Uttara - The Sakala

KEC କଲେଜ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ମର୍ଣ୍ଣିଂ ୱାକ କରୁଥିବାବେଳେ ଧକ୍କା ଦେଲା କାର୍, ୩ମୃତ
ଭୁବନେଶ୍ୱର: ଭୁବନେଶ୍ୱର ଉତ୍ତରା ଛକ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । କାର୍ ଧକ୍କାରେ ଚାଲିଗଲା ୩ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଦୁଇ ମହିଳା ଥିବା ଜଣାପଡିଛି । ମର୍ଣ୍ଣିଂ ୱାକ୍ ଯାଇଥିବା ବେଳେ ୨ ମହିଳାଙ୍କ ଉପରେ ଚଢିଗଲା ଦ୍ରୁତଗାମୀ କାର୍। ୨ ମହିଳାଙ୍କ ସହ କାର ଭିତରୁ ଜଣେ ଛିଟିକି ପଡି ପ୍ରାଣ ହରାଇଥିଲେ । ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥର KEC କଲେଜ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ପିପିଲି ଓ କୌଶଲ୍ୟାଗଙ୍ଗ ପୋଲିସ ତଦନ୍ତ କରୁଛି ।

ସୂଚନା ଅନୁସାରେ, ଉତ୍ତରା ଛକରେ ଦୁଇ ଜଣ ମହିଳା ପ୍ରାତଃ ଭ୍ରମଣରେ ଯାଉଥିଲେ । ଏହି ସମୟରେ ଭୁବନେଶ୍ଵରରୁ ପୁରୀ ଆଡ଼କୁ ଯାଉଥିବା ଏକ ଦ୍ରୁତଗାମୀ କାର୍ ମର୍ଣ୍ଣିଂ ୱାକ୍ କରୁଥିବା ୨ ମହିଳାଙ୍କୁ ଜୋରଦାର ଧକ୍କା ଦେଇଥିଲା । କାରର ସ୍ପିଡ୍ ଅଧିକ ଥିବା ଯୋଗୁଁ କାର୍ ଭିତରୁ ଜଣେ ଛିଟିକି ପଡ଼ି ପ୍ରାଣ ହରାଇଛନ୍ତି। ୩ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି।

ସିଫା ଗେଟ୍‌ ନିକଟ ଜାତୀୟ ରାଜପଥରେ କିନ୍ନରଙ୍କୁ ବିଭତ୍ସ୍ୟ ହତ୍ୟା
ଭୁବନେଶ୍ବର/ପିପିଲି: ପିପିଲି ଥାନା ଅନ୍ତର୍ଗତ ସିଫା ଗେଟ୍‌ ନିକଟରେ ୩୧୬ ନମ୍ବର ଜାତୀୟ ରାଜପଥରେ ରବିବାର ରାତିରେ ଜଣେ କିନ୍ନରଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ମୃତ କିନ୍ନରଙ୍କ ନାମ ସୋନା ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ମୃତକଙ୍କ ଘର ସାଲେପୁରରେ ହୋଇଥିବାବେଳେ ସେ ଭୁବନେଶ୍ବରରେ ରହୁଥିଲେ।

ପ୍ରକାଶ ଯେ, ଉକ୍ତ କିନ୍ନର ଜଣକ କିଛିଦିନ ହେଲା ଉକ୍ତ ଅଞ୍ଚଳରେ ରାସ୍ତାକଡ଼ରେ ଠିଆ ହୁଅନ୍ତି। କିଛି ଦୁର୍ବୃତ୍ତଙ୍କ ସହ ତାଙ୍କର କୌଣସି କାରଣକୁ ନେଇ ଯୁକ୍ତିତର୍କ ହେବା ଦ୍ୱାରା ସେମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର୍‌ ହୋଇଯାଇଥିବା ପୁଲିସ ଅନୁମାନ କରୁଛି। ସାଥୀ କିନ୍ନରମାନେ ଏନେଇ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ଘଟଣାଟି ପିପିଲି ଥାନା ଅଞ୍ଚଳରେ ହୋଇଥିବାରୁ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ତୁରନ୍ତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଅନ୍ୟ କିନ୍ନରମାନେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ହୋ-ହଲ୍ଲା କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କରିଛନ୍ତି। ଅନ୍ୟପକ୍ଷରେ ପିପିଲି ପୁଲିସ ମୃତ କିନ୍ନରଙ୍କ ମୋବାଇଲ୍‌ ଫୋନ୍‌କୁ ଜବତ କରି ତଦନ୍ତ ଜାରି ରଖିଛି ବୋଲି ପିପିଲି ଥାନା ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ପ୍ରକାଶ କରିଛନ୍ତି।

ଅନ୍ୟପଟେ ହତ୍ୟାକରୀ ଧରାନପଡିଲେ ପୋଲିସ ଅବସ୍ଥା ଢିଲା କରିଦେବୁ ବୋଲି କହିଛନ୍ତି ମୀରା ପରିଡ଼ା । ଏହା ସହିତ ସାମୂହିକ ଆତ୍ମହତ୍ୟାର ଚେତାବନୀ ଦେଇଛନ୍ତି ମୀରା ।