Satena Airlines - The Sakala

କଲମ୍ବିଆରେ ଭୟଙ୍କର ବିମାନ ଦୁର୍ଘଟଣା: ସାଂସଦଙ୍କ ସମେତ ୧୫ ମୃତ
ନୂଆଦିଲ୍ଲୀ: କଲମ୍ବିଆର ଭେନେଜୁଏଲା ସୀମାରେ ମର୍ମନ୍ତୁଦ ବିମାନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୧୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଜଣେ ସ୍ଥାନୀୟ ସାଂସଦ ଏବଂ ଜଣେ ନିର୍ବାଚନ ପ୍ରାର୍ଥୀ ସାମିଲ ଥିବା ସରକାରୀ ବିମାନ ଚଳାଚଳ ସଂସ୍ଥା ‘ସାଟେନା’ (Satena) ଏବଂ ବିମାନ ଚଳାଚଳ କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି।

ରିପୋର୍ଟ ଅନୁଯାୟୀ, Satena Flight NSE 8849 ନାମକ ଏହି ବିମାନଟି (Beechcraft 1900) କୁକୁଟାରୁ ଓକାନା (Ocana) ଅଭିମୁଖେ ଯାତ୍ରା କରୁଥିଲା। ସ୍ଥାନୀୟ ସମୟ ଅନୁସାରେ ଦିନ ପ୍ରାୟ ୧୨:୦୫ରେ ଏହା ଅବତରଣ କରିବାର ଥିଲା, କିନ୍ତୁ ଅବତରଣର କିଛି ମିନିଟ୍ ପୂର୍ବରୁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଦୁର୍ଗମ ତଥା ପାହାଡ଼ିଆ କାଟାଟୁମ୍ବୋ ଅଞ୍ଚଳରେ ବ୍ୟାପକ ତଲାସି ଅଭିଯାନ ପରେ ଗୁରୁବାର ଦିନ ବିମାନର ଧ୍ୱଂସାବଶେଷ ଠାବ କରାଯାଇଥିଲା।

ଏହି ବିମାନରେ ୧୩ ଜଣ ଯାତ୍ରୀ ଏବଂ ୨ ଜଣ କ୍ରୁ ସଦସ୍ୟ ଯାତ୍ରା କରୁଥିଲେ। ବିମାନ ସଂସ୍ଥାର ଯାତ୍ରୀ ତାଲିକା ଅନୁଯାୟୀ, ବିମାନରେ ସାଂସଦ Diogenes Quintero ଏବଂ ତାଙ୍କ ଦଳର ସଦସ୍ୟମାନେ ଥିଲେ। ଏହା ସହିତ ଆଗାମୀ ମାର୍ଚ୍ଚ ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ Carlos Salcedo ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାସ୍ଥଳର ଚିତ୍ରରୁ ବିମାନଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି।

ପାହାଡ଼ିଆ ଅଞ୍ଚଳ ଏବଂ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। କଲମ୍ବିଆର ବେସାମରିକ ବିମାନ ଚଳାଚଳ ଏଜେନ୍ସିର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଖୋଜୁଛନ୍ତି। ପ୍ରାଥମିକ ସୂଚନା ଅନୁସାରେ ଖରାପ ପାଗ କିମ୍ବା ବୈଷୟିକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି ।