Maganlal Dahiya - The Sakala

ଇତିହାସ ପାଲଟିବ ମୁମ୍ବାଇର ପାର୍ଲେ-ଜି କାରଖାନା: ଜାଣନ୍ତୁ ବିସ୍କୁଟ ପ୍ୟାକେଟରେ ଥିବା ଏହି ଝିଅ କିଏ, କ’ଣ ରହିଛି ରହସ୍ୟ?
ମୁମ୍ବାଇ: ଭାରତର ପ୍ରତ୍ୟେକ ଘରେ ପରିଚିତ ନାମ ହେଉଛି ପାର୍ଲେ-ଜି (Parle-G)। ଚା’ ସହିତ ଏହି ବିସ୍କୁଟର ସମ୍ପର୍କ ଅତ୍ୟନ୍ତ ନିବିଡ଼। ତେବେ ଏବେ ମୁମ୍ବାଇରୁ ଏହି ଐତିହାସିକ ସ୍ମୃତି ଲିଭିବାକୁ ଯାଉଛି। ମୁମ୍ବାଇର ଭିଲେ ପାର୍ଲେ ସ୍ଥିତ କମ୍ପାନୀର ସବୁଠାରୁ ପୁରୁଣା କାରଖାନା ଖୁବଶୀଘ୍ର ଏକ କମର୍ସିଆଲ କମ୍ପ୍ଲେକ୍ସରେ ପରିଣତ ହେବ। ଏହା ସହିତ ପ୍ୟାକେଟରେ ଥିବା ସେହି ଛୋଟ ଝିଅଟିର ପରିଚୟକୁ ନେଇ ମଧ୍ୟ ଏକ ବଡ଼ ଖୁଲାସା ହୋଇଛି।

କମର୍ସିଆଲ ବିଲ୍ଡିଂରେ ପରିଣତ ହେବ କାରଖାନା

୧୯୨୯ ମସିହାରେ ସ୍ଥାପିତ ହୋଇଥିବା ପାର୍ଲେ-ଜିର ଏହି ଐତିହାସିକ କାରଖାନାର ପୁନଃନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପାର୍ଲେ ପ୍ରଡକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ପ୍ରସ୍ତାବିତ ଏହି ବ୍ୟବସାୟିକ ବିକାଶ ପାଇଁ ମହାରାଷ୍ଟ୍ର ରାଜ୍ୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷ (SEIAA) ଜାନୁଆରୀ ୭ ତାରିଖରେ ପରିବେଶ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପ ପ୍ରାୟ ୧୩.୫୪ ଏକର ଜମିରେ (୫୪,୪୩୮ ବର୍ଗ ମିଟର) ନିର୍ମାଣ ହେବ, ଯେଉଁଥିପାଇଁ ସେଠାରେ ଥିବା ୨୧ଟି ପୁରୁଣା ଢାଞ୍ଚାକୁ ଭଙ୍ଗାଯିବ। ସୂଚନାଯୋଗ୍ୟ ଯେ, କମ୍ପାନୀ ୨୦୧୬ ମସିହା ମଧ୍ୟଭାଗରୁ ଏଠାରେ ବିସ୍କୁଟ ଉତ୍ପାଦନ ବନ୍ଦ କରିସାରିଛି।

Mumbai’s iconic Parle-G biscuit factory in Vile Parle, which has been inactive since 2016, is set for a major commercial redevelopment. The historic facility, known worldwide for its famous biscuits, has received environmental clearance, paving the way for its demolition and… pic.twitter.com/CAISIdYrp3

— India Forums (@indiaforums) January 28, 2026

ପ୍ୟାକେଟରେ ଥିବା ଝିଅଟି କିଏ?

ପାର୍ଲେ-ଜି ପ୍ୟାକେଟ୍ ଉପରେ ଥିବା ଛୋଟ ଝିଅଟିର ଫଟୋକୁ ନେଇ ବର୍ଷ ବର୍ଷ ଧରି ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା। କେହି କେହି ଏହାକୁ ସୁଧା ମୂର୍ତ୍ତି, ନୀରୁ ଦେଶପାଣ୍ଡେ କିମ୍ବା ଗୁଞ୍ଜନ ଗୁଣ୍ଡାନିଆଙ୍କ ପିଲାଦିନର ଫଟୋ ବୋଲି ଦାବି କରୁଥିଲେ। ତେବେ ପାର୍ଲେ-ଜି ପ୍ରଡକ୍ଟସ୍‌ର ଉପାଧ୍ୟକ୍ଷ ସ୍ପଷ୍ଟ କରିଛନ୍ତି ଯେ ଏହି ଫଟୋ କୌଣସି ବାସ୍ତବ ଶିଶୁର ନୁହେଁ। ଏହା ୧୯୬୦ ଦଶକରେ ଚିତ୍ରଶିଳ୍ପୀ ମଗନଲାଲ ଦହିୟାଙ୍କ ଦ୍ୱାରା ପ୍ରସ୍ତୁତ ଏକ 'ଇଲଷ୍ଟ୍ରେସନ୍' ବା କାଳ୍ପନିକ ଚିତ୍ର ଥିଲା। ଏହି ଚିତ୍ର ନିରୀହତା ଏବଂ ପରିବାର ସହିତ ସମ୍ପର୍କକୁ ଦର୍ଶାଇବା ପାଇଁ ଡିଜାଇନ୍ କରାଯାଇଥିଲା।

ପାର୍ଲେ କାରଖାନାର ଗୌରବମୟ ଇତିହାସ

ମୋହନଲାଲ ଦୟାଲ ଚୌହାନ ୧୯୨୯ ମସିହାରେ ମୁମ୍ବାଇର ଭିଲେ ପାର୍ଲେ ଅଞ୍ଚଳରେ ପାର୍ଲେ ପ୍ରଡକ୍ଟସ୍ ସ୍ଥାପନ କରିଥିଲେ। ପ୍ରଥମେ ଏଠାରେ କେବଳ ଚକୋଲେଟ୍ ଏବଂ ଟଫି ତିଆରି ହେଉଥିଲା, କିନ୍ତୁ ୧୯୩୯ ମସିହାରେ ବିସ୍କୁଟ ଉତ୍ପାଦନ ଆରମ୍ଭ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ନାମ ଅନୁସାରେ କମ୍ପାନୀର ନାମକରଣ କରାଯାଇଥିଲା। ଆଜି ପାର୍ଲେ କମ୍ପାନୀ ହାଇଡ୍ ଆଣ୍ଡ ସିକ୍, କ୍ରାକ୍‌ଜ୍ୟାକ୍, ମୋନାକୋ, କିସ୍‌ମି ଏବଂ ମେଲୋଡି ଭଳି ଅନେକ ଲୋକପ୍ରିୟ ଉତ୍ପାଦ ପାଇଁ ବଜାରରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି।