Moonsoon in Odisha - The Sakala

ଧୋକା ଦେଲା ମୌସୁମୀ; ବଢ଼ିଲା ତାତି: ରାଜ୍ଯରେ ଆଜି ଭୁବନେଶ୍ବର ସବୁଠୁ ଉତ୍ତପ୍ତ
ଭୁବନେଶ୍ବର: ଧୋକା ଦେଲା ମୌସୁମୀ, ବଢିଲା ତାତି। ଓଡ଼ିଶା ଛୁଇଁବା ପୂର୍ବରୁ ଲଘୁଚାପ ଫାନ୍ଦରେ ପଡ଼ି ବାଟରେ ଅଟକି ଗଲା। ଦିନେ ଦୁଇଦିନ ବୁନ୍ଦା ଝାଡ଼ି ପ୍ରାକ୍‌ ମୌସୁମୀ ବର୍ଷା ବି ଓଡ଼ିଶାରୁ ମୁହଁ ଫେରାଇ ନେଲା। ଏହାପରେ ରାଜ୍ୟରେ ପୁଣି ବଦଳିଛି ପାଗ; ତାତି ବଢ଼ିଛି, ଆରମ୍ଭ ହୋଇଛି ପ୍ରଚଣ୍ଡ ଗୁଳୁଗୁଳି। ଆଭ୍ୟନ୍ତରୀଣ ଓଡ଼ିଶାରେ ୫ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି।ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ଭୁବନେଶ୍ବର ୩୯.୪ ଡିଗ୍ରୀ  ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି।

ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା-

ଭୁବନେଶ୍ୱର- ୩୯.୪ ଡିଗ୍ରୀ

ଝାରସୁଗୁଡା- ୩୯ ଡିଗ୍ରୀ

ସମ୍ବଲପୁର- ୩୯ ଡିଗ୍ରୀ

ବାଲେଶ୍ୱର- ୩୮.୪ ଡିଗ୍ରୀ

ହୀରାକୁଦ- ୩୮.୪ ଡିଗ୍ରୀ

ଚାନ୍ଦବାଲି- ୩୮ ଡିଗ୍ରୀ

ରାଉରକେଲା – ୩୭.୨ ଡିଗ୍ରୀ

ବିପଦ ବଢ଼ାଇବ ମୌସୁମୀର ବ୍ରେକ୍‌, ରାଜ୍ୟରେ ହେବ ଭୀଷଣ ବଜ୍ରପାତ
ଭୁବନେଶ୍ୱର: ଅଟକିଗଲା ମୌସୁମୀ। ଯେଉଁ ଗତିରେ ଓଡ଼ିଶାକୁ ମାଡ଼ି ମାଡ଼ି ଆସିଥିଲା, ସେଥିରେ ଏବେ ବ୍ରେକ୍‌ ଲାଗିଛି। ଆଉ ଆଗକୁ ବଢ଼ୁନି। ପ୍ରାୟ ଦୁଇ ସପ୍ତାହ ଧରି ଏମିତି ସ୍ଥାଣୁ ହୋଇ ରହିବ ମୌସୁମୀ। ଫଳରେ, ଆଗକୁ ରାଜ୍ୟରେ ବର୍ଷା କମିବ ଓ ପାଗ ଶୁଖିଲା ରହିବ। ଗଲା କିଛି ବର୍ଷ ହେବ, ମୌସୁମୀ ଓଡ଼ିଶା ଛୁଇଁବାର ମାସେରୁ ଦେଢ଼ମାସ ପରେ ଏପରି ସ୍ଥିତି ଅର୍ଥାତ୍‌ ‘ମୌସୁମୀ ବ୍ରେକ୍‌’ ହେଉଥିବା ବେଳେ ଚଳିତ ବର୍ଷ ଆରମ୍ଭରୁ ଏଭଳି ସ୍ଥିତି ସୃଷ୍ଟି ହେବା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ ବୋଲି ପାଣିପାଗ ବିଜ୍ଞାନୀମାନେ ଚେତାଇ ଦେଲେଣି।

ସେମାନଙ୍କ କହିବା କଥା, ମୌସୁମୀ ବିରତି ସମୟରେ ବିଜୁଳି ଘଡ଼ିଘଡ଼ି ପାଇଁ ସ୍ଥିତି ଅନୁକୂଳ ରହିଥାଏ ଓ ଏହାର ମାତ୍ରା ବୃଦ୍ଧି ପାଏ। ମୌସୁମୀ ଦୁର୍ବଳ ଯୋଗୁଁ ବର୍ଷାର ପରିମାଣ କମିଥାଏ ଓ ତାପମାତ୍ରା ବୃଦ୍ଧି ହୁଏ। ଏହି ସମୟରେ ବଙ୍ଗୋପସାଗରରୁ ରାଜ୍ୟକୁ ଆସୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ବଜ୍ରପାତ ସୃଷ୍ଟି କରିଥାଏ। ଯେହେତୁ ରାଜ୍ୟରେ ଗଲା କିଛି ଦିନ ମଧ୍ୟରେ ଭଲ ବର୍ଷା ହୋଇଛି, ତେଣୁ ଚାଷ କାମ ପାଇଁ ଚାଷୀମାନେ କ୍ଷେତରେ ରହିବାର ସମ୍ଭାବନା ରହିଛି। ତେଣୁ ଏହି ସମୟରେ ଚାଷୀଙ୍କ ପାଇଁ ବଜ୍ରପାତର ଅଧିକ ବିପଦ ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଚାଷୀମାନଙ୍କୁ ଯଥେଷ୍ଟ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ସାଧାରଣତଃ ମୌସୁମୀ ସହ ଜଡ଼ିତ ନିମ୍ନଚାପରେଖା ଉତ୍ତରମୁହାଁ ହେଲେ ଓଡ଼ିଶା ସମେତ କେନ୍ଦ୍ରୀୟ ଭାରତରେ ବର୍ଷା କମିଥାଏ। ନିମ୍ନଚାପ ରେଖା ଏହି ସମୟରେ ଉତ୍ତରମୁହାଁ ହୋଇ ହିମାଳୟ ପାଦଦେଶରେ ସକ୍ରିୟ ରହିବା ସହ ସେଠାରେ ବର୍ଷା କରାଏ। ସେହିପରି ମୌସୁମୀ ବିରତି ସମୟରେ ପଶ୍ଚିମାଝଡ଼ର ପ୍ରଭାବ ରହିଲେ, ଏହି ବିରତି ଅବଧି ବୃଦ୍ଧି ହେବାକୁ ସହାୟକ ହୋଇଥାଏ। ତେବେ ଚଳିତ ବର୍ଷ ସାରା ଦେଶକୁ ମୌସୁମୀ ଅଗ୍ରସର ହୋଇ ନ ଥିବା ସତ୍ତ୍ବେ ମୌସୁମୀ ବିରତି ଆରମ୍ଭ ହୋଇଯାଇଛି। ମୁଖ୍ୟତଃ ଆରବସାଗର ଓ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଦୁଇଟି ଲଘୁଚାପ ସ୍ୱାଭାବିକଠୁ ଯଥେଷ୍ଟ ଆଗରୁ ମୌସୁମୀକୁ ଟାଣି ଆଣିଥିଲେ ମଧ୍ୟ ଏହାର କ୍ରମାଗତ ପ୍ରଭାବ ଜାରି ରହିବାରେ ଆହ୍ୱାନ ସୃଷ୍ଟି ହୋଇଛି। ଚଳିତ ବର୍ଷ ଉତ୍ତର ଆଫାଗାନୀସ୍ତାନରେ ପଶ୍ଚିମା ଝଡ଼ ଓ ଏହା ପଛକୁ ସୃଷ୍ଟି ହେବାକୁ ଥିବା ଆଉ ଏକ ପଶ୍ଚିମା ଝଡ଼ ମୌସୁମୀକୁ ଆଗରେ ପ୍ରତିବନ୍ଧକ ହୋଇଛି। ଏହି ସ୍ଥିତି ଯୋଗୁଁ ମୌସୁମୀ ଆଗକୁ ଅଗ୍ରସର ହୋଇପାରୁ ନଥିବାରୁ ରାଜ୍ୟ ତଥା ଦେଶର ପ୍ରମୁଖ ସ୍ଥାନମାନଙ୍କରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେଣୁ ଶନିବାରଠାରୁ ରାଜ୍ୟର ଆଉ କୌଣସି ଜିଲ୍ଲା ପାଇଁ ବର୍ଷା ଜନିତ ସତର୍କ ସୂଚନା ଜାରି କରାଯାଇନାହିଁ।

ଓଡ଼ିଶାରୁ ଫେରିଯିବ ମୌସୁମୀ: ୯ ଅକ୍ଟୋବର ପରେ ରାଜ୍ୟର କିଛି ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ ହୋଇପାରେ ମୌସୁମୀ
ଭୁବନେଶ୍ବର: ଓଡିଶାରୁ ଫେରିଯିବ ମୌସୁମୀ । ଆଗକୁ ରାଜ୍ୟରେ ବଡ ବର୍ଷା ନାହିଁ ।  ୯ ଅକ୍ଟୋବର ପରେ ଓଡ଼ିଶାର କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ହୋଇପାରେ । ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପାଗ ଅନୁକୂଳ ରହିଛି।

ଉତ୍ତର ପଶ୍ଚିମ ଦିଗରୁ ବହୁଛି ଶୁଷ୍କ ବାୟୁ ।  ବାୟୁମଣ୍ଡଳରୁ କମୁଛି ଜଳୀୟବାଷ୍ପର ପରିମାଣ । ଉତ୍ତର ପଶ୍ଚିମ ଭାରତରେ ସକ୍ରିୟ ରହିଛି ଗୁରୁଚାପ ବଳୟ । ବର୍ତ୍ତମାନ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜସ୍ଥାନ, ଗୁଜୁରାଟ, ହରିଆନା, ପଞ୍ଜାବ ସମେତ ମଧ୍ୟପ୍ରଦେଶ, ଜାମ୍ମୁ-କାଶ୍ମୀରର କେତେକ ଅଞ୍ଚଳରୁ ସମ୍ପୂର୍ଣ୍ଣ ରୂପରେ ଅପସାରଣ ହୋଇଛି ।

ଖବର ଅନୁଯାୟୀ, ୮ଦିନ ବିଳମ୍ବରେ ଓଡିଶା ଛୁଇଁଥିଲା ମୌସୁମୀ ।  ଜୁନ୍ ୨୨ ରେ ପ୍ରଥମେ ଦକ୍ଷିଣ ଓଡ଼ିଶାକୁ ଛୁଇଁଥିଲା । ପରେ ସ୍ବଭାବିକ ସମୟ ହେଉଛି ଜୁନ୍ ୧୪ । ସ୍ବାଭାବିକ ପ୍ରତ୍ୟାବର୍ତ୍ତନ ସମୟ ଅକ୍ଟୋବର ୧୫ ତାରିଖ । ବିଳମ୍ବରେ ଆସି ମୌସୁମୀ ସଅଳ ଫେରିବା ନେଇ ପାଗ ଅନୁକୂଳ ରହିଛି।

ବିଳମ୍ବ ହେବ ମୌସୁମୀ ଆଗମନ! ଆଷାଢ଼ରେ କମ୍‍ ବର୍ଷା ସମ୍ଭାବନା
ଭୁବନେଶ୍ୱର: ମୌସୁମୀ ଆଗମନକୁ ନେଇ ଅନିଶ୍ଚିତତା ଦେଖା ଦେଇଛି। ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ସମୟଠାରୁ ଆଗୁଆ ଅର୍ଥାତ ମେ ୨୭ ତାରିଖ ସୁଦ୍ଧା କେରଳ ଛୁଇଁବ ବୋଲି ଆଇଏମଡି ଆକଳନ କରିଥିଲା। କିନ୍ତୁ ଆକଳନ ସମୟ ଉପନୀତ ହୋଇଥିବା ବେଳେ ଦିନେ ଦୁଇ ଦିନ ମଧ୍ୟରେ ବି ମୌସୁମୀ କେରଳ ଛୁଇଁବାର ସମ୍ଭାବନା ନ ଥିବା ଜଣାପଡ଼ିଛି। ସାଧାରଣତଃ ମୌସୁମୀ କେରଳ ଛୁଇଁବା ପୂର୍ବରୁ ସେଠାରେ ଲଗାତର ଦୁଇ ଦିନ ୬୦ ପ୍ରତିଶତ ଷ୍ଟେସନରେ ୨.୫ କିମ୍ବା ଅଧିକ ମିଲିମିଟର ବର୍ଷା ରେକର୍ଡ କରାଯାଇଥାଏ। ଏହାସହିତ କେରଳର ଆଖପାଖ ଅଞ୍ଚଳରେ ପଶ୍ଚିମା ବାୟୁ ଘଣ୍ଟାପ୍ରତି ୧୭-୩୭ କିମି ବେଗରେ ବହିଥାଏ। ଏହି ମାନଦଣ୍ଡଗୁଡ଼ିକ ପୂରଣ ହେଲେ ମୌସୁମୀ କେରଳ ଛୁଇଁଲା ବୋଲି ଆଇଏମ୍‍ଡି ଘୋଷଣା କରିଥାଏ। ଏହି କ୍ରମରେ ଓଡ଼ିଶାରେ ଚଳିତ ବର୍ଷ ଜୁନ୍‍ ୧୦ ପୂର୍ବରୁ ମୌସୁମୀ ଛୁଇଁବ ବୋଲି ଆକଳନ କରାଯାଉଥିଲା। ମାତ୍ର ବର୍ତ୍ତମାନର ଅନୁକୂଳ ପରିସ୍ଥିତି ନ ଥିବାରୁ ମୌସୁମୀ ଆଗମନକୁ ନେଇ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି ହୋଇଛି।

ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର୍‍କେ ଜେନାମଣିଙ୍କ କହିବା ଅନୁଯାୟୀ ୨୭ ତାରିଖ ମୌସୁମୀ କେରଳ ଛୁଇଁବ ନାହିିଁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମଡେଲ୍‍ ଜନିତ ତ୍ରୁଟି ଭାବେ ୨୭ ତାରିଖରୁ ୪ ଦିନ ଆଗୁଆ କିମ୍ବା ୪ ଦିନ ପଛୁଆ ମୌସୁମୀ ଛୁଇଁବ ବୋଲି ଆକଳନ କରାଯାଇଥିଲା। ଯାହାକି ସ୍ଥିତି ଦେଖି ଖୁବଶୀଘ୍ର ଆଗାମୀ ସୂଚନା ଦିଆଯିବ ବୋଲି ସେ କହିଛନ୍ତି। ସେହିପରି ଗୁରୁବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିସ୍ତାରିତ ପରିସର ଆକଳନରେ ମଧ୍ୟ ମୌସୁମୀ ବର୍ଷା ସମ୍ପର୍କରେ ଅନୁକୂଳ ରିପୋର୍ଟ ଦିଆଯାଇନାହିଁ। ଏଥିରେ ଜୁନ୍‍ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଓଡ଼ିଶାରେ ବିଶେଷ ବର୍ଷା ହେବ ନାହିଁ ବୋଲି ଆକଳନ କରାଯାଇଛି। ଯାହାକି ମୌସୁମୀ ନ ଛୁଇଁବା ଓ କାଳବୈଶାଖୀର ଅଭାବକୁ ଦର୍ଶାଉଛି। ପାଣିପାଗ ବିଶେଷଜ୍ଞ ପ୍ର୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା ଅନୁଯାୟୀ ରାଜ୍ୟରେ ଜୁନ୍‍ ୧୦ ପୂର୍ବରୁ ମୌସୁମୀ ବର୍ଷାର ସମ୍ଭାବନା କମ୍‍ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମେ’ ୩୧ ପର୍ଯ୍ୟନ୍ତ କାଳ ବୈଶାଖୀ ବର୍ଷା ହେବ। ମାତ୍ର ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ। ଏମିତି କି ଜୁନ୍‍ ୩ ବା ୪ ବେଳକୁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ବା ଅଧିକ ରହିପାରେ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି। ତାପମାତ୍ରା ସହିତ ଗୁଳୁଗୁଳି ମଧ୍ୟ ବହୁ ଅଧିକ ରହିବ। କେରଳରେ ଗତ କିଛି ଦିନ ହେବ ସ୍ୱଳ୍ପ ବର୍ଷା ହେଉଛି। ଉପକୂଳର ସମୁଦ୍ର କଡ଼ କଡ଼େ ଅଧିକ ବର୍ଷା ହେଉଛି। ସ୍ଥଳଭାଗ ମଧ୍ୟକୁ ମୌସୁମୀ ଆସିପାରୁ ନ ଥିବା ବେଳେ ମେ ୩୧ କିମ୍ବା ଜୁନ୍‍ ୧ରେ ଉପକୂଳରେ କିଛି ବର୍ଷା ବଢ଼଼ିବ। ଏହା ପରେ ପୁଣି ବର୍ଷା କମିବା କାରଣରୁ ଜୁନ ପ୍ରଥମ ସପ୍ତାହରେ ଭାରି ମୌସୁମୀ ବର୍ଷାର ସମ୍ଭାବନା ନାହିଁ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ସେହିପରି ସୋଆ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ମେ ୨୯ ତାରିଖରୁ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୪ ରୁ ୪୭ ଡିଗ୍ରୀ ସେଲ୍‌ଫସିୟସ୍‍ ପର୍ଯ୍ୟନ୍ତ ବଢ଼଼ିବାର ସମ୍ଭାବନା ରହିଛି। ଜୁନ ପ୍ରଥମ ସପ୍ତାହରେ ଗରମ ଏବଂ ଗୁଳୁଗୁଳିର ମାତ୍ରା ବଢ଼଼ିବା ସହ କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ରତାପ ସୃଷ୍ଟି ହେବ। ବନର ଦିଗ ଅକସ୍ମାତ ବଦଳିବା ସହ ବାୟୁରେ ଆର୍ଦ୍ରତାର ପରିମାଣ ଠିକ୍‍ ମାତ୍ରାରେ ନଥିବାରୁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ହ୍ରାସ ପାଇଛି। ମାତ୍ର ଅପର ଏୟାରଟ୍ରଫ୍‍ର ଉପସ୍ଥିତି ଯୋଗୁଁ ଶୁକ୍ରବାର କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ଅଛି ବୋଲି କେନ୍ଦ୍ରର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ନେଇ କୌଣସି ସୂଚନା ନାହିଁ ତେଣୁ ଜୁନ୍‍ ୧୦ ତାରିଖ ପୂର୍ବରୁ ଓଡ଼ିଶାରେ ମୌସୁମୀର ପ୍ରବେଶ ନେଇ ଆକଳନ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

ଚଳିତ ବର୍ଷ ଠିକ୍‍ ସମୟରେ ଆସିବ ମୌସୁମୀ
ଭୁବନେଶ୍ୱର,: ଚଳିତ ଡିସେମ୍ବର ମାସରେ ‘ଲା-ନିନା’ର ପ୍ରଭାବ ଥିବାବେଳେ ଆସନ୍ତା ଏପ୍ରିଲ୍‍ ମାସ ପର୍ଯ୍ୟନ୍ତ ଏହା ଜାରି ରହିବ। ମେ’ ମାସ ସୁଦ୍ଧା ‘ଲା-ନିନା’ ସ୍ୱାଭାବିକ ପ୍ରକ୍ରିୟାକୁ ଫେରିବ। ଏହା ଦ୍ୱାରା ବିଶ୍ୱର ବିଭିନ୍ନ ଦେଶରେ ତାପମାତ୍ରା ଓ ବର୍ଷା ପ୍ରଭାବିତ ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। କଲମ୍ବିଆ ବିଶ୍ୱ ବିଦ୍ୟାଳୟର ଅଧ୍ୟୟନକୁ ବିଶ୍ଳେଷଣ କରି ପ୍ରଫେସର ପଶୁପାଳକ କହିଛନ୍ତି ଯେ ଓଡ଼ିଶାରେ ଆସନ୍ତା ଜାନୁଆରୀ ଓ ଫେବୃଆରୀ ମାସରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଫଳରେ ଶୀତ କମ ହେବ। ମାର୍ଚ୍ଚ ଓ ଏପ୍ରିଲ ମାସରେ ମଧ୍ୟ ତାପମାତ୍ରା ଅଧିକ ରହିବ। ମେ’ ମାସରେ ପୂର୍ବ ବର୍ଷ ମାନଙ୍କ ପରି ତାପମାତ୍ରା ରହିବ।

ଅନ୍ୟପଟେ, ଜୁନ୍‍ରୁ ଅଗଷ୍ଟ ପର୍ଯ୍ୟନ୍ତ ‘ଲା-ନିନା’ କିମ୍ବା ‘ଏଲ୍‍-ନିନୋ’ର ପ୍ରଭାବ ନ ରହି ସ୍ଥିତି ସ୍ୱାଭାବିକ ରହିବ। ତେବେ ଜୁନ୍‍ ମାସରେ ତାପମାତ୍ରା ଅଧିକ ନ ରହିବା ହେତୁ ମୌସୁମୀ ଠିକ୍‍ ସମୟରେ ଫେରିବାର ସଙ୍କେତ ମିଳୁଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଚଳିତ ସପ୍ତାହରେ ୨ ଓ ୩ ତାରିଖରେ ସର୍ବନିମ୍ନ ତାପମାତ୍ରା କେତେକ ସ୍ଥାନରେ ୧ ଡିଗ୍ରୀ ସଲେସିୟସ କମିବାର ସମ୍ଭାବନା ଥିବା ବେଳେ ୫ରୁ ସମଗ୍ର ରାଜ୍ୟରେ ଶୀତ କମିବ। ଉପକୂଳ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୫-୭ ତାରିଖ ମଧ୍ୟରେ ୨ ଡିଗ୍ରୀ ସେଲସିୟସ ବଢ଼଼ିବା ବେଳେ ଉଭୟ ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରାୟ ୪ ଡିଗ୍ରୀ ବଢ଼଼ିବ। ୭ ଓ ୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ଆଂଶିକ ମେଘଆ ହେବାର ସମ୍ଭାବନା ଥିବା ବେଳେ ସମ୍ଭବତଃ ଛତିଶଗଡ଼଼ ସୀମାନ୍ତ ଅଞ୍ଚଳରେ କେତେ ସ୍ଥାନରେ ହାଲକୁ ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଜୁନ ୩ରେ କେରଳ ଛୁଇଁବ ମୌସୂମୀ, ଓଡ଼ିଶା ପହଂଚିବାକୁ ହୋଇପାରେ ବିଳମ୍ବ
ଏଥର ରାଜ୍ୟକୁ ବିଳମ୍ବରେ ଆସିବ ମୌସୁମୀ। ଜୁନ ୩ରେ କେରଳରେ ମୌସୂମୀ ଛୁଇଁବା ନେଇ ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତାକାଲି ମୌସୁମୀ ଛୁଇଁବା ନେଇ ଆକଳନ କରାଯାଇଥିଲା ହେଲେ ପାଣିପାଗ ପରିବର୍ତ୍ତନ ପାଇଁ ୨ଦିନ ସମୟ ଲାଗିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। କେରଳ ଛୁଇଁବାର ୨ ସପ୍ତାହ ପରେ ଓଡ଼ିଶାରେ ସକ୍ରିୟ ହେବ ମୌସୁମୀ। ପୂର୍ବ ଉତ୍ତର ପ୍ରଦେଶ ଓ ଏହାର ଆଖପାଖରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ୫ଦିନ ଯାଏଁ କାଳବୈଶାଖୀ, ଘଡ଼ଘଡି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ୧୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କାରଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର, ଯାଜପୁର, ଭଦ୍ରକ, ନବରଙ୍ଗପୁରକୁ ଆଲର୍ଟ କରାଯାଇଛି। ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ବହିବ ପବନ। ଜୁନ ୪ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଉତ୍ତର ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ। ଭୁବନେଶ୍ୱରରେ ଆକାଶ ମେଘୁଆ ସହ ବର୍ଷା ହେବା ସମ୍ଭାବନା ରହିଛି।