Gujarat News - The Sakala

ରାଜକୋଟ ଏମ୍ସ ଡାକ୍ତର ଆତ୍ମହତ୍ୟା ମାମଲା: ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗରେ ୫ ସହପାଠୀ ଗିରଫ
ଗୁଜରାଟର ରାଜକୋଟ୍ ଏମ୍ସ (Rajkot AIIMS) ରେ କାର୍ଯ୍ୟରତ ଜଣେ ୨୫ ବର୍ଷୀୟ ଇଣ୍ଟର୍ଣ୍ଣ ଡାକ୍ତରଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଡାକ୍ତରଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ନିର୍ଯାତନା ଦେବା ଅଭିଯୋଗରେ ତାଙ୍କର ୫ ଜଣ ସହପାଠୀଙ୍କୁ ପୋଲିସ ଗିରଫ କରିଛି। ମୃତକଙ୍କ ନାମ ରତନକୁମାର ମେଘୱାଲ (Ratankumar Meghwal) ଏବଂ ସେ ରାଜସ୍ଥାନର ଜୈସଲମେରର ବାସିନ୍ଦା ଥିଲେ। ଏକ ଟ୍ରେନ୍ ଆଗକୁ ଡେଇଁ ସେ ନିଜର ଜୀବନ ହାରିଥିବା ବେଳେ ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ଏକ ସୁସାଇଡ୍ ନୋଟ୍ ଆଧାରରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି।

୧୭ ପୃଷ୍ଠାର ସୁସାଇଡ୍ ନୋଟରୁ ବଡ଼ ଖୁଲାସା

ପୋଲିସ ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୧୪ ତାରିଖ ଶନିବାର ଦିନ ଘଣ୍ଟେଶ୍ୱର ଏବଂ ପାରା ପିପାଲିଆ ମଧ୍ୟରେ ଥିବା ରେଳ ଧାରଣାରୁ ରତନକୁମାରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରୁ ତାଙ୍କର ଲାପଟପ୍, ମୋବାଇଲ୍ ଫୋନ୍, ମେଡିକାଲ୍ ଫାଇଲ୍ ଏବଂ ଆଇଡି କାର୍ଡ ସହିତ ଏକ ୧୭ ପୃଷ୍ଠାର ସୁସାଇଡ୍ ନୋଟ୍ ମିଳିଥିଲା। ଏହି ସୁସାଇଡ୍ ନୋଟରେ ସେ ନିଜର ୫ ଜଣ ସହପାଠୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଦୀର୍ଘ ଦିନ ଧରି ସେମାନେ ତାଙ୍କୁ କିପରି ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ, ତାହା ସେହି ନୋଟରେ ଉଲ୍ଲେଖ ରହିଥିଲା।

ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ତଦନ୍ତ

ରତନକୁମାରଙ୍କ ପିତାଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଡେପୁଟି କମିଶନର ଅଫ୍ ପୋଲିସ (DCP) ରାକେଶ ଦେଶାଇଙ୍କ ସୂଚନା ମୁତାବକ, ପ୍ରାଥମିକ ତଦନ୍ତ ଏବଂ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ୫ ସହପାଠୀଙ୍କୁ ଗିରଫ କରାଯାଇଛି। ମୃତକ ଏସସି/ଏସଟି ବର୍ଗର ହୋଇଥିବାରୁ ଏହି ମାମଲାର ତଦନ୍ତ ଭାର ଏସସି-ଏସଟି ସେଲ୍ (SC-ST Cell) କୁ ହସ୍ତାନ୍ତର କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗିରଫ ଅଭିଯୁକ୍ତମାନଙ୍କୁ କଡ଼ା ପୋଲିସ ସୁରକ୍ଷା ବଳୟରେ ସେମାନଙ୍କର ଅନ୍ତିମ ବର୍ଷର ଏମବିବିଏସ୍ ପରୀକ୍ଷା ଦେବାକୁ ଅନୁମତି ମିଳିଛି।

ଜାନୁଆରୀରେ ମଧ୍ୟ କରିଥିଲେ ଉଦ୍ୟମ

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଗତ ଜାନୁଆରୀ ୨୭ ତାରିଖରେ ମଧ୍ୟ ରତନକୁମାର ସମାନ ସ୍ଥାନରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେହି ସମୟରେ ପୋଲିସ ତାଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ତାଙ୍କ ଘର ରାଜସ୍ଥାନକୁ ପଠାଇ ଦେଇଥିଲା। କିନ୍ତୁ କଲେଜରେ ସହପାଠୀଙ୍କ ଦ୍ୱାରା ଲଗାତାର ନିର୍ଯାତନାର ଶିକାର ହେବା ଫଳରେ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ ଏବଂ ଶେଷରେ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣା ଏବେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଗୁଜରାଟର ୨୫ରୁ ଅଧିକ ସ୍କୁଲକୁ ବୋମା ପକାଇ ଉଡାଇଦେବାକୁ ଧମକ, ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର
ଗୁଜରାଟର ଅହମ୍ମଦାବାଦ ଏବଂ ଭଦୋଦରାରେ ଏକାସାଙ୍ଗରେ ୨୫ରୁ ଅଧିକ ସ୍କୁଲକୁ ବୋମା ପକାଇ ଉଡାଇଦେବାକୁ ଧମକ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ସୋମବାର ସକାଳେ ଏହି ସ୍କୁଲଗୁଡ଼ିକୁ ଇମେଲ୍ ଯୋଗେ ଧମକପୂର୍ଣ୍ଣ ବାର୍ତ୍ତା ପଠାଯାଇଥିଲା। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଇମେଲରେ କ’ଣ ଥିଲା?

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳେ ଅହମ୍ମଦାବାଦର ପ୍ରାୟ ୧୫ଟି ଏବଂ ଭଦୋଦରାର ୧୦ରୁ ଅଧିକ ପ୍ରମୁଖ ସ୍କୁଲକୁ ଏକ ସନ୍ଦିଗ୍ଧ ଇମେଲ୍ ଆସିଥିଲା। ଏଥିରେ ଦାବି କରାଯାଇଥିଲା ଯେ ସ୍କୁଲ ପରିସରରେ ବିସ୍ଫୋରକ ସାମଗ୍ରୀ ଖଞ୍ଜାଯାଇଛି ଏବଂ ନିର୍ଦ୍ଦିଷ୍ଟ ସମୟରେ ବିସ୍ଫୋରଣ ଘଟିବ। ଏହି ଖବର ପ୍ରଚାରିତ ହେବା ମାତ୍ରେ ଅଭିଭାବକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ପୋଲିସକୁ ଖବର ଦେବା ସହ ପିଲାମାନଙ୍କୁ ସୁରକ୍ଷିତ ଭାବେ ଘରକୁ ପଠାଇବା ବ୍ୟବସ୍ଥା କରିଥିଲେ।

ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ

ଘଟଣା ସମ୍ପର୍କରେ ଗୁଜରାଟର ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଙ୍ଘଭି ଏବଂ ଶିକ୍ଷାମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସରକାର ଏହି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ସ୍ଥାନୀୟ ପୋଲିସ, ବୋମା ନିଷ୍କ୍ରିୟକାରୀ ଦଳ (BDDS) ଏବଂ ଡଗ୍ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚି ତନ୍ନ ତନ୍ନ କରି ଯାଞ୍ଚ ଚଳାଇଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ଏକ 'ହୋକ୍ସ' ବା ମିଥ୍ୟା ଧମକ ବୋଲି ସନ୍ଦେହ କରାଯାଉଥିଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ସାଇବର କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଆରମ୍ଭ

ଏହି ଧମକପୂର୍ଣ୍ଣ ଇମେଲ୍ କେଉଁଠାରୁ ଆସିଛି, ସେ ନେଇ ସାଇବର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ଦିଲ୍ଲୀ ଏବଂ ଅନ୍ୟାନ୍ୟ ସହରରେ ମଧ୍ୟ ସମାନ ଧରଣର ମିଥ୍ୟା ଧମକ ମିଳିଥିଲା। ପୋଲିସର କହିବା ଅନୁଯାୟୀ, କେହି ଦୁର୍ବୃତ୍ତ ଆତଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏଭଳି କାଣ୍ଡ ଭିଆଇଥାଇ ପାରନ୍ତି। ତେବେ ଅଭିଭାବକମାନଙ୍କୁ ଭୟଭୀତ ନହେବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

୨୦ ଟଙ୍କା ଲାଞ୍ଚ ମାମଲାରେ ୩୦ ବର୍ଷ ପରେ ମିଳିଲା ନ୍ୟାୟ, ହେଲେ ଖୁସି ମନାଇବା ପୂର୍ବରୁ ଆଖି ବୁଜିଲେ ବ୍ୟକ୍ତି
ଅହମ୍ମଦାବାଦ: ନ୍ୟାୟ ପାଇବା ପାଇଁ ଜଣେ ବ୍ୟକ୍ତିଙ୍କୁ ଦୀର୍ଘ ୩୦ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା। ମାତ୍ର ୨୦ ଟଙ୍କାର ଲାଞ୍ଚ ଅଭିଯୋଗକୁ ଭୁଲ ପ୍ରମାଣିତ କରି ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାକୁ ଜୀବନର ଅଧା ସମୟ କୋର୍ଟ କଚେରୀରେ ବିତିଗଲା। କିନ୍ତୁ ବିଧିର ବିଧାନ ଥିଲା ବଡ଼ ବିଚିତ୍ର। ହାଇକୋର୍ଟରୁ ନିର୍ଦ୍ଦୋଷରେ ଖଲାସ ହେବାର ଠିକ୍ ପରଦିନ ହିଁ ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଛି। ଗୁଜରାଟରୁ ଆସିଥିବା ଏହି ଖବର ଏବେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

କ’ଣ ଥିଲା ପୂରା ଘଟଣା?

ସୂଚନା ଅନୁଯାୟୀ, ଗୁଜରାଟର ଜଗଦୀଶ ପ୍ରଜାପତି ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ୨୦ ଟଙ୍କା ଲାଞ୍ଚ ନେବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାରେ ୧୯୯୭ ମସିହାରେ ଏକ ସେସନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ୨୦୦୨ରେ ଚାର୍ଜ ଫ୍ରେମ୍ ହୋଇଥିଲା ଏବଂ ୨୦୦୩ରେ ସାକ୍ଷୀ ଶୁଣାଣି ଆରମ୍ଭ ହୋଇଥିଲା। ଶେଷରେ ୨୦୦୪ ମସିହାରେ ସେସନ୍ସ କୋର୍ଟ ପ୍ରଜାପତିଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଜେଲ ଦଣ୍ଡ ଓ ୩,୦୦୦ ଟଙ୍କା ଜରିମାନା ଆଦେଶ ଦେଇଥିଲେ।

ହାଇକୋର୍ଟରେ ୨୨ ବର୍ଷ ଗଡ଼ିଲା ମାମଲା

ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ପ୍ରଜାପତି ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେଠାରେ ତାଙ୍କ ଆବେଦନ ଦୀର୍ଘ ୨୨ ବର୍ଷ ଧରି ବିଚାରାଧୀନ ରହିଥିଲା। ଶେଷରେ ଚଳିତ ବର୍ଷ ଫେବୃଆରୀ ୪ ତାରିଖରେ ହାଇକୋର୍ଟ ତାଙ୍କୁ ନିର୍ଦ୍ଦୋଷ ବୋଲି ଘୋଷଣା କରିଥିଲେ। ସାକ୍ଷୀମାନଙ୍କ ବୟାନରେ ଗୁରୁତର ବିରୋଧାଭାସ ଥିବାରୁ ଏବଂ ଅଭିଯୋଜକ ପକ୍ଷ ଅଭିଯୋଗ ପ୍ରମାଣ କରିବାରେ ବିଫଳ ହୋଇଥିବାରୁ କୋର୍ଟ ଏହି ରାୟ ଦେଇଥିଲେ।

ରାୟ ଆସିବାର ପରଦିନ ହୃଦଘାତରେ ମୃତ୍ୟୁ

ପ୍ରଜାପତିଙ୍କ ଓକିଲ ନିତିନ ଗାନ୍ଧୀ କହିଛନ୍ତି ଯେ, ରାୟ ଆସିବା ପରେ ପ୍ରଜାପତି ବହୁତ ଖୁସି ଥିଲେ। ସେ ଓକିଲଙ୍କ ଅଫିସକୁ ଆସି କୃତଜ୍ଞତା ଜଣାଇ ଘରକୁ ଫେରିଥିଲେ। ଓକିଲ ତାଙ୍କୁ ସରକାରଙ୍କ ପକ୍ଷରୁ ମିଳିବାକୁ ଥିବା ସମସ୍ତ ବକେୟା ସୁବିଧା ପାଇଁ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ, ତା’ ପରଦିନ ଯେତେବେଳେ ଓକିଲ ତାଙ୍କୁ ଫୋନ କଲେ, ସେ ଜାଣିବାକୁ ପାଇଲେ ଯେ ହୃଦଘାତରେ ପ୍ରଜାପତିଙ୍କର ମୃତ୍ୟୁ ଘଟିଛି। ଦୀର୍ଘ ବର୍ଷର ଲଢେଇ ପରେ ମିଳିଥିବା ନ୍ୟାୟକୁ ଉପଭୋଗ କରିବା ପାଇଁ ସେ ଆଉ ଦୁନିଆରେ ନାହାନ୍ତି।

ବଟିକା ଖାଇ ସ୍ୱାମୀ ସାଜୁଥିଲା ଦାନବ; ଅତିଷ୍ଠ ହୋଇ କ୍ଷୀରରେ ବିଷ ଦେଇ ଗଳା ଚିପି ମାରିଦେଲା ସ୍ତ୍ରୀ
ଗୁଜୁରାଟର ସୁରଟ ସହରରେ ଏକ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି। ଜଣେ ମହିଳା ନିଜ ସ୍ୱାମୀର କ୍ରମାଗତ ଶାରୀରିକ ଏବଂ ଯୌନ ନିର୍ଯାତନାରେ ଅତିଷ୍ଠ ହୋଇ ତାଙ୍କୁ ହତ୍ୟା କରିଛନ୍ତି। ଅଭିଯୁକ୍ତ ମହିଳା ଜଣକ ପ୍ରଥମେ କ୍ଷୀରରେ ବିଷ ମିଶାଇ ସ୍ୱାମୀକୁ ପିଇବାକୁ ଦେଇଥିଲେ ଏବଂ ପରେ ତଣ୍ଟି ଚିପି ହତ୍ୟା କରିଥିଲେ। ପୋଲିସ ତଦନ୍ତ ପରେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି ଏବଂ ଅଭିଯୁକ୍ତ ପତ୍ନୀକୁ ଗିରଫ କରାଯାଇଛି।

ପୋଲିସ ଇନ୍ସପେକ୍ଟର ଏନ.କେ. କମଲିୟାଙ୍କ ସୂଚନା ଅନୁଯାୟୀ, ମୃତକ ଏବଂ ଅଭିଯୁକ୍ତ ମହିଳା ମୂଳତଃ ବିହାରର ବାସିନ୍ଦା ଥିଲେ। ସ୍ୱାମୀ ମୁମ୍ବାଇରେ ଶ୍ରମିକ ଭାବେ କାମ କରୁଥିଲେ ଏବଂ ମାସକୁ ଥରେ ସୁରଟ ଆସୁଥିଲେ। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ୱାମୀ ଶକ୍ତି ବର୍ଦ୍ଧକ ଔଷଧ ଖାଇ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଥିଲେ। ଏହାଦ୍ୱାରା ମହିଳା ଜଣକ ଗୁରୁତର ଆହତ ହେବା ସହ ରକ୍ତସ୍ରାବର ଶିକାର ମଧ୍ୟ ହେଉଥିଲେ। ଏହି ନର୍କ ସମାନ ଜୀବନରୁ ମୁକ୍ତି ପାଇବା ପାଇଁ ସେ ସ୍ୱାମୀଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।

ମହିଳା ଜଣକ ସ୍ୱାମୀଙ୍କୁ ମାରିବା ପାଇଁ ଦୁଇଥର ଚେଷ୍ଟା କରିଥିଲେ। ପ୍ରଥମେ ଜାନୁଆରୀ ୧ ତାରିଖ ରାତିରେ ସେ ହଳଦୀ କ୍ଷୀରରେ ମୂଷା ମରା ଔଷଧ ମିଶାଇ ସ୍ୱାମୀଙ୍କୁ ପିଇବାକୁ ଦେଇଥିଲେ। କିନ୍ତୁ ଏଥିରେ ସ୍ୱାମୀଙ୍କର ମୃତ୍ୟୁ ହୋଇନଥିଲା। ଏହା ପରେ ଜାନୁଆରୀ ୫ ତାରିଖରେ, ଯେତେବେଳେ ବିଷ ପ୍ରଭାବରେ ସ୍ୱାମୀଙ୍କ ଅବସ୍ଥା ଗୁରୁତର ଥିଲା, ସେତେବେଳେ ସୁଯୋଗ ପାଇ ମହିଳା ଜଣକ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ।

ହତ୍ୟା ପରେ ମହିଳା ଜଣକ ଏହାକୁ ଏକ ସ୍ୱାଭାବିକ ମୃତ୍ୟୁ ବୋଲି ଦର୍ଶାଇବାକୁ ଚେଷ୍ଟା କରିଥିଲେ। ତେବେ ମୃତକଙ୍କ ଭାଇ ମୃତଦେହକୁ ନିଜ ଗାଁକୁ (ପୂର୍ବ ଚମ୍ପାରଣ) ନେଇ ଅନ୍ତିମ ସଂସ୍କାର କରିବାକୁ ଚାହୁଁଥିବା ବେଳେ, ପତ୍ନୀ ସୁରଟରେ ହିଁ ସଂସ୍କାର କରିବାକୁ ଜିଦ୍ ଧରିଥିଲେ। ଏଥିରେ ସନ୍ଦେହ ହେବାରୁ ମୃତକଙ୍କ ଭାଇ ପୋଲିସରେ ଅଭିଯୋଗ କରିଥିଲେ। ପୋଷ୍ଟମର୍ଟମ ରିପୋର୍ଟରେ ବିଷ ଏବଂ ଗଳା ଚିପିବାର ପ୍ରମାଣ ମିଳିବା ପରେ ପୋଲିସ କଡାକଡି ପଚରାଉଚରା କରିଥିଲା ଏବଂ ମହିଳା ଜଣକ ନିଜ ଦୋଷ ସ୍ୱୀକାର କରିଥିଲେ।