Infrastructure Development - The Sakala

ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ
ଭୁବନେଶ୍ୱର: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ମଞ୍ଜୁରୀ । ୪ ଲେନ୍‌ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ । ଓଡ଼ିଶା ସମେତ ୫ଟି ରାଜ୍ୟର ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (CCEA) ବୁଧବାର ଦିନ ଖଡ଼ଗପୁର-ଝାରସୁଗୁଡ଼ା ୪ର୍ଥ ଲାଇନ୍ ସମେତ ତିନୋଟି ବହୁମୁଖୀ ରେଳ ଟ୍ରାକିଂ ପ୍ରକଳ୍ପକୁ ଅନୁମୋଦନ ଦେଇଛି। ଏହି ସମସ୍ତ ପ୍ରକଳ୍ପ ପାଇଁ ମୋଟ ୧୦,୭୮୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ହୋଇଥିବା ୩ଟି ପ୍ରକଳ୍ପ ହେଉଛି ଖଡ଼ଗପୁର-ଝାରସୁଗୁଡ଼ା (ବାଗଡିହି) ୪ର୍ଥ ଲାଇନ୍, କାଟନି-ପେଣ୍ଡ୍ରା ରୋଡ୍ ୪ର୍ଥ ଲାଇନ୍ ଏବଂ ବିଳାସପୁର (ଉସଲାପୁର)-ପେଣ୍ଡ୍ରା ରୋଡ୍ ୩ୟ ଲାଇନ୍। ଏହି ତିନୋଟି ପ୍ରକଳ୍ପ ଦ୍ୱାରା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର ୧୪ଟି ଜିଲ୍ଲା ଉପକୃତ ହେବେ। ଏହା ବର୍ତ୍ତମାନର ରେଳ ନେଟୱାର୍କରେ ପ୍ରାୟ ୬୫୬ କିଲୋମିଟର ଅତିରିକ୍ତ ଲାଇନ୍ ଯୋଡ଼ିବ। ଏହି ପ୍ରକଳ୍ପଗୁଡ଼ିକ ପ୍ରାୟ ୪,୭୯୦ ଗ୍ରାମ ଏବଂ ୫୬ ଲକ୍ଷରୁ ଅଧିକ ଜନସଂଖ୍ୟାକୁ ଉନ୍ନତ ଯୋଗାଯୋଗ ପ୍ରଦାନ କରିବ ବୋଲି ଆକଳନ କରାଯାଇଛି।

ଏହି ପ୍ରକଳ୍ପଗୁଡ଼ିକ ପିଏମ୍ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଅଧୀନରେ ପରିକଳ୍ପନା କରାଯାଇଛି। ଏହାଦ୍ୱାରା ପର୍ଯ୍ୟଟନ ଏବଂ ଧାର୍ମିକ ସ୍ଥାନ ଯଥା ଓଡ଼ିଶାର ତାରାତାରିଣୀ ମନ୍ଦିର, ଝାରସୁଗୁଡ଼ା ନିକଟସ୍ଥ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର, ବାନ୍ଧବଗଡ଼ ଟାଇଗର ରିଜର୍ଭ ଏବଂ ଅମରକଣ୍ଟକ ମନ୍ଦିରକୁ ଯାତାୟାତ ସୁବିଧାଜନକ ହେବ। ଏହାବ୍ୟତୀତ କୋଇଲା, ସିମେଣ୍ଟ, ଲୁହା ଏବଂ ଇସ୍ପାତ ପରି ସାମଗ୍ରୀର ପରିବହନ ପାଇଁ ଏହି ତିନୋଟି ମାର୍ଗ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ରେଳବାଇ ଅନୁଯାୟୀ, କ୍ଷମତା ବୃଦ୍ଧି ହେବା ଦ୍ୱାରା ବାର୍ଷିକ ପ୍ରାୟ ୨୭ ନିୟୁତ ଟନ୍ (MTPA) ଅତିରିକ୍ତ ମାଲ ପରିବହନ ସମ୍ଭବ ହୋଇପାରିବ।

ଅଧାପନ୍ତରିଆ କୃଷ୍ଣପ୍ରସାଦ ବ୍ରିଜ ସ୍ୱପ୍ନ: ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା, ଜବାବ ମାଗୁଛନ୍ତି ଜନତା
କୃଷ୍ଣପ୍ରସାଦ: ଦୀର୍ଘ ଦିନର ଦାବି ଓ ବହୁ ପ୍ରତୀକ୍ଷିତ କୃଷ୍ଣପ୍ରସାଦ ବ୍ରିଜ ନିର୍ମାଣ ପ୍ରକଳ୍ପ ଆଜି ମଧ୍ୟ କେବଳ କାଗଜପତ୍ରରେ ସୀମିତ ରହିଛି। ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ଏବେ ପ୍ରତାରଣାର ରୂପ ନେଇଥିବା ଅଭିଯୋଗ ହୋଇଛି। ପ୍ରାୟ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ସ୍ୱପ୍ନ ପୂରଣ ହେବାର ନାଁ ଧରୁନାହିଁ। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ପୁରୀ ସାଂସଦ ସମ୍ବିତ ପାତ୍ର ଏବଂ ସ୍ଥାନୀୟ ବିଧାୟିକା ଉପାସନା ମହାପାତ୍ର ଏହି ଅଞ୍ଚଳରେ ବ୍ରିଜ ନିର୍ମାଣ ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବାସ୍ତବ ଚିତ୍ର ଓଲଟା ରହିଛି।

ରାଜନୈତିକ ବାକଯୁଦ୍ଧ ଓ ପାଲଟା ଅଭିଯୋଗ

ବ୍ରିଜ ନିର୍ମାଣରେ ଅହେତୁକ ବିଳମ୍ବକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ବାକଯୁଦ୍ଧ ଆରମ୍ଭ ହୋଇଛି। ଏହି ପ୍ରସଙ୍ଗରେ ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା ବର୍ତ୍ତମାନର ସରକାରଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ପୂର୍ବରୁ ବିଜେଡି ସରକାର ଥିବାବେଳେ କାମ ହେଉନଥିବା ନେଇ ବିଧାୟିକା ଭାଷଣବାଜି କରୁଥିଲେ, କିନ୍ତୁ ଏବେ ରାଜ୍ୟ ଓ କେନ୍ଦ୍ରରେ 'ଡବଲ ଇଞ୍ଜିନ ସରକାର' ଥିବା ସତ୍ତ୍ୱେ କାହିଁକି କାମ ଆଗେଇ ପାରୁନାହିଁ? ତୁରନ୍ତ ଏହାର ଜବାବ ରଖିବାକୁ ସେ ଆହ୍ୱାନ ଦେଇଛନ୍ତି।

ବିପଦସଙ୍କୁଳ ଜଳଯାତ୍ରା ଓ ଜନଅସନ୍ତୋଷ

କୃଷ୍ଣପ୍ରସାଦ ବାସୀଙ୍କ ପାଇଁ ୬ କିଲୋମିଟରର ଜଳଯାତ୍ରା ଅତ୍ୟନ୍ତ କଷ୍ଟଦାୟକ ଓ ବିପଦପୂର୍ଣ୍ଣ ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବାରମ୍ବାର ଡଙ୍ଗା ବୁଡ଼ି ଓ ଅନ୍ୟାନ୍ୟ ଅଘଟଣ ଘଟି ନିରୀହ ଲୋକଙ୍କ ଜୀବନ ଯାଉଛି। ତଥାପି ପ୍ରଶାସନ କିମ୍ବା ଜନପ୍ରତିନିଧିମାନେ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଭିତ୍ତି ପ୍ରସ୍ତର ସ୍ଥାପନ ତ ଦୂରର କଥା, ପ୍ରକଳ୍ପର ପ୍ରାରମ୍ଭିକ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ, ଯାହା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

ଏବେ କୃଷ୍ଣପ୍ରସାଦ ବାସୀ ଧୈର୍ଯ୍ୟହରା ହୋଇ ସ୍ପଷ୍ଟ ଦାବି ଉପସ୍ଥାପନ କରିଛନ୍ତି। ବ୍ରିଜ ନିର୍ମାଣ କେବେ ଆରମ୍ଭ ହେବ ଏବଂ କେବେ ଶୁଭ ଦିଆଯିବ, ସେନେଇ ସରକାର ଏକ ନିର୍ଦ୍ଦିଷ୍ଟ ସମୟସୀମା ଘୋଷଣା କରନ୍ତୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସାଂସଦ ସମ୍ବିତ ପାତ୍ର ଓ ବିଧାୟିକା ଉପାସନା ମହାପାତ୍ର ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କେବେ ମୁହଁ ଖୋଲିବେ ଏବଂ ସମସ୍ୟାର ସମାଧାନ କରିବେ, ତାହାକୁ ହିଁ ଅଞ୍ଚଳବାସୀ ଅପେକ୍ଷା କରି ରହିଛନ୍ତି।