Chaudwar Jail - The Sakala

ଚୌଦ୍ୱାର ଜେଲ୍‌ରେ ପୁଣି ଜଣେ କଏଦୀଙ୍କ ଆତ୍ମହତ୍ୟା, ବିଭାଗୀୟ ଅଧିକାରୀଙ୍କ କର୍ମ ତତ୍ପରତା ନେଇ ପ୍ରଶ୍ନବାଚୀ
ଚୌଦ୍ୱାର: ଚୌଦ୍ୱାର ମଣ୍ଡଳ କାରାଗାରରେ ଗତକାଲି ପୁଣି ଜଣେ କଏଦୀଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଚୌଦ୍ୱାର ଜେଲ୍‌ ଭଳି ଗୋଟିଏ ସମ୍ବେଦନଶୀଳ କାରାଗାରରେ କଏଦୀଙ୍କ ଆତ୍ମହତ୍ୟା, ଫେରାର୍‌ ହେବା ଘଟଣା ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ କର୍ମ ତତ୍ପରତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଜେଲରେ ଜଣେ କଏଦୀ ଆତ୍ମହତ୍ୟା କରିବା ଘଟଣାକୁ ୩ ମାସ ନ ପୂରୁଣୁ ପୁଣି ଜଣେ କଏଦୀ ଆତ୍ମହତ୍ୟା କରିବା ଘଟଣା ଜେଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଅସମର୍ଥିତ ସୂତ୍ର ଅନୁଯାୟୀ, ଗତକାଲି ସଂଧ୍ୟା ବେଳେ ଲକ୍‌-ଅପ୍‌ ସମୟରେ ଜଣେ ବିଚାରଧୀନ କଏଦୀ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ। ମୃତ କଏଦୀଜଣଙ୍କ କଟକ ମହାନଗର ନିଗମ ଅନ୍ତର୍ଗତ ହାତୀ ପୋଖରୀ ଅଞ୍ଚଳର ହୋଇଥିବା ବେଳେ ତାଙ୍କର ନାମ ମହମ୍ମଦ କଲିମ (୩୨) ବୋଲି ଜଣାପଡ଼ିଛି। ସେ ଜେଲ୍‌ର ୬ନମ୍ବର ସେଲ‌ରେ ବନ୍ଦୀ ଥିଲେ। ଗତକାଲି ସଂଧ୍ୟା ସମୟରେ ସେଲର ଝରକାରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ କଏଦୀ ଜଣକ କାହିଁକି ଜେଲ ଭିତରେ ଆତ୍ମହତ୍ୟା କଲେ, ତାହା ଜଣାପଡ଼ିନାହିଁ। ଅନ୍ୟପକ୍ଷରେ, ଏହି ଜେଲରେ ବାରମ୍ବାର କଏଦୀ ଆତ୍ମହତ୍ୟା କରିବା ସାଧାରଣରେ ଚକିତ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ୩ମାସ ତଳେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ପବିତ୍ର ସାହୁ ନାମକ ଜଣେ କଏଦୀ ମଧ୍ୟ ଆତ୍ମହତ୍ୟା କରିଥିଲେ। ସେହିଭଳି ଜେଲ ପାଚେରୀ ଡେଇଁ ୨ଜଣ ଦୁର୍ଦ୍ଦାନ୍ତ ବିହାରୀ ଅପରାଧୀ ଫେରାର୍‌ ହୋଇଯାଇଥିଲେ। ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଠାବ କରାଯାଇପାରୁନାହିଁ। ଅନ୍ୟପକ୍ଷରେ, ପୂର୍ବତନ ଜେଲର ଓ ସୁପରିଣ୍ଟେଣ୍ଡେଣ୍ଟଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଅଭିଯୋଗ ଚାଲିଛି। ଆଜିର କଏଦୀ ମୃତ୍ୟୁକୁ ନେଇ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇନଥିଲେ। ଖବର ପାଇ ଚୌଦ୍ୱାର ଥାନା ଆଇଆଇସି ରଜନୀକାନ୍ତ ଦାସ ଓ ଜୋନ୍‌-୧ ଏସିପି ଅରୁଣ ସ୍ୱାଇଁ ଜେଲକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।