MLA's Salary - The Sakala

କମିବ ବିଧାୟକଙ୍କ ଦରମା ! ବିଲ୍‌ ଉପରେ ଚଳିତ ଅଧିବେଶନରେ ହୋଇପାରେ ପୁନଃବିଚାର
ଭୁବନେଶ୍ୱର: କମିବ ବିଧାୟକଙ୍କ ଦରମା । ପୁନଃବିଚାର ହୋଇପାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ । ବିଲ୍‌ ଉପରେ ଚଳିତ ଅଧିବେଶନରେ ହୋଇପାରେ ପୁନଃବିଚାର । ଏ ନେଇ ସୂଚନା ଦେଇଛନ୍ତି ବିଧାୟକ ଦରମା କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ । ଆସନ୍ତା ବଜେଟ ଅଧିବେଶନରେ ଏ ନେଇ ଏକ ସଂଶୋଧନ ବିଲ୍ ଆସିବ । ଦରମା କମିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଛନ୍ତି ।

ଗତବର୍ଷ ଡିସେମ୍ଵର ୯ ତାରିଖରେ ଦରମା ବୃଦ୍ଧି ବିଲ୍ ବିଧାନସଭାରେ ପାସ୍ ହୋଇଥିଲା । ବିଧାୟକଙ୍କ ସର୍ବନିମ୍ନ ଦରମା ୩ ଲକ୍ଷ ୪୫ ହଜାର ହେବାର ଥିଲା । ଏକାଥରେ ୩ ଗୁଣା ଦରମା ବଢ଼ିଥିଲା । ଯାହାକୁ ନେଇ ସାରା ରାଜ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା । ତେଣୁ ଏହାର ପୁନର୍ବିଚାର ପାଇଁ ସରକାରଙ୍କୁ ନିବେଦନ କରିଥିଲେ ବିଧାୟକ ।

ବଜେଡି କହିଛି, ଦରମା କଥା ସରକାର ନିଷ୍ପତ୍ତି ନେବେ । ଦରମା ବିଲ ପାସ ହେଇଥିଲା କିନ୍ତୁ ପରେ ବନ୍ଦ ହେଲା । ଆଗକୁ ଜଣାପଡ଼ିବ ସରକାର କ’ଣ କରିବେ ? ସରକାର ଆଲୋଚନା କରିବେ ବୋଲି କହିଛନ୍ତି ବିଜେଡି ବିଧାୟକ ମନୋହର ରନ୍ଧାରୀ । ଦରମା ବୃଦ୍ଧି ସମ୍ପର୍କରେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ କହିଛନ୍ତି, ଥରେ ବିଲ ପାସ ହେବା ପରେ ପୁନର୍ବିଚାର କରିବା କଥା ନୁହେଁ । ବିଧାୟକଙ୍କ ଦରମା ୩୫ ହଜାର ଟଙ୍କା ଥିଲା । ତାକୁ ବଢ଼ାଇ ୧ ଲକ୍ଷ ୫ ହଜାର ଟଙ୍କା କରିବାକୁ ବିଧାୟକମାନେ ଦାବି କରିଛୁ । ଦରମା ବୃଦ୍ଧି ନିଷ୍ପତ୍ତି ଠିକ ଥିଲା, ଏଥିର କୌଣସି ଭୁଲ ହୋଇ ନଥିଲା । ଏବେ ଦରମା ମାତ୍ର ୧ ଲକ୍ଷ ଟଙ୍କା ହୋଇଛି । ଲୋକଙ୍କୁ ଭୁଲ ସୂଚନା ଦିଆଯାଇଛି । ସରକାର କାହିଁକି ପୁଣି ବିଧାନସଭାକୁ ବିଲ ଆଣିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।