stock market - The Sakala

କୋଚିନ୍ ସିପିୟାର୍ଡକୁ ମିଳିଲା ୫,୦୦୦ କୋଟିର ବଡ଼ ଅର୍ଡର, ରକେଟ୍ ଭଳି ବଢ଼ିଲା ସେୟାର ଦର
ସରକାରୀ ପ୍ରତିରକ୍ଷା କମ୍ପାନୀ କୋଚିନ୍ ସିପିୟାର୍ଡ (Cochin Shipyard) ପାଇଁ ମଙ୍ଗଳବାର ଦିନଟି ବେଶ୍ ଲାଭଦାୟକ ସାବ୍ୟସ୍ତ ହୋଇଛି। କମ୍ପାନୀକୁ ଭାରତୀୟ ନୌସେନା ପକ୍ଷରୁ ଏକ ବିଶାଳ ଅର୍ଡର ମିଳିବା ପରେ ଏହାର ସେୟାର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟିଛି। ଷ୍ଟକ୍ ମାର୍କେଟରେ କମ୍ପାନୀର ସେୟାର ପ୍ରାୟ ୭% ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

୫,୦୦୦ କୋଟି ଟଙ୍କାର ଅର୍ଡର

କୋଚିନ୍ ସିପିୟାର୍ଡ ଲିମିଟେଡ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ଟେଣ୍ଡରରେ ସର୍ବନିମ୍ନ ବିଡର ବା L1 ଭାବରେ ଉଭା ହୋଇଛି। ଏହି ଅର୍ଡର ଅଧୀନରେ କମ୍ପାନୀ ଭାରତୀୟ ନୌସେନା ପାଇଁ ୫ଟି 'ନେକ୍ସଟ୍ ଜେନେରେସନ୍ ସର୍ଭେ ଭେସେଲ୍' (NGSV) ନିର୍ମାଣ କରିବ। କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ପ୍ରାୟ ୫,୦୦୦ କୋଟି ଟଙ୍କା ରହିଛି। ଆବଶ୍ୟକୀୟ ଔପଚାରିକତା ଶେଷ ହେବା ପରେ ଚୂଡ଼ାନ୍ତ ଚୁକ୍ତିନାମା ସ୍ୱାକ୍ଷରିତ ହେବ ବୋଲି କମ୍ପାନୀ କହିଛି।

ସେୟାର ବଜାରରେ ଉତ୍ସାହ

ଗତ ଚାରି ଦିନ ଧରି କୋଚିନ୍ ସିପିୟାର୍ଡର ସେୟାର ମୂଲ୍ୟରେ ହ୍ରାସ ଦେଖାଦେଇଥିଲା, କିନ୍ତୁ ଏହି ଖବର ଆସିବା ପରେ ସେୟାରରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳେ ବଜାର ଖୋଲିବା ମାତ୍ରେ ଷ୍ଟକ୍ ମୂଲ୍ୟ ବୃଦ୍ଧି ପାଇ ୧୫୭୫ ଟଙ୍କାର ଇଣ୍ଟ୍ରାଡେ ହାଇ (Intraday High) ସ୍ତରକୁ ଛୁଇଁଥିଲା। ଏହି ବୃଦ୍ଧି ନିବେଶକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି।

କମ୍ପାନୀର ବୟାନ

କମ୍ପାନୀ ସ୍ପଷ୍ଟ କରିଛି ଯେ ଏହି ଅର୍ଡର ପ୍ରଦାନ କରୁଥିବା ସଂସ୍ଥାରେ କୋଚିନ୍ ସିପିୟାର୍ଡର ପ୍ରମୋଟର କିମ୍ବା ଗ୍ରୁପ୍ କମ୍ପାନୀର କୌଣସି ସ୍ୱାର୍ଥ ଜଡ଼ିତ ନାହିଁ। ଏହା ସମ୍ପୂର୍ଣ୍ଣ ରୂପେ ଏକ ସ୍ୱଚ୍ଛ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ମିଳିଛି। ଏହି ନୂତନ ଅର୍ଡର କମ୍ପାନୀର ଅର୍ଡର ବୁକକୁ ଆହୁରି ମଜବୁତ କରିବ ଏବଂ ଆଗାମୀ ଦିନରେ କମ୍ପାନୀର ରାଜସ୍ୱ ବୃଦ୍ଧିରେ ସହାୟକ ହେବ।

ମହାରାଷ୍ଟ୍ର ନିର୍ବାଚନ: ୨୦ରେ ବନ୍ଦ ରହିବ ଷ୍ଟକ୍‌ ବଜାର କାରବାର
ମୁମ୍ବଇ: ଚଳିତମାସ ୨୦ରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଯୋଗୁଁ ଷ୍ଟକ୍‌ ବଜାର ଛୁଟି ରହିବ। ଅର୍ଥାତ୍ ସେହିଦିନ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ କୌଣସି କାରବାର ହେବ ନାହିଁ । ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୨୦ରେ ଭୋଟ ଗ୍ରହଣ ହେବ। ଗୋଟିଏ ପର୍ଯ୍ୟାୟରେ ଏହି ଭୋଟ ଗ୍ରହଣ ହେବ। ଏଥିପାଇଁ ଷ୍ଟକ ବଜାରରେ ଛୁଟି ଘୋଷଣା କରାଯାଇଛି। ଏ ନେଇ ଷ୍ଟକ ମାର୍କେଟ ପକ୍ଷରୁ ଆନୁଷ୍ଠାନିକ ସୂଚନା ଦିଆଯାଇଛି। ସେହିଦିନ ମୁଦ୍ରା ବଜାର ଏବଂ କମୋଡିଟି ଏକ୍ସଚେଞ୍ଜରେ ମଧ୍ୟ ଛୁଟି ରହିବ। ଆର୍ଥିକ ରାଜଧାନୀ ମୁମ୍ବଇରେ ଷ୍ଟକ ବଜାର ବନ୍ଦ ରହୁଥିବାରୁ ଦେଶର ଅନ୍ୟ ଷ୍ଟକ ବଜାରରେ ମଧ୍ୟ କାରବାର ବନ୍ଦ ରହିବ।

ବିଦେଶୀ ନିବେଶକଙ୍କ ବଡ଼ ପସନ୍ଦ ଭାରତୀୟ ଶେୟାର ବଜାର, ପ୍ରତି ଘଣ୍ଟାରେ ଖର୍ଚ୍ଚ କରିଛନ୍ତି ୫୪ କୋଟି ଟଙ୍କା
ନୂଆଦିଲ୍ଲୀ: ବିଦେଶୀ ନିବେଶକଙ୍କ ପାଇଁ ଭାରତୀୟ ଷ୍ଟକ୍ ବଜାର ଏକ ପସନ୍ଦଯୋଗ୍ୟ ଗନ୍ତବ୍ୟସ୍ଥଳ ପାଲଟିଛି। ଘରୋଇ ସେୟାର ବଜାର ଅତ୍ୟଧିକ ମୂଲ୍ୟ ଚାପ ହେବା ସତ୍ତ୍ୱେ ବିଦେଶୀ ନିବେଶକମାନେ ଏଠାରେ ଲଗାତାର ଅର୍ଥ ବିନିଯୋଗ କରୁଛନ୍ତି। ଜୁଲାଇର ପ୍ରଥମ ୨୭ ଦିନରେ ଷ୍ଟକ୍ ବଜାରରେ ପ୍ରତି ଘଣ୍ଟାରେ ନିବେଶକମାନେ ପ୍ରାୟ ୫୪ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ବିଶେଷ କଥା ହେଉଛି କ୍ରମାଗତ ଦ୍ୱିତୀୟ ମାସ ଯେତେବେଳେ ବିଦେଶୀ ନିବେଶକମାନେ ଷ୍ଟକ୍ ବଜାରରେ ୨୫ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ, ଏହା ପୂର୍ବରୁ ଜୁନ୍ ମାସରେ ୨୬ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା। ତେବେ ଜୁଲାଇରେ ନିବେଶକମାନେ ଘରୋଇ ବଜାରରେ ୪୦ ହଜାର କୋଟିରୁ ଅଧିକ ଟଙ୍କା ନିବେଶ କରିପାରନ୍ତି।

ଡିପୋଜିଟୋରୀର ତଥ୍ୟ ଅନୁଯାୟୀ, ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ) ମାନେ ଚଳିତ ମାସ ୨୬ ପର୍ଯ୍ୟନ୍ତ ଘରୋଇ ବଜାରରେ ୩୩,୬୮୮ କୋଟି ଟଙ୍କା ବିନିଯୋଗ କରିଛନ୍ତି। ଏହାପୂର୍ବରୁ ଜୁନ୍ ମାସରେ ସେୟାରରେ ୨୬,୫୬୫ କୋଟି ଟଙ୍କା ନିବେଶ କରିଥିଲେ। ନିର୍ବାଚନ ଫଳାଫଳକୁ ନେଇ ଦ୍ୱନ୍ଦ୍ୱ ମଧ୍ୟରେ ମେ ମାସରେ ଏଫ୍‌ପିଆଇମାନେ ଷ୍ଟକ୍‌ରୁ ୨୫,୫୮୬ କୋଟି ଟଙ୍କା ପ୍ରତ୍ୟାହାର କରିନେଇଥିଲେ।

ମରିସସ୍ ସହିତ ଭାରତର ଟିକସ ଚୁକ୍ତିରେ ପରିବର୍ତ୍ତନ ଏବଂ ଆମେରିକାରେ ବଣ୍ଡ ଇଲ୍ଡରେ ବୃଦ୍ଧି ହେତୁ ଏଫପିଆଇ ଏପ୍ରିଲରେ ଷ୍ଟକରୁ ୮୭୦୦ କୋଟିରୁ ଅଧିକ ଟଙ୍କା ପ୍ରତ୍ୟାହାର କରିନେଇଥିଲେ।

ତଥ୍ୟ ଅନୁଯାୟୀ, ସେୟାର ବ୍ୟତୀତ ଏଫପିଆଇମାନେ ଋଣ ଏବଂ ବଣ୍ଡ୍‌ ବଜାରରେ ୧୯,୨୨୩ କୋଟି ଟଙ୍କା ବିନିଯୋଗ କରିଛନ୍ତି। ତେବେ ବଣ୍ଡ୍‌ ବଜାରରେ ଏଫ୍‌ପିଆଇ ବିନିଯୋଗ ଚଳିତ ବର୍ଷ ୮୭,୮୪୭ କୋଟି ଟଙ୍କାରେ ପହଞ୍ଚିଛି। ଷ୍ଟକ୍ ନୀତିରେ ସଂସ୍କାର, ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ଏବଂ କମ୍ପାନୀଗୁଡିକର ଉତ୍ତମତ୍ରୈମାସିକ ଫଳାଫଳଗୁଡିକର ଆଶା ମଧ୍ୟରେ ବିଦେଶୀ ପୋର୍ଟଫୋଲିଓ ନିବେଶକମାନେ ଚଳିତ ମାସ ସୁଦ୍ଧା ଭାରତୀୟ ଷ୍ଟକ୍ ବଜାରରେ ୩୩,୬୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ କରିଛନ୍ତି। ତେବେ, ବଜେଟରେ ଇକ୍ୱିଟି ନିବେଶରୁ ସରକାର ଫ୍ୟୁଚର ଏବଂ ବିକଳ୍ପ ବାଣିଜ୍ୟ ଉପରେ ଟିକସ ବୃଦ୍ଧି କରିବା ପରେ ଗତ ତିନିଟି ବାଣିଜ୍ୟ ଅଧିବେଶନରେ ୭୨୦୦ କୋଟିରୁ ଅଧିକ ଟଙ୍କା ବାହାର କରିଛନ୍ତି। ବଜାର ବିଶେଷଜ୍ଞମାନଙ୍କ କହିବାନୁଯାୟୀ, ଚଳିତ ବର୍ଷ ବିଦେଶୀ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ପାଇଁ ଭାରତୀୟ ଷ୍ଟକ୍ ବଜାର ଭଲ ସ୍ଥିତିରେ ଅଛି

ଶନିବାର ଖୋଲିବ ଷ୍ଟକ୍‌ ବଜାର, ଚାଲିବ ସ୍ବତନ୍ତ୍ର ଲାଇଭ୍ ଟ୍ରେଡିଂ ସେସନ୍‌
ମୁମ୍ବଇ: ଶନିବାର ଖୋଲାରହିବ ଷ୍ଟକ୍‌ ବଜାର। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ଓ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ପକ୍ଷରୁ ଚାଲିବ ସ୍ବତନ୍ତ୍ର ଲାଇଭ୍ ଟ୍ରେଡିଂ ସେସନ୍‌। ଏହାର କାରଣ ହେଉଛି ଏହି ବାଣିଜ୍ୟିକ ଅଧିବେଶନ ମାଧ୍ୟମରେ ଷ୍ଟକ୍ ଏକ୍ସଚେଞ୍ଜର ବିପର୍ଯ୍ୟୟ ପୁନରୁଦ୍ଧାର ସାଇଟ୍ ଟ୍ରାଏଲ୍ କରାଯିବ। ଏହାର ଅର୍ଥ ହେଉଛି ଯଦି କେବେ ସାଇବର ଆକ୍ରମଣ କିମ୍ବା ଜରୁରୀକାଳୀନ ପରିସ୍ଥିତି  ଉପୁଜେ ନିୟମିତ ବିଏସଇ ଓ  ଏନଏସଇ  ୱିଣ୍ଡୋକୁ ସହଜରେ ଅନ୍ୟ ସାଇଟ୍‌କୁ ସ୍ଥାନାନ୍ତର କରାଯାଇପାରିବ।  ପ୍ରଥମ ସେସନ୍‌ ସକାଳ ୯ଟାରୁ ୧୦ ଟା ପର୍ଯ୍ୟନ୍ତ ହେବ।  ଏଥିରେ, ପ୍ରି-ଓପନ୍ ଅଧିବେଶନ ସକାଳ ୯ଟା ୧୫ ପର୍ଯ୍ୟନ୍ତ ହେବ। ଷ୍ଟକ୍ ବଜାର ୯ଟା ୧୫ ମିନିଟ୍‌ରେ ଖୋଲିବ ଓ ୧୦ଟାରେ  ବନ୍ଦ ହେବ। ଦ୍ୱିତୀୟ ଅଧିବେଶନ ରାତି ୧୧ଟା ୧୫ରୁ  ୧୨ଟା ୩୦ ପର୍ଯ୍ୟନ୍ତ  ଚାଲିବ। ବଜାରର ପ୍ରି-ଓପନ୍ ସକାଳ ୧୧ଟା ୧୫ରେ ହେବ। ଏହାପରେ ବଜାର ସକାଳ  ୧୧ଟା ୩୦ରୁ ରାତି ୧୨ଟା ୩୦  ପର୍ଯ୍ୟନ୍ତ ଖୋଲା ରହିବ।

ଷ୍ଟକ୍‌ ବଜାରରେ ଧମାକା: ରେକର୍ଡ ସ୍ତରରେ ସେନ୍‌ସେକ୍ସ, ନିଫ୍ଟି
ମୁମ୍ବଇ: ପ୍ରକାଶ ପାଇସାରିଛି ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ। ହେଲେ ଏହି ନିର୍ବାଚନ ଫଳାଫଳର ପ୍ରଭାବ ସିଧାସଳଖ ଭାବେ ଘରୋଇ ପୁଞ୍ଜିବଜାର ଉପରେ ପଡିଛି। ଏଥିଯୋଗୁ ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଛି ଘରୋଇ ଷ୍ଟକ୍ ବଜାର। ମାଲେମାଲ ହୋଇଛନ୍ତି ନିବେଶକ। ମଙ୍ଗଳବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍ଇ) ସେନ୍‌ସେକ୍ସରେ ପୁଣି ୩୦୦ ପଏଣ୍ଟ ବୃଦ୍ଧି ଘଟିଛି। ଫଳରେ ସେନ୍‌ସେକ୍ସ ୬୯ ହଜାର ପାର କରିଛି।  ୟୁରୋପ ସମେତ ଏସୀୟ ବଜାରରେ କାରବାରରେ ଜବରଦସ୍ତ ଉତ୍ସାହ ଦେଖାଦେବା ପରେ ଘରୋଇ ପୁଞ୍ଜି ବଜାରରେ ଏହି ଚମକ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ସୋମବାର କାରବାର ଶେଷ ବେଳକୁ ସେନ୍‌ସେକ୍ସରେ ୧୩୮୪ (୧୩୮୩.୯୩) ପଏଣ୍ଟ ବୃଦ୍ଧି ଘଟି ୬୮,୮୬୫.୧୨ ପଏଣ୍ଟରେ କାରବାର ଶେଷ ହୋଇଥିଲା। ସେନ୍‌ସେକ୍ସ ଏହାର ସର୍ବକାଳୀନ ବନ୍ଦ ରେକର୍ଡ ୬୭,୫୭୧ ପଏଣ୍ଟ ଅତିକ୍ରମ କରିଥିଲା, ଯାହା ସେପ୍ଟେମ୍ବର ୧୫ରେ ପ୍ରତିଷ୍ଠା ହୋଇଥିଲା।  ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୪୧୮(୪୧୮.୯୦) ପଏଣ୍ଟ ବୃଦ୍ଧି ଘଟି ୨୦,୬୮୬.୮୦ ପଏଣ୍ଟରେ କାରବାର ଶେଷ ହୋଇଥିଲା। ଅପରପକ୍ଷେ ନିଫ୍ଟି ଏହାର ସର୍ବକାଳୀନ ବନ୍ଦ ରେକର୍ଡ ୨୦,୨୬୭ ପଏଣ୍ଟକୁ ଅତିକ୍ରମ କରି ଯାଇଥିଲା, ଯାହା ଡିସେମ୍ବର ପହିଲାରେ ପ୍ରତିଷ୍ଠା ହୋଇଥିଲା। ପୁଞ୍ଜିବଜାରରେ ଷ୍ଟକ୍‌ଗୁଡିକର ଏଭଳି ଉତ୍ସାହ ପ୍ରଦର୍ଶନ ଯୋଗୁ ନିବେଶକଙ୍କ ସମ୍ପତ୍ତିରେ ଆଖିଦୃଶିଆ ବୃଦ୍ଧି ଘଟିଥିଲା। ଗତକାଲି ଗୋଟିଏ ଦିନର କାରବାରରେ ନିବେଶକମାନେ ୬ ଲକ୍ଷ କୋଟି ଟଙ୍କା ରୋଜଗାର କରିଥିଲେ। ବିଗତ କିଛି ଦିନ ହେବ ଘରୋଇ ପୁଞ୍ଜିବଜାରରେ ଦେଖାଦେଇଥିବା ଉତ୍ସାହ ନିବେଶକଙ୍କୁ ବେଶ ପ୍ରୋତ୍ସାହିତ କରିଥିଲା। ସୋମବାର କାରବାରରେ ସେନ୍‌ସେକ୍ସର ୩୦ ଷ୍ଟକ୍ ମଧ୍ୟରୁ ୨୬ଟିରେ ବୃଦ୍ଧି ଘଟିଥିବାବେଳେ ୪ଟିରେ ହ୍ରାସ ପରିଲକ୍ଷିତ ହୋଇଥିଲା। ଘରୋଇ ବଜାର କାରବାରରେ ହ୍ରାସ ହେଉଥିବା ଷ୍ଟକ୍ ମଧ୍ୟରେ ଟାଟା ମୋଟର୍ସ, ସନ୍ ଫାର୍ମା, ମାରୁତି ସୁଜୁକି ଏବଂ ୱିପ୍ରୋ ଆଦି କମ୍ପାନୀର ସେୟାରରେ ବୃହତ୍‌ ହ୍ରାସ ଘଟିଥିଲା।

ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ମଧ୍ୟରୁ ୩ଟି ରାଜ୍ୟରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବା, ଦ୍ବିତୀୟ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ୭.୬%ରେ ପହଞ୍ଚିବା ସହ ଆମେରିକୀୟ ବଜାରରେ କାରବାର ସୁଦୃଢ଼ ରହିବା ଭଳି କେତେକ କାରକର ପ୍ରଭାବ ଘରୋଇ ପୁଞ୍ଜି ବଜାର ଉପରେ ପଡିଛି।

ସୁନା ଆଉ ସେୟାର ବଜାରରୁ ନିବେଶକ ମାଲେମାଲ: ୧୮ ବର୍ଷରେ ମିଳିଛି ୫୦୦% ରିଟର୍ଣ୍ଣ
ମୁମ୍ବାଇ: ଦିନକୁ ଦିନ ନୂଆ ନୂଆ ନିବେଶକ ସୃଷ୍ଟି ହେଉଛନ୍ତି। ସେୟାର ବଜାର ପ୍ରତି ଯୁବପୀଢ଼ିଙ୍କ ଅଗ୍ରହ ବଢ଼ିବାରେ ଲାଗିଛି। ଏହାର କାରଣ ହେଉଛି ବିଗତ ଦିନ ଗୁଡିକରୁ ସୁନା ଆଉ ସେୟାର ବଜାରରୁ ନିବେଶକମାନେ ମାଲେମାଲ ହୋଇଛନ୍ତି। ଏହି ସମୟରେ ସୁନା ଏବଂ ଷ୍ଟକ୍ ବଜାରରୁ ନିବେଶକଙ୍କୁ ପ୍ରାୟ ସମାନ ରିଟର୍ଣ୍ଣ ମିଳିଛି। ବିଗତ ୧୮ ବର୍ଷର ସେୟାର ବଜାରର ତଥ୍ୟକୁ ହିସାବକୁ ନେଲେ ଜଣାପଡିଛି ଯେ, ଏହି ୧୮ ବର୍ଷ ମଧ୍ୟରେ ଉଭୟ ସୁନା ଏବଂ ଷ୍ଟକ୍ ବଜାର ନିବେଶକଙ୍କୁ ପାଖାପାଖି ୫୦୦ ପ୍ରତିଶତ ରିଟର୍ଣ୍ଣ ଦେଇଛନ୍ତି। ତଥାପି, ବର୍ଷକୁ ବର୍ଷ ଉଭୟରୁ ରିଟର୍ଣ୍ଣ କେତେବେଳ ବଢ଼ୁଛି ତ କେତେବେଳେ କମୁଛି। ନିବେଶକଙ୍କ ମଧ୍ୟରେ ଉଭୟ ଷ୍ଟକ୍ ବଜାର ଏବଂ ସୁନା ହେଉଛି ସବୁଠାରୁ ଲୋକପ୍ରିୟ ନିବେଶ ବିକଳ୍ପ। ତେବେ ନିବଶେକମାନେ ସୁନାକୁ ଏକ ସୁରକ୍ଷିତ ନିବେଶ ମାଧ୍ୟମ ଭାବରେ ବିବେଚନା କରୁଛନ୍ତି। ଷ୍ଟକ୍ ବଜାର  ବିପଦପୂର୍ଣ୍ଣ ହୋଇଥ଄ଲେ ମଧ୍ୟ ୨୦୦୬ରୁ ୨୦୨୩ ପର୍ଯ୍ୟନ୍ତ ସୁନା ଏବଂ ସେନ୍‌ସେକ୍ସର ତଥ୍ୟ ତୁଳନା କଲେ ଉଭୟ ସମାନ ଦେଖାଯାଏ।

ବର୍ଷ ୨୦୦୬ରେ ଉଭୟ ସେନ୍‌ସେକ୍ସ ଏବଂ ସୁନା ପ୍ରାୟ ୧୦,୦୦୦ ସ୍ତରରେ ରହିଥ଄ଲେ। ଯଦି କେହି ସେତେବେଳେ ସୁନା ଏବଂ ସେନ୍‌ସେକ୍ସରେ ୧ ଲକ୍ଷ ଟଙ୍କା ବିନିଯୋଗ କରିଥାନ୍ତେ, ତେବେ ବର୍ତ୍ତମାନ ଅର୍ଥାତ୍‌ ୧୮ ବର୍ଷ ମଧ୍ୟରେ ଏହା ୬ ଲକ୍ଷ ଟଙ୍କା ହୋଇଥାନ୍ତା। ଅନ୍ୟ ଅର୍ଥରେ ୫୦୦ % ଲାଭ।  ୨୦୦୬ରେ ସେନ୍‌ସେକ୍ସ ୧୩,୭୮୭ ପଏଣ୍ଟରେ ରହିଥ଄ବାବେଳେ ସୁନା ୧୦ ଗ୍ରାମ(୨୪ କ୍ୟାରେଟ୍‌) ପିଛା ମୂଲ୍ୟ ୧୦,୦୦୦ ଟଙ୍କା ରହିଥ଄ଲା। ବର୍ତ୍ତମାନ ଅର୍ଥାତ୍‌ ଜୁନ୍‌ ୧୨ରେ ସେନ୍‌ସେକ୍ସ ୬୨,୭୨୪ ପଏଣ୍ଟ ଛୁଇଁଥ଄ବାବେଳେ  ସୁନା ୧୦ ଗ୍ରାମ ପିଛା ୬୧,୫୦୦ ଟଙ୍କାରେ ପହଞ୍ଚିଛି। ଷ୍ଟକ୍ ବଜାର ବିଷୟରେ ବିଶେଷଜ୍ଞଙ୍କ କହିବା ହେଉଛି ସୁନା ତୁଳନାରେ ଏଥିରେ ଅନେକ ପୁଞ୍ଜି ବିନିଯୋଗର ବିକଳ୍ପ ରହିଛି।

ଉଦାହରଣ ସ୍ୱରୂପ, ୨୦୦୦ରୁ ଅଧିକ କମ୍ପାନୀର ସେୟାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ। ଆପଣ ଏଠାରେ ବ୍ୟକ୍ତିଗତ କମ୍ପାନୀଗୁଡିକରେ ଟଙ୍କା ବିନିଯୋଗ କରିପାରିବେ। ତଥାପି, ଏଥିରେ ମଧ୍ୟ ବିପଦ ରହିଛି। ସେଠାରେ ଅନେକ କମ୍ପାନୀ ରହିଛନ୍ତି ଯେଉଁମାନେ ହଜାରେ ପ୍ରତିଶତ ରିଟର୍ଣ୍ଣ ଦେଇଛନ୍ତି, ଆଉ ଅନେକ କମ୍ପାନୀ ବୁଡ଼ି ବି ଯାଇଛନ୍ତି। ଉଭୟ ଷ୍ଟକ୍ ବଜାର ଏବଂ ସୁନାରେ ବିନିଯୋଗ କରିବା ଆପଣଙ୍କ ରିସ୍କ ନେବାର କ୍ଷମତା ଉପରେ ନିର୍ଭର କରେ। ୧ ଏପ୍ରିଲ ୧୯୭୯ରେ ୧୦୦ର ମୂଳ ମୂଲ୍ୟ (ବେସ୍‌ ପ୍ରାଇସ୍‌) ସହିତ ଆରମ୍ଭ କରାଯାଇଥ଄ଲା। ସେନ୍‌ସିଟିଭ୍‌ ଏବଂ ଇଣ୍ଡେକ୍ସ ଦୁଇଟି ନାମକୁ ମିଳାଇ ସେନ୍‌ସେକ୍ସ ନାମକରଣ କରାଯାଇଥ଄ଲା। ଷ୍ଟକ୍‌ ବଜାର ବିଶେଷଜ୍ଞ ଦୀପକ୍‌ ମୋହିନୀ ଏହି ନାମ ଦେଇଥÒଲେ। ଚୀନ୍ ପରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍‌ ସୁନା ବଜାର। କାରଣ ଅଳଙ୍କାର ଆକାରରେ ଭାରତରେ ସୁନା ବ୍ୟବହାର ବହୁତ ଅଧିକ। ଏହା ବ୍ୟତୀତ ଭାରତରେ ପର୍ବପର୍ବାଣୀରେ ସୁନା କିଣିବା ଶୁଭ ବୋଲି ବିବେଚନା କରାଯାଏ। ପ୍ରାଚୀନ କାଳରୁ ଏଠାରେ ସୁନା ପୂଜା କରାଯାଇଆସୁଛି।

ସେୟାର ବଜାରରେ ‘ଷ୍ଟାର୍ଟଅପ’ ତାଲିକାଭୁକ୍ତ ପାଇଁ ସେବିର କଡ଼ା ନିୟମ
ମୁମ୍ବାଇ: ଶେୟାର ବଜାରରେ ଷ୍ଟାର୍ଟଅପ କମ୍ପାନୀ ତାଲିକାଭୁକ୍ତ ହେବା କ୍ଷେତ୍ରରେ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି) କଡା ଆଭିମୁଖ୍ୟ ଗ୍ରହଣ କରିଛି। ଗତବର୍ଷ ପେଟିଏମ ଓ ଜୋମାଟୋ ଭଳି ବହୁ ଫିନଟେକ୍ କମ୍ପାନୀ ଆଇପିଓ ଇସ୍ୟୁ କରିଥିଲା ବେଳେ ଏଥÒରେ ନିବେଶକଙ୍କୁ ସେଭଳି ଲାଭ ମିଳିପାରି ନାହିଁ। ଏହାକୁ ଦୃଷ୍ଟିରେ ରଖି ସେବି ଆଇପିଓ ନିୟମ କଡ଼ାକଡି କରିଛନ୍ତି। ଏଣିକି ଆଇପିଓ ଜାରି କରିବା ପୂର୍ବରୁ କମ୍ପାନୀଗୁଡିକର ମୂଲ୍ୟାୟନ ପ୍ରକ୍ରିୟାକୁ କଡାକଡ଼ି କରାଯିବ ବୋଲି ସେବି ପକ୍ଷରୁ କୁହାଯାଇଛି। ଏ ନେଇ ସେବି ଏକ ପରାମର୍ଶପତ୍ର ଜାରି କରିଛି। ବଜାରରୁ ଅର୍ଥ ସଂଗ୍ରହ ଲାଗି ନୂଆ ଆଇଟି କମ୍ପାନୀମାନେ ଆଣୁଥିବା ଆଇପିଓ ସନ୍ଦର୍ଭରେ ସେବି ଏହି ପରାମର୍ଶ ଦେଇଛି। କାରଣ ନିକଟରେ ଆଇପିଓ ଆଣିଥିବା କମ୍ପାନୀଙ୍କ ମଧ୍ୟରେ ଏଭଳି କମ୍ପାନୀ ଅଛନ୍ତି ଯେଉଁମାନଙ୍କର ଆଇପିଓ ଆଣିବା ପୂର୍ବରୁ ଗତ ୩ ବର୍ଷର ପରିଚାଳନା ଲାଭ ନେଇ କୌଣସି ରେକର୍ଡ ମଧ୍ୟ ନାହିଁ ବୋଲି କୁହାଯାଇଛି।

ବଢୁଛି ସଂକ୍ରମଣ; ଭୁଶୁଡୁଛି ପୁଞ୍ଜିବଜାର
ମୁମ୍ବଇ : ଘରୋଇ ପୁଞ୍ଜି ବଜାରରେ ପୁଣିଥରେ ମାନ୍ଦାବସ୍ଥାର କଳା ବାଦଲ ଘୋଟିଆସିଛି। ମାତ୍ର କେତୋଟି କାରବାର ଦିବସରେ ସୁଧାର ପରେ ପୁଣିଥରେ ବଜାର କାରବାର ଉପରେ ଚଡକ ପଡିଛି। ଫଳସ୍ୱରୂପ ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ପାଖାପାଖି ୭୪୦ ପଏଣ୍ଟ ହ୍ରାସ ଘଟିଛି। କେତେକ ଅନ୍ତର୍ଜାତୀୟ କାରକ ଯୋଗୁ ସେନ୍‍ସେକ୍ସରେ ଏଭଳି ହ୍ରାସ ଦେଖିବାକୁ ମିଳିଛି। ସମ୍ପ୍ରତି ବିଶ୍ବ ସମେତ ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେବେ ଘରୋଇ ପୁଞ୍ଜିବଜାରରେ ଏହି ହ୍ରାସ ଯୋଗୁ ନିବେଶକଙ୍କୁ ବେଶ କ୍ଷତି ସହିବାକୁ ପଡ଼ିଛି। ପୁଞ୍ଜିବଜାରରେ ଏହି ଦୁଇ ଦିନର ହ୍ରାସ ଫଳରେ ନିବେଶକଙ୍କ ସମ୍ପତ୍ତିରେ ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ହ୍ରାସ ଘଟିଛି।

ଗୁରୁବାର କାରବାରରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ହଠାତ୍‍ ୭୪୦ ପଏଣ୍ଟ ବା ୧.୫% ହ୍ରାସ ଘଟି ୪୮,୪୪୦.୦୦ ପଏଣ୍ଟରେ କାରବାର ଶେଷ ହୋଇଛି। ତେବେ ବୁଧବାର ସେନ୍‌ସେକ୍ସ କାରବାର ୪୯,୧୮୦ ପଏଣ୍ଟରେ ବନ୍ଦ ହୋଇଥିଲା। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୨୦୧ ପଏଣ୍ଟ ବା ୧.୪% ହ୍ରାସ ଘଟି ୧୪,୩୪୮ ପଏଣ୍ଟରେ କାରବାର ଶେଷ ହୋଇଛି। ବୁଧବାର ନିଫ୍ଟି ୧୪,୫୪୯ ପଏଣ୍ଟରେ କାରବାର ଶେଷ କରିଥିଲା। କୋଭିଡ୍‌ ସଂକ୍ରମଣ ବଢ଼ୁଥିବା ଯୋଗୁ ସମ୍ପ୍ରତି ଦେଶରେ ପୁଣି ଥରେ ପିଜିଟିଭ୍‌ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏହି ତଥ୍ୟକୁ ନେଇ ନିବେଶକଙ୍କ ମଧ୍ୟରେ ଆଶଙ୍କା ଖେଳିବା ପରେ ଘରୋଇ ବଜାର କାରବାର ବିଶେଷ ଭାବେ ପ୍ରଭାବିତ ହୋଇଛି। ପୁଞ୍ଜିିବଜାରରେ ଏଭଳି ଅସ୍ଥିରତା ଜନିତ ସ୍ଥିତି ଲାଗି ରହିବା ଯୋଗୁ ଗତକାଲି ଭଳି ଆଜି ନିବେଶକମାନେ ଆଶଙ୍କାରେ ରହିଥିଲେ। ଏମିତିକି ବିଗତ ଦୁଇ ଦିନରେ ଏହି ହ୍ରାସ ଯୋଗୁ ନିବେଶକଙ୍କୁ ୭ ଲକ୍ଷ କୋଟି ଟଙ୍କା ହରାଇବାକୁ ପଡିଛି। ଗୁରୁବାର କାରବାରରେ ଶକ୍ତି, ଅଟୋ, ବିଦ୍ୟୁତ, ଟେଲିକମ୍‌ ଏବଂ ନିର୍ମାଣ ଆଦି କ୍ଷେତ୍ରର ସେୟାର ମୂଲ୍ୟରେ ଅଧିକ ହ୍ରାସ ପରିଲକ୍ଷିତ ହୋଇଥିଲା। ତେବେ ଆଜି ୟୁରୋପୀୟ ସମେତ ଏସୀୟ ବଜାରରେ କାରବାର ହ୍ରାସ ଘଟିଥିଲା।

ସେୟାର ବଜାରରେ ନୂଆ ରେକର୍ଡ, ପ୍ରଥମ ଥର ୫୨ ହଜାର ଉପରେ ସେନସେକ୍ସ
ମୁମ୍ବାଇ : ସେୟାର ବଜାରରେ ଲଗାତର ଭାବେ ଉତ୍ସାହ ପରିଲକ୍ଷିତ ହେଉଛି । ସୋମବାର ସକାଳେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନସେକ୍ସ ୫୨୦୦୦ ଅଙ୍କ ଅତିକ୍ରମ କରିଛି । ଏହାସହ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ୍ ନିଫ୍ଟିରେ ମଧ୍ୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନସେକ୍ସ ସୋମବାର ସକାଳ ୧୦ଟାରେ ପ୍ରାୟ ୪୧୬.୪୧ ଅଙ୍କ ବୃଦ୍ଧି ପାଇ ୫୧,୯୬୦.୭୧ ରହିଥିଲା । ଗତ କାରବାର ଦିନରେ ଏହା ୫୧,୫୪୪.୩୦ରେ ବନ୍ଦ ହୋଇଥିଲା । ସୋମବାର ଦିନ ଏହା ୫୧,୯୦୭.୭୫ ଅଙ୍କରେ ଖୋଲିଥିଲା । ଏହାସହ ପରେ ୫୨,୧୧୦.୭୪ ଟପିଥିଲା ।

ଇଣ୍ଡସିଣ୍ଡ୍ ବ୍ୟାଙ୍କ୍, ଆକ୍ସିସ୍ ବ୍ୟାଙ୍କ, ଏଚଡିଏଫସି, ଆଇସିଆଇସିଆଇ, ଏଶବିଆଇ, ବଜାଜ ଫାଇନାନ୍ସ, କୋଟାକ ମହିନ୍ଦ୍ରା ଆଦି ଲାଭରେ ଲହିଥିଲେ । ସବୁଠାରୁ ଅଧିକ ଲାବ ଇଣ୍ଡସିଣ୍ଡ୍ ବ୍ୟାଙ୍କ୍ କରିଛି । ବ୍ୟାଙ୍କର ସେୟାର ୨.୫୮ ପ୍ରତିଶତ ଯାଏଁ ବୃଦ୍ଧି ପାଇଥିଲା । ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜରେ ୫୦ଟି କମ୍ପାନୀର ସୂଚକାଙ୍କ ବୃଦ୍ଧି ପାଇଛି । ସୋମବାର ନିଫ୍ଟି ୧୫,୨୭୦.୩୦ ଅଙ୍କରେ ଖୋଲିଥିଲା । ଏହା ୧୫,୩୧୪.୩୦ ଅଙ୍କରେ ପହଁଚିଥିଲା । ୫୦ କମ୍ପାନୀରୁ ୧୮ଟି ରେଡ୍ ଓ ୩୨ଟି ଗ୍ରୀନ୍ ଜୋନରେ ଥିଲେ ।ନିଫ୍ଟିରେ ସବୁଠାରୁ ଅଧିକ ଲାଭ ଇଣ୍ଡିସିଣ୍ଡ୍ ବ୍ୟାଙ୍କର ସେୟାରର ରହିଥିଲା । ସବୁଠାରୁ ଅଧିକ କ୍ଷତି ସହିଛି ଓଏନଜିସି । ଏହାର ସେୟାର ୧.୦୩ ପ୍ରତିଶତ ହ୍ରାସ ପାଇଥିଲା ।