India-China Border - The Sakala

ପୂର୍ବତନ ସେନା ମୁଖ୍ୟଙ୍କ ପୁସ୍ତକକୁ ନେଇ ସଂସଦରେ ହଙ୍ଗାମା: ମୁହାଁମୁହିଁ ହେଲେ ରାହୁଲ-ଅମିତ ଶାହ-ରାଜନାଥ
ନୂଆଦିଲ୍ଲୀ: ପୂର୍ବତନ ସେନା ମୁଖ୍ୟଙ୍କ ପୁସ୍ତକକୁ ନେଇ ସଂସଦରେ ହଙ୍ଗାମା । ସୋମବାର ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଏକ ବଡ଼ ଧରଣର ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୂର୍ବତନ ସେନା ମୁଖ୍ୟ ଜେନେରାଲ ଏମ.ଏମ. ନରୱଣେଙ୍କ ଏକ ଅପ୍ରକାଶିତ ପୁସ୍ତକର କିଛି ଅଂଶ ଉଦ୍ଧୃତ କରିବା ପରେ ଗୃହରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଗୃହମନ୍ତ୍ରୀ ଅମିତ ଶାହ କଡ଼ା ବିରୋଧ କରିଥିଲେ।

ରାଜନାଥ ସିଂ ଏବଂ ଅମିତ ଶାହ ଯୁକ୍ତି ବାଢ଼ିଥିଲେ ଯେ, ଯେହେତୁ ପୁସ୍ତକଟି ଆନୁଷ୍ଠାନିକ ଭାବେ ପ୍ରକାଶିତ ହୋଇନାହିଁ, ତେଣୁ ଗୃହରେ ଏହାର ଉଲ୍ଲେଖ କରାଯାଇପାରିବ ନାହିଁ। ତେବେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ତାଙ୍କ ପାଖରେ ଥିବା ଦସ୍ତାବିଜ ପ୍ରାମାଣିକ । ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ କଂଗ୍ରେସର ଦେଶପ୍ରେମ ଉପରେ ପ୍ରଶ୍ନ ଉଠାଇବା ପରେ ସେ ଏହି ପ୍ରସଙ୍ଗ ଉଠାଇବାକୁ ବାଧ୍ୟ ହୋଇଥିବା ରାହୁଲ କହିଥିଲେ।

ଗୃହମନ୍ତ୍ରୀ ଅମିତ ଶାହ ରାହୁଲଙ୍କ ଅଭିଯୋଗକୁ ଖଣ୍ଡନ କରି କହିଥିଲେ ଯେ, ତେଜସ୍ୱୀ ସୂର୍ଯ୍ୟ ବିରୋଧୀ ଦଳର ରାଷ୍ଟ୍ରବାଦ କିମ୍ବା ଚରିତ୍ର ଉପରେ କୌଣସି ପ୍ରଶ୍ନ ଉଠାଇ ନାହାନ୍ତି। ସେ କେବଳ ୨୦୦୪ରୁ ୨୦୧୪ ମଧ୍ୟରେ ୟୁପିଏ ସରକାରର କାର୍ଯ୍ୟକାଳ ବିଷୟରେ କହିଥିଲେ। ଏହା ସହିତ ବିରୋଧୀ ଦଳ ନେତା ଗୃହର ନିୟମ ୩୮୯ ଉଲ୍ଲଂଘନ କରୁଥିବା ଶାହ ଅଭିଯୋଗ କରିଥିଲେ।

ଲୋକସଭା ବାଚସ୍ପତି ଓମ ବିର୍ଲା ହସ୍ତକ୍ଷେପ କରି କହିଥିଲେ ଯେ ଆଲୋଚନା ପାଇଁ ତାଲିକାଭୁକ୍ତ ବିଷୟବସ୍ତୁରେ ଭାରତ କିମ୍ବା ଚୀନ୍ ସମ୍ପର୍କ ଅନ୍ତର୍ଭୁକ୍ତ ନୁହେଁ। ଦେଶର ସମ୍ମାନ ହାନି ହେବା ଭଳି ପ୍ରସଙ୍ଗ ନ ଉଠାଇବାକୁ ସେ ପରାମର୍ଶ ଦେଇଥିଲେ। ତେବେ ରାହୁଲ ଗାନ୍ଧୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସମେତ ବିରୋଧୀ ସଦସ୍ୟମାନେ କହିବାକୁ ସୁଯୋଗ ଦିଆଯାଉନଥିବା ଅଭିଯୋଗ କରି ହଟ୍ଟଗୋଳ କରିବାରୁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା।

ଜେନେରାଲ ମନୋଜ ମୁକୁନ୍ଦ ନରୱଣେ କିଏ?

ଭାରତୀୟ ସେନା ବାହିନୀର ପୂର୍ବତନ ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ନିଜର ବୀରତ୍ୱ ଏବଂ ନେତୃତ୍ୱ ପାଇଁ ବେଶ୍ ଜଣାଶୁଣା। ନିକଟରେ ତାଙ୍କର ବହୁ ପ୍ରତୀକ୍ଷିତ ଆତ୍ମଜୀବନୀ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ (Four Stars of Destiny) କୁ ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତୁ ଜାଣିବା ତାଙ୍କ ଜୀବନ, ସାମରିକ କ୍ୟାରିୟର ଏବଂ ଏହି ପୁସ୍ତକ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ।

ଜେନେରାଲ ନରୱଣେ ୨୨ ଏପ୍ରିଲ, ୧୯୬୦ ମସିହାରେ ପୁଣେରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଭାରତୀୟ ବାୟୁସେନାର ଜଣେ ଅଧିକାରୀ ଥିଲେ, ଯାହା ତାଙ୍କୁ ଦେଶସେବା ପାଇଁ ଅନୁପ୍ରାଣିତ କରିଥିଲା। ସେ ପୁଣେସ୍ଥିତ ନ୍ୟାସନାଲ ଡିଫେନ୍ସ ଏକାଡେମୀ (NDA) ଏବଂ ଡେରାଡୁନ୍‌ର ଇଣ୍ଡିଆନ ମିଲିଟାରୀ ଏକାଡେମୀ (IMA) ର ଜଣେ ପୁରାତନ ଛାତ୍ର। ଏହା ବ୍ୟତୀତ ସେ ଡିଫେନ୍ସ ଷ୍ଟଡିଜ୍‌ରେ ଏମ.ଫିଲ୍ (M.Phil) ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।

ଜେନେରାଲ ନରୱଣେ ଜୁନ୍ ୧୯୮୦ ରେ ଶିଖ୍ ଲାଇଟ୍ ଇନଫାଣ୍ଟ୍ରିର ୭ମ ବାଟାଲିୟନରେ କମିଶନ ପାଇଥିଲେ। ନିଜର ୪ ଦଶନ୍ଧିର କ୍ୟାରିୟର ମଧ୍ୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି:

*   ଜାମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରୀୟ ରାଇଫଲ୍ସର ଦ୍ୱିତୀୟ ବାଟାଲିୟନର ନେତୃତ୍ୱ ନେଇଥିଲେ।
*   ଉତ୍ତର-ପୂର୍ବ ଭାରତରେ ଆସାମ ରାଇଫଲ୍ସ ଏବଂ କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେସନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।
*   ୧୬ ଡିସେମ୍ବର, ୨୦୧୯ ରେ ଜେନେରାଲ ବିପିନ ରାୱତଙ୍କ ପରେ ସେ ଭାରତୀୟ ସେନାର ୨୮ତମ ସେନାଧ୍ୟକ୍ଷ (COAS) ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଏପ୍ରିଲ ୨୦୨୨ ରେ ଅବସର ନେଇଥିଲେ।

ଜେନେରାଲ ନରୱଣେଙ୍କ ଆତ୍ମଜୀବନୀ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ ୨୦୨୪ ରେ ପ୍ରକାଶିତ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଏହା ସରକାରୀ ଅନୁମୋଦନ ଅପେକ୍ଷାରେ ଅଟକି ରହିଛି। ପେଙ୍ଗୁଇନ୍ ଦ୍ୱାରା ପ୍ରକାଶିତ ହେବାକୁ ଥିବା ଏହି ପୁସ୍ତକରେ ସେ ଗଲୱାନ ଘାଟି ସଂଘର୍ଷ, ପାକିସ୍ତାନ ସହ ଅସ୍ତ୍ରବିରତି ଚୁକ୍ତି ଏବଂ ଚୀନ୍ ସହ ମୁକାବିଲା ଭଳି ଗୁରୁତ୍ୱପୂର୍ଣ୍ଣ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ପୁସ୍ତକରେ ସେନା ବାହିନୀର ରଣନୀତି, ନେତୃତ୍ୱ ଏବଂ ଯବାନମାନଙ୍କ କାର୍ଯ୍ୟ-ଜୀବନ ସନ୍ତୁଳନ ଉପରେ ମଧ୍ୟ ଆଲୋକପାତ କରାଯାଇଛି।