Baramati Accident - The Sakala

ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ଏକ ଷଡଯନ୍ତ୍ର! ସୁପ୍ରିମକୋର୍ଟ ତଦନ୍ତ ଦାବି କଲେ ମମତା ବାନାର୍ଜୀ
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟଣା ଏବେ ଏକ ନୂଆ ରାଜନୈତିକ ମୋଡ଼ ନେଇଛି। ଅଜିତ ପାୱାରଙ୍କର ଦେହାନ୍ତ ଖବର ଆସିବା ପରେ ବିଭିନ୍ନ ମହଲରୁ ଶୋକ ବାର୍ତ୍ତା ଆସିବାରେ ଲାଗିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମାଜିକ ଗଣମାଧ୍ୟମ‌ ‘ଏକ୍ସ’ରେ ଏକ ପୋଷ୍ଟ କରି , ଅଜିତ ପାୱାରଙ୍କ ଆକସ୍ମିକ ବିୟୋଗରେ ମୁଁ ଗଭୀର ଭାବରେ ମର୍ମାହତ ଏବଂ ସ୍ତବ୍ଧ ବୋଲି ପ୍ରକାଶ କରିଛନ୍ତି। ପାୱାର ପରିବାର ପ୍ରତି ମମତା ଗଭୀର ସମବେଦନା ଜଣାଇବା ସହିତ ବିମାନ ଦୁର୍ଘଟଣାର ତଦନ୍ତ ଦାବି କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ କେବଳ ଏକ "ଦୁର୍ଘଟଣା" ବୋଲି ନାମାନି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଯେ, ଏହି ଘଟଣା ପଛରେ କିଛି ଷଡଯନ୍ତ୍ର ଥାଇପାରେ।

ମମତା ବାନାର୍ଜୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଅଜିତ ପାୱାରଙ୍କ ମୃତ୍ୟୁର ଉପଯୁକ୍ତ ତଦନ୍ତ ହେବା ନିହାତି ଆବଶ୍ୟକ ଏବଂ ଏହା ସିଧାସଳଖ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ କରାଯିବା ଉଚିତ୍। ସେ ଇଙ୍ଗିତ କରିଛନ୍ତି ଯେ, ପାୱାର ଶାସକ ମହାଯୁତି ମେଣ୍ଟଠାରୁ ଦୂରେଇ ଯାଉଥିଲେ। ମମତା କହିଛନ୍ତି, "ସେ ଶାସକ ଦଳ ସହ ଥିଲେ ମଧ୍ୟ ବିଜେପି ଛାଡିବା ନେଇ ଚର୍ଚ୍ଚା ହେଉଥିଲା। ଏଭଳି ପରିସ୍ଥିତିରେ ଏହି ଅକସ୍ମାତ ଦୁର୍ଘଟଣା ସନ୍ଦେହଜନକ ମନେହେଉଛି।"

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, "ଦେଶର ଲୋକଙ୍କ ପାଇଁ କୌଣସି ସୁରକ୍ଷା ନାହିଁ। ଆମେ କେବଳ ସୁପ୍ରିମକୋର୍ଟଙ୍କ ଉପରେ ଭରସା କରୁ, ଅନ୍ୟ କୌଣସି ଏଜେନ୍ସି ଉପରେ ନୁହେଁ।"

ବୁଧବାର ସକାଳେ ବାରାମତୀ ନିକଟରେ ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ମୁଖ୍ୟ ଅଜିତ ପାୱାରଙ୍କର ଦେହାନ୍ତ ହୋଇଛି । ୬୬ ବର୍ଷୀୟ ଅଜିତ ପାୱାର ପୁଣେ ଜିଲ୍ଲା ପରିଷଦ ନିର୍ବାଚନ ପ୍ରଚାର ପାଇଁ ଏକ ଘରୋଇ ବିମାନରେ ଯାଉଥିଲେ। ମୁମ୍ବାଇରୁ ସକାଳ ପ୍ରାୟ ୮ଟାରେ ଉଡାଣ ଭରିବାର ୪୫ ମିନିଟ୍ ପରେ ଅବତରଣ ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରୁ ପ୍ରବଳ ଧୂଆଁ ଓ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।

ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୫ ଜଣଙ୍କର ମୃତ୍ୟୁ ଘଟିଛି। ଡିଜିସିଏ (DGCA) ସୂଚନା ଅନୁଯାୟୀ, ଅଜିତ ପାୱାରଙ୍କ ବ୍ୟତୀତ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ବିଦିପ ଯାଦବ, ସହାୟକ ପିଙ୍କି ମାଲି ଏବଂ ପାଇଲଟ୍ କ୍ୟାପଟେନ୍ ସୁମିତ କପୁର ଓ କ୍ୟାପଟେନ୍ ଶାମ୍ଭବୀ ପାଠକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ମହାରାଷ୍ଟ୍ର ରାଜନୀତିରେ 'ଦାଦା' ନାମରେ ପରିଚିତ ଅଜିତ ପାୱାର ସବୁଠାରୁ ଅଧିକ ସମୟ ଧରି ଉପମୁଖ୍ୟମନ୍ତ୍ରୀ ପଦବୀରେ ରହିବାର ରେକର୍ଡ କରିଥିଲେ।