Disaster Management - The Sakala

ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!
ନେପାଳରେ ସାମ୍ପ୍ରତିକ ଭୟାବହ ବନ୍ୟା ପରିସ୍ଥିତି ଏବଂ ଗ୍ଲେସିଆଲ୍ ହ୍ରଦ ବିପଦକୁ ଦୃଷ୍ଟିରେ ରଖି ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ନେପାଳକୁ ସବୁ ପ୍ରକାରର ପାଣିପାଗ ଏବଂ ଗ୍ଲେସିଆଲ୍ ହ୍ରଦ ସମ୍ପର୍କିତ ତଥ୍ୟ ଆଗୁଆ ଯୋଗାଇଦେବାକୁ ଚୀନ୍ ପ୍ରତିଶ୍ରୁତି ଦେଇଛି। ଦୁଇ ଦେଶ ମଧ୍ୟରେ ପାଣିପାଗ ଏବଂ ବିପର୍ଯ୍ୟୟ ମୁକାବିଲା ନେଇ ଏହି ବୁଝାମଣା ଆଗାମୀ ଦିନରେ ଅନେକ ଲୋକଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେବ।

ଚୀନ୍-ନେପାଳ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗ

ଚୀନର ଜଳ ସମ୍ପଦ ମନ୍ତ୍ରଣାଳୟ ଏବଂ ପାଣିପାଗ ବିଭାଗର ସହାୟତାରେ ଏହି ସୂଚନା ଆଦାନପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ। ଚୀନ୍ ପକ୍ଷରୁ କୁହାଯାଇଛି ଯେ, ନେପାଳକୁ ନିରନ୍ତର ଭାବରେ ସମ୍ଭାବ୍ୟ ବିପଦ, ବନ୍ୟା ଓ ପାଣିପାଗରେ ଆସୁଥିବା ପରିବର୍ତ୍ତନର ସଠିକ୍ ପୂର୍ବାନୁମାନ ପ୍ରଦାନ କରାଯିବ। ଏହାଦ୍ୱାରା ନେପାଳ ସରକାର ସମୟ ଥାଉ ଥାଉ ସୁରକ୍ଷା ପଦକ୍ଷେପ ଗ୍ରହଣ କରିପାରିବେ।

ବିପର୍ଯ୍ୟୟ ପରିଚାଳନାରେ ଆସିବ ସୁଧାର

ଏହି ନୂତନ ସହଯୋଗ ଦ୍ୱାରା ନେପାଳର ବିପର୍ଯ୍ୟୟ ପରିଚାଳନା (Disaster Management) ବ୍ୟବସ୍ଥାରେ ବ୍ୟାପକ ସୁଧାର ଆସିପାରିବ। ପୂର୍ବାନୁମାନ ଏବଂ ଆଗୁଆ ସତର୍କ ସୂଚନା ମିଳିବା ଫଳରେ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଧନଜୀବନ ହାନିକୁ ବହୁ ମାତ୍ରାରେ ରୋକିପାରିବେ।

ସାମ୍ପ୍ରତିକ ବନ୍ୟା ଓ ବିପଦର ପୃଷ୍ଠଭୂମି

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨୦୨୬ରେ ନେପାଳ-ଚୀନ୍ ସୀମାନ୍ତରେ ଥିବା ଏକ ହିମବାହ ବା ଗ୍ଲେସିୟର ଭୁଶୁଡ଼ିବା କାରଣରୁ ଏକ ଭୟଙ୍କର ଫ୍ଲାସ୍ ଫ୍ଲଡ୍ (Flash Flood) ସୃଷ୍ଟି ହୋଇଥିଲା। ତ୍ରିଶୂଳୀ ନଦୀ ଅବବାହିକାରେ ଆସିଥିବା ଏହି ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏହି ଘଟଣା ପରେ ଉଭୟ ଦେଶ ମଧ୍ୟରେ ତଥ୍ୟ ଆଦାନପ୍ରଦାନର ଆବଶ୍ୟକତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ବିଶେଷ କରି ଗ୍ଲେସିଆଲ୍ ଲେକ୍ ଆଉଟବର୍ଷ୍ଟ ଫ୍ଲଡ୍ (GLOF) ବିପଦକୁ ଏଡ଼ାଇବା ଏବଂ ଭବିଷ୍ୟତରେ ଏପରି ପ୍ରାକୃତିକ ଦୁର୍ବିପାକରୁ ବର୍ତ୍ତିବା ପାଇଁ ଏହି ଦ୍ୱିପାକ୍ଷିକ ସହଯୋଗ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

China's meteorological authorities have been providing Nepal with weather monitoring, forecasting, early warning and impact services since a severe mudslide struck the Gyirong-Rasuwa border crossing between China and Nepal, a spokesperson for the China Meteorological… pic.twitter.com/PufEwR3uKa

— Spokesperson Of Chinese Embassy In Nepal (@PRCSpoxNepal) September 4, 2026

ବନ୍ୟା କ୍ଷୟକ୍ଷତି ପାଇଁ ୨୨ଟି ଜିଲ୍ଲାକୁ ୧୧୦ କୋଟିର ସହାୟତା ଘୋଷଣା: ବାଲେଶ୍ୱର, ଭଦ୍ରକ ଓ ଯାଜପୁରକୁ ମିଳିବ ଅଧିକ ଅନୁଦାନ
ଭୁବନେଶ୍ୱର: ୨୨ ଜିଲ୍ଲାକୁ ୧୧୦ କୋଟି ବନ୍ୟା ସହାୟତା ଦେଲେ ସରକାର । ଏନେଇ ସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ରାଜ୍ୟରେ ସାମ୍ପ୍ରତିକ ବନ୍ୟା ଯୋଗୁଁ ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ପ୍ରଭାବିତ ୨୨ଟି ଜିଲ୍ଲା ପାଇଁ ୧୧୦ କୋଟି ଟଙ୍କାର ବନ୍ୟା ସହାୟତା ମଞ୍ଜୁର କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ଯେ, ବନ୍ୟା ଯୋଗୁଁ ରାଜ୍ୟର ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି ଘଟିଛି। ଏହି କ୍ଷୟକ୍ଷତିର ଭରଣା ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ବାଲେଶ୍ୱର ଜିଲ୍ଲାକୁ ସର୍ବାଧିକ ୨୨.୦୩ କୋଟି ଟଙ୍କା ଅନୁଦାନ ମିଳିବ। ସେହିପରି ଯାଜପୁର ଜିଲ୍ଲାକୁ ୨୦.୨୦ କୋଟି ଟଙ୍କା ଏବଂ ଭଦ୍ରକ ଜିଲ୍ଲାକୁ ୨୦.୧୨ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ।

ବିଭିନ୍ନ ବିଭାଗ ପକ୍ଷରୁ ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ ରିପୋର୍ଟ ଆସିବାର ସମ୍ଭାବନା ରହିଛି ବୋଲି ବିଭାଗୀୟ ଅଧିକାରୀମାନେ ପ୍ରକାଶ କରିଛନ୍ତି। ଏହି ରିପୋର୍ଟ ହସ୍ତଗତ ହେବା ପରେ ସରକାରଙ୍କ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

ତେବେ ଘୋଷଣା ହୋଇଥିବା ଏହି ଆର୍ଥିକ ସହାୟତା ପ୍ୟାକେଜ୍ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ତୁରନ୍ତ ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି।

ବନ୍ୟା ପ୍ରଭାବିତ ପରିବାର ପାଇଁ ରିଲିଫ୍ ପ୍ୟାକେଜ୍ ଘୋଷଣା: ସମ୍ପୂର୍ଣ୍ଣ ଘର ଭାଙ୍ଗିଥିଲେ ମିଳିବ ୧.୨୦ ଲକ୍ଷ ଟଙ୍କାର କ୍ଷତିପୂରଣ
ଭୁବନେଶ୍ୱର: ସାମ୍ପ୍ରତିକ ବନ୍ୟାରେ ପ୍ରଭାବିତ ହୋଇଥିବା ପରିବାରଗୁଡ଼ିକ ପାଇଁ ଓଡ଼ିଶା ସରକାର ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି। ଯେଉଁ ପରିବାରଗୁଡ଼ିକର ଘର ବନ୍ୟାରେ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି, ସେମାନଙ୍କୁ କ୍ଷତିପୂରଣ ବାବଦରେ ୧.୨୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ପ୍ରସଙ୍ଗରେ ସୂଚନା ଦେଇ କହିଛନ୍ତି ଯେ, ଯେଉଁ ଅଞ୍ଚଳରୁ ବନ୍ୟା ଜଳ କମିଯାଇଛି, ସେଠାରେ ରାଜସ୍ୱ ଏବଂ କୃଷି ବିଭାଗର ଅଧିକାରୀମାନେ କ୍ଷୟକ୍ଷତିର ବିସ୍ତୃତ ଆକଳନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଘର ପାଇଁ ପ୍ରତ୍ୟେକ ପରିବାରକୁ ୧.୨୦ ଲକ୍ଷ ଟଙ୍କା ଦିଆଯିବାକୁ ଥିବା ବେଳେ, ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା କଚ୍ଚା ଘର ପାଇଁ ୪,୦୦୦ ଟଙ୍କା ଏବଂ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା କୁଡ଼ିଆ ଘର ପାଇଁ ୮,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ସଂପୂର୍ଣ୍ଣ ପାଣି ନିଷ୍କାସନ ହୋଇଥିବା ସ୍ଥାନରେ ଆକଳନ ଆରମ୍ଭ ହୋଇଛି ବୋଲି କହିଚ୍ଛନ୍ତି ରାଜସ୍ୱ ମନ୍ତ୍ରୀ ।

ବନ୍ୟାରେ ଫସଲ ନଷ୍ଟ ହୋଇଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ମଧ୍ୟ ସରକାର ସହାୟତା ଯୋଗାଇଦେବେ। କ୍ଷତିଗ୍ରସ୍ତ ଚାଷୀମାନେ ହେକ୍ଟର ପିଛା ୮,୫୦୦ ଟଙ୍କା ପାଇବେ। ସରକାରୀ ରିପୋର୍ଟ ଅନୁଯାୟୀ, ଏହି ବନ୍ୟା ଯୋଗୁଁ ରାଜ୍ୟର ୨୨ଟି ଜିଲ୍ଲାର ୮୫ଟି ବ୍ଲକ୍ ଏବଂ ୧,୪୫୮ଟି ଗ୍ରାମ ବିଶେଷ ଭାବେ ପ୍ରଭାବିତ ହୋଇଥିବା ବେଳେ ସମୁଦାୟ ୮,୬୩,୯୦୯ ଜଣ ଲୋକ ଏହା ଦ୍ୱାରା ଦୁର୍ଦ୍ଦଶା ଭୋଗୁଛନ୍ତି।

ସେହିପରି ବନ୍ୟାରେ ୨ ଲକ୍ଷ ୬୭ ହଜାର ୩୦୧ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା । ୫୨୯ ରିଲିଫ କ୍ୟାମ୍ପ ପରିଚାଳିତ ହୋଇଥିଲା । ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ପ୍ରଦାନ କରିଛନ୍ତି ବୀପର୍ଯ୍ୟୟ ପିରଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ଓଡ଼ିଶାରେ ବନ୍ୟା ପରିସ୍ଥିତି ସଙ୍ଗିନ: ଯାଜପୁର, ଭଦ୍ରକ ଓ ପୁରୀରେ ବିପଦ ସଙ୍କେତ ଉପରେ ନଦୀ ଜଳସ୍ତର
ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଏବେ ଗମ୍ଭୀର ରୂପ ଧାରଣ କରିଛି। ଲଗାଣ ବର୍ଷା ଓ ନଦୀ ବନ୍ଧ ଭାଙ୍ଗିବା କାରଣରୁ ରାଜ୍ୟର ଅନେକ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି। ବିଶେଷ କରି ଯାଜପୁର, ଭଦ୍ରକ ଏବଂ ପୁରୀ ଜିଲ୍ଲାରେ ସ୍ଥିତି ଉଦ୍‌ବେଗଜନକ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି।

ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି ଘଟିଛି। ଜିଲ୍ଲା ଦେଇ ପ୍ରବାହିତ ତିନୋଟି ନଦୀର ୭ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ବ୍ରାହ୍ମଣୀ ନଦୀରେ ୪ଟି ଘାଇ ହୋଇଥିବା ବେଳେ ବୈତରଣୀର ଶାଖା ନଦୀ କାଣୀରେ ୨ଟି ଏବଂ ଖରସ୍ରୋତାର ଶାଖା ନଦୀ ନୂଆ ମହାରାରେ ଗୋଟିଏ ଘାଇ ସୃଷ୍ଟି ହୋଇଛି। ଏହି କାରଣରୁ ପ୍ରାୟ ୨୫୦ ଗାଁ ଜଳମଗ୍ନ ହୋଇଛି ଏବଂ ଏକ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ୧୦,୦୦୦ ରୁ ଅଧିକ ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଭଦ୍ରକ ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ସଙ୍ଗିନ ରହିଛି। ରାଜଘାଟ ଠାରେ ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଙ୍କେତ ଟପି ୧୮.୫୦ ଫୁଟରେ ପ୍ରବାହିତ ହେଉଛି, ଯେତେବେଳେ କି ଏଠାରେ ବିପଦ ସଙ୍କେତ ଥିଲା ୧୭.୦୦ ଫୁଟ। ଫଳରେ ଭଦ୍ରକ, ଚାନ୍ଦବାଲି, ତିହିଡ଼ି ଏବଂ ଧାମନଗର ବ୍ଲକରେ ବନ୍ୟା ଜଳ ପଶିଯାଇଛି। ଅନ୍ୟପକ୍ଷରେ କଂସବାଂଶ ଓ ଗମେଇ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବାସୁଦେବପୁର ବ୍ଲକର ୭ଟି ପଞ୍ଚାୟତ ବାହ୍ୟ ଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇପଡ଼ିଛି।

ସେହିପରି ପୁରୀ ଜିଲ୍ଲାରେ ମଧ୍ୟ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବଳଙ୍ଗା ଠାରେ ଭାର୍ଗବୀ ନଦୀର ଜଳସ୍ତର ୧୧.୨୫ ଫୁଟ ରହିଛି, ଯାହାର ବିପଦ ସଙ୍କେତ ଥିଲା ୧୦.୪୨ ଫୁଟ। ସେହିପରି ବାଉରିଆକଣା ଠାରେ ଦେବୀ ନଦୀର ଜଳସ୍ତର ବିପଦ ସଙ୍କେତ ୪.୯୫ ଫୁଟ ଥିବା ବେଳେ ଏବେ ତାହା ୫.୦୮ ଫୁଟରେ ପ୍ରବାହିତ ହେଉଛି।

ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଲୋକମାନଙ୍କୁ ସୁରକ୍ଷା ଦେବା ସହ କ୍ଷୟକ୍ଷତି କମାଇବା ପାଇଁ ରିଲିଫ୍ ବଣ୍ଟନ ଏବଂ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି।

ଆକାଶମାର୍ଗରୁ ବନ୍ୟାଞ୍ଚଳର ଅନୁଧ୍ୟାନ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ଅନୁଧ୍ୟାନ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆକାଶମାର୍ଗରୁ ସ୍ଥିତି ପରଖିଛନ୍ତି। ମନ୍ତ୍ରୀ ଶ୍ରୀ ପୂଜାରୀ ମୁଖ୍ୟତଃ ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଏହି ଗସ୍ତ ସମୟରେ ତାଙ୍କ ସହିତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ରାଜେଶ ପ୍ରଭାକର ପାଟିଲ ଉପସ୍ଥିତ ଥିଲେ। ଲଗାଣ ବର୍ଷା କାରଣରୁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ଓ ଜଳମଗ୍ନ ହୋଇଥିବା ଗାଁଗୁଡ଼ିକର ବାସ୍ତବ ସ୍ଥିତି ଆକଳନ କରିବା ପାଇଁ ଏହି ସର୍ଭେ କରାଯାଇଥିଲା।

ଆକାଶମାର୍ଗରୁ ଅନୁଧ୍ୟାନ କରିବା ପୂର୍ବରୁ ମନ୍ତ୍ରୀ ଶ୍ରୀ ପୂଜାରୀ ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ସେ ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରି ପ୍ରସ୍ତୁତି ଏବଂ ମୁକାବିଲା ପଦକ୍ଷେପ ସମ୍ପର୍କରେ ତଥ୍ୟ ନେଇଥିଲେ। ବିପନ୍ନ ଅଞ୍ଚଳରୁ ଲୋକଙ୍କୁ ଠିକ୍ ସମୟରେ ସ୍ଥାନାନ୍ତର କରିବା, ରିଲିଫ୍ ବଣ୍ଟନ ଏବଂ ଭିତ୍ତିଭୂମିର ସୁରକ୍ଷା ନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଏବଂ ପ୍ରଭାବିତ ପରିବାରଗୁଡ଼ିକୁ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ସରକାର ବିଭିନ୍ନ ବିଭାଗ ମଧ୍ୟରେ ନିରନ୍ତର ସମନ୍ୱୟ ରକ୍ଷା କରୁଛନ୍ତି ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଆକାଶମାର୍ଗରୁ କରାଯାଇଥିବା ସର୍ଭେ ଦ୍ୱାରା ନଦୀବନ୍ଧ ଭାଙ୍ଗିଥିବା ସ୍ଥାନ ଏବଂ ଅତ୍ୟଧିକ ଜଳମଗ୍ନ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବାରେ ସହାୟତା ମିଳିଛି, ଯେଉଁଠାରେ ତୁରନ୍ତ ପଦକ୍ଷେପର ଆବଶ୍ୟକତା ରହିଛି।

ସୂଚନାଯୋଗ୍ୟ ଯେ, ସମ୍ଭାବ୍ୟ ବିପଦର ମୁକାବିଲା ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଏନଡିଆରଏଫ (NDRF), ଓଡ୍ରାଫ (ODRAF) ଏବଂ ଅଗ୍ନିଶମ ବାହିନୀର ସ୍ୱତନ୍ତ୍ର ଟିମ୍ ମୁତୟନ ରହିଛନ୍ତି।

ମଇ ୨ରେ NDMA ପକ୍ଷରୁ ମୋବାଇଲ୍‌ରେ ସେଲ୍ ବ୍ରଡକାଷ୍ଟ ଆଲର୍ଟ ପରୀକ୍ଷା, ମେସେଜ୍ ଆସିଲେ ଭୟଭୀତ ହୁଅନ୍ତୁ ନାହିଁ
ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ପକ୍ଷରୁ ଆସନ୍ତା ୨ ମଇ ୨୦୨୬ ତାରିଖରେ ଆପଣଙ୍କ ଅଞ୍ଚଳରେ ସେଲ୍ ବ୍ରଡକାଷ୍ଟ ଆଲର୍ଟ (Cell Broadcast Alerts) ସିଷ୍ଟମ୍‌ର ପରୀକ୍ଷା କରାଯିବ। ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଜରୁରୀକାଳୀନ ପରିସ୍ଥିତି ସମୟରେ ଲୋକଙ୍କୁ ତୁରନ୍ତ ସତର୍କ କରାଇବା ଉଦ୍ଦେଶ୍ୟରେ ଏହି ବିଶେଷ ବ୍ୟବସ୍ଥାର କାର୍ଯ୍ୟକ୍ଷମତାକୁ ଯାଞ୍ଚ କରାଯାଉଛି।

ଯଦି ଏହି ପରୀକ୍ଷଣ ସମୟରେ ଆପଣଙ୍କ ମୋବାଇଲ୍ ଫୋନ୍‌ରେ କୌଣସି ଜରୁରୀକାଳୀନ ମେସେଜ୍ ଆସେ କିମ୍ବା ଉଚ୍ଚ ଶବ୍ଦରେ ଆଲର୍ଟ ବାଜେ, ତେବେ ଦୟାକରି ଭୟଭୀତ ହୁଅନ୍ତୁ ନାହିଁ। ଏହା ଏକ ନିୟମିତ ପରୀକ୍ଷା ହୋଇଥିବାରୁ, ଏହି ମେସେଜ୍ ପାଇବା ପରେ ଲୋକଙ୍କୁ ନିଜ ଆଡୁ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି।

ବିପୁଳ କ୍ଷତିରେ ସହାୟତା ନଗଣ୍ୟ,ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ : ମାନସ ମଙ୍ଗରାଜ
ନୂଆଦିଲ୍ଲୀ : ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ବା ଏନଡିଆରଏଫର ବ୍ୟବହାରକୁ ବିକେନ୍ଦ୍ରୀକରଣ କରିବା ବଦଳରେ କେନ୍ଦ୍ର ସରକାର ଏହା ଉପରେ ଅଧିକ ନିୟନ୍ତ୍ରଣ ଜାହିର କରିଛନ୍ତି। ମୂଳ ଆଇନରେ ଜାତୀୟ, ରାଜ୍ୟ ଓ ଜିଲ୍ଲା ସ୍ତରରେ ପଦାଧିକାରୀମାନଙ୍କ ଦାୟିତ୍ବକୁ ଗୁରୁତ୍ବ ଦିଆଯାଇଥିବାବେଳେ ନୂଆ ବିଲରେ ଏସବୁର ବିପରୀତ ଦିଗକୁ ପ୍ରାଧାନ୍ୟ ଦିଆଯାଇଛି। ଏଣୁ ଏହି ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ।

ରାଜ୍ୟସଭାରେ ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ ସମ୍ପର୍କରେ ଆଲୋଚନା ବେଳେ ସାଂସଦ ମାନସ ମଙ୍ଗରାଜ କହିଛନ୍ତି -ଗତ ୨୫ ବର୍ଷରେ ଓଡିଶା ୧୭ଟି ବଡ ବନ୍ୟା, ୧୧ଟି ମରୁଡି, ୧୨ରୁ ଅଧିକ ସାଇକ୍ଲୋନର ସମ୍ମୁଖୀନ ହୋଇଛି। ଏହି ସବୁ କାରଣରୁ ୨୦୦୦ରୁ ୨୦୨୦ ମଧ୍ୟରେ ଓଡ଼ିଶା ୮ ଲକ୍ଷ ୫୦ ହଜାର କୋଟି ଟଙ୍କାର କ୍ଷତି ସହିଛି। କିନ୍ତୁ କେନ୍ଦ୍ର ସରକାର ଏହି କ୍ଷତିର ଏକ ଦଶମାଂଶ ଅର୍ଥାତ ମାତ୍ର ୭ ହଜାର ୫୦୦ କୋଟିରୁ କମ୍ ଟଙ୍କା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନଗଣ୍ୟ ଅନୁଦାନ ଅତ୍ୟନ୍ତ ଦୁଃଖଦାୟକ ଏବଂ ବିପୁଳ କ୍ଷତିର ସମ୍ମୁଖୀନ ହୋଇଥିବା ପୀଡ଼ିତଙ୍କ ଲାଗି ଏକ ଉପହାସ। ତେଣୁ ବିପର୍ଯ୍ୟୟ ପରିଚାଳନ କ୍ଷେତ୍ରରେ କେନ୍ଦ୍ର ସରକାର ନିଜର ମାନସିକତାରେ ପରିବର୍ତ୍ତନ କରନ୍ତୁ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ।

ସାଂସଦ ମାନସ ମଙ୍ଗରାଜ ଆହୁରି ମଧ୍ୟ କହିଛନ୍ତି ଯେ  ୨୯ ଅକ୍ଟୋବର ୧୯୯୯ ମହାବାତ୍ୟାରେ ଓଡ଼ିଶା ଭୟଙ୍କର କ୍ଷତିଗ୍ରସ୍ତ ହୋଇଥିଲା। ୧୦ ହଜାର ଲୋକ ପ୍ରାଣ ହରାଇଥିବା ନେଇ ସରକାରୀ ରିପୋର୍ଟ ଥିଲେ ବି ଏହି ସଂଖ୍ୟା ବହୁତ ଅଧିକ ଥିଲା। ଏଥିରେ ୧୩ ଲକ୍ଷ ହେକ୍ଟର ଧାନଚାଷ, ୧ ଲକ୍ଷ ୭୬ ହଜାର ହେକ୍ଟର ଉଦ୍ୟାନ ଚାଷ, ୨ ଲକ୍ଷ ୫୭ ହଜାର ହେକ୍ଟର ଅନ୍ୟାନ୍ୟ ଚାଷ ନଷ୍ଟ ହୋଇଯାଇଥିଲା। ଏସବୁକୁ ଦୃଷ୍ଟିରେ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସିକ ବିପର୍ଯ୍ୟୟ ପରିଚାଳନା ନିଷ୍ପତ୍ତି ନେଇଥିଲେ ବୋଲି ସେ କହିଛନ୍ତି। ୨୦୧୩ରେ ଫାଇଲିନ, ୨୦୧୪ରେ ହୁଦହୁଦ, ୨୦୧୮ରେ ତିତଲି, ୨୦୧୯ରେ ଫନି, ୨୦୨୦ରେ ଅମ୍ଫାନ, ୨୦୨୧ରେ ଆସିଥିଲା ସାଇକ୍ଲୋନ ୟାସ। ନବୀନଙ୍କ ଦୃଢ ନେତୃତ୍ବ ବଳରେ ଏହି ସମସ୍ତ ବିପର୍ଯ୍ୟୟର ସଫଳ ମୁକାବିଲା କରାଯାଇଥିଲା। କ୍ଷୟକ୍ଷତି ପରିମାଣ ବି ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିଲା। ଏହି ସଫଳତା କାରଣରୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଓସଡମା କେନ୍ଦ୍ର ସରକାରଙ୍କ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ଲାଭ କରିଥିଲା। ପ୍ରତି ଜୀବନ ମୂଲ୍ୟବାନ ସଂକ୍ରାନ୍ତ ନବୀନଙ୍କ ବାର୍ତ୍ତାକୁ ବି ଜାତିସଂଘ ପ୍ରଶଂସା କରିଥିଲା।

ଓଡିଶାକୁ ଏକ ବିପର୍ଯ୍ୟୟ ପ୍ରତିରୋଧୀ ରାଜ୍ୟରେ ପରିଣତ କରିବାରେ ନବୀନଙ୍କ ଭୂମିକା ଅଗ୍ରଗଣ୍ୟ। ଏହି ସଫଳତା ସତ୍ତ୍ବେ କେନ୍ଦ୍ର ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଓଡିଶାକୁ ପର୍ଯ୍ୟାପ୍ତ ସହାୟତା ଯୋଗାଯାଇନାହିଁ। ପ୍ରସ୍ତାବିତ ସଂଶୋଧନ ବିଲ୍ ଏହି ପାଣ୍ଠିର ବ୍ୟବସ୍ଥା ନେଇ ଅଧିକ ଆଶଙ୍କା ସୃଷ୍ଟି କରୁଛି। ୨୦୦୫ର ମୂଳ ଆଇନରେ ବିପର୍ଯ୍ୟୟ ମୁକାବିଲାକୁ ଏକ ବିପଜ୍ଜନକ ବିପର୍ଯ୍ୟୟ ସ୍ଥିତି ବା ବିପର୍ଯ୍ୟୟ ବୋଲି ଦର୍ଶାଯାଇଛି। ମାତ୍ର ନୂଆ ବିଲରେ ବିପର୍ଯ୍ୟୟ ପରିଚାଳନାରର ବିଭିନ୍ନ ଦିଗକୁ ବିଚାର କରାଯିବ ବୋଲି ରହିଛି। ଏହି ପରିବର୍ତ୍ତନ ଅତ୍ୟନ୍ତ ଚିନ୍ତାଦାୟକ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ। ଏହି ପାଣ୍ଠିର ବ୍ୟବହାରକୁ ବିକେନ୍ଦ୍ରୀକରଣ କରିବା ବଦଳରେ କେନ୍ଦ୍ର ସରକାର ଏହା ଉପରେ ଅଧିକ ନିୟନ୍ତ୍ରଣ ଜାହିର କରିଛନ୍ତି ସରକାର।

ଯାହା ବିପର୍ଯ୍ୟୟ ସମୟରେ ରିଲିଫ ସଂକ୍ରାନ୍ତ କାର୍ଯ୍ୟକ୍ରମରେ ଏହା ବାଧା ସୃଷ୍ଟି କରିବ। ସେ ଆହୁରି କହିଛନ୍ତି- ନୀତି ଆୟୋଗ ରିପୋର୍ଟ ଅନୁସାରେ ଦେଶର ଜିଡିପିକୁ ସହରାଞ୍ଚଳ ୬୦ ପ୍ରତିଶତ ଅବଦାନ ଦେଇଥାନ୍ତି। ମାତ୍ର ସଂଶୋଧନ ବିଲରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଏନଡିଏମଏ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଏସଡିଏମଏ ଜରିଆରେ ବିପର୍ଯ୍ୟୟ ପରିଚାଳନାକୁ ବିକେନ୍ଦ୍ରୀକରଣ କରାଯାଇଛି। ଆର୍ଥିକ ସଶକ୍ତିକରଣ ବଦଳରେ ଏହି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଏବଂ ଅଧିକ ସମସ୍ୟା ସୃଷ୍ଟି କରିବ। ତତକାଳୀନ ବିଜୁ ଜନତା ଦଳ ନେତୃତ୍ବାଧୀନ ସରକାରଙ୍କ ଆଖିଦୃଶିଆ ଉଦାହରଣ ସତ୍ତ୍ବେ ପାଣ୍ଠି କ୍ଷେତ୍ରରେ ରାଜ୍ୟକୁ ବାରମ୍ବାର ଅବହେଳିତ କରାଯାଇଛି। ତେଣୁ ରାଜ୍ୟକୁ ଉପକୃତ କରିପାରିବା ପରି ଏକ ବିପର୍ଯ୍ୟୟ ପରିଚାଳନା ନୀତି ସରକାର ଆଣନ୍ତୁ ବୋଲି ଦାବି କରିଛନ୍ତି ସାଂସଦ ମାନସ ମଙ୍ଗରାଜ।

ବିପର୍ଯ୍ଯୟ ମୁକାବିଲା ପାଇଁ ରାଜ୍ୟସଭାରେ ନବୀନଙ୍କୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ପ୍ରଶଂସା
ଭୁବନେଶ୍ବର: ନବୀନଙ୍କୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ପ୍ରଶଂସା । ବିପର୍ଯ୍ଯୟ ମୁକାବିଲାରେ ନବୀନଙ୍କ ନୀତିକୁ ରାଜ୍ଯସଭାରେ ପ୍ରଶଂସା କରିଛନ୍ତି ଅମିତ ଶାହ । ୱାଏନାଡ଼ ଭୂସ୍ଖଳନ ପ୍ରସଙ୍ଗରେ ବିବୃତ୍ତିରେ ନବୀନଙ୍କୁ ପ୍ରଶଂସା କରିଛନ୍ତି। ବିପର୍ଯ୍ଯୟର ୭ ଦିନ ପୂର୍ବରୁ ଓଡ଼ିଶାକୁ ଦିଆଯାଇଥିଲା ସୂଚନା । ରାଜ୍ଯ ସରକାରଙ୍କ ଆଗୁଆ ପଦକ୍ଷେପ ଯୋଗୁ ମିଳିଥିଲା ସଫଳତା । ମାତ୍ର ଗୋଟିଏ ଲୋକର ମୃତ୍ଯୁ ହୋଇଥିଲା । ଭୁଲରେ ବ୍ଯକ୍ତିଜଣଙ୍କ ମୃତ୍ଯୁବରଣ କରିଥିଲେ।  ସଂସଦରେ ନବୀନଙ୍କ ଜିରୋ କାଜୁଆଲଟିକୁ ଶାହଙ୍କ ପ୍ରଶଂସା କରଛନ୍ତି ଅମିତ ଶାହ ।

ୱାଏନାଡ଼ ଭୂସ୍ଖଳନ ପ୍ରସଙ୍ଗରେ ବିରୋଧୀ ଦଳ ଆଗୁଆ ସୂଚନା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ବିରୋଧୀଙ୍କୁ କଟାକ୍ଷ କରିବାକୁ ଯାଇ ଉକ୍ତ ପ୍ରସଙ୍ଗରେ ନବୀନଙ୍କ ବିପର୍ଯ୍ୟୟ ନୀତିକୁ ଅମିତ ଶାହା ରାଜ୍ୟସଭାରେ ପ୍ରଶଂସା କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ଓଡ଼ିଶା ୧ନଂ ରାଜ୍ୟ। ବିପର୍ଯ୍ୟୟର ୭ଦିନ ପୂର୍ବରୁ ଓଡ଼ିଶାକୁ ଦିଆଯାଇଥିଲା ସୂଚନା। ରାଜ୍ୟସରକାରଙ୍କ ଆଗୁଆ ପଦକ୍ଷେ ଯୋଗୁ ମିଳିଥିଲା ସଫଳତା। ବିପର୍ଯ୍ୟୟ ସମୟରେ ମାତ୍ର ଗୋଟିଏ ଲୋକଙ୍କ ମୃତ୍ୟୁ ହୋଇଥିଲା। ଭୁଲରେ ବ୍ୟକ୍ତି ଜଣକ ମୃତ୍ୟୁବରଣ କରିଥିବା ନେଇ ରାଜ୍ୟସଭାରେ ଉତ୍ତର ରଖିଥିଲେ ଅମିତ ଶାହା।

ବିପର୍ଯ୍ୟୟ ପରିଚାଳନାରେ ଗତ ପାଞ୍ଚ ବର୍ଷରେ ଉଲ୍ଲେଖନୀୟ ସଫଳତା, ଲୋକଙ୍କୁ ମିଳୁଛି ଆଗୁଆ ସର୍ତକତା ସୂଚନା
ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଗତ ପାଞ୍ଚ ବର୍ଷରେ ଓଡିଶାକୁ ମିଳିଛି ଉଲ୍ଲେଖନୀୟ ସଫଳତା। ସଫଳ ବିପର୍ଯ୍ୟୟ ପରିଚାଳନା ପାଇଁ ଜାତୀୟ ସ୍ତରରେ ଓଡିଶା ପୁରସ୍କୃତ ହୋଇଛି। ରାଜ୍ୟ ସରକାର ଗ୍ରହଣ କରିଥିବା ଏକାଧିକ ପଦକ୍ଷେପ ଯୋଗୁଁ ଏଭଳି ସଫଳତା ମିଳିଥିବା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର ଓ ଡକ୍ଟର ସସ୍ମିତ ପାତ୍ର।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇ ମୁଖପାତ୍ର କହିଛନ୍ତି ଯେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବାତ୍ୟା ଓ ସୁନାମି ପ୍ରବଣ ଅଞ୍ଚଳରେ ଥିବା ବ୍ୟକ୍ତିମାନଙ୍କ ପାଇଁ ଆଗୁଆ ସତର୍କସୂଚନା ପ୍ରସାରଣ ବ୍ୟବସ୍ଥା ରହିଛି। ଉପକୂଳବର୍ତ୍ତୀ ୬ଟି ଜିଲ୍ଲାରେ ୧୬୦ଟି ଟାୱାର ଲଗାଯାଇ ସତର୍କ ସୂଚନା ଦିଆଯାଉଛି। ୧୬୦ ସ୍ଥାନ ମଧ୍ୟରୁ ୧୨୨ଟି ସ୍ଥାନରେ ସର୍ତକତା ସାଇରନ ବ୍ୟବସ୍ଥାଗୁଡିକ ବିପର୍ଯ୍ୟୟ ସମୟରେ ଏସଇଓସି ଏବଂ ବିଇଓସିରୁ ସାଇରନ୍‌ / ଭଏସ୍‌ ମେସେଜ୍‌ ପଠାଇବା ପାଇଁ ଅନ୍ତର୍ଭୁକ୍ତ ହୋଇଛି। ଏହି ପ୍ରକଳ୍ପ ୧୫.୦୩.୨୦୧୯ ମସିହାରୁ କାର୍ଯ୍ୟକ୍ଷମ ହୋଇଛି।

ସେହିଭଳି ବିପର୍ଯ୍ୟୟ ସହାୟତା ନିରୀକ୍ଷଣ ଓ ଦେୟ ବ୍ୟବସ୍ଥା (ଡିଏଏମ୍ପିଏସ୍‌) କାର୍ଯ୍ୟକାରୀ ହେଉଛି। ପୂର୍ବରୁ ବିଭିନ୍ନ ବିପର୍ଯ୍ୟୟରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ଅନୁକମ୍ପାମୂଳକ ସହାୟତା ରାଜସ୍ୱ ବିଭାଗର ତଳିଆ କର୍ମଚାରୀମାନେ ବ୍ୟକ୍ତିଗତ ଭାବେ ନେଇ ଦେଉଥିବାବେଳେ ଏହାକୁ ଜିଲ୍ଲାପାଳମାନେ ମଞ୍ଜୁର କରୁଥିଲେ। ଯାହା ଏକ ଜଟିଳ ପ୍ରକ୍ରିୟା ଥିଲା। ଶୀଘ୍ର ଏବଂ ବାଧାମୁକ୍ତ ଦେୟ ପ୍ରଦାନ ପାଇଁ ରାଜ୍ୟ ସରକାର ୧୦.୦୬.୨୦୨୦ ରୁ ବିପର୍ଯ୍ୟୟ ସହାୟତା ପରି·ଳନା ଏବଂ ଦେୟ ବ୍ୟବସ୍ଥା (ଡିଏଏମପିଏସ୍‌) ଆରମ୍ଭ କରିଛନ୍ତି। ସମଗ୍ର ବ୍ୟବସ୍ଥା ଡିଜିଟାଲ ଭାବେ କାର୍ଯ୍ୟକାରୀ ହେଉଛି। ବର୍ତ୍ତମାନ ସୁଦ୍ଧା ୧୨,୮୨୯ଟି ଅନୁକମ୍ପାମୂଳକ ମାମଲାର ସମାଧାନ କରାଯାଇଛି ଏବଂ ୧୪,୬୪୬ ଜଣ ହିତାଧିକାରୀଙ୍କୁ ୪୯୬.୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଡିଏଏମପିଏସ୍‌ କୁ ୨୦୨୨ ବର୍ଷ ପାଇଁ ସିଏସଆଇ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ଏବଂ ୨୦୨୩ ବର୍ଷ ପାଇଁ ସ୍କଚ ପୁରସ୍କାରରେ ସମ୍ମାନିତ କରାଯାଇଛି।

ବାଲେଶ୍ୱରର ବାହାନଗାଠାରେ ରାଜ୍ୟ ସରକାର ରେଳ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କୁ ହସପିଟାଲକୁ ସ୍ଥାନାନ୍ତର କରି ଦୁର୍ଘଟଣା ପରିଚାଳନା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ। ଘଟଣା ପରେ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ରିଲିଫ୍‌ କମିଶନର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କ ସକ୍ରିୟ ମାର୍ଗଦର୍ଶନରେ ଏହି ଦୁଃଖଦ ଘଟଣାର ପରିଚାଳନା କରିଥିଲା। ଏହି ଦୁର୍ଘଟଣାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୨୯୪ ଥିଲା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି (ସିଏମ୍‌ଆର୍‌ଏଫ୍‌) ବାହାରୁ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି।

ରାଜ୍ୟ ଭିତ୍ତିକ ବିପର୍ଯ୍ୟୟ ଘୋଷଣା କରାଯାଇଛି। ଯଦିଓ ଭାରତ ସରକାର ଏପର୍ଯ୍ୟନ୍ତ ବଜ୍ରପାତ, ଅଂଶୁଘାତ, ଭୟଙ୍କର ଘୂର୍ଣ୍ଣିଝଡ, ବାତ୍ୟା, ପ୍ରବଳବର୍ଷା, ନୌକା ଦୁର୍ଘଟଣା, ଜଳ ବୁଡ଼ି, ସାପକାମୁଡା ଆଦିକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିନାହାନ୍ତି, ତଥାପି ରାଜ୍ୟ ସରକାର ଏଭଳି ୮ଟି ବିପର୍ଯ୍ୟୟକୁ ରାଜ୍ୟ ଭିତ୍ତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି ଏବଂ ଭାରତ ସରକାରଙ୍କ ଦ୍ୱାରା ଘୋଷିତ ବିପର୍ଯ୍ୟୟ ସହାୟତା ପରିମାଣ ଅନୁରୂପ ସହାୟତା ରାଶି ଲୋକଙ୍କୁ ସହାୟତା ପ୍ରଦାନ କରିଛନ୍ତି।

କୋଭିଡ୍‌-୧୯ ମହାମାରୀକୁ ରାଜ୍ୟ ସରକାର ସଫଳତାର ସହ ପରିଚାଳନା କରିଛନ୍ତି। ରାଜ୍ୟରେ କୋଭିଡ୍‌-୧୯ ଯୋଗୁଁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଏକ ୱେବ୍‌ ଆଧାରିତ ଆପ୍ଲିକେସନ୍‌ ବିକଶିତ କରାଯାଇଛି।

ଜରୁରୀକାଳୀନ ସହାୟତା ବ୍ୟବସ୍ଥା (ଇଆରଏସଏସ) କାର୍ଯ୍ୟକାରୀ ହେଉଛି। ଏନଡିଏମଏର ଗାଇଡଲାଇନ ଅନୁଯାୟୀ, ଇଆରଏସଏସ, ଏସଇଓସି, ଏସଆରସି ଅଫିସ୍‌ ବର୍ଷସାରା ୨୪ଘଣ୍ଟିଆ କାର୍ଯ୍ୟକ୍ଷମ ହୋଇଛି। ବିପର୍ଯ୍ୟୟ ସଂକ୍ରାନ୍ତରେ ୧୧୨ ନମ୍ବରକୁ ହେଉଥିବା ଫୋନ୍‍ କଲ୍‍ ପିଏସ୍‌ଏପିରେ ସେମାନଙ୍କ ଅବସ୍ଥାନ ସମ୍ବନ୍ଧୀୟ ଡାଟା ସହିତ ସ୍ଥାନାନ୍ତରିତ ହୁଏ ଏବଂ ପରବର୍ତ୍ତୀ ପ୍ରକ୍ରିୟା ପାଇଁ ଏସଇଓସି (୧୦୭୦)କୁ ବିବରଣୀ ପ୍ରଦାନ କରାଯାଏ ।

ରାଜ୍ୟରେ ବାତ୍ୟା ଓ ବନ୍ୟା ପରିଚାଳନା। ବାତ୍ୟା ଫନି (୨୦୧୯), ବୁଲବୁଲ (୨୦୧୯), ଅମ୍ଫାନ (୨୦୨୦) ଏବଂ ୟଶ (୨୦୨୧)କୁ ରାଜ୍ୟ ସଫଳତାର ସହ ପରିଚାଳନା କରିଛି। ସେହିଭଳି         ୨୦୨୦, ୨୦୨୨ ଓ ୨୦୨୩ ବର୍ଷରେ ବନ୍ୟା କୁ ରାଜ୍ୟ ସଫଳ ଭାବେ ନିୟନ୍ତ୍ରଣ କରିଥିଲା।

ପଞ୍ଚାୟରାତିରାଜ ଆଇନ୍‍ରେ ସଂଶୋଧନ, କ୍ୟାବିନେଟରେ ସଙ୍କଳ୍ପ ପାରିତ, ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ନିୟମାବଳୀକୁ ସାମିଲ, ଗ୍ରାମ ପଞ୍ଚାୟତ ଓ ବ୍ଲକ ସ୍ତରରେ ଯୋଜନା ପ୍ରସ୍ତୁତି, ଗ୍ରାମ୍ୟ ସ୍ତରରେ ବିପର୍ଯ୍ୟୟ ପରିଚାଳନା ଯୋଜନା,  ସୁନାମି ପ୍ରସ୍ତୁତି କାର୍ଯ୍ୟକ୍ରମ, ବଜ୍ରପାତ ସଚେତନତା କାର୍ଯ୍ୟକ୍ରମ, ସାପ କାମୁଡା ଜନିତ ମୃତ୍ୟୁ ହ୍ରାସ କାର୍ଯ୍ୟକ୍ରମ ଏବଂ ବିଦ୍ୟାଳୟରେ ସୁରକ୍ଷା କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଛି।

ବିଭିନ୍ନ ବିପର୍ଯ୍ୟୟ ପରିଚାଳନାରେ ସେବା ପ୍ରଦାନ ପାଇଁ ଭାରତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମ୍ମାନଜନକ ପୁରସ୍କାର ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ୨୦୨୩ଗ୍ରହଣ କରାଯାଇଥିଲା । ଭାରତ ମହାସାଗର ସୁନାମି ପ୍ରସ୍ତୁତି (ଆଇଓଟିଆର) କାର୍ଯ୍ୟକ୍ରମ ଅଧୀନରେ ଆଇଓସି- ୟୁନେସ୍କୋ ଦ୍ୱାରା ପ୍ରଥମ ଥର ପାଇଁ ଜଗତସିଂହପୁରର ନୋଲିଆସାହି ଏବଂ ଗଞ୍ଜାମର ଭେଙ୍କଟରାଇପୁର) ଦୁଇଟି ସମ୍ପ୍ରଦାୟକୁ ସୁନାମି ପ୍ରସ୍ତୁତି ଗୋଷ୍ଠି ଭାବେ ସ୍ୱୀକୃତି ମିଳିଛି ।

ଓସଡମା ପକ୍ଷରୁ ବିଭିନ୍ନ ସଂସ୍ଥା ସହିତ ରାଜିନାମା ସ୍ୱାକ୍ଷର କରାଯାଇଛି। ସରକାରୀ ଅଧିକାରୀ/କର୍ମଚାରୀ(ଗ୍ରୁପ୍‌-ଏରୁ ଗ୍ରୁପ୍‌-ଡି)ଙ୍କ ପ୍ରଶିକ୍ଷଣ ପାଇଁ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସଓୟୁ) ସହିତ ରାଜିନାମା ହୋଇଛି। ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗ ଏବଂ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନରେ ଏସଆଇଆରଡି ଏବଂ ପଞ୍ଚାୟତିରାଜ ସଂସ୍ଥା ସେମାନଙ୍କର କର୍ମଚାରୀମାନଙ୍କୁ ବିପର୍ଯ୍ୟୟ ପରିଚାଳନାର ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି। ଭୁବନେଶ୍ୱର ଓ କଟକ ଦୁଇଟି ସହରରେ ବ୍ୟାପକ ଅଗ୍ନି ସୁରକ୍ଷା ଲାଗି ଅଗ୍ନିଶମ ବିଭାଗ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଅମ୍ରିତ ବିଶ୍ୱ ବିଦ୍ୟାପୀଠ ଭୂ ସ୍ଖଳନ ଏବଂ ଆଗୁଆ ସୂଚନା ପାଇଁ ସମ୍ବଲପୁର ସହରାଞ୍ଚଳର ବନ୍ୟା ଉପରେ ଅଧ୍ୟୟନ କରିଛି।

ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଆଶ୍ରୟସ୍ଥଳୀ ସ୍ତରରେ ୪୦,୭୦୦ ଗୋଷ୍ଠି ସ୍ତରୀୟ ସ୍ୱେଚ୍ଛାସେବୀଙ୍କୁ ବିପର୍ଯ୍ୟୟ ପରିଚାଳନା ସଂକ୍ରାନ୍ତରେ ତାଲିମ ପ୍ରଦାନ କରାଯାଇଛି। ୧୮,୭୫୦ ଜଣ ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଏବଂ ରକ୍ଷଣାବେକ୍ଷଣ କମିଟି (ସିଏସଏମଏମସି) ଏବଂ ବନ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଏବଂ ରକ୍ଷଣାବେକ୍ଷଣ କମିଟି (ଏଫଏସଏମଏମସି)ର ସଦସ୍ୟମାନଙ୍କୁ ଗୋଷ୍ଠି ଭିତ୍ତିକ ଆଶ୍ରୟ ପରିଚାଳନା ଉପରେ ତାଲିମ ଦିଆଯାଇଛି।

ମେ ୨୯, ୨୦୨୧ରେ ରାଜ୍ୟ ମନ୍ତ୍ରୀ ପରିଷଦ ଏକ ସଂକଳ୍ପ ମାଧ୍ୟମରେ ଛାତ୍ରଛାତ୍ରୀ, ପଞ୍ଚାୟତିରାଜ ସଦସ୍ୟ, ସମସ୍ତ ସରକାରୀ କର୍ମଚାରୀ, ଭିଏସଏସ ସଦସ୍ୟ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠି, ଆଶା, ଅଙ୍ଗନବାଡି କର୍ମଚାରୀ ଇତ୍ୟାଦିର ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ମାଧ୍ୟମରେ ପ୍ରତ୍ୟେକ ଘରେ ବିପର୍ଯ୍ୟୟ ଯୋଦ୍ଧା ସୃଷ୍ଟି କରିବାକୁ ବାଧ୍ୟତାମୂଳକ କରିଥିଲା। ଗ୍ରାମପଞ୍ଚାୟତ ଅଧିନିୟମ,୧୯୬୪, ଓଡ଼ିଶା ପଞ୍ଚାୟତ ସମିତି ଅଧିନିୟମ,୧୯୫୯ ଓ ଓଡ଼ିଶା ଜିଲ୍ଲା ପରିଷଦ ଅଧିନିୟମ,୧୯୯୧ ମଇ ୭,୨୦୨୨ ରେ ୨୨୯୫ ଗ୍ରାମପଞ୍ଚାୟତ ପରିଚାଳନା ଯୋଜନା ଓ ୨୬୬ ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରଣୟନ କରାଯାଇଛି।

ଓଡ଼ିଶା ସରକାରଙ୍କ ସରକାରୀ, ମାଧ୍ୟମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ ସାମିଲ କରାଯାଇଛି। ୫ ନଭେମ୍ବର ୨୦୨୩ରେ ଏନଡିଏମଏ ସହିତ ମିଶି ୧୦ଟି ଜିଲ୍ଲାର ୨୯ଟି ସ୍ଥାନରେ ସିବିଆରଏନ ଉପରେ ମକ ଡ୍ରିଲ୍‍ ପରିଚାଳିତ ହୋଇଛି। ରାଜ୍ୟରେ ଉଦ୍ଧାର କାର୍ଯ୍ୟ ପରିଚାଳନା ପାଇଁ ୧୦୮ ଜଣ ଓଡ୍ରାଫ୍‌ ଯବାନଙ୍କୁ ସ୍କୁବା ଡାଇଭିଂ ଉପରେ ତାଲିମ ଦିଆଯାଇଛି। ଅଗ୍ନିଶମ ଓ ଜରୁରୀକାଳୀନ ପରିସ୍ଥିତିକୁ ସୁଦୃଢ଼ କରିବା ପାଇଁ ଅଗ୍ନିଶମ ଓ ଜରୁରୀକାଳୀନ ସେବା ପାଇଁ ୧୮୦.୩୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ରାଜ୍ୟରେ ୫୯ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ (ଏମସିଏସ୍‌) ଓ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ (ଏମ୍‌ଏଫ୍‌ଏସ୍‌) ର୍ନିମାଣ କରାଯାଇଛି। ୬ଟି ଜିଲ୍ଲାରେ ୫୧ଟି ନୂତନ ଆଶ୍ରୟସ୍ଥଳୀ ପାଇଁ ମଞ୍ଜୁର କରାଯାଇଛି। ବାଗପଟିଆ ଥଇଥାନ କଲୋନୀ ପାଇଁ ପ୍ରଦାନ କରାଯାଇଥିବା ୨୨.୫୩ କୋଟି ଟଙ୍କା ସାମାଜିକ, ଶିକ୍ଷାଗତ, ସ୍ୱାସ୍ଥ୍ୟ, ଯୋଗାଯୋଗ, ଖେଳପଡ଼ିଆ, ଗୋଷ୍ଠୀ ଭିତ୍ତିଭୂମି, ଷ୍ଟ୍ରିଟ୍‌ ଲାଇଟିଂ, ଆଭ୍ୟନ୍ତରୀଣ ସଡ଼କ ବିକାଶ, ବିଦ୍ୟୁôତ ଇତ୍ୟାଦି ସାମାଜିକ ଗୋଷ୍ଠୀ ଭିତ୍ତିଭୂମି ଆଦିର ବିକାଶ ଏବଂ ଉନ୍ନତି ପାଇଁ ବ୍ୟବହୃତ ହୋଇଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏବଂ ଓଡ଼ିଶା ସରକାର ପାରାଦୀପ, ଗୋପାଳପୁର, ସମ୍ବଲପୁର ଓ ବାଲେଶ୍ୱର ଭଳି ୪ଟି ସ୍ଥାନରେ ବାତ୍ୟା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗଗୁଡିକର ପ୍ରଭାବଶାଳୀ ଟ୍ରାକିଂ ପାଇଁ ଡପଲର ରାଡାର ଷ୍ଟେସନ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବିଭିନ୍ନ କାର୍ଯ୍ୟକଳାପ ଗ୍ରହଣ କରିବା ପାଇଁ ଏସଡିଏମଏଫ ଅଧୀନରେ ୧୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେଗୁଡିକ ମଧ୍ୟରେ ଓ ଜଳସଂପଦ ବିଭାଗକୁ ବାହାଡାନାଲାର ଗ୍ରୋଏନ ଓ ନଦୀ ମୁହାଣ ଖୋଳା ଏବଂ ମାର୍କଣ୍ଡଠାରେ ବାହାନାନାଲ୍ଲାର ନଦୀ ମୁହାଣ ଡ୍ରେଜିଂ ର୍ନିମାଣ କାର୍ଯ୍ୟ ପ୍ରଦାନ କରାଯାଇଛି।

ଦେବଗଡ଼ର ଟଙ୍କଜୋରା ନାଳ ଉପରେ ୪.୫୦୦ କିଲୋମିଟରର ବକ୍ସ ସେଲ୍‌ କଲଭର୍ଟ ର୍ନିମାଣ ଯାହାକି ଗୋପପୁର, ବୁଢାଭୂୟାଁରେ ବନ୍ୟା ପ୍ରତିରୋଦ ସଡକ ନିର୍ମାଣ,  ଯାଜପୁର ପାଣିକୋଇଲି ଡିଭିଜନରେ ବାଲିଚନ୍ଦ୍ରପୁର-ବାରିବେଣୀପୁର ୦/୦୦୦ କିଲୋମିଟରରୁ ୨୪/୫୦୦ କିଲୋମିଟର ପର୍ଯ୍ୟନ୍ତ ବନ୍ୟା ପ୍ରତିରୋଧୀ ରାସ୍ତା, ଯାଜପୁର ପାଣିକୋଇଲି ଡିଭିଜନରେ ବରୁଣ-ବରିକଳାମାଟିଆ ର ୦/୦୦ କିଲୋମିଟରରୁ ୨୫/୮୭୫ କିଲୋମିଟର ପର୍ଯ୍ୟନ୍ତ ବନ୍ୟା ପ୍ରତିରୋଧୀ ରାସ୍ତା ର୍ନିମାଣ କାର୍ଯ୍ୟ ପୂର୍ତ୍ତ ବିଭାଗକୁ ଦିଆଯାଇଛି। ଶକ୍ତି ବିଭାଗକୁ ଭୂତଳ କେବୁଲ ବିଛା କାର୍ଯ୍ୟ ପ୍ରଦାନ କରାଯାଇଛି।

ୟୁନିସେଫ୍‍ ସହାୟତାରେ ଓସଡମା କୋଭିଡ-୧୯ ମହାମାରୀର ସଫଳ ପରିଚାଳନା ପାଇଁ ଡକ୍ୟୁମେଣ୍ଟେସନ୍‌ ପ୍ରକ୍ରିୟା ବିକଶିତ କରିଛି । ‘ବିଲ୍ଡିଂ ରେସିଲିଏଣ୍ଟଣ୍ଟସ୍କୁଲ ଷ୍ଟ୍ରକ୍‌ଚର’ ଉପରେ ଏକ ପୁସ୍ତକ ରେଡ୍‌ ଆର୍‌ ଇଣ୍ଡିଆ ସହ ମିଶି ପ୍ରସ୍ତୁତ କରାଯାଇଛି। ଓସଡମା ଗତ ୩୦ ବର୍ଷର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରିପୋର୍ଟ ପ୍ରସ୍ତୁତ କରି ପ୍ରକାଶ କରିଛି। ବିଭିନ୍ନ ବିପର୍ଯ୍ୟୟ ଉପରେ ଏସଓପି ପାଳନ ସଂକ୍ରାନ୍ତୀୟ ଛୋଟ ପୁସ୍ତିକା ପ୍ରକାଶନ ହୋଇଛି। ଓଡିଶାରେ କୋଭିଡ-୧୯ ମହାମାରୀ ପରିଚାଳନାର ଦ୍ରୁତ ଆକଳନ କରାଯାଇଛି।

ବିପର୍ଯ୍ୟୟ ମୁକାବିଲା ନେଇ ସାରା ବିଶ୍ୱକୁ ବାଟ ଦେଖାଉଛି ଓଡ଼ିଶା, ପ୍ରତିଘରୁ ସୃଷ୍ଟି ହେବେ ବିପର୍ଯ୍ୟୟ ମୁକାବିଲା ଯୋଦ୍ଧା
ଭୁବନେଶ୍ୱର : ଅକ୍ଟୋବର ୨୯, ୧୯୯୯ ମହାବାତ୍ୟା ପରେ ବିପର୍ଯ୍ୟୟ ମୁକାବିଲା ନେଇ ସାରା ବିଶ୍ୱକୁ ବାଟ ଦେଖାଉଛି ଓଡ଼ିଶା । ବିପର୍ଯ୍ୟୟ ସମୟରେ ମିଶନ ଜିରୋ କାଜୁଆଲଟିରେ କାମ କରୁଛନ୍ତି ଓଡ଼ିଶା ସରକାର । ପ୍ରତି ବର୍ଷ ଅକ୍ଟୋବର ୨୯କୁ ବିପର୍ଯ୍ୟୟ ପ୍ରଶମନ ଦିବସ ଭାବେ ପାଳନ କରାଯାଉଛି । ଏବର୍ଷର ଥିମ୍‌ ରହିଛି, ‘ସଶକ୍ତ ଗୋଷ୍ଠୀ, ସୁରକ୍ଷିତ ଓଡ଼ିଶା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ରାଜ୍ୟରେ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ପ୍ରତି ଗାଁକୁ ବିପର୍ଯ୍ୟୟ ପ୍ରଶମନ ପାଇଁ ପ୍ରସ୍ତୁତ କରାଯିବ । ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଏସଆରସି ସତ୍ୟବ୍ରତ ସାହୁ, ଓସଡମା ଏମଡି ଜ୍ଞାନ ରଞ୍ଜନ ଦାସ ପ୍ରମୁଖ ଯୋଗଦେଇଥିଲେ ।

ରାଜ୍ୟରେ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବ ୨ ହଜାର କୋଟି । ପ୍ରତି ଗାଁକୁ କରାଯିବ ପ୍ରସ୍ତୁତ, ବିପର୍ଯ୍ୟୟ ପ୍ରଶମନ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୂଚନା । ମହାବାତ୍ୟା ପରେ ବିପର୍ଯ୍ୟୟ ମୁକାବିଲା ନେଇ ସାରା ବିଶ୍ୱକୁ ବାଟ ଦେଖାଉଛି ଓଡ଼ିଶା । ମିଶନ ଜିରୋ କାଜୁଆଲଟିରେ କାମ କରୁଛି ରାଜ୍ୟ ।

ପ୍ରତିଘରୁ ସୃଷ୍ଟି ହେବେ ବିପର୍ଯ୍ୟୟ ମୁକାବିଲା ଯୋଦ୍ଧା । ସବୁ ଗାଁରେ ୧୦ ଜଣଙ୍କୁ ରେଡକ୍ରସ ପକ୍ଷରୁ ଟ୍ରେନିଂ ଦିଆଯିବ । ସବୁ ପଂଚାୟତ ଗୁଡିକରେ ଲାଗିବ ଅଟୋମେଟେଡ ୱେଦର ଓ ରେନ୍ ଗଜ ଷ୍ଟେସନ । ୩ହଜାର ପଂଚାୟତ ପାଇଁ ବିଶ୍ୱ ବ୍ୟାଙ୍କ ଆର୍ଥିକ ସହାୟତା ଯୋଗାଇବ । ଏହା ସହ ସବୁ ସରକାରୀ ଅଧିକାରୀ ବିପର୍ଯ୍ୟୟ ମୁକାବିଲା ତାଲିମ ନେବେ । ସେହିଭଳି ବିପର୍ଯ୍ୟୟ ନେଇ ମୁକାବିଲାରେ ଗତ ୧୦ ବର୍ଷରେ ଅନେକ ପରିବର୍ତନ ଆସିଛି । ରାଜ୍ୟରେ ପ୍ରାୟ ୨୦ଟି ଓଡିଆରଏଫ ଟିମ୍ ଥିବା ବେଳେ ଏବେ ସବୁ ଜିଲ୍ଲାରେ ଓଡିଆରଏଏଫ ଟିମ୍ ରହିବାର ବ୍ୟବସ୍ଥା କରାଯାଉଛି ।

ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ତାଲିମ ନେବେ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ
ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନା ଟ୍ରେନିଂ ନେବେ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ । ରାଜ୍ୟ ମନ୍ତ୍ରୀ ପରିଷଦର ଏକ ଐତିହାସିକ ନିଷ୍ପତ୍ତିକ୍ରମେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ଗ୍ରୁପ୍ – ଡି ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନା ସମ୍ବନ୍ଧୀୟ ତାଲିମ୍ ଦିଆଯିବ । ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ OSDMA, ଓଡ଼ିଶା ଷ୍ଟେଟ ଓପନ ୟୁନିଭରସିଟି ଓ ଉଚ୍ଚ ଶିକ୍ଷା ବିଭାଗ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି ।

ଓସ୍‌ଡମା ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ଡ . ଜ୍ଞାନ ଦାସ , ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସଚିବ ବୀରେନ୍ଦ୍ର କୋରକରା ଏବଂ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ , ସମ୍ବଲପୁରଙ୍କ ପକ୍ଷରୁ ରେଜିଷ୍ଟ୍ରାର ପ୍ରଫେସର ମାନସ ରଞ୍ଜନ ପୂଜାରୀ ଏହି ବୁଝାମଣାପତ୍ରରେ ସ୍ଵାକ୍ଷର କରିଥିଲେ । ତାଲିମ୍ , ଦକ୍ଷତା ବୃଦ୍ଧି ଏବଂ ପାଠ୍ୟକ୍ରମ ପ୍ରସ୍ତୁତ କରିବାରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ବୈଷୟିକ ସହାୟତା ପ୍ରଦାନ କରିବ । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଭିନ୍ନ ବିଭାଗ ସ୍ତରୀୟ ସରକାରୀ ( ଗ୍ରୁପ – ଏ , ଗ୍ରୁପ୍ – ବି , ଗ୍ରୁପ – ସି ଏବଂ ଗ୍ରୁପ୍ ଡି ) କର୍ମଚାରୀ ମାନଙ୍କର ଦକ୍ଷତା ବୃଦ୍ଧି କରିବା ଏହି ମିଳିତ ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ ।

ରାଜ୍ୟ ପାଇଁ ଜୁନରୁ -ଅକ୍ଟୋବର ଗୁରୁତ୍ବପୂର୍ଣ୍ଣ, ପ୍ରଶାସନିକ ସ୍ତରରେ ସବୁ ପ୍ରକାର ପ୍ରସ୍ତୁତି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ବର: ରାଜ୍ୟ ପାଇଁ ଜୁନରୁ ଅକ୍ଟୋବର ଗୁରୁତ୍ବପୂର୍ଣ୍ଣ । ଏହି ସମୟ ମଧ୍ୟରେ ବାତ୍ୟା, ବନ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ ଓଡ଼ିଶା । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ସବୁ ପ୍ରକାର ପ୍ରସ୍ତୁତି କରିବାକୁ ରାଜ୍ୟ ସ୍ତରୀୟ ପ୍ରାକୃତିକ ଦୁର୍ବିପାକ କମିଟି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଲୋକଙ୍କୁ ସବୁ ପ୍ରକାର ବିପର୍ଯ୍ୟୟ ବାବଦରେ ରିଅଲ ଟାଇମ ସୂଚନା ପ୍ରଦାନ କରିବାକୁ ଜିଲ୍ଲା ସ୍ତରୀୟ ବିଭାଗୀୟ କଣ୍ଟ୍ରୋଲ ରୁମ ୨୪ ଘଣ୍ଟା କାର୍ଯ୍ୟ କରିବ । ସତକ ୱେବ ଓ ମୋବାଇଲ ଆପର ମଧ୍ୟ ବିକାଶ କରାଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପର୍ୟ୍ୟାପ୍ତ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଉପାନ୍ତ ଅଞ୍ଚଳ ପାଇଁ ଗୋଖାଦ୍ୟ ମହଜୁଦ ରଖିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗର୍ଭବତୀ, ଭିନ୍ନକ୍ଷମ ଓ ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ଜିଲ୍ଲା ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଯେକୌଣସି ବିପର୍ଯ୍ୟୟ ପରେ ପୁନଃରୁଦ୍ଧାର ଓ ପୂର୍ନବାସ କାର୍ୟ୍ୟକୁ ସର୍ବାଧିକ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିପର୍ଯ୍ୟୟ ମୁକାବିଲାରେ ଓଡିଶାର ପାରଦର୍ଶିତା ପାଇଁ ଚଳିତ ବର୍ଷ ରାଜ୍ୟ ସରକାରଙ୍କୁ ମିଳିଛି ନେତାଜୀ ସୁବାଷ ଚନ୍ଦ୍ର ବୋଷ ପୁରସ୍କାର । ବାହାନଗା ଟ୍ରେନ ଦୁର୍ଘଟଣା ପରେ ମୃତହତଙ୍କ ଉଦ୍ଧାର ଓ ଚିକିତ୍ସା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହର ମଧ୍ୟ ସଫଳତାର ମୁକାବିଲା କରାଯାଇଛି ।