Viral little artist drum player - The Sakala
ବଲାଙ୍ଗୀର : ନାଇକେନସିରା ଗାଁ ବୀରକିଶୋର ବାରିକଙ୍କ ଚାରି ବର୍ଷର ପୁଅ ବ୍ଳାସନ ବାରିକ । ତାଳଲୟରେ ତାଙ୍କର ଦାଖଲ, ମୃଦଙ୍ଗ ବଜାଇବାରେ ପାରଙ୍ଗମ । ଅଜାର ଦାସକାଠିଆ ତାଳେ ତାଳେ କାନ୍ଧରେ ମୃଦଙ୍ଗ ପକାଇ ବଜାଇ ଚାଲନ୍ତି ମନପ୍ରାଣ ଦେଇ । ତାଳରେ ବଜାଇବା ସହ ମୁହଁରେ ସୁନ୍ଦର ଠାଣି। ଏଭଳି ମୃଦଙ୍ଗ ବଜାଇ ଏବେ ଭାଇରାଲ ହୋଇଛନ୍ତି କୁନି ମୃଦଙ୍ଗ ବାଦକ। ଏବେ ମୋବାଇଲଠୁ ମୋବାଇଲ ଘୁରି ବୁଲୁଛି ଏହି ଭିଡିଓ। କୁନି ମୃଦଙ୍ଗ ବାଦକ ହେଉଛନ୍ତି ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ଶିବତଲା ପଞ୍ଚାୟତର ନାଇକେନସିରା ଗାଁର।
ଚାରି ବର୍ଷର ଏହି ବିସ୍ମୟ ବାଳକ ମୃଦଙ୍ଗ ବଜାଇବାରେ ପୁରା ପାରଙ୍ଗମ। ଏମିକି କୌଣସି ତାଳ ନାହିଁ ଯେଉଁଥିରେ ବ୍ଲାସନ୍‌ ମୃଦଙ୍ଗ ବଜାଇ ପାରିବେ ନାହିଁ। ବ୍ଲାସନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ୟୁଜର୍ସ ମାନେ ମଧ୍ୟ ଏତେ ଛୋଟ ବୟସରୁ ତାଙ୍କ ବିସ୍ମୟତାକୁ ପ୍ରଶଂସା କରୁଛନ୍ତି।
ବ୍ଲାସନ ତାଙ୍କ ଅଜାଙ୍କ ଠାରୁ ମୃଦଙ୍ଗ ବଜାଇବାର କଳା ଶିଖିଥିବା ଜଣାପଡ଼ିଥିବା ବେଳେ ଭିଡ଼ିଓରେ ତାଙ୍କ ଅଜା ଦାସ କାଠିଆ ବଜାଉଛନ୍ତି ଏହି ଚାରି ବର୍ଷର କୁନି ପିଲା ମୃଦଙ୍ଗ ବଜାଉଛନ୍ତି। ମୃଦଙ୍ଗ ବଜାଇବା ସମୟରେ କୁନି ପିଲାଟିର ଭାବଭଙ୍ଗୀ ନିଆରା ରହିଛି। ମୃଦଙ୍ଗ ଧୁନର ତାଳେ ତାଳେ ତାଙ୍କ ପାଦ ବି ପଡ଼ୁଛି। ବଡ଼ ବଡ଼ ବାଦ୍ୟକାରଙ୍କ ପରି ଭାବଭଙ୍ଗୀ କରି ନାଚି ନାଚି ବାଦ୍ୟ ବଜାଉଛନ୍ତି ବାଲାଙ୍ଗୀରର ଏହି କୁନି କଳାକାର ବ୍ଲେସନ ବାରିକ।