PM Care Fund - The Sakala

ମୋଦିଙ୍କ ବଡ଼ ଘୋଷଣା: କରୋନା ଯୋଗୁଁ ବାପା-ମା ହରାଇଥିବା ପିଲାଙ୍କ ପାଇଁ ବୀମା ସହ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା
ମହାମାରୀ କରୋନାରେ ବାପା ମା’ ଙ୍କୁ ହରାଇଥିବା ପିଲାଙ୍କ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। କରୋନାରେ ନିଜ ବାପା ମା’ କିମ୍ବା ଅଭିଭାବକଙ୍କୁ ହରାଇ ଅନାଥ ହୋଇଯାଇଥିବା ପିଲାମାନଙ୍କୁ ପିଏମ କେୟାର୍ସ ଫର ଚିଲଡ୍ରେନ ସ୍କିମରେ ସହାୟତା ପ୍ରଦାନ କରାଯିବ। ଏହି ଅନାଥ ପିଲାମାନେ ୧୮ ବର୍ଷରେ ପାଦ ଦେବା ପରେ ମାସିକ ଭତ୍ତା ପାଇବେ। ଏହାପରେ ସେମାନଙ୍କୁ ୨୩ ବର୍ଷ ହେବା କ୍ଷଣି ଏକକାଳୀନ ୧୦ ଲକ୍ଷ ଟଙ୍କାର ସହାୟତା ପିଏମ କେୟାର୍ସ ପାଣ୍ଠିରୁ ମିଳିବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ କୋଭିଡ ଯୋଗୁଁ ଜୀବନ ହରାଇଥିବା ଦମ୍ପତ୍ତିଙ୍କ ପିଲାମାନଙ୍କୁ ମାଗଣା ଶିକ୍ଷା ମଧ୍ୟ ଦିଆଯିବ।

ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଶିକ୍ଷା ଋଣ ଦିଆଯିବ ଏବଂ ପିଏମ କେୟାର ମାଧ୍ୟମରେ ଋଣର ସୁଧ ପୈଠ କରାଯିବ | ଏହା ସହିତ ପିଲାମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଦିଆଯିବ ଏବଂ ଏହାର ପ୍ରିମିୟମ ମଧ୍ୟ ପିଏମ କେୟାର ମାଧ୍ୟମରେ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପିଲାମାନେ ଭାରତର ଭବିଷ୍ୟତକୁ ପ୍ରତିନିଧିତ୍ୱ କରନ୍ତି; ସେମାନଙ୍କୁ ସମର୍ଥନ କରିବା, ସୁରକ୍ଷା ଦେବା ପାଇଁ ଆମେ ସବୁକିଛି କରିବୁ |

ତେବେ କରୋନା ମହାମାରୀ ବେଳେ ଏବେ ଅନେକ ଲୋକ ଆଖି ବୁଜୁଛନ୍ତି । ଅନେକ ପିଲା ସେମାନଙ୍କର ବାପା ମାଙ୍କୁ ହରାଇ ଅନାଥ ହେଇଯାଉଛନ୍ତି । ଏପରି ସ୍ଥିତିରେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଅନେକ ପିଲା ଉପକୃତ ହୋଇପାରିବେ ବୋଲି କୁହାଯାଉଛି ।