Krishnaprasad - The Sakala

ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସାନଅଁଳକୁ ହରାଇ ଚାମ୍ପିୟନ ହେଲା ତିଛିଣି ତ୍ରିଲୋଚନେଶ୍ୱର ଟିମ୍
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତର ମଙ୍ଗଳାକୁଦି ଷ୍ଟାଡିୟମ ଠାରେ ଅନୁଷ୍ଠିତ ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଆୟୋଜକ ତିଛିଣିର ବାବା ତ୍ରିଲୋଚନେଶ୍ଵର କ୍ରିକେଟ ଟିମ୍ ଫାଇନାଲ ମ୍ୟାଚରେ ବିଜୟୀ ହୋଇ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି।

ହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ବାବା ତ୍ରିଲୋଚନେଶ୍ଵର କ୍ରିକେଟ ଟିମ୍ (ତିଛିଣି) ଏବଂ ବାବା ଜଟାଧାରୀ କ୍ରିକେଟ କ୍ଲବ (ସାନଅଁଳ) ମଧ୍ୟରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ତିଛିଣି ଦଳ ନିର୍ଦ୍ଧାରିତ ଓଭରରେ ୭୭ ରନ୍ ସଂଗ୍ରହ କରିଥିଲା। ଜବାବରେ ସାନଅଁଳ ଦଳ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇ ପରାଜୟ ବରଣ କରିଥିଲା।

ଏହି ଫାଇନାଲ ମ୍ୟାଚକୁ ଅମ୍ପାୟାର ଭାବେ ସୁଶାନ୍ତ କୁମାର ପଲେଇ ଏବଂ ରାହୁଲ କୁମାର ତରେଇ ପରିଚାଳନା କରିଥିଲେ। ସେହିପରି ସ୍ୱାଧୀନ କୁମାର ପଲେଇ ଓ ଅଜୟ କୁମାର ପ୍ରଧାନ ଧାରାବିବରଣୀ ପ୍ରଦାନ କରିଥିବା ବେଳେ ସୀତାଂଶୁ ଜେନା ଏବଂ ରତି ଜେନା ସ୍କୋର ବୋର୍ଡ ଦାୟିତ୍ୱ ତୁଲାଇଥିଲେ।

ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଲଣ୍ଡା ପଞ୍ଚାୟତର ସରପଞ୍ଚ ବିଷ୍ଣୁ ପ୍ରିୟା ବିଶ୍ୱାଳ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ତିଛିଣି ଗ୍ରାମ୍ୟ କମିଟି ସଭାପତି ଦୀନବନ୍ଧୁ ଜେନା, ଅଲଣ୍ଡା ପଞ୍ଚାୟତ ବିଜେପି ସଭାପତି ଶରତ ଚନ୍ଦ୍ର ଜେନା, ବୀଣାପାଣି ୟୁଥ କ୍ଲବ ସଭାପତି ବସନ୍ତ ପଲେଇ, କୋଷାଧ୍ୟକ୍ଷ ବୁଲୁ କୁମାର ସାହୁ ଏବଂ ସରପଞ୍ଚଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳେଇ ପ୍ରମୁଖ ଉପସ୍ଥିତ ରହି ଉଭୟ ବିଜେତା ଓ ଉପ-ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଆୟୋଜକ ବାବା ତ୍ରିଲୋଚନେଶ୍ୱର କ୍ରିକେଟ ଟିମର ସମସ୍ତ ସଦସ୍ୟ ଏହି ପ୍ରତିଯୋଗିତା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

କୃଷ୍ଣପ୍ରସାଦରେ ମହାସମାରୋହରେ ଚାଲିଛି ଦ୍ୱିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବଣ୍ଟାଯାଉଛି ଟଙ୍କ ତୋରାଣି
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଦେଉଳପଡା ତିତିପ ଠାରେ ମହାସମାରୋହରେ ଚାଲିଛି ଭାଇଚାରାର ପର୍ବ ତଥା ଅଞ୍ଚଳର ପ୍ରସିଦ୍ଧ ପଣାଯାତ୍ରା (ଦ୍ୱିତୀୟ ବାଲିଯାତ୍ରା)। ୩୫ ମୌଜା ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଏହି ମହୋତ୍ସବର ମଙ୍ଗଳବାର ଦିନ ଶୁଭାରମ୍ଭ ହୋଇଥିବା ବେଳେ ଆଜି ଏହାର ୫ମ ଦିବସ ପାଳିତ ହୋଇଯାଇଛି।

ପଞ୍ଚମ ଦିବସରେ ଯାତ୍ରା ପଡ଼ିଆରେ ବିଭିନ୍ନ ମନୋମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଶେଷକରି ଅଞ୍ଚଳର ପାରମ୍ପରିକ ସମରକଳା ପାଇକ ଆଖଡା, ଲୋକନୃତ୍ୟ ଭାରତ ଲୀଳା ଏବଂ ସଂକୀର୍ତ୍ତନ କଳାକାରମାନଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା। ଏହି ଯାତ୍ରା ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ ବ୍ଲକ, ଜିଲ୍ଲା ତଥା ରାଜ୍ୟ ପ୍ରଶାସନର ଅଧିକାରୀଙ୍କ ସମେତ ସ୍ଥାନୀୟ ଲୋକପ୍ରତିନିଧିମାନଙ୍କୁ ଆମନ୍ତ୍ରଣ କରାଯାଇଛି।

ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ କୃଷ୍ଣପ୍ରସାଦ ବିକାଶ ପରିଷଦ ତରଫରୁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ 'ଟଙ୍କ ତୋରାଣି' ବିତରଣ କରାଯାଉଛି। ପରିଷଦର ସଭାପତି ନବୀନ କୁମାର ଜେନା, ସମ୍ପାଦକ କାଳୁ ଚରଣ ପଲେଇ ଏବଂ ମୁଖ୍ୟ ପରାମର୍ଶଦାତା ସିଏ ଦିବାକର ହରିଚନ୍ଦନଙ୍କ ସମେତ ବହୁ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅନ୍ୟପକ୍ଷରେ, ଯାତ୍ରା ପଡ଼ିଆର ସାମଗ୍ରିକ ସ୍ୱଚ୍ଛତା ଉପରେ ଶ୍ରୀ ଶ୍ରୀ କମଳେଶ୍ବର ଦେବ ଗୋଲଡେନ କ୍ଳବର ସଦସ୍ୟମାନେ କଡା ନଜର ରଖିଛନ୍ତି।

ଯାତ୍ରା ପଡ଼ିଆରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି କୃଷ୍ଣପ୍ରସାଦ ଥାନା ଆଇଆଇସି ବିଚିତ୍ରାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶୃଙ୍ଖଳା ରୋକିବା ପାଇଁ ପଡ଼ିଆର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି। ୩୫ ମୌଜା ପରିଚାଳନା କମିଟିର ସଭାପତି ସୁରେନ୍ଦ୍ର ନାଥ ମାଝୀ ଏବଂ ସମ୍ପାଦକ ଦିଲ୍ଲୀପ କୁମାର ଦାଶଙ୍କ ସମେତ ୧୪୭ ଜଣ ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଐତିହାସିକ ଯାତ୍ରା ପରିଚାଳିତ ହେଉଛି। ଶାନ୍ତି ଶୃଙ୍ଖଳା ରକ୍ଷାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ପରିଚାଳନା କମିଟି ପକ୍ଷରୁ ସ୍ଥାନୀୟ ଆଇଆଇସିଙ୍କୁ ବେଶ ପ୍ରଶଂସା କରାଯାଇଛି।

ଗାଁ ଗାଁରେ ବେଆଇନ କୋଚିଂ ସେଣ୍ଟର: ସରକାରୀ ନିୟମକୁ ଫୁ କରି ଟିଉସନ କରୁଛନ୍ତି ସରକାରୀ ଶିକ୍ଷକ
କୃଷ୍ଣପ୍ରସାଦ: ଶିକ୍ଷାର ବିକାଶ ପାଇଁ ସରକାର ତତ୍ପର ହୋଇ ଉଠିଥିବା ବେଳେ ତୃଣମୂଳ ସ୍ତରରେ କିନ୍ତୁ ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଛି। ଖାଲିଥିବା ଶିକ୍ଷକ ପଦବୀ ପୂରଣ ଏବଂ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି। ତେବେ ଗାଁ ଗାଁରେ ଏବେ କୋଚିଂ ସେଣ୍ଟର ସଂଖ୍ୟା ବୃଦ୍ଧି ପାଉଛି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟରତ ଶିକ୍ଷକମାନେ ଘରୋଇ ଟିଉସନ କିମ୍ବା କୋଚିଂ ସେଣ୍ଟରରେ ପଢ଼ାଇ ପାରିବେ ନାହିଁ। କିନ୍ତୁ ଏହି ଆଇନକୁ ବେଖାତିର କରି ସରକାରୀ ଶିକ୍ଷକ ଏବଂ ଅଧ୍ୟାପକମାନେ ନିଜେ କୋଚିଂ ସେଣ୍ଟର ଖୋଲି ବସିଛନ୍ତି।

ମାର୍କ କାଟିଦେବାର ଧମକ

ସରକାରୀ ଶିକ୍ଷକମାନେ କେବଳ କୋଚିଂ ସେଣ୍ଟର ଖୋଲି ନାହାଁନ୍ତି, ବରଂ ନିଜ ପାଖରେ ଟିଉସନ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରୁଥିବା ଅଭିଯୋଗ ହେଉଛି। ଆମ କୋଚିଂ ସେଣ୍ଟରରେ ନପଢ଼ିଲେ ପରୀକ୍ଷାରେ ମାର୍କ କମାଇ ଦିଆଯିବ ବୋଲି ଖୋଲାଖୋଲି ଧମକ ମିଳୁଛି। ଫଳରେ ଭୟଭୀତ ହୋଇ ଶିକ୍ଷାର୍ଥୀମାନେ ସେମାନଙ୍କ ପାଖରେ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଏପରିକି ଟିଉସନ ନିଶାରେ ଶିକ୍ଷକମାନେ ସ୍କୁଲରୁ ତରବର ହୋଇ ବାହାରି ଆସୁଛନ୍ତି, ଯାହା ଫଳରେ ବିଦ୍ୟାଳୟରେ ପାଠପଢ଼ା ମଧ୍ୟ ବ୍ୟାହତ ହେଉଛି।

ବଢ଼ୁଛି ବେକାରୀ ସମସ୍ୟା

ଲକ୍ଷ ଲକ୍ଷ ଟଙ୍କା ଦରମା ପାଉଥିବା ସରକାରୀ ଶିକ୍ଷକମାନେ ନିଜର ଆର୍ଥିକ ଅବସ୍ଥା ଦ୍ଵିଗୁଣିତ କରୁଥିବା ବେଳେ ଶିକ୍ଷିତ ବେକାର ଯୁବକମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ବେକାରୀ ଦୂରୀକରଣ ତଥା ପରିବାର ପୋଷଣ ପାଇଁ ଶିକ୍ଷିତ ଯୁବକମାନେ ଯେଉଁ କୋଚିଂ ସେଣ୍ଟର ଖୋଲିଛନ୍ତି, ସେଠାରେ ପଢ଼ିବାକୁ ପିଲାମାନେ ଭୟ କରୁଛନ୍ତି। ରୋଜଗାର ହରାଉଥିବାରୁ ବାଧ୍ୟ ହୋଇ ଏହି ଶିକ୍ଷିତ ଯୁବକମାନେ ଦାଦନ ଶ୍ରମିକ ସାଜି ରାଜ୍ୟ ବାହାରକୁ କାମ ଅନ୍ୱେଷଣରେ ଚାଲି ଯାଉଥିବା ଦେଖିବାକୁ ମିଳୁଛି।

ପ୍ରଶାସନର ନୀରବତା ଏବଂ ଦାବି

ସରକାରୀ ଶିକ୍ଷକଙ୍କ ଏଭଳି ବେଆଇନ କାର୍ଯ୍ୟକଳାପ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ବ୍ଲକ ଶିକ୍ଷାଧିକାରୀ ଏବଂ ବିଭାଗୀୟ କର୍ମଚାରୀମାନେ ନୀରବଦ୍ରଷ୍ଟା ସାଜିଛନ୍ତି। ସଲାସୁତରାରେ ନିୟମକୁ ଅଣଦେଖା କରାଯାଉଥିବା ସାଧାରଣରେ ଆଲୋଚନା ହେଉଛି। ଆଇନ ଉଲ୍ଲଂଘନ କରୁଥିବା ଟିଉସନ ସେଣ୍ଟରଗୁଡ଼ିକ ଉପରେ ଭିଜିଲାନ୍ସ ଚଢ଼ାଉ କରାଯିବା ଆବଶ୍ୟକ। ନିୟମ ଭାଙ୍ଗୁଥିବା ଶିକ୍ଷକ ଏବଂ ସେମାନଙ୍କୁ ସହଯୋଗ କରୁଥିବା ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବେକାରୀ ସମସ୍ୟା କିଛି ମାତ୍ରାରେ ଦୂର ହୋଇପାରିବ ବୋଲି ସାଧାରଣରେ ଦାବି ହେଉଛି।

ପୁରୀ କୃଷ୍ଣପ୍ରସାଦର ତାଳତୋଳା ଗ୍ରାମରେ ଶ୍ରୀରାମ ନବମୀ ପାଳିତ, ୩୭ତମ ନବାହ୍ନ ପାରାୟଣ ଆରମ୍ଭ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବଜରକୋଟ ପଞ୍ଚାୟତର ତାଳତୋଳା ଗ୍ରାମରେ ଥିବା ଶ୍ରୀ ରଘୁନାଥ ଦେବଙ୍କ ମନ୍ଦିରରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ଏହି ପବିତ୍ର ଅବସରରେ ମନ୍ଦିର ପ୍ରାଙ୍ଗଣରେ ୩୭ତମ ନବାହ୍ନ ପାରାୟଣର ଶୁଭାରମ୍ଭ ହୋଇଛି। ପ୍ରଭୁ ଶ୍ରୀରାମଙ୍କ ଆବିର୍ଭାବ ଦିବସ ପାଳନ ସହିତ ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

ଆଧ୍ୟାତ୍ମିକ ପରିବେଶ ଓ କଳସ ଯାତ୍ରା

ଆଜିଠାରୁ ଆଗାମୀ ୯ ଦିନ ଧରି ଏଠାରେ ରାମ ଚରିତ ମାନସ ପାରାୟଣ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭୋର ସମୟରେ ଗ୍ରାମର ମହିଳାମାନଙ୍କ ଦ୍ୱାରା ଏକ ଭବ୍ୟ ୧୦୮ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି କଳସ ଯାତ୍ରା ଗ୍ରାମ ପରିକ୍ରମା କରିବା ସହ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା। ବିଭିନ୍ନ ଗ୍ରାମରୁ ଶହ ଶହ ଶ୍ରଦ୍ଧାଳୁ ଭୋରରୁ ପ୍ରଭୁ ରାମଚନ୍ଦ୍ରଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ।

ବିଶିଷ୍ଟ ଅତିଥି ଓ ପ୍ରବଚକଙ୍କ ଯୋଗଦାନ

ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବ୍ୟାସ ଭାବେ ସନ୍ଥଶ୍ରୀ କରୁଣାକର ଦାସଜୀ ମହାରାଜ ଏବଂ ମୁଖ୍ୟ ପ୍ରବକ୍ତା ଭାବେ ମଥୁରା ମଠାଧୀଶ ଶ୍ରୀ ଶ୍ରୀ ୧୦୮ ଶ୍ରୀ ମହନ୍ତ ସୁନ୍ଦର ରାମଦାସଜୀ ମହାରାଜ ଯୋଗଦେଇଥିଲେ। ପ୍ରତ୍ୟହ ରାମ ଚରିତ ମାନସ ପଠନ ସହିତ ପ୍ରବଚକ ଭାବେ ଅଧ୍ୟାପକ ପ୍ରଦୀପ କୁମାର ଜେନା, ପ୍ରଶାନ୍ତ କୁମାର ପଲାଇ ଏବଂ କାଶୀନାଥ ଜେନା ପ୍ରମୁଖ ଯୋଗଦେଇ ଭକ୍ତମାନଙ୍କୁ ରାମକଥା ଶୁଣାଇଥିଲେ।

ଶ୍ରଦ୍ଧାଳୁଙ୍କ ସମାଗମ ଓ ଗ୍ରାମବାସୀଙ୍କ ସହଯୋଗ

ପାରାୟଣ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା। ଉପସ୍ଥିତ ସମସ୍ତ ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନର ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଫଳ କରିବାରେ ଗ୍ରାମ୍ୟ କମିଟି ସଭାପତି ଭ୍ରମରବର ପ୍ରଧାନ ଏବଂ ସମ୍ପାଦକ ସୁକାନ୍ତ କୁମାର ଜେନାଙ୍କ ସମେତ ଉଲ୍ଲାସ ପ୍ରଧାନ, ପ୍ରମୋଦ ପ୍ରଧାନ, ଦୁର୍ଯ୍ୟୋଧନ ତରେଇ, ଧନେଶ୍ୱର ଜେନା, ସୀମାଞ୍ଚଳ ଜେନା ଏବଂ ପ୍ରସନ୍ନ ବିଶ୍ୱାଳ ପ୍ରମୁଖ ଗ୍ରାମର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ।

ଭକ୍ତଙ୍କ କଳିରେ ଠାକୁର ବନ୍ଦୀ: ବନ୍ଦ କବାଟ ଆଢ଼ୁଆଳରେ ବାବା କମଳେଶ୍ବର
ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ତିତିପ ପଞ୍ଚାୟତର ଦେଉଳପଡା ଠାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିକୁଦର ଆରାଧ୍ୟ ଦେବତା ବାବା କମଳେଶ୍ବରଙ୍କ ମନ୍ଦିରରେ ଏବେ ବିବାଦର ଛାଇ ଦେଖିବାକୁ ମିଳିଛି। ଦଶଦୋଳ ମେଳଣକୁ ନେଇ ସୃଷ୍ଟି ହୋଇଥିବା ମତାନ୍ତର କାରଣରୁ ଠାକୁରଙ୍କୁ ମନ୍ଦିର ଭିତରେ ଆବଦ୍ଧ କରି ରଖାଯାଇଛି।

ସୂଚନା ଅନୁଯାୟୀ, ଆଗକୁ ଆସୁଥିବା ଦଶଦୋଳ ମେଳଣ ପାଇଁ ପାରମ୍ପରିକ ନୀତିକାନ୍ତି ଅନୁସାରେ ଠାକୁରଙ୍କୁ ନିମନ୍ତ୍ରଣ କରାଯାଇନଥିଲା। ଏହି କାରଣରୁ ସ୍ଥାନୀୟ ଲୋକେ ଠାକୁରଙ୍କୁ ବାହାରକୁ ଛାଡ଼ିବା ପାଇଁ ଦୃଢ଼ ବିରୋଧ କରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉଗ୍ର ବିବାଦ ସୃଷ୍ଟି ହୋଇଥିଲା। ବିବାଦର ସମାଧାନ ନ ହେବାରୁ ପରିସ୍ଥିତି ଏପରି ହୋଇଛି ଯେ, ଶେଷରେ ଠାକୁରଙ୍କୁ ଆବଦ୍ଧ କରାଯାଇଛି।

ଏହି ଗୋଷ୍ଠୀ କନ୍ଦଳର ସିଧାସଳଖ ପ୍ରଭାବ ମହାପ୍ରଭୁଙ୍କ ଯାତ୍ରା ଉପରେ ପଡ଼ିଛି। ପ୍ରତିବର୍ଷ ବିମାନରେ ବାହାରକୁ ଆସି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଥିବା ବାବା କମଳେଶ୍ବର ଏବେ ତାଲା ପଛରେ ରହିଛନ୍ତି। ବିବାଦ ଉଗ୍ର ରୂପ ନେବାରୁ ମନ୍ଦିରରେ ତାଲା ପକାଇ ଦିଆଯାଇଛି ଏବଂ ଭଗବାନଙ୍କ ସମସ୍ତ ଦୈନନ୍ଦିନ ନୀତିକାନ୍ତି ବନ୍ଦ କବାଟ ଭିତରେ ହିଁ ସମ୍ପନ୍ନ କରାଯାଉଛି।

ପରମ୍ପରାରେ ଏଭଳି ବାଧା ସୃଷ୍ଟି ହେବା ଏବଂ ଭଗବାନଙ୍କୁ ବିବାଦ ଭିତରକୁ ଟାଣିବା ଘଟଣାକୁ ନେଇ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାକୁ ସାଧାରଣରେ ଦୃଢ଼ ନିନ୍ଦା କରାଯାଇଛି। ତୁରନ୍ତ ସ୍ଥାନୀୟ ପ୍ରଶାସନ ଏହି ମାମଲାରେ ହସ୍ତକ୍ଷେପ କରି ମନ୍ଦିରର ତାଲା ଖୋଲିବା ସହ ଶାନ୍ତିପୂର୍ଣ୍ଣ ଭାବେ ମେଳଣ କାର୍ଯ୍ୟ ସମ୍ପନ୍ନ କରିବାକୁ ସାଧାରଣରେ ଦାବି ହୋଇଛି।

କୃଷ୍ଣପ୍ରସାଦରେ ଶ୍ରୀ ଶନି ଦେବଙ୍କ ୫୨ତମ ବାର୍ଷିକ ଉତ୍ସବ: ନାମ ସଂକୀର୍ତ୍ତନ ଓ ପାଇକ ଆଖଡ଼ାରେ କମ୍ପିଲା ଗାଁ ଦାଣ୍ଡ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ବଜ୍ରକୋଟ ପଞ୍ଚାୟତର ରସଦିଗାଁ ସ୍ଥିତ ଆରାଧ୍ଯ ଦେବ ଶ୍ରୀ ଶ୍ରୀ ଶନି ଦେବଙ୍କ ପୀଠରେ ୫୨ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଶନିବାର ପ୍ରାତଃ ସମୟରୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ଠାକୁରଙ୍କୁ ଏକ ସୁସଜ୍ଜିତ ବିମାନରେ ବିରାଜମାନ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା।

ଆଧ୍ୟାତ୍ମିକ ପରିବେଶ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଗ୍ରାମ ପରିକ୍ରମା ସମୟରେ ନାମ ସଂକୀର୍ତ୍ତନ ଏବଂ ପାରମ୍ପରିକ ପାଇକ ଆଖଡ଼ା ଖେଳ ପରିବେଶକୁ ବେଶ୍ ଆକର୍ଷଣୀୟ କରିଥିଲା। ହୁଳହୁଳି ଓ ହରିବୋଲ ଧ୍ୱନୀରେ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଥିବା ବେଳେ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଦିନ ତମାମ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା ଏବଂ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା।

ପରିଚାଳନା ଓ ସହଯୋଗ

ଗ୍ରାମ୍ୟ କମିଟି ସଭାପତି ଗୁରୁଚରଣ ବିଶ୍ବାଳ ଓ ସମ୍ପାଦକ ଦଇତାରୀ ବିଶ୍ବାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ଗ୍ରାମର ଶୃଙ୍ଖଳା କମିଟି ଓ ଶ୍ରୀ ଶନିଶ୍ଚର ଟେମ୍ପୁଲ ଟ୍ରଷ୍ଟ ସଭାପତି ବୁଲାମଣୀ ତରେଇ, ସମ୍ପାଦକ ବୁଲୁ ବିଶ୍ବାଳ ଏବଂ ଉପସଭାପତି ଶେଷଦେବ ବିଶ୍ବାଳଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା। ଏହି ମହୋତ୍ସବରେ ବିଦେଶୀ ବିଶ୍ବାଳ, ବାବୁର ବିଶ୍ବାଳ, କେଳୁଚରଣ ବିଶ୍ବାଳ, କୁଞ୍ଜବିହାରୀ ବିଶ୍ବାଳ, ଟୁଲୁ ତରେଇ, ପ୍ରାଣନାଥ ବଳିୟାରସିଂ, ଅଜୟ ବିଶ୍ବାଳ, ଅମିନ ବିଶ୍ବାଳ, ହେମନ୍ତ ବିଶ୍ବାଳ, ମିଥୁନ ବିଶ୍ବାଳ ଏବଂ ପବିତ୍ର ବିଶ୍ବାଳଙ୍କ ସମେତ ଗ୍ରାମର ଆବାଳବୃଦ୍ଧବନିତା ସହଯୋଗ କରିଥିଲେ।