baragarh - The Sakala
ବରଗଡ଼ ଧନୁଯାତ୍ରା ପାଇଁ ଘୋଷଣା ହେଲା କଂସଙ୍କ ନାଁ...
ବରଗଡ଼: ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଚୟନ ହେଲେ ସୁଶୀଲ କୁମାର ମେହେର। ଏନେଇ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ( ADM) ମହେନ୍ଦ୍ର ମହାପାତ୍ର ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ୪୪ ଜଣ କଳାକାର କଂସ ଚୟନ ପାଇଁ ଆବେଦନ କରିଥିବା ବେଳେ ୩୬ଜଣ କଳାକାର ୫ ଜଣ ବିଚାରକଙ୍କ ସମ୍ମୁଖରେ ନିଜର  ଚମତ୍କାର ଅଭିନୟ ପ୍ରଦର୍ଶନ କରିଥିଲେ।
ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ.....
ବରଗଡ଼: ବରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଂଝିଆଟିକ୍ରା ଠାରେ ବୃଦ୍ଧ ଦମ୍ପତି ଏକ ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛ। ଏହି ଘଟଣାଟି ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଗତକାଲି ସନ୍ଧ୍ୟା ସମୟରେ ଆତ୍ମହତ୍ୟା କରିଥିବା  ପ୍ରାଥମିକ ସୂଚନା ରହିଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ କଣ ତାହା ଏ ଯାଏଁ ଅସ୍ପଷ୍ଟ ରହିଛି। ମୃତକ ସ୍ବାମୀ ପ୍ରାୟ ୬୫ ବର୍ଷୀୟ କିରୋଟି ପ୍ରଧାନ ଓ ମୃତ ସ୍ତ୍ରୀ ପ୍ରାୟ ୬୦ ବର୍ଷୀୟା ଶାନ୍ତି ପ୍ରଧାନ।  ମୃତ୍ୟୁର  କାରଣ ଖୋଜୁଛି ପୁଲିସ।
ଅନ୍ୟପଟେ, ଗତବର୍ଷ ଦମ୍ପତିଙ୍କ ସାନ ପୁଅର ମୃତ୍ୟୁକୁ ନେଇ ଏପରି ଘଟଣା ଘଟାଇ ଥାଇପାରନ୍ତି ବୋଲି ସମ୍ପର୍କୀୟମାନେ ଅନୁମାନ କରୁଥିବାବେଳେ ମୃତ୍ୟୁ ପଛର ପ୍ରକୃତ କାରଣ କଣ ରହିଛି ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ମୃତକଙ୍କ ଶବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।
ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ଥାନାର ଜଗା ବରିହା ନାମକ ଜଣେ ପୁଲିସ ଏସ୍ଆଇ ଜଣେ ସ୍କ୍ରାପ୍ ଡିଲରଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଆଜି ବିଜେପୁର ଥାନା ଏସ୍ଆଇ ଜଗା ବରିହା, ଜଣେ ସ୍କ୍ରାପ୍ ଡିଲର (ଅଭିଯୋଗକାରୀ)ଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ ମାଗୁଥିବା ଏବଂ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଅଭିଯୁକ୍ତ ଏସ୍ଆଇ ଶ୍ରୀ ବରିହା ଅଭିଯୋଗକାରୀଙ୍କଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଯେତେବେଳେ ସେ ୧୦,୦୦୦ ଟଙ୍କା ଲାଞ୍ଚ ଦେବାକୁ ଅକ୍ଷମତା ପ୍ରକାଶ କଲେ, ଶ୍ରୀ ବରିହା ସେହି ପରିମାଣକୁ ୭,୦୦୦ ଟଙ୍କାକୁ ହ୍ରାସ କରିଥିଲେ। ସେହି ସମୟରେ, ଶ୍ରୀ ବରିହା ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧମକ ଦେଇଥିଲେ। ଯଦି ତାଙ୍କୁ ୭,୦୦୦ ଟଙ୍କା ଲାଞ୍ଚ ନଦିଆଯାଏ, ଅନ୍ୟ କୌଣସି ବିକଳ୍ପ ନ ପାଇ, ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏହାପରେ ଭିଜିଲାନ୍ସ ଅଧିକାରୀମାନେ ଆଜି ପୁଲିସ ଏସଆଇ ଶ୍ରୀ ବରିହାଙ୍କୁ ଅଭିଯୋଗକାରୀଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗିରଫ କରିଥିଲେ।
କାର୍-ଟ୍ରକ ଧକ୍କା: ମାଆପୁଅଙ୍କ ସହ କାର୍ ଚାଳକଙ୍କ ମୃତ୍ୟୁୁ
ବରଗଡ଼଼: ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ସାନଜୋରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଟ୍ରକକୁ ପଛରୁ ଗୋଟିଏ କାର୍ ଧକ୍କା ଦେଇଛି। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ମାଆପୁଅଙ୍କ ସହ କାର ଚାଳକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିଲେ। ୨ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁଙ୍କ ପରଲୋକ
ବରଗଡ଼: ପରଲୋକରେ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁ (ଏଲି)। ୭୦ ବର୍ଷ ବୟସରେ ଆଜି ତାଙ୍କ ପରଲୋକ ଘଟିଛି। କିଛି ଦିନ ହେବ ସେ ମଧୁମେହ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୨୫ ବର୍ଷ ଧରି ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ ସେ।
ବଲାଙ୍ଗୀର ଜିଲ୍ଲାରେ ଜନ୍ମିତ ଗୋପାଳ ସାହୁ ବରଗଡ଼ ଧନୁଯାତ୍ରାର ସପ୍ତମ କଂସ ଭାବରେ ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ୧୯୮୪ ମସିହାରୁ ୨୦୦୮ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ସେ ୨୩ ଥର ଅଭିନୟ କରିବାର ସୁଯୋଗ ପାଇଥିଲେ। ପେଶାରେ ସେ ଜଣେ ପୁଲିସ ଅଧିକାରୀ ଥିଲେ। ହେଲେ ନିଶା ତାଙ୍କର ଥିଲା ଅଭିନୟ।
ଘର ଛାତ ଉପରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ବରଗଡ଼: ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ସହରାଟିକ୍ରାରେ ଜଣେ ବ୍ୟକ୍ତିକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ସହରାଟିକ୍ରାର ମଗନିଆ ସେଠ ବୋଲି ସୂଚନା ମିଳିଛି। ମଙ୍ଗଳବାର ସକାଳୁ ଶୋଇଥିବା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମଗନିଆ ଘର ଛାତ ଉପରେ ଶୋଇଥିବା ବେଳେ କେହି ତାଙ୍କୁ ହତ୍ୟା କରିଥିବା ଜଣାପଡିଛି । ତାଙ୍କ ବେକରେ କଳା ଦାଗ ସହ ଆଣ୍ଠୁରେ ଆଘାତ ଚିହ୍ନ ରହିଛି। ଏ ନେଇ ଭେଡେନ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ମୃତ ମଗନିଆ ସହରାଟିକ୍ରାରେ ସିମେଣ୍ଟ ଦୋକାନ ଦେଇଥିଲେ। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ପୁରୀରୁ ଜଗା ଦର୍ଶନ ସାରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ୧୫ ଆହତ
ବରଗଡ: ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍ । ବସରେ ଥିବା ୫୦ ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଗୁରୁତର ଆହତ । ପଦ୍ମପୁର ବୁଡେନ୍ ସୁଲିଆ ନିକଟରେ ଘଟିଛି ଏହି ସଡକ ଦୁର୍ଘଟଣା । ଆହତ ଯାତ୍ରୀମାନଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ବସ ଯାତ୍ରୀମାନେ ପୁରୀରୁ ଜଗନ୍ନାଥ ଦର୍ଶନ ସାରି ପରେ ନୃସିଂହନାଥଙ୍କୁ ଦର୍ଶନ କରି ଛତିଶଗଡ଼ ବରୋଦା ଫେରିବାର କାର୍ଯ୍ୟକ୍ରମ ରହିଥିଲା । ତେବେ ସକାଳୁ ସକାଳୁ ବୁଡେନ ଥାନା ଅନ୍ତର୍ଗତ ସୁଲିଆ ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିବାବେଳେ ଏଥିରେ ଥିବା ୧୫ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି ।
ବରଗଡ଼ରେ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ ଓ କ୍ୟାନସର ହସ୍ପିଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ଗସ୍ତରେ ଯାଇ ବିଜେପୁରର କନାପାଲିଠାରେ ବରଗଡ ଜିଲ୍ଲାରେ ୨୧୪୯ କୋଟି ଟଙ୍କା ମୂଲ୍ୟର ୬୨ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି। ଏଥି ସହିତ ୨୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ୨୧ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଦେଇଛନ୍ତି।
ଉଦ୍‌ଘାଟିତ ପ୍ରକଳ୍ପ ଗୁଡିକ ମଧ୍ୟରେ ଓଡିଶାର ଜଳସେଚନର ବିକାଶ କ୍ଷେତ୍ରରେ ଆଉ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ୧୬୭୭ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ, ୧୦୬ କୋଟି ୬ ଲକ୍ଷ ଟଙ୍କା ବ୍ୟୟରେ ୫ ମହଲା ବଶିଷ୍ଟ ୧୦୦ ଶଯ୍ୟା ବିଶିଷ୍ଟ କର୍କଟ ରୋଗ ଚିକିତ୍ସା କେନ୍ଦ୍ର, ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ୨୨ କୋଟି ୭୮ ଲକ୍ଷ ଟଙ୍କା ବ୍ୟୟରେ ରୂପାନ୍ତରିତ ନୃସିଂହନାଥ ପୀଠ ପ୍ରମୁଖ ରହିଛି। ସୋହେଲା-ନୂଆପଡା ବିଜୁ ଏକ୍ସପ୍ରେସ ୱେ, ୩୧୭ଟି ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟ ମଧ୍ୟ ସଂମ୍ପନ୍ନ ହୋଇଛି। ଏଥି ସହିତ ୫୬ଟି କଲେଜକୁ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥାରେ ରୂପାନ୍ତର କାର୍ଯ୍ୟ, ୫ଟି ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ‘ଆମ ହସ୍ପିଟାଲ’କୁ ରୂପାନ୍ତରଣ, ୧୮୫ଟି ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତମାନଙ୍କୁ ‘ଆମ ବ୍ୟାଙ୍କ’ ସୁବିଧା, ଲକ୍ଷ୍ମୀ ଯୋଜନାରେ ୨୬୨ଟି ବସ୍ ଷ୍ଟପେଜ୍‌, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଅଧିନରେ ୪୩୧ଟି କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର ଓ ଧାର୍ମିକ ସ୍ଥଳୀର ଉନ୍ନତି କାର୍ଯ୍ୟ ଏବଂ ‘ଆମ ଓଡିଶା ନବୀନ ଓଡିଶା’ରେ ୧୨୬ କୋଟି ୫୦ ଲକ୍ଷ ଟଙ୍କା ବିନିମୟରେ ୩୧୩୫ଟି ପ୍ରକଳ୍ପ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି।
ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶାର ଗୌରବ ସ୍ୱଭାବ କବି ଗଙ୍ଗାଧର ମେହେର ଓ ମହାନ ସ୍ୱାଧୀନତା ସଂଗ୍ରାମୀ ମା’ ପାର୍ବତୀ ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ, ବରଗଡ କଳାର ଭୂମି ଓ ସଂସ୍କୃତିର ଭୂମି । ଏ ଅଞ୍ଚଳର ବୁଣାକାରମାନେ ବିଶ୍ୱରେ ଓଡିଶାର ପରିଚୟକୁ ଉଜ୍ଜ୍ୱଳ କରିଛନ୍ତି। ନିକଟରେ ବୁଣାକାର ଓ କଳାକାର ମାନଙ୍କ ପେନସନ୍ ବୃଦ୍ଧି ସଂପର୍କରେ ସୂଚନା ଦେଇଥିଲେ। ଏବେ ସାରା ରାଜ୍ୟରେ ରୂପାନ୍ତର ପର୍ବ ଚାଲିଛି ବୋଲି କହି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ, ମା’ ସମଲେଇ ପ୍ରକଳ୍ପ ଭକ୍ତମାନଙ୍କ ପାଇଁ ସୁନ୍ଦର ଅନୁଭବ ଆଣିଛି ଏବଂ ଆଜି ଉଦ୍‌ଘାଟିତ ହୋଇଥିବା ରୂପାନ୍ତରିତ ପ୍ରସିଦ୍ଧ ନୃସିଂହନାଥ ପୀଠ ମଧ୍ୟ ଓଡିଶାର ଗୌରବକୁ ଆହୁରି ବୃଦ୍ଧି କରିବ ବୋଲି ସେ କହିଥିଲେ।
ରାଜ୍ୟରେ 5T ଉପକ୍ରମରେ ଚାଲିଥିବା ରୂପାନ୍ତର କାର୍ଯ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଏହି ରୂପାନ୍ତର କାର୍ଯ୍ୟକ୍ରମରେ ହାଇସ୍କୁଲ ରୂପାନ୍ତରଣ ସଫଳତା ଅର୍ଜନ କରିଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ୪ କୋଟି ଲୋକଙ୍କ ପାଇଁ ଆଶୀର୍ବାଦ ହୋଇଛି। ପରିବହନ ସେବାରେ ଲକ୍ଷ୍ମୀ ବସ୍‌ ଯୋଜନା ଗାଁରେ ଲୋକଙ୍କ ଜୀବନ ଧାରାକୁ ସହଜ କରିଛି। ବଡ ବଡ ଜଳସେଚନ ପ୍ରକଳ୍ପ ଠିକ୍‌ ସମୟରେ ଶେଷ ହେଉଛି। ଆଜି ଓଡିଶା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାରା ଦେଶକୁ ଖାଦ୍ୟ ଯୋଗାଉଛି। ଏଥିରେ ବରଗଡ ଜିଲ୍ଲାର ଚାଷୀ ଭାଇମାନଙ୍କର ବହୁତ ବଡ ଅବଦାନ ରହିଛି ବୋଲି ସେ କହିଥିଲେ। କ୍ରୀଡା କ୍ଷେତ୍ରରେ ଓଡିଶାର ସୁନାମ ବଢିଛି। ସେଥିରେ ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତଙ୍କର ବିଶେଷ ଅବଦାନ ରହିଛି ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବରଗଡରେ କ୍ୟାନସର ଡାକ୍ତରଖାନା ପାଇଁ ମୁଁ କହିଥିଲି। ଆଜି ମୁଁ ତାହା ପୂରଣ କରିଛି। ପଶ୍ଚିମ ଓଡିଶାର ରୋଗୀମାନଙ୍କୁ ଏହା ଉତ୍ତମ ସେବା ଯୋଗାଇ ଦେବ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ 5T ଉପକ୍ରମରେ ସାରା ରାଜ୍ୟରେ ୧୧ଟି କ୍ୟାନସର ହସ୍ପିଟାଲ କରାଯାଉଛି। ଏଥିପାଇଁ ୧ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ।
ଆଜି ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ ଜରିଆରେ ଜିଲ୍ଲାର ଚାଷୀମାନଙ୍କର ଜମିକୁ ପାଣି ଯୋଗାଇବା ଆରମ୍ଭ ହେଲା। ଏହି ପ୍ରକଳ୍ପ ଜରିଆରେ ଜିଲ୍ଲାର ୬୦ ହଜାର ଏକରରୁ ଅଧିକ ଜମିକୁ ପାଣି ମିଳିବ। ଜିଲ୍ଲାର ସୋହେଲା, ବିଜେପୁର, ବରପାଲି ଓ ଡୁଙ୍ଗୁରିପାଲି ବ୍ଲକର ଚାଷୀମାନେ ଏହା ଦ୍ୱାରା ବିଶେଷ ଉପକୃତ ହେବେ ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଚାଷୀ ଭାଇଭଉଣୀ, ମିଶନ ଶକ୍ତି ମା ଓ ଯୁବ ବର୍ଗଙ୍କୁ ବିନା ସୁଧରେ ଋଣ ଦିଆଯାଉଛି। କଲେଜ ପିଲାମାନଙ୍କ ମଧ୍ୟରେ ନୂଆ-ଓ ଛାତ୍ରବୃତ୍ତି ଆଶା ସଞ୍ଚାର କରିଛି। ସମସ୍ତଙ୍କ ସହଯୋଗରେ ଓଡିଶାରେ ଆଜି ରୂପାନ୍ତର ଆସିଛି ବୋଲି କହି ଏହି ଧାରା ଆହୁରି ଆଗକୁ ବଢିବ ଏବଂ ଆମେ ସମସ୍ତେ ମିଶି ଏକ ନୂଆ ଓଡିଶା ଗଢିବା ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଯୋଗଦେଇ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ, ଯେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗଙ୍ଗାଧର ମେହେର ପ୍ରକଳ୍ପ ଘୋଷଣା କରିଥିଲେ ସେତେବେଳେ ବହୁ ଲୋକ ଏହା ଉପରେ ସନ୍ଦେହ ସୃଷ୍ଟି କରିଥିଲେ। ହିରାକୁଦ ବନ୍ଧରୁ ବିଜେପୁର ୩୫ ମିଟର ଉଚ୍ଚରେ ଅବସ୍ଥିତ । କିନ୍ତୁ ସବୁ ସନ୍ଦେହକୁ ଦୂର କରି ମୁଖ୍ୟମନ୍ତ୍ରୀ ଦୃଢ ଇଚ୍ଛାଶକ୍ତି ବଳରେ ଆଧୁନିକ ଟେକନୋଲୋଜି ପ୍ରୟୋଗରେ ଏହାକୁ ସଫଳ କରିଛନ୍ତି । ଆଜି ମହାନଦୀରୁ ପାଇପ ଯୋଗେ ହଜାର ହଜାର ଏକର ଜମିକୁ ପାଣି ମିଳିଲା।
ନିକଟରେ ରାଜ୍ୟ ସରକାର ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡିକରେ ହିତାଧିକାରୀମାନଙ୍କର ଭତ୍ତା ବୃଦ୍ଧି କରିଛନ୍ତି। ଉପସ୍ଥିତ ଜନସାଧାରଣଙ୍କ ସହିତ ମତ ବିନିମିୟ କରି ଶ୍ରୀ କାର୍ତ୍ତିକ ପାଣ୍ଡିଆନ ମମତା, ମଧୁବାବୁ ଯୋଜନା, ବୁଣାକାର, କଳାକାର, କେନ୍ଦୁପତ୍ର ତୋଳାଳୀ ଆଦି ସମସ୍ତଙ୍କ ପାଇଁ ହୋଇଥିବା ନୂଆ ବର୍ଦ୍ଧିତ ସହାୟତା ଉପରେ ସଚେତନ କରିଥିଲେ।
କାର୍ଯ୍ୟକ୍ରମରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟିକା ବର୍ଷା ସିଂ ବରିହା ପ୍ରମୁଖ ଯୋଗ ଦେଇ କହିଥିଲେ ଯେ ବରଗଡ ଜିଲ୍ଲା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଧ୍ୟାନ ରହିଛି। ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କ ଆନ୍ତରିକତା ଯୋଗୁ ଆଜି ବରଗଡ ଜିଲ୍ଲାର ବିକାଶ ସମ୍ଭବ ହୋଇଛି ବୋଲି ସେମାନେ କହିଥିଲେ।
କାର୍ଯ୍ୟକ୍ରମରେ ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ ଓ ଜିଲ୍ଲା ପରିଷଦ ସଭାପତି ମାନିନୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା, ଦୁଲୁକୁଛି ବରଗଡ଼
ବରଗଡ଼: ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇ ଯାଇଛି। ଉଦଘାଟନୀ ସମାରୋହରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ମନିଷା ବାନାର୍ଜୀ, ଏସପି ପ୍ରହଲ୍ଲାଦ ମୀନା, ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ସୁରେଶ୍ୱର ଶତପଥୀ, ଗୁଣନିଧି ଦାଶ, ପ୍ରମୁଖ ଉପସ୍ଥିତ ଥିଲେ।
ଆଜିଠୁ ବରଗଡ଼ ସହର ପାଲଟି ଯାଇଛି ମଥୁରା ନଗରୀ ଆଉ ଅମ୍ବାପାଲି ପାଲଟିଛି ଗୋପପୁର। ଆଗାମୀ ୧୧ ଦିନ ଧରି ପୌରଣିକ କଥା ବସ୍ତୁକୁ ନେଇ ଏହି ବିରାଟ ଧନୁଯାତ୍ରା ମସୋତ୍ସବ ଅନୁଷ୍ଠିତ ହେବ। ଏଠାକାର ପ୍ରତ୍ୟେକ ନାଗରିକ ତଥା ବାହାରୁ ଆସୁଥିବା ଲୋକମାନେ ଜଣେଜଣେ କଳାକାର। ଆଗାମୀ ୧୧ ଦିନ ଧରି ଚାଲିବା ଏହି ଯାତ୍ରାରେ ସମସ୍ତ ଜନ ସାଧାରଣ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଏସପି କହିଥିଲେ। ଲକ୍ଷାଧିକ ଲୋକଙ୍କ ସମାଗମକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ମୟୂରଭଂଜର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୧୧ କୋଟି ୫୦ ଲକ୍ଷ – ୩୦୮୧ ପ୍ରକଳ୍ପ
ବରଗଡର ୫ଟି ନିର୍ବାଚନ ମଣ୍ଡଳୀ ପାଇଁ ୧୨୬ କୋଟି ୫୦ ଲକ୍ଷ – ୩୧୩୫ ପ୍ରକଳ୍ପ
ଦେବଗଡର ଗୋଟିଏ ନିର୍ବାଚନମଣ୍ଡଳୀ ପାଇଁ ୩୫ କୋଟି – ୯୯୧ ପ୍ରକଳ୍ପ
ଭୁବନେଶ୍ବର: ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ତୃତୀୟ ଦିନରେ ମୟୂରଭଞ୍ଜ,, ବରଗଡ ଓ ଦେବଗଡ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।   ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା । ଏଥିପାଇଁ ମୟୂରଭଂଜ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୧୧ କୋଟି ୫୦ ଲକ୍ଷ ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ବଡସାହି, ବାଙ୍ଗିରୀପୋଷି, ବାରିପଦା, ମୋରଡା ଏବଂ ଉଦଳା।  ଏହିସବୁ ନିର୍ବାଚନମଣ୍ଡଳୀର ୨୨୩ଟି ଗ୍ରାମ ପଞ୍ଚାୟତରେ ୩୦୮୧ ଟି ପ୍ରକଳ୍ପ ହେବ। ସେହିପରି ବରଗଡ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୨୬ କୋଟି ୫୦ ଲକ୍ଷ ଟଙ୍କା  ମଂଜୁର ହୋଇଛି। ଏହିସବୁ ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଅତାବିରା, ବିଜେପୁର, ବରଗଡ, ପଦମପୁର ଓ ଭଟଲି।  ଏଥିରେ ୨୫୩ଟି ଗ୍ରାମପଞ୍ଚାୟତରେ ୩୧୩୫ ଟି ପ୍ରକଳ୍ପ କରାଯିବ। ସେହିପରି ଦେବଗଡ ଜିଲ୍ଲାର  ଗୋଟିଏ ନିର୍ବାଚନମଣ୍ଡଳୀ ପାଇଁ ୩୫ କୋଟି ଟଙ୍କା ଅନୁମୋଦନ କରାଯାଇଛି ଏବଂ ଏଥିରେ ୭୦ଟି ଗ୍ରାମପଞ୍ଚାୟତରେ  ୯୯୧ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ।
ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ,  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।  ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତାର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା ।
ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ।  ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗାଁ ରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁ ରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking  ସୁବିଧା  ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର   ପରିଚୟକୁ ଆହୁରି ଉଜ୍ଜଳ କରିବ। ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଆଜିର କାର୍ଯ୍ୟକ୍ରମ ପାଇଁ ମୟୂରଭଂଜ ଜିଲ୍ଲାର ୫ଟି, ବରଗଡ ଜିଲ୍ଲାର ୫ଟି ଓ ଦେବଗଡ ଜିଲ୍ଲାର ଗୋଟିଏ ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା।
5T ସଚିବ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ସ୍ରୁଷ୍ଟି କରିଛି ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମନ୍ତ୍ରୀ  ରୀତା ସାହୁ, ସାଂସଦ ଶ୍ରୀମତୀ ମମତା ମହନ୍ତ, ବିଧାୟକ ରାଜକିଶୋର ଦାସ, ବିଧାୟକ ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟକ ବର୍ଷା ସିଂ ବରିହା, ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ । 5T ସଚିବଙ୍କ ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି ବୋଲି ସେମାନେ କହିଥିଲେ ।
ତାଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଞ୍ଚଳ ପାଇଁ ଯେଉଁ ଯେଉଁ ପ୍ରକଳ୍ପ ସବୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି, ସେ ସଂପର୍କରେ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଲୋକଙ୍କ ପ୍ରସ୍ତାବିତ ପ୍ରକଳ୍ପ ଓ ଆବଶ୍ୟକତାକୁ ଦେଖି ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି ।
ଶ୍ରୀ ପାଣ୍ଡିଆନ ସୂଚନା ଦେଇ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସହିତ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। ମୟୂରଭଂଜ ଜିଲ୍ଲାରେ ବାରିପଦା ସହରର ରିଂଗ ରୋଡ ତଥା ବନ୍ୟା ନିୟନ୍ତ୍ରଣ ବନ୍ଧ ପାଇଁ ୧୫୪.୧୨ କୋଟି, ବାରିପଦା MPC College ର ଉନ୍ନତିକରଣ ପାଇଁ ୧.୫୦ କୋଟି ଟଙ୍କା, ମାଣତ୍ରୀଠାରେ ବାବା କଖାରୁଆ ବୈଦନାଥ ଶିବ ମନ୍ଦିରର ଉନ୍ନତିକରଣ ପାଇଁ ୧ କୋଟି, ବାରିପଦାରୁ ପ୍ରତାପପୁର ବଡସାହି ଦେଇ ମାଣିତ୍ରୀ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ୩୭.୦୪ କୋଟି, ବେତନଟୀ-ବଡସାହି ରାସ୍ତାର ଉନ୍ନତିକରଣ ପାଇଁ ୧୯.୪୪ କୋଟି – ଏହିପରି ଜିଲ୍ଲାର ୫ଟି ପ୍ରକଳ୍ପ ପାଇଁ ୨୧୩.୧୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ ।
ସେହିପରି ବରଗଡ ଜିଲ୍ଲାରେ ତୁରୁଙ୍ଗା ବୈଷ୍ଣୋଦେବୀ ମନ୍ଦିର ପାଇଁ ୧.୩୬ କୋଟି, ବରଗଡ ମହିଳା କଲେଜ ପାଇଁ ୧.୨୫ କୋଟି, ବରଗଡ ପଞ୍ଚାୟତ କଲେଜ ପାଇଁ ୧.୨୫ କୋଟି, ସରଣ୍ଡା ବିଶେଷ୍ବର ମନ୍ଦିର ପାଇଁ ୨.୬୦ କୋଟି, ପପଙ୍ଗା ପାହାଡ ପର୍ଯ୍ୟଟନ କେନ୍ଦ୍ର ପାଇଁ ୧.୮୦ କୋଟି, ଅତାବିରା ରାମଚଣ୍ଡୀ ମନ୍ଦିର ପାଇଁ ୧.୪୦ କୋଟି, ଲରମ୍ଭା କଲେଜ ପାଇଁ ୧.୨୫ କୋଟି – ଏହିପରି ୭ଟି ପ୍ରକଳ୍ପ ପାଇଁ ୧୦.୯୧ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।
ସେହିପରି ଦେବଗଡ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ବିକାଶମୂଳକ କାମ ସଂପର୍କରେ ସୂଚନା ଦେଇ ଶ୍ରୀ ପାଣ୍ଡିଆନ କହିଲେ ଯେ ଗୋହିରା ଡ୍ୟାମ୍‌ର କେନାଲ ଲାଇନିଂ ପାଇଁ ୧୭.୬୮ କୋଟି, ତିଲେଇବଣି ହକି ଟ୍ରେନିଂ ସେଣ୍ଟରରେ ସିନ୍ଥେଟିକ ଟର୍ଫ ପାଇଁ ୧୨ କୋଟି ଟଙ୍କା, ଝାଡେଶ୍ବର ମନ୍ଦିରର ବିକାଶ ପାଇଁ ୩.୧୦ କୋଟି, ଦେବଗଡ ମଡେଲ ଡିଗ୍ରୀ କଲେଜ ପାଇଁ ୧.୨୫ କୋଟି, ଦେବଗଡ କଲେଜ ପାଇଁ ୧ କୋଟି, ପ୍ରଧାନପାଟ ଜଳପ୍ରପାତ ପର୍ଯ୍ୟଟନ ବିକାଶ ପାଇଁ ୦.୯୨ କୋଟି, କୁରୁଡକୋଟ ଜଳପ୍ରପାତ ପର୍ଯ୍ୟଟନ ବିକାଶ ପାଇଁ ୦.୭୫ କୋଟି, ଦେଓଝରଣ ଜଳପ୍ରପାତ ପର୍ଯ୍ୟଟନ ବିକାଶ ପାଇଁ ୦.୭୭ କୋଟି, ଗୋହିରା ନିକଟରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୦.୬୨ କୋଟି, ରିଆମାଳ ଯୋଗୀହୁଲି ପର୍ଯ୍ୟଟନ କ୍ଷେତ୍ର ପାଇଁ ୦.୬ କୋଟି ଏବଂ ରିଆମାଳ ଭିତରପଡା ଠାରେ ଡୋକ୍ରା କାରିଗର ମାନଙ୍କ ପାଇଁ Common Facility Centreର ବିକାଶ ପାଇଁ ୦.୪୦ କୋଟି ଟଙ୍କା – ଏହିପରି ୧୧ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୯ କୋଟି ୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।
କାର୍ଯ୍ୟକ୍ରମରେ ୩ଟି ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।
ଜନ୍ମମାଟିରେ ସହିଦ ଯବାନ ନୀଳାଚଳ ପଟେଲଙ୍କ ପାର୍ଥିବ ଶରୀର
ବରଗଡ଼: ବରଗଡ଼ରେ ପହଞ୍ଚିଲା ସହିଦ ଯବାନ ନୀଳାଚଳ ପଟେଲଙ୍କ ପାର୍ଥିବ ଶରୀର ।  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି ପାର୍ଥିବ ଶରୀର । ଗତ ଶୁକ୍ରବାର ଦିନ ରାତ୍ରୀକାଳୀନ ପାଟ୍ରୋଲିଂ ବେଳେ ଦୁର୍ଘଟଣାରେ ନୀଳାଚଳ ପଟେଲଙ୍କ ବିୟୋଗ ହୋଇଥିଲା । ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ବାଘପାଲି ଗାଁର ନୀଳାଚଳଙ୍କ ଘର । ଆଜି ମଧ୍ୟାହ୍ନରେ ଜନ୍ମ ମାଟି ବାଘପାଲି ସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଖେଳ ପଡିଆରେ ହେବ ଶେଷକୃତ୍ୟ । ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହିଦ ଯବାନ ନିଳାଚଳଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।
ବରଗଡ଼ରେ ନକଲି ଔଷଧ କାରବାରର ପର୍ଦ୍ଦାଫାସ; ଉତ୍ତରପ୍ରଦେଶରୁ ୫ ବ୍ୟବସାୟୀଙ୍କୁ ଗିରଫ କଲା ବରଗଡ଼ ପୁଲିସ
ବରଗଡ଼: ବରଗଡରେ ନକଲି ଔଷଧ ବିକ୍ରି କରୁଥିବା ଜଣେ ବ୍ୟକ୍ତିକୁ ଗିରଫ କରିବା ପରେ ପୁଲିସ ବିଭାଗର ଅଧିକ ତଦନ୍ତ ପରେ ନକଲି ଔଷଧ ସବୁ ଉତ୍ତରପ୍ରଦେଶ ରାଜ୍ୟରୁ ଆସୁଥିବା ଜାଣିବାକୁ ପାଇଥିଲା । ପରେ ବରଗଡ ଏସପିଙ୍କ ନିର୍ଦ୍ଦଶ କ୍ରମେ ଏକ ଟିମ ଉତ୍ତରପ୍ରଦେଶ ରାଜ୍ୟକୁ ଯାଇ ସେଠାକାର STF ର ସହାୟତାରେ ୫ ଜଣ ଅପରାଧୀକୁ ଗିରଫ କରିଛି। ସମସ୍ତ ୫ ଜଣ ଅପରାଧୀ ଦେଶର ବିଭିନ୍ନ ରାଜ୍ୟକୁ ନକଲି ଔଷଧ ସପ୍ଲାଇ କରୁଥିଲେ। ତେବେ ଏ ନେଇ ଆଜି ପୁଲିସ ବିଭାଗ ପକ୍ଷରୁ ବରଗଡ ଟାଉନ ଥାନା ପରିଶରରେ ଏକ ସାମ୍ବାଦିକ ସମ୍ବିଳନୀର ଆୟୋଜନ କରାଯାଇ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ଦୀର୍ଘ ଦିନରୁ ବରଗଡରେ ନକଲି ଔଷଧର କାରବାର ଚାଲିଥିବା ସୂଚନା ପାଇ ଗତ ଜାନୁୟାରୀ ୧୭ ତାରିଖରେ STF ଟିମ ବରଗଡର ଅଶୋକ ମେଡିକାଲରେ ଛାପା ମାରିଥିଲା।  ବହୁ ନକଲି ମେଡ଼ିସିନ ଜବତ କରିବା ସହିତ ନକଲି ଔଷଧ ବିକ୍ରେତା ସୁନୀଲ ଅଗ୍ରୱାଲଙ୍କୁ ଗିରଫ କରିଥିଲା । ବରଗଡର ପୁରୁଣା ଡାକ୍ତରଖାନା ନିକଟରେ ରହିଥିବା ଅଶୋକ ମେଡିକାଲ ହଲର ମାଲିକ ସୁନୀଲ ଅଗ୍ରୱାଲକୁ ଗିରଫ କରି ପୁଲିସ ତାଙ୍କୁ ଜେରା କରିଥିଲା। ଅଧିକ ତଦନ୍ତ ପରେ ସୁନିଲ ଅଗ୍ରୱାଲଙ୍କୁ କୋର୍ଟକୁ ଚାଲାଣ କରାଯାଇଥିଲା ।
ତେବେ ଉକ୍ତ ଦୋକାନରୁ ଜବତ ହୋଇଥିବା ଔଷଧ ଗୁଡିକ ନକଲି ବୋଲି ଲେବୋରେଟୋରୀ ଟେଷ୍ଟରୁ ରିପୋର୍ଟ ଆସିବା ପରେ ପୁଲିସ ପୁଣି ସକ୍ରିୟ ହୋଇପଡିଥିଲା । ନକଲି ଔଷଧ ସପ୍ଲାଇ କରୁଥିବା ଉତ୍ତରପ୍ରଦେଶର ଅପରାଧୀଙ୍କୁ ଧରିବାକୁ ଯୋଜନା କରିଥିଲା । ତେବେ ବରଗଡ ଏସପିଙ୍କ ନିର୍ଦ୍ଦେଶ କ୍ରମେ ବରଗଡ ପୁଲିସ ବିଭାଗର ୯ ଜଣିଆ ଟିମ ଗଠନ କରାଯାଇଥିଲା। ଓଡିଶା ଏସଟିଏଫର ଦୁଇଜଣ ଅଫିସର , ବରଗଡ ଡ୍ରଗ ଇନିସପେକ୍ଟର ଓ ଝାରସୁଗୁଡା ଡ୍ରଗ ଇନିସପେକ୍ଟରଙ୍କ ମିଳିତ ଟିମ ଉତ୍ତରପ୍ରଦେଶ ରାଜ୍ୟକୁ ଯାଇ ସେଠାକାର ପୁଲିସ ଓ STF ର ସହାୟତାରେ ନକଲି ଔଷଧ କାରବାର କରୁଥିବା ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବରଗଡ ଜିଲ୍ଲାକୁ ଆଣିବାରେ ସଫଳ ହୋଇଛି।
ତେବେ ୟୁପି ରାଜ୍ୟର ସମସ୍ତ ଅଭିଯୁକ୍ତ ବାରଣାସୀ ଜିଲ୍ଲାର ହୋଇଥିବା ବେଳେ ଅଭିଯୁକ୍ତ ମାନେ ହେଲେ ୩୦ ବର୍ଷୀୟ ଶୁଭମ ଜଶ୍ଵାଳ , ୪୨ ବର୍ଷୀୟ ରିତେଶ ଜଶ୍ଵାଳ , ୪୯ ବର୍ଷୀୟ ଚନ୍ଦ୍ରଶେଖର ସିଂ , ୪୦ ବର୍ଷୀୟ ଗୌରବ ଶର୍ମା ଏବଂ ୩୫ ବର୍ଷୀୟ ଅଭିଶେଖ କୁମାର ସିଂ। ନକଲି ଔଷଧ କାରବାରରେ ଉତ୍ତରପ୍ରଦେଶ ରାଜ୍ୟର ୫ ଜଣ ଅଭିଯୁକ୍ତଙ୍କୁ ଆଜି ବରଗଡ ପୁଲିସ କୋର୍ଟକୁ ଚାଲାଣ କରିଥିବା ବେଳେ ପୂର୍ବରୁ ବରଗଡ ଗୋକୁଳ ଧାମର ୪୧ ବର୍ଷୀୟ ସୁନୀଲ ଅଗ୍ରୱାଲକୁ କୋର୍ଟ ଚାଲାଣ କରାଯାଇଥିଲା।