Presidentd's Visit - The Sakala

ରାଷ୍ଟ୍ରପତିଙ୍କ ଗସ୍ତ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି
ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଗସ୍ତ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି ହୋଇଛି । କେଉଁ ସମୟରେ କେଉଁ ରାସ୍ତାରେ ସାଧାରଣ ଯାନ ଚଳାଚଳ ମନା, ଏନେଇ ସୂଚନା ଜାରି କରାଯାଇଛି । ଆଜି ସନ୍ଧ୍ୟା ୬ଟା ୨୦ରୁ ୬ଟା ୫୫ ପର୍ଯ୍ୟନ୍ତ ଏୟାରପୋର୍ଟରୁ ଏଜି ଛକ-ଲୋକଭବନ ଛକ ପର୍ଯ୍ୟନ୍ତ ଗାଡି ଚଳାଚଳ ମନା ହୋଇଛି । କାଲି ସକାଳ ୮ଟା ୧୫ରୁ ୮ଟା ୪୫ ଲୋକଭବନରୁ ଏୟାରପୋର୍ଟ ଛକ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି । ୬ ତାରିଖ ଅପରାହ୍ନ ୧ଟାରୁ ୧.୪୫ ଏୟାରପୋର୍ଟ ଛକରୁ ଲୋକଭବନ ଛକ ପର୍ଯ୍ୟନ୍ତ, ୩ଟା ୫୫ରୁ ୪.୨୫ ଲୋକଭବନ ଛକରୁ ଏକ୍ସଆଇଏମବି ଛକ ପର୍ଯ୍ୟନ୍ତ, ସନ୍ଧ୍ୟା ୫ଟା ୧୫ରୁ ୫.୫୦ ଏକ୍ସଆଇଏମବି ଛକରୁ ଲୋକଭବନ ଛକ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି । ସେହିପରି ୭ ତାରିଖ ସକାଳ ୮ଟା ୫୦ରୁ ୯ଟା ୨୦ ପର୍ଯ୍ୟନ୍ତ ଲୋକଭବନ ଛକରୁ ଏୟାରପୋର୍ଟ ଛକ ପର୍ଯ୍ୟନ୍ତ ଟ୍ରାଫିକ୍‌ କଟକଣା ଜାରି କରିଛି କମିଶନରେଟ୍‌ ପୋଲିସ ।

ଆଜିଠୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୫ଟି ଜିଲ୍ଲାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି। ପୁରୀ, ଖୋର୍ଦ୍ଧା, ବାଲେଶ୍ବର, ଯାଜପୁର, ମୟୂରଭଞ୍ଜରେ ୬ ଦିନ ବିତାଇବେ ରାଷ୍ଟ୍ରପତି । ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ । ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ ପରେ ଲୋକ ଭବନରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି । ଏଥିପାଇଁ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରାଷ୍ଟ୍ରପତି ଯିବାକୁ ଥିବା ରାସ୍ତା ଗୁଡିକରେ କଟକଣା ଜାରି କରାଯାଇଛି ।