Bribery Case - The Sakala

ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !
ଭୁବନେଶ୍ୱର: ଲାଞ୍ଚ ନ ଦେଲେ କୌଣସି କାମ ହେଉନି। ଟ୍ରାନ୍ସଫର୍‌‌ ସାର୍ଟିଫିକେଟ୍‌‌ (ଟିସି) ଠାରୁ ଆରମ୍ଭ କରି ହଷ୍ଟେଲ୍‌‌ ଆବଣ୍ଟନ ଯାଏଁ ସବୁଠି ହାତଗୁଞ୍ଜା ଦେବାକୁ ପଡ଼ୁଛି। ନୂତନ ଭାବେ ଶିକ୍ଷାନୁଷ୍ଠାନକୁ ଆସିଥିବାରୁ ଅଭିଯୋଗ କରିବାକୁ ପିଲାମାନେ ସାହସ ଜୁଟାଇ ପାରୁ ନାହାନ୍ତି। ରାଜ୍ୟର ଏକମାତ୍ର ଓ ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ‘ରମାଦେବୀ’ରେ ଖୁଲମ୍‌‌ଖୁଲା ଲାଞ୍ଚ କାରବାର ହେଉଥିବାବେଳେ ଆଜି ଏହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ସମ୍ପ୍ରତ୍ତି ନାମଲେଖା ପ୍ରକ୍ରିୟା ଜାରି ରହିଥିବାରୁ ବହୁ ସଂଖ୍ୟାରେ ଛାତ୍ରୀ ଟିସି ନେଇ ଅନ୍ୟତ୍ର ସ୍ପଟ୍‌‌ ଚୟନରେ ନାମଲେଖାଉଛନ୍ତି। ସମୟର ସ୍ୱଳ୍ପତା କାରଣରୁ ଅନେକ ସମୟରେ ଶୀଘ୍ର ଟିସି କିମ୍ବା କଲେଜ୍‌‌ ଲିଭିଂ ସାର୍ଟିଫିକେଟ୍‌‌ (ସିଏଲ୍‌‌ସି) ଦେବାକୁ ଛାତ୍ରୀମାନେ ଅନୁରୋଧ କରୁଛନ୍ତି। ଏହାର ଫାଇଦା ଉଠାଇ କିଛି ଅସାଧୁ ଅଧିକାରୀ ଲାଞ୍ଚ ନେଉଛନ୍ତି। ଆଜି କିଛି ଛାତ୍ରୀ ସିଟି ନାମଲେଖା ପାଇଁ ବିଶ୍ୱବିଦ୍ୟାଳୟକୁ ସିଏଲ୍‌‌ସି ନେବାକୁ ଆସିଥିବାବେଳେ ଏକାଡେମିକ୍‌‌ ସେକ୍ସନ୍‌‌ରେ ଲାଞ୍ଚ ମାଗୁଥିବା ଦେଖାଯାଇଛି। ନଗଦ ଆକାରରେ ମିଳୁଥବା ଲାଞ୍ଚ ଅର୍ଥକୁ ଟେବୁଲ୍‌‌ ତଳେ ଗ୍ରହଣ କରାଯାଉଛି। ସେହିପରି ଅନ୍‌‌ଲାଇନ୍‌‌ରେ ଲାଞ୍ଚ ଗ୍ରହଣ ପାଇଁ କ୍ୟୁଆର୍‌‌ କୋଡ୍‌‌ ସ୍କାନର ମଧ୍ୟ ବ୍ୟବସ୍ଥା କରିଛନ୍ତି। ଯାହାର ଫଟୋ କ୍ୟାମେରାରେ କଏଦ୍‌‌ ହୋଇଛି। ଜଣେ କର୍ମଚାରୀ ଲାଞ୍ଚ ଟଙ୍କା ସଂଗ୍ରହ କରୁଥିବାବେଳେ ନିକଟରେ ଥିବା ଅନ୍ୟ ଅଧିକାରୀମାନେ ମଧ୍ୟ ଏ ସମ୍ପର୍କରେ ଅବଗତ ଥିଲେ। ଲାଞ୍ଚ କାରବାରକୁ ଜଣେ ଅଭିଭାବକ ପ୍ରତିବାଦ କରିବା ପରେ ସମସ୍ତ ଅଧିକାରୀ ଏକ ସ୍ୱରରେ ଲାଞ୍ଚ ନେଉଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେଇଥିଲେ। ଏପରିକି ‘ଆମେ ତୁମ କାମ କରାଇଲୁ ଆମକୁ ଖୁସି କରାଇବାକୁ ୧୦୦ଟଙ୍କା ଦେବାକୁ ହେବ’ ବୋଲି ମନ୍ତବ୍ୟ ଦେଇଥିଲେ। ସିଏଲ୍‌‌ସି ପାଇଁ ସରକାର ମାତ୍ର ୧୦ ଟଙ୍କା ଫି’ ଧାର୍ଯ୍ୟ କରିଛନ୍ତି। ଏଥିପାଇଁ ୧୦ ଟଙ୍କାର ରସିଦ୍‌‌ ମଧ୍ୟ ଦିଆଯାଉଛି। ମାତ୍ର ଜୋରଜବରଦସ୍ତି ପିଲାଙ୍କ ଠାରୁ ଟଙ୍କା ସଂଗ୍ରହ କରାଯାଉଛି।

ଅପରପକ୍ଷରେ ହଷ୍ଟେଲ୍‌‌ରେ ସିଟ୍‌‌ ଦେବା ପାଇଁ ମଧ୍ୟ କିଛି କର୍ମଚାରୀ ବ୍ୟାପକ ଲାଞ୍ଚ ନେଉଥିବା ଅଭିଯୋଗ ହେଉଛି। ନବାଗତ ଛାତ୍ରୀଙ୍କ ଠାରୁ ଲାଞ୍ଚ ନେଉଥିବା ଜାଣିବା ପରେ ବରିଷ୍ଠ ଶ୍ରେଣୀର ଛାତ୍ରୀମାନେ ଲାଞ୍ଚ ରୋକିବାକୁ ଅଣ୍ଟା ଭିଡ଼ିଛନ୍ତି। ଅଭିଯୋଗ ସତ୍ତ୍ବେ ଅଧିକାରୀମାନେ କର୍ଣ୍ଣପାତ କରୁ ନଥିବାରୁ ସେମାନଙ୍କୁ ଅବଗତ କରିବାକୁ ସଚେତନ କରାଯାଉଛନ୍ତି। ଯାହାକୁ ନେଇ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ପ୍ରଭାବିତ ହେବା ସହ ଲାଞ୍ଚ କାରବାରର ମଞ୍ଚ ପାଲଟିଥିବା ଅଭିଯୋଗ ହୋଇଛି।

ଘଟଣା ସମ୍ପର୍କରେ କୁଳପତିଙ୍କ ପାଖରେ ଫଟୋ ପ୍ରମାଣ ସହ ଅଭିଯୋଗ କରିବା ପରେ କୁଳପତି ତଦନ୍ତ ଆରମ୍ଭ କରିଛନ୍ତି। ନାମଲେଖା ପାଇଁ ଗଠିତ କମିଟିକୁ ନେଇ ବୈଠକ କରିବା ସହ ଅଭିଯୋଗ ସମ୍ପର୍କରେ କୈଫୟତ ମାଗିଛନ୍ତି। ମାତ୍ର ଦୁଇ ଦିନ ହେଲା ଏପରି ଭାବେ ଅର୍ଥ ସଂଗ୍ରହ କରାଯାଉଥିବା କର୍ମଚାରୀମାନେ ସ୍ୱୀକାର କରିଥିବା କୁଳପତି ପ୍ରଫେସର ଜ୍ୟୋସ୍ନା କେବି ରାଉତ ସୂଚନା ଦେଇଛନ୍ତି। ସମ୍ପୃକ୍ତ କର୍ମଚାରୀଙ୍କୁ ଅନ୍ୟ ବିଭାଗକୁ ତୁରନ୍ତ ବଦଳି କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି। ଭବିଷ୍ୟତରେ କୌଣସି କର୍ମଚାରୀ ଏପରି କାର୍ଯ୍ୟରେ ଲିପ୍ତ ଥିଲେ ସିଧା ଚାକିରିରୁ ବିଦା କରାଯିବ ବୋଲି କଡ଼ା ଚେତାବନୀ ଶୁଣାଇଛନ୍ତି। ରାଜଧାନୀର ଛାତି ଉପରେ ଥିବା ଏହି ବିଶ୍ୱବିଦ୍ୟାଳୟରେ ଖୁଲମ୍‌‌ଖୁଲା ଲାଞ୍ଚ କାରବାର ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ନୟାଗଡ଼ର ପୂର୍ବତନ ଜେଇଙ୍କୁ ଲାଞ୍ଚ ମାମଲାରେ ୩ ବର୍ଷର ସଶ୍ରମ କାରାଦଣ୍ଡ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ପୂର୍ବତନ କନିଷ୍ଠ ଯନ୍ତ୍ରୀ (ଜେଇ) ଚିତ୍ତ ରଞ୍ଜନ ପରିଡ଼ାଙ୍କୁ ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଭୁବନେଶ୍ୱର ସ୍ଥିତ ଅତିରିକ୍ତ ସ୍ୱତନ୍ତ୍ର ବିଚାରପତି (ଭିଜିଲାନ୍ସ) ତାଙ୍କୁ ୩ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇବା ସହ ଏକ ନିର୍ଦ୍ଦିଷ୍ଟ ଅର୍ଥରାଶିର ଜୋରିମାନା ଲଗାଇଛନ୍ତି।

ସୂଚନା ଅନୁଯାୟୀ, ଗୋଟିଏ ସିସି ରୋଡ୍ (CC Road) ପ୍ରକଳ୍ପର ଚୂଡ଼ାନ୍ତ ବିଲ୍ ପାସ୍ କରାଇଦେବା ପାଇଁ ଶ୍ରୀ ପରିଡ଼ା ଜଣେ ଠିକାଦାରଙ୍କଠାରୁ ୫୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା ଏବଂ ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା। ଦୁର୍ନୀତି ନିବାରଣ ଆଇନ, ୧୯୮୮ ର ଧାରା ୧୩(୨) ସହ ୧୩(୧)(ଡି)/୭ ଅନୁଯାୟୀ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଦୀର୍ଘ ଦିନର ବିଚାର ପ୍ରକ୍ରିୟା ଶେଷ ହେବା ପରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି କଠୋର ଦଣ୍ଡାଦେଶ ଶୁଣାଇଛନ୍ତି। ବର୍ତ୍ତମାନ ଚାକିରିରୁ ଅବସର ନେଇସାରିଥିବା ଚିତ୍ତ ରଞ୍ଜନ ପରିଡ଼ାଙ୍କ ପେନ୍‌ସନ୍ ସୁବିଧା ବନ୍ଦ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ।

ଲାଞ୍ଚ ମାମଲାରେ ୨ ଅବସରପ୍ରାପ୍ତ ବନ ବିଭାଗ ଅଧିକାରୀଙ୍କୁ ୩ ବର୍ଷର ସଶ୍ରମ କାରାଦଣ୍ଡ
ବଲାଙ୍ଗୀର: ଲାଞ୍ଚ ମାମଲାରେ ବଲାଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୁଇ ଜଣ ଅବସରପ୍ରାପ୍ତ ବନ ବିଭାଗ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୧.୬୬ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଏବଂ ଗ୍ରହଣ କରିବା ଅଭିଯୋଗରେ ଉଭୟଙ୍କୁ ୩ ବର୍ଷର ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରାଯାଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

ଓଡ଼ିଶା ଭିଜିଲାନ୍ସର ଏକ ବିବୃତ୍ତି ଅନୁଯାୟୀ, ବଲାଙ୍ଗୀର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତି ଏହି ମାମଲାରେ ପାଟଣାଗଡ଼ ଡିଭିଜନର କେନ୍ଦୁପତ୍ର ବିଭାଗର ପୂର୍ବତନ ଡିଭିଜନାଲ ଫରେଷ୍ଟ ଅଫିସର (DFO) ପ୍ରଣବ କୁମାର ମହାନ୍ତି ଏବଂ ଘସିଆନ୍ ଦକ୍ଷିଣ ରେଞ୍ଜର ପୂର୍ବତନ ଡେପୁଟି ରେଞ୍ଜ ଅଫିସର ଚିତ୍ତରଞ୍ଜନ ଦେହୁରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କାରାଦଣ୍ଡ ସହିତ କୋର୍ଟ ଉଭୟ ଦୋଷୀଙ୍କ ଉପରେ ଜୋରିମାନା ମଧ୍ୟ ଲଗାଇଛନ୍ତି।

୨୦୨୦ ମସିହା ଜୁନ୍ ୮ ତାରିଖରେ ଦୁର୍ନୀତି ନିବାରଣ ଆଇନର ଧାରା ୭ ଏବଂ ୧୨ ଅନୁଯାୟୀ ସମ୍ବଲପୁର ଭିଜିଲାନ୍ସ ପୋଲିସ ଷ୍ଟେସନରେ ମାମଲା ନମ୍ବର ୧୩ ରୁଜୁ ହୋଇଥିଲା। ଭିଜିଲାନ୍ସର ସୂଚନା ଅନୁଯାୟୀ, କେନ୍ଦୁପତ୍ର ଫଡ଼ି ବା ଗୋଦାମ ଘରର ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ଅର୍ଥ ପ୍ରଦାନ କରିବା ବାବଦରେ ଉଭୟ ପ୍ରଣବ କୁମାର ମହାନ୍ତି ଏବଂ ଚିତ୍ତରଞ୍ଜନ ଦେହୁରୀ ପାଟଣାଗଡ଼ ରେଞ୍ଜର ଜଣେ ଅଧିକାରୀଙ୍କଠାରୁ ୧ ଲକ୍ଷ ୬୬ ହଜାର ଟଙ୍କା ଲାଞ୍ଚ ମାଗିବା ସହ ଗ୍ରହଣ କରିଥିଲେ।

ବର୍ତ୍ତମାନ ଉଭୟ ଅଭିଯୁକ୍ତ ଅଧିକାରୀ ଚାକିରିରୁ ଅବସର ନେଇସାରିଛନ୍ତି। ତେବେ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ, ଉଭୟଙ୍କର ପେନସନ୍ ବନ୍ଦ କରିବା ପାଇଁ ସକ୍ଷମ ପ୍ରାଧିକରଣଙ୍କୁ ଅବଗତ କରାଯିବ ବୋଲି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI, ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ
ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଆରଆଇ । ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ତହସିଲ ଅନ୍ତର୍ଗତ କାଲୋସିହିରିଆ ରାଜସ୍ୱ ନିରୀକ୍ଷକ (ଆରଆଇ) ଅନିତା ଜେନା ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି । ଜଣେ ଆବେଦନକାରୀଙ୍କୁ ତାଙ୍କ ପୈତୃକ ଜମିର ସୀମା ନିର୍ଦ୍ଧାରଣ (ଡିମାର୍କେସନ) ରିପୋର୍ଟ ପ୍ରଦାନ କରିବା ପାଇଁ ସେ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଭିଜିଲାନ୍ସ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତି ଅନୁଯାୟୀ, ଅଭିଯୋଗକାରୀ କିଛି ମାସ ପୂର୍ବେ ନିଜ ପୈତୃକ ଜମିର ଡିମାର୍କେସନ ରିପୋର୍ଟ ପାଇଁ ଆବେଦନ କରିଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ୱେ ଆରଆଇ ଅନିତା ଜେନା କୌଣସି ବୈଧ କାରଣ ନଥାଇ ପ୍ରକ୍ରିୟାରେ ବିଳମ୍ବ କରିଥିଲେ। ଭିଜିଲାନ୍ସ ଅଧିକାରୀମାନେ କହିଛନ୍ତି ଯେ, ଏହି ରିପୋର୍ଟ ପ୍ରଦାନ ପାଇଁ ଆବେଦନକାରୀଙ୍କ ଠାରୁ ୪,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ ଆରଆଇ। ଏଥିରେ ଅତିଷ୍ଠ ହୋଇ ଆବେଦନକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ଏକ ଅଭିଯୋଗ ଦାୟର କରିଥିଲେ।

ଏହି ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଟିମ୍ ଏକ ଯୋଜନା ପ୍ରସ୍ତୁତ କରିଥିଲା। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଅଭିଯୋଗକାରୀଙ୍କ ଠାରୁ ୪,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ରଙ୍ଗେହାତ ଧରିଥିଲେ। ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହି ଘଟଣା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭିଯୁକ୍ତ ଆରଆଇଙ୍କ ସହ ଜଡିତ ୩ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି।

୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସକୁ ଦେଖି ଫେରାର ହୋଇଗଲେ ନାଚୁଣୀ ଥାନା ASI
ଖୋର୍ଦ୍ଧା: ଲାଞ୍ଚ ନେବାବେଳେ ଭିଜିଲାନ୍ସକୁ ଦେଖି ଫେରାର ହୋଇଗଲେ ନାଚୁଣୀ ଥାନା ASI ଅକ୍ଷୟ କୁମାର ସେଠୀ । ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନାରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସଆଇ) ଅକ୍ଷୟ କୁମାର ସେଠୀ ଏକ ଜମି ବିବାଦ ମାମଲାର ରଫାଦଫା କରିବା ପାଇଁ ୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌କୁ ଦେଖି ଫେରାର ହୋଇଯାଇଛନ୍ତି। ଭିଜିଲାନ୍ସ ପକ୍ଷରୁ ତାଙ୍କ ନାମରେ ଏକ ଦୁର୍ନୀତି ମାମଲା ରୁଜୁ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତ ଜୁଲାଇ ୫ ତାରିଖରେ ଜଣେ ବ୍ୟକ୍ତି ଏକ ଜମି ବିବାଦକୁ ନେଇ ନାଚୁଣୀ ଥାନାରେ ଅଭିଯୋଗ କରିଥିଲେ, ଯାହାର ଏକ ପାଲଟା ଅଭିଯୋଗ ମଧ୍ୟ ଦ୍ୱିତୀୟ ପକ୍ଷରୁ କରାଯାଇଥିଲା। ଏହି ଉଭୟ ମାମଲାର ତଦନ୍ତ ଦାୟିତ୍ୱ ଏଏସଆଇ ଅକ୍ଷୟ କୁମାର ସେଠୀଙ୍କୁ ଦିଆଯାଇଥିଲା। ପରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା। ତଥାପି, ମାମଲାକୁ ଥାନା ସ୍ତରରେ ବନ୍ଦ କରିବା ପାଇଁ ଏଏସଆଇ ଉଭୟ ପକ୍ଷଙ୍କଠାରୁ ୧୦,୦୦୦ ଟଙ୍କା (ପ୍ରତ୍ୟେକଙ୍କଠାରୁ ୫,୦୦୦ ଟଙ୍କା) ଦାବି କରିଥିଲେ। ଅଭିଯୋଗକାରୀଙ୍କୁ ନିଜ କର୍ମକ୍ଷେତ୍ର (ଓଡ଼ିଶା ବାହାରକୁ) ଫେରିବାକୁ ଥିବାରୁ, ସେ ମାମଲାର ଶୀଘ୍ର ସମାଧାନ ପାଇଁ ଅନୁରୋଧ କରିଥିଲେ। ଏଥିପାଇଁ ଜୁଲାଇ ୧୦ ତାରିଖରେ ଏକ ସତ୍ୟପାଠ ସହ ୫,୦୦୦ ଟଙ୍କା ଦେବାକୁ ଏଏସଆଇ ନିର୍ଦ୍ଦେଶ ଦେଇଥିଲେ।

ଅଭିଯୋଗକାରୀ ଲାଞ୍ଚ ଦେବାକୁ ଚାହୁଁନଥିବାରୁ ସେ ଓଡ଼ିଶା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ପକ୍ଷରୁ ଏକ ଟ୍ରାପ୍ ବା ଜାଲ ବିଛାଯାଇଥିଲା। ଜୁଲାଇ ୧୦ ତାରିଖ ରାତିରେ ଏକ ନିଛାଟିଆ ସ୍ଥାନରେ ଏଏସଆଇ ଜଣକ ଯେତେବେଳେ ଲାଞ୍ଚ ଅର୍ଥ ଗ୍ରହଣ କରୁଥିଲେ, ସେତେବେଳେ ଭିଜିଲାନ୍ସ ଟିମ୍ ଦୂରରୁ ନଜର ରଖିଥିଲେ। ତେବେ ଭିଜିଲାନ୍ସ ଅଧିକାରୀମାନଙ୍କୁ ନିଜ ଆଡ଼କୁ ଆସୁଥିବା ଦେଖି ଅକ୍ଷୟ କୁମାର ସେଠୀ ଲାଞ୍ଚ ବାବଦ ୫,୦୦୦ ଟଙ୍କା ଧରି ନିଜ ବାଇକ୍‌ରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଏହି ଘଟଣା ପରେ ନାଚୁଣୀ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଅଭିଯୁକ୍ତ ଏଏସଆଇଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକାସାଙ୍ଗରେ ଚଢ଼ାଉ କରାଯାଇଛି। ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଫେରାର ଏଏସଆଇଙ୍କୁ ଠାବ କରିବା ଏବଂ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ଭିଜିଲାନ୍ସ ଅଧିକାରୀମାନେ ସୂଚନା ଦେଇଛନ୍ତି।

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ; ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଗିରଫ
ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ । ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କଲା ଭିଜିଲାନ୍ସ ଟିମ୍ । ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ (RWD-I) ର ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ ଏକ ବିଲ୍ ପାସ୍ କରାଇଦେବା ବାବଦରେ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜୁନ ୨୩ ତାରିଖ ବିଳମ୍ବିତ ରାତିରେ ଭିଜିଲାନ୍ସ ଟିମ୍ ଏହି ଚଢ଼ାଉ କରି ତାଙ୍କୁ ରଙ୍ଗେହାତ ଧରିବାରେ ସଫଳ ହୋଇଛି।

ସୂଚନା ଅନୁଯାୟୀ, ଜଣେ ଠିକାଦାରଙ୍କ ୫୦ ଲକ୍ଷ ଟଙ୍କାର ବକେୟା ବିଲ୍ କ୍ଲିୟର କରିବା ଏବଂ ଏକ ନୂତନ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ଆବଶ୍ୟକୀୟ 'କାର୍ଯ୍ୟ ଅଭିଜ୍ଞତା ପ୍ରମାଣପତ୍ର' ବା ୱର୍କ ଏକ୍ସପେରିଏନ୍ସ ସାର୍ଟିଫିକେଟ୍ ପ୍ରଦାନ କରିବା ନିମନ୍ତେ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ ଲାଞ୍ଚ ମାଗିଥିଲେ। ପ୍ରଥମେ ସେ ବିଲ୍ ଅର୍ଥର ୫ ପ୍ରତିଶତ ଅର୍ଥାତ୍ ୨.୫ ଲକ୍ଷ ଟଙ୍କା ଦାବି କରିଥିଲେ। ପରେ ବୁଝାମଣା କ୍ରମେ ଏହା ୨ ଲକ୍ଷ ଟଙ୍କାରେ ଛିଣ୍ଡିଥିଲା। ଠିକାଦାର ଜଣକ ଏତେ ପରିମାଣର ଅର୍ଥ ଦେବାକୁ ଅସମର୍ଥ ହୋଇ ତୁରନ୍ତ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ।

ଠିକାଦାରଙ୍କ ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଜୁନ ୨୩ ତାରିଖ ରାତିରେ ଶ୍ରୀ ପଟ୍ଟନାୟକ ଲାଞ୍ଚ ନେଉଥିବା ସମୟରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ ଏବଂ ତାଙ୍କ ନିକଟରୁ ଉକ୍ତ ଲାଞ୍ଚ ବାବଦୀୟ ୨ ଲକ୍ଷ ଟଙ୍କା ଜବତ କରିଥିଲେ।

ଏହି ଘଟଣା ପରେ ଶ୍ରୀ ପଟ୍ଟନାୟକଙ୍କ ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱରସ୍ଥିତ ନନ୍ଦନ ବିହାର ବସୁନ୍ଧରା କଲୋନୀ (ପ୍ଲଟ୍ ନଂ ୨୮୬/୧୧), ତାଙ୍କର ପୈତୃକ ଗ୍ରାମ ନୟାଗଡ଼ର ଉଦୟପଥ ଲେନ୍, ଏବଂ ରାୟଗଡ଼ା ସ୍ଥିତ ତାଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ବ୍ୟାପକ ଯାଞ୍ଚ କରାଯାଇଥିଲା। ତଲାସୀ ସମୟରେ ରାୟଗଡ଼ା ସରକାରୀ ବାସଭବନରୁ ଅତିରିକ୍ତ ୩ ଲକ୍ଷ ୩୯ ହଜାର ଟଙ୍କା ନଗଦ ଜବତ କରାଯାଇଛି। ସର୍ବମୋଟ ତାଙ୍କ ନିକଟରୁ ୫ ଲକ୍ଷ ୩୯ ହଜାର ଟଙ୍କା ଜବତ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ନିର୍ବାହୀ ଯନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ଜୁନ ୩୦, ୨୦୨୬ ରେ ଚାକିରିରୁ ଅବସର ନେଇଥାନ୍ତେ। କିନ୍ତୁ ଅବସରର ମାତ୍ର କିଛି ଦିନ ପୂର୍ବରୁ ସେ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ହାତରେ ବନ୍ଧା ହୋଇଛନ୍ତି। ଏହି ମାମଲାରେ କୋରାପୁଟ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ର ଧାରା ୭ ଅଧୀନରେ କେସ୍ ନମ୍ବର ୧୨/୨୦୨୬ ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି।

ବରଗଡ଼ର ପୂର୍ବତନ ଅବକାରୀ ଇନ୍ସପେକ୍ଟରଙ୍କୁ ଲାଞ୍ଚ ମାମଲାରେ ୩ ବର୍ଷର ସଶ୍ରମ କାରାଦଣ୍ଡ
ବରଗଡ଼: ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଦାୟର ହୋଇଥିବା ଏକ ଲାଞ୍ଚ ମାମଲାରେ ବରଗଡ଼ ସଦର ରେଞ୍ଜର ପୂର୍ବତନ ଅବକାରୀ ଇନ୍ସପେକ୍ଟର ଇନ୍ଦ୍ରଜିତ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ବରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ଏହି ଦୁର୍ନୀତି ମାମଲାରେ ୩ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏଥିସହ ତାଙ୍କୁ ୧୦,୦୦୦ ଟଙ୍କା ଜୋରିମାନା ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଣେ ଅଭିଯୋଗକାରୀ ନିଜ ତେଜରାତି ଦୋକାନରେ ବିନା ଲାଇସେନ୍ସରେ ମହୁଲ ଫୁଲ ବିକ୍ରି କରୁଥିଲେ। ଏହି ଘଟଣାରେ ଅଭିଯୋଗକାରୀଙ୍କ ବିରୋଧରେ କୌଣସି ଅବକାରୀ ମାମଲା ରୁଜୁ ନକରିବା ପାଇଁ ଇନ୍ଦ୍ରଜିତ ସାହୁ ଲାଞ୍ଚ ମାଗିବା ସହ ଗ୍ରହଣ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨), ୧୩(୧)(ଡି) ଏବଂ ଧାରା ୭ ଅନୁଯାୟୀ ଓଡ଼ିଶା ଭିଜିଲାନ୍ସ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା।

ଅବକାରୀ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିବା ଇନ୍ଦ୍ରଜିତ ସାହୁ ବର୍ତ୍ତମାନ ଅବସର ଗ୍ରହଣ କରିସାରିଛନ୍ତି। ତେବେ କୋର୍ଟଙ୍କ ଦ୍ୱାରା ସେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କର ଅବସରକାଳୀନ ପେନସନ୍ ବନ୍ଦ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ଭିଜିଲାନ୍ସ ଜାଲରେ ଡେଲାଙ୍ଗ ଫରେଷ୍ଟର: ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫରେଷ୍ଟର । ଲାଞ୍ଚ ନେଲାବେଳେ ପୁରୀ ଜିଲ୍ଲା ଡେଲାଙ୍ଗ ବନାଞ୍ଚଳ ଅଧୀନରେ ଥିବା ଆଙ୍କୋଇ ଫରେଷ୍ଟର ରାକେଶ କୁମାର ପଣ୍ଡାଙ୍କୁ ମାଡିବସିଲା ଭିଜିଲାନ୍ସ ବିଭାଗ । ଜଣେ ଟ୍ରାକ୍ଟର ମାଲିକଙ୍କଠାରୁ ୨୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ରଙ୍ଗେହାତେ ଧରିଛି ।

ଅଭିଯୋଗ ଅନୁଯାୟୀ, ଫରେଷ୍ଟର ରାକେଶ ପଣ୍ଡା ଏକ ଟ୍ରାକ୍ଟର ମାଲିକଙ୍କୁ ଜଙ୍ଗଲ ରାସ୍ତା ଦେଇ ମାଟି ବୋହିବା ପାଇଁ ଅନୁମତି ଦେବା ବାବଦରେ ଏହି ଲାଞ୍ଚ ମାଗିଥିଲେ। ପୂର୍ବରୁ ବିନା ଅନୁମତିରେ ଜଙ୍ଗଲ ରାସ୍ତା ବ୍ୟବହାର କଲେ ଟ୍ରାକ୍ଟର ଜବତ କରାଯିବ ବୋଲି ରାକେଶ କୁମାର ପଣ୍ଡା ଧମକ ଦେଇଥିଲେ। କୌଣସି ବିକଳ୍ପ ନପାଇ ଟ୍ରାକ୍ଟର ମାଲିକ ଓଡ଼ିଶା ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ।

ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଟିମ୍ ଏକ ଯୋଜନା ପ୍ରସ୍ତୁତ କରିଥିଲା। ଆଜି ଫରେଷ୍ଟର ଜଣକ ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ରଙ୍ଗେହାତେ ଧରାଯାଇଥିଲା। ତାଙ୍କ ନିକଟରୁ ସମସ୍ତ ୨୫,୦୦୦ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଏହା ପରେ ଆୟ ବହିର୍ଭୂତ ସମ୍ପତ୍ତି ବା ଡିଏ ଦିଗରୁ ଅଭିଯୁକ୍ତଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।

ଲାଞ୍ଚ କାରବାରକୁ ନେଇ ସିବିଆଇ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ
ଭୁବନେଶ୍ୱର: ସିବିଆଇ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ । MCL ରୁ ଲାଞ୍ଚ ନେଉଥିବା ଜଣା ପଡିବା ପରେ ହେଲା ମାମଲା ରୁଜୁ । ଦିଲ୍ଲୀ ସିବିଆଇ କଲା ଭୁବନେଶ୍ବର ସିବିଆଇ ASI ଙ୍କ ନାମରେ ମାମଲା ରୁଜୁ । ସୁନ୍ଦରଗଡ଼ ଏମ୍‌ସିଏଲ୍‌ରେ ଦିଲ୍ଲୀ ସିବିଆଇ ପକ୍ଷରୁ ଚଢ଼ଉ ପରେ ସାମ୍ନାକୁ ଆସିଛି ଏହି ନୂଆ ତଥ୍ୟ । ତଦନ୍ତବେଳେ ସନ୍ଦେହଘେରକୁ ଆସିଛନ୍ତି ସିବିଆଇ ଭୁବନେଶ୍ବର ଶାଖାରେ ଏଏସ୍‌ଆଇ ଭାବେ କାର୍ଯ୍ୟ କରୁଥିବା ପ୍ରଶାନ୍ତ କୁମାର ପଲେଇ ।

ବସୁନ୍ଧରା ଅଞ୍ଚଳରେ ଏମ୍‌ସିଏଲ୍‌ ଗର୍ଜନବାହାଲ ଓପନ କା­­­ଷ୍ଟ ପ୍ରୋଜେକ୍ଟର ‌ଡେସ୍‌ପାଚ୍‌ ଅଧିକାରୀ ସାରଦା ପ୍ରସାଦ ସେଠୀଙ୍କ ଠାରୁ ପ୍ରଶାନ୍ତ ଟଙ୍କା ସଂଗ୍ରହ କରୁଥିବା ଅଭିଯୋଗ ହୋଇଛି। ସାରଦା ତାଙ୍କ ପଦବୀର ଅପ ବ୍ୟବହାର କରି ବିଭିନ୍ନ ପରିବହନକାରୀ ବା କୋଇଲା ଉତ୍ତୋଳନକାରୀଙ୍କ ଠାରୁ ବେଆଇନ ଆର୍ଥିକ ଲାଭ ସଂଗ୍ରହ କରିଥିବା ଜଣାପଡ଼ିଛି। ସାରଦାଙ୍କୁ ସିବିଆଇ ସମେତ ଅନ୍ୟ ତଦନ୍ତକାରୀ ସଂସ୍ଥା ଠାରୁ ରକ୍ଷା କରିବା ଲାଗି ପ୍ରଶାନ୍ତ ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ସେହି ଆଧାର‌ରେ ସିବିଆଇର ଏଏସ୍‌ଆଇ ପ୍ରଶାନ୍ତ, ସାରଦା ଓ ଏକାଧିକ ସହଯୋଗୀଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ସିବିଆଇ। ଏହି ଲିଙ୍କ୍‌ରେ ଦିଲ୍ଲୀ ସିବିଆଇର ୩ଜଣିଆ ଦଳ ସୁନ୍ଦରଗଡ଼ର ଏମ୍‌ସିଏଲ୍‌ରେ ଚଢ଼ଉ କରୁଥିବା ଜଣାପଡ଼ିଛି।