lichen - The Sakala

ଶିମିଳିପାଳ ଜଙ୍ଗଲରେ ରହିଛି କ୍ୟାନସର୍‌ ସଞ୍ଜିବନୀ ‘ଲାଇକେନ୍‌’
ବାରିପଦା: ଶିମିଳିପାଳ ଜାତୀୟ ଅଭୟାରଣ୍ୟ ବନ୍ୟପ୍ରାଣୀ, ସବୁଜ ବନାନୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସାରା ଦେଶରେ ପ୍ରସିଦ୍ଧ। ଏଥିରେ ଏବେ ଆଉ ଏକ ନୁଆ ଅଧ୍ୟାୟ ଯୋଡ଼ିହେବାକୁ ଯାଉଛି। ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର ଗବେଷଣାରୁ ଶିମିଳିପାଳ ଜଙ୍ଗଲ ଭିତରେ ଲୁଚିଥିବା ଔଷଧୀୟ ଧନ ‘ଲାଇକେନ୍‌‘ ବିଷୟରେ ଏବେ ଅନେକ ତଥ୍ୟ ସାମ୍ନାକୁ ଆସିପାଛି। ଯାହା ଭବିଷ୍ୟତର ଔଷଧିୟ ଗବେଷଣାର ଏକ ମୁଖ୍ୟ କେନ୍ଦ୍ର ଭାବେ ପରିଚୟ ସୃଷ୍ଟି କରିପାରିବ।

ଶିମିଳିପାଳ ଜଙ୍ଗଲ ଭିତରେ ଥିବା ଔଷଧୀୟ ଧନ ‘ଲାଇକେନ୍‌‘ ପ୍ରଜାତିଗୁଡ଼ିକରେ ଜୀବାଣୁନାଶକ ଗୁଣ ରହିଛି। ତେଣୁ ବିଭିନ୍ନ ସଂକ୍ରମଣ ରୋଗ ଚିକିତ୍ସାରେ ଏହାର ବ୍ୟବହାର ସମ୍ଭାବନା ରହିଛି। ସେହିପରି କିଛି ଲାଇକେନ୍‌ରେ କ୍ୟାନ୍ସର ବିରୋଧୀ ଗୁଣ ମିଳିଥିବା ଗବେଷଣାରୁ ଜଣାପଡିଛି। ଯାହା ଭବିଷ୍ୟତରେ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ନୂଆ ଦିଗ ଖୋଲିବ ବୋଲି ଆଶା କରାଯାଉଛି। ଏହି ଲାଇକେନ୍‌ ଗୁଡ଼ିକରେ ରହିଛି ଆଣ୍ଟିଅକ୍ସିଡାଣ୍ଟ ଗୁଣ। ଆଣ୍ଟିଅକ୍ସିଡେଣ୍ଟ ଶରୀରର କୋଷକୁ କ୍ଷତିରୁ ରକ୍ଷା କରିଥାଏ। ଏହା ଦ୍ୱାରା ବୟସ୍କ ସମସ୍ୟା, ହୃଦ୍‌ରୋଗ, ଡାଏବେଟିସ୍‌ ଓ ଅନ୍ୟାନ୍ୟ ଦୀର୍ଘକାଳୀନ ରୋଗର ନିରାକରଣ ହୋଇପାରିବ। ବିଶେଷଜ୍ଞ କହିଛନ୍ତି, ଯଦି ଏହି ଲାଇକେନ୍‌ର ସଠିକ୍‌ ସଂରକ୍ଷଣ ଓ ବୈଜ୍ଞାନିକ ଉପଯୋଗ ସୁନିଶ୍ଚିତ କରାଯାଏ, ତେବେ ଶିମିଳିପାଳ ଭବିଷ୍ୟତରେ ଏକ ପ୍ରାକୃତିକ ଔଷଧ ଗବେଷଣାର ହବ୍‌ ଭାବେ ପରିଚିତ ହୋଇପାରିବ।

ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟରେ ଲାଇକେନ୍‌ ସମ୍ପର୍କିତ ବିସ୍ତୃତ ଭାବେ ଗବେଷଣା କରାଯାଉଛି। ରାଜ୍ୟ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ସହାୟତାରେ ଲାଇକେନ୍‌ ଉପରେ ଗବେଷଣା ଆରମ୍ଭ ହୋଇଛି। ଲକ୍ଷ୍ନୌ ସ୍ଥିତ ଜାତୀୟ ଉଦ୍ଭିଦବିଜ୍ଞାନ ଗବେଷଣା ପ୍ରତିଷ୍ଠାନ ଏଥିରେ ସହାୟତା ଦେଉଛି। ଏହି ଅଧ୍ୟୟନରେ ଶିମିଳିପାଳ ଜାତୀୟ ଉଦ୍ୟାନରୁ ଅଦ୍ୟାବଧି ୧୪୮ ପ୍ରଜାତିର ଲାଇକେନ୍‌ ଚିହ୍ନଟ କରାଯାଇଛି। ଏହା ରାଜ୍ୟରେ ସର୍ବପ୍ରଥମ। ‘ଫିସିଲିଆ ମେଲାନକ୍ରୋମା’ ନାମକ ପ୍ରଜାତିର ଲାଇକେନ୍‌ ଆମ ଦେଶରେ ପ୍ରଥମ କରି ଶିମିଳିପାଳରୁ ମିଳିଥିଲା। ‘କ୍ଲୋଡନିଆ ପ୍ରୋଟିକଲୋଜା’ ନାମକ ଲାଇକେନ୍‌ ଓଡ଼ିଶାରେ ପ୍ରଥମଥର ମିଳିପାରିଛି। ସଂଗ୍ରହ କରାଯାଇଥିବା ସମସ୍ତ ଲାଇକେନ୍‌ ନମୁନାକୁ ଏମଏସସିବି ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗର ଲାଇକେନ୍‌ ସଂଗ୍ରହାଳୟରେ ସଂରକ୍ଷଣ କରାଯାଇଛି। ପରେ, ଏହି ଲାଇକେନ୍‌ ଗୁଡିକର ଜୈବ-କ୍ରିୟାଶୀଳ ରସାୟନିକ ତତ୍ତ୍ୱଗୁଡ଼ିକୁ ଚିହ୍ନଟ ଓ ତାହାର କ୍ରିୟାଶୀଳତା ବିଶ୍ଳେଷଣ କରାଯାଉଛି। ଶିମିଳିପାଳର ଲାଇକେନ୍‌ କେବଳ ଜଙ୍ଗଲର ସୌନ୍ଦର୍ଯ୍ୟ ବଢ଼ାଏ ତା ନୁହେଁ, ପରିବେଶ ସୁରକ୍ଷା ଓ ନୂଆ ଔଷଧ ଆବିଷ୍କାରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ। ତେଣୁ ଏହାର ରକ୍ଷା କରିବା ଦାୟିତ୍ୱ ବଢିଯାଇଛି।

କଣ ଏହି ଲାଇକେନ୍:
ଲାଇକେନ୍‌ ହେଉଛି ଏକ ବିଶେଷ ପ୍ରକାର ଜୀବ। ଏହା କବକ ଏବଂ ଶୈବାଳ ମଧ୍ୟରେ ଏକ ସହଜୀବୀ ସମ୍ପର୍କରୁ ଜନ୍ମ ନେଇଥାଏ। ଏମାନେ ପଥର, ଗଛର ଛାଲ, ପାହାଡ଼ ଓ ମାଟି ଉପରେ ସ୍ୱାଭାବିକ ଭାବେ ବଂଶବିସ୍ତାର କରିଥାନ୍ତି। ଶିମିଳିପାଳର ଜଙ୍ଗଲରେ ଲାଇକେନ୍‌ ମାନେ କଠିନ ପରିସ୍ଥିତିରେ ବଢ଼ନ୍ତି। ଉଚ୍ଚ ତାପମାତ୍ରା, ଭାରି ବର୍ଷା, ଶୁଷ୍କ ସମୟରେ ସଂଘର୍ଷ କରନ୍ତି। ନିଜକୁ ବଞ୍ଚାଇବା ପାଇଁ ରକ୍ଷାଁକ ରାସାୟନିକ ଦ୍ରବ୍ୟ ତିଆରି କରନ୍ତି। ଯାହା ପରେ ମଣିଷ ପାଇଁ ଔଷଧ ଭାବେ ଉପଯୋଗୀ ହୁଏ। ଏହି ପଦାର୍ଥ ମାନଙ୍କୁ ଜୀବକ୍ରିୟାଶୀଳ ଦ୍ରବ୍ୟ କୁହାଯାଏ। ପରିବେଶୀୟ ପ୍ରଦୂଷଣ ପ୍ରତି ଲାଇକେନ୍‌ ଅତ୍ୟନ୍ତ ସମ୍ବେଦନଶୀଳ। ପରିବେଶ ଶୁଦ୍ଧ ଓ ସନ୍ତୁଳିତ ଥିଲେ ପ୍ରଚୁର ଲାଇକେନ ହୋଇଥାଏ।