା । ଭିନ୍ନକ୍ଷମ ଏକାଦଶୀ ତଳେ ପଡିଯିବା ପରେ ନିଧିରାମ, ତାଙ୍କ ପୁଅ ସନ୍ତୋଷ ଓ ତାଙ୍କ ପତ୍ନୀ ଏକାଦଶୀକୁ ଜୀବନରେ ମାରିଦେବା ଉଦେଶ୍ୟରେ ଠେଙ୍ଗାରେ ପିଟି ଚାଲିଥିଲେ । ଫଳରେ ସେ ଅଚେତ ହୋଇ ପଡିଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକାଦଶୀ ତଳେ ପଡିବାର ସ୍ଥାନୀୟ ଲୋକମାନେ ରୁଣ୍ଡ ହୋଇଯାଇଥିଲେ। ଏହାଦେଖି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଖସି ପଳାଇଯାଇଥିଲେ । ପରେ ଖବର ପାଇ ପୋଲିସ ପହଞ୍ଚି ଏକାଦଶୀକୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଭିନ୍ନକ୍ଷମ ଏକାଦଶୀ ଦିଲ୍ଲୀରେ ବ୍ୟବସାୟ କରନ୍ତି । କରୋନା ଜନିତ କଟକଣା ଲାଗୁ ହେବା ପରେ ସେ କିଛିଦିନ ପୂର୍ବରୁ ଘରକୁ ଆସିଥିଲେ । ଜମିବାଡି ବିବାଦ ନେଇ ତାଙ୍କର ସେହି ଗ୍ରାମର ନିଧିରାମଙ୍କ ପରିବାର ସହିତ ବିବାଦ ଲାଗି ରହିଥିଲା । ନିଧିରାମ ଏକାଦଶୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ସୁଯୋଗ ଅପେକ୍ଷାରେ ଥିଲେ । ଏସମ୍ପର୍କରେ ସଦର ଥାନାରେ ଏକାଦଶୀଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲେବି ପୋଲିସ ଘଟଣାକୁ ଗୁରୁତ୍ୱ ଦେଇନଥିଲା । ଫଳରେ ଏଭଳି ଏକ ହତ୍ୟା କାଣ୍ଡ ଘଟିଗଲା । ସଦର ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି । ହତ୍ୟାକାଣ୍ଡ ପରେ ଅପରାଧୀ ନିଧିରାମ ସ୍ୱାଇଁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ହତ୍ୟାକାଣ୍ଡରେ ଜଡିତ ଅନ୍ୟ ଜଣେ ଅପରାଧୀ ସନ୍ତୋଷ ସ୍ୱାଇଁ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛିି ।

ସେହିପରି ଅନ୍ୟ ଏକ ଘଟଣାରେ ଗତ ୨ ତାରିଖ ପୋଇ ଗଛ ଲଗାକୁ କେନ୍ଦ୍ର କରି ପଟ୍ଟାମୁଣ୍ଡାଇ ସୋବଳା ଅଂଚଳରେ ବଡ଼ ଭାଇର ମାଡ଼ରେ ସାନ ଭାଇର ମୃତ୍ୟୁ ହୋଇଥିଲା । ଏହି ଦୁଇଟି ଘଟଣାରେ ପୂର୍ବରୁ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ହେଲେ ପୋଲିସ ଜମିବାଡ଼ି ବିବାଦ ହେତୁ ଘଟଣାକୁ ହାଲକା ନେବାରୁ ଦୁଇ ଦୁଇଟି ଜୀବନ ଗଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ବାଉଁଶବାଡ଼ିରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପିତା
ଡ଼େରାବିଶ : ଡ଼େରାବିିଶ ବ୍ଲକ ଲକ୍ଷ୍ମୀନାରାୟଣପୁର ପଂଚାୟତ ଛଚିଣା (ମିର୍ଜାପାଟଣା)ଗ୍ରାମର ଜୈନିକ ଯୁବକଙ୍କ ମୃତଦେହ ଏକ ବାଉଁଶବାଡ଼ିରୁ ଉଦ୍ଧାର ହୋଇଥିବା ବେଳେ ପରିବାରଙ୍କ ପକ୍ଷରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଉକ୍ତ ଘଟଣାଟି ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଡ଼େରାବିଶ ଥାନା ପୋଲିସ୍ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି । ଘଟଣାରୁ ପ୍ରକାଶ ଯେ ଛଚିଣା ଗ୍ରାମର ବାନାମ୍ବର ଦାସ ଡ଼େରାବିିଶ ଥାନାରେ ଲିଖିତ ଏତଲା କରି ତାଙ୍କ ପୁଅ ମହେନ୍ଦ୍ର ଦାସ(୩୫)କୁ କେହି ହତ୍ୟା କରି ଫୋପାଡ଼ି ଦେଇଥିବା ଦର୍ଶାଇଛନ୍ତି । ଏତଲା ଅନୁସାରେ ଗତକାଲି ରାତି ୯ଘଟିକା ସମୟରେ ମହେନ୍ଦ୍ର ଖାଇସାରି ପାଖରୁ ଆସୁଛି କହି ଘରୁ ଯାଇଥିଲା । ମାତ୍ର ରାତିରେ ଫେରିନଥିଲା । ଘରଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ମହେନ୍ଦ୍ରର କିଛି ସନ୍ଧାନ ମିଳିନଥିଲା । ମାତ୍ର ଆଜି ସକାଳୁ ଘର ନିକଟସ୍ଥ ଏକ ବାଉଁଶ ବୁଦାମୂଳେ ମହେନ୍ଦ୍ରର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏ ନେଇ ମୃତ ମହେନ୍ଦ୍ରର ପିତା ବାନାମ୍ବର ଡ଼େରାବିଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଡ଼େରାବିଶ ଥାନା ଅଧିକାରୀ ସୁମନ୍ତ କିଶାନଙ୍କ ସମେତ କେନ୍ଦ୍ରାପଡ଼ା ଏସ୍‌.ଡ଼ି.ପି.ଓ ରାଜୀବଲୋଚନ ପଣ୍ଡା ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲେ ।

ମୃତଦେହ ଅବସ୍ଥିତ ପାରିପାଶ୍ୱିର୍କ ଅବସ୍ଥାରୁ ମହେନ୍ଦ୍ରକୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି । ମୃତ ମହେନ୍ଦ୍ରର ବେକ ଓ ମୁଣ୍ଡରେ ବହୁ କ୍ଷତଚିହ୍ନଥିବାରୁ କେହି ଅମାନୁସିକ ଭାବେ ବାଡ଼େଇ ବାଡ଼େଇ ହତ୍ୟା କରିଥିବା ଅନୁମାନ କରାଯାଉଛି । ପରେ ସାଇନ୍‌ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଁଚି ତଦନ୍ତ କରି ଫେରିଛନ୍ତି । ରିପୋର୍ଟ ଲେଖା ହେଲାବେଳକୁ କେହି ଉକ୍ତ ଘଟଣାରେ ଗିରଫ ହୋଇନଥିବା ଜଣାଯାଇଛି । ମୃତ ମହେନ୍ଦ୍ରର ଶବକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଏହି ଘଟଣା ଅନୈତିକ ସମ୍ପର୍କକୁ ନେଇ ଘଟିଥିବା ଶୁଣିବାକୁ ମିଳିଛି ।