Petrol Price Hiked - The Sakala

ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, କ୍ରମାଗତ ୧୫ ଦିନରେ ୧୩ ଥର ହେଲାଣି ଦାମ୍ ବୃଦ୍ଧି
ଭୁବନେଶ୍ୱର: ତୈଳ ଦରରେ ଲାଗୁନି ବ୍ରେକ । ହୁ ହୁ ହୋଇ ବଢୁଛି ପେଟ୍ରୋଲ ଓ ଡିଜେଲ ଦର। ଗତ ୧୫ ଦିନରେ ୧୩ ଥର ବୃଦ୍ଧି ହେଲାଣି ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଉଭୟର ଲିଟର ପିଛା ୮୫ ପଇସା ବୃଦ୍ଧି ହୋଇଥିବା ଜଣାଯାଇଛି। ୧୩ ଥରରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯ଟଙ୍କା ୮୪ ପଇସା ବୃଦ୍ଧି ପାଇ ୧୧୧ଟଙ୍କା ୬୪ପଇସା ଓ ଡିଜେଲ ୯ଟଙ୍କା ୭୬ ପଇସା ବଢ଼ି ୧୦୧ ଟଙ୍କା ୩୯ ପଇସାରେ ପହଁଚିଛି । ନୂତନ ଦର ସକାଳ ୬ଟାରୁ ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକରେ ଲାଗୁ ହୋଇଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମିଥିଲେ ବି ଭାରତୀୟ ବଜାରରେ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ଜାରି ରହିଛି । ୟୁକ୍ରେନ୍ ଉପରେ ରୁଷ୍‌ ଆକ୍ରମଣ ଯୋଗୁଁ ତୈଳ ବଜାର‌ ଅସ୍ଥିର ରହିଛି। ସେଥିପାଇଁ ବିଶ୍ବର ବିଭିନ୍ନ ଦେଶରେ ତେଲ ମହଙ୍ଗା ହେଉଛି। ଏହି ଯୁଦ୍ଧ ବହୁ ଦିନରୁ ଆରମ୍ଭ ହୋଇଥିଲେ ମଧ୍ୟ ଭାରତରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ଓ ସରକାର ଗଠନ ହୋଇଯିବା ପରେ ହିଁ ତେଲ ଦାମ୍ ବଢ଼ିଛି।

ନିର୍ବାଚନ ପରେ ୧୫ ଟଙ୍କା ବଢ଼ିବ ତେଲ ଦର !
ନୂଆଦିଲ୍ଲୀ : ସାଢ଼େ ତିନି ମାସ ହେବ ବଢୁନି କି କମୁନି ତେଲ ଦର। ତେବେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧିରେ ଲାଗିଛି ସାମୟିକ ବ୍ରେକ୍‌। ଯଦିବା ଏଥିଯୋଗୁ ଖାଉଟି ଆଶ୍ବସ୍ତ ତେବେ ଏହି ବ୍ରେକ୍ ଆଉ ବେଶୀ ଦିନ ନୁହେଁ। କାରଣ ଦେଶର ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ କାରଣରୁ ନିତି ଦିନ ବଢ଼ିଚାଲୁଥିବା ତେଲ ଦରରେ ଏବେ ଆଉ କୌଣସି ପରିବର୍ତ୍ତନ ହେଉନାହିଁ। ବିଶେଷ କରି ଅନ୍ତରାଷ୍ଟ୍ରୀୟ ବଜାରରେ କ୍ରୁଡ୍ ଅଏଲ୍ ବା ଅଶୋଧିତ ତେଲ ଦର ବ୍ୟାରେଲ୍ ପିଛା ଇତି ମଧ୍ୟରେ ରେକର୍ଡ ୯୫ ଡଲାର ଟପିଯାଇଛି। ପୂର୍ବରୁ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତେଲ ଦର ଅଳ୍ପ ବହୁତ ବଢ଼ିଲେ ବି ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ନିଆଁ ଲାଗିଯାଉଥିଲା।

ଏବେ କିନ୍ତୁ ରାଜ୍ୟଗୁଡିକରେ ଚାଲିଥିବା ନିର୍ବାଚନ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଦର ଯେତେ ବଢ଼ିଲେ ବି ଘରୋଇ ବଜାରରେ କେନ୍ଦ୍ର ସରକାର ଦର ବଢ଼ାଇ କୌଣସି ରିସ୍କ ନେବାକୁ ଚାହୁଁନାହାଁନ୍ତି। କାରଣ ଏହି ନିର୍ବାଚନୀ ଋତୁରେ ବଜାର ଦର ଜନିତ ମହଙ୍ଗା ମାଡ଼ରେ ତେଲ ଦର ବଢ଼ାଇ ସରକାର ଆଉ ଭୋଟରଙ୍କ ରୋଷ ଶିକାର ହେବାକୁ ଇଚ୍ଛା କରୁନାହାଁନ୍ତି। ରାଜ୍ୟ ନିର୍ବାଚନ ପାଇଁ ବର୍ତ୍ତମାନ ସମୟରେ ଦୈନିକ ପେଟ୍ରୋଲ ଏବଂ ଡିଜେଲ ଦରରେ ହେଉଥିବା ଦୈନିକ ସଂଶୋଧନ ବନ୍ଦ ହୋଇଯାଇଛି। ଏମିତିକି ଦୀପାବଳି ପରଠାରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ନିର୍ବାଚନ ଶେଷ ହେବା ଖାଉଟିଙ୍କୁ ପେଟ୍ରୋଲ ଏବଂ ଡିଜେଲ ଦର ଆକାରର ଆଉ ଏକ ବଡ଼ ମହଙ୍ଗା ମାଡ଼ ହେବାକୁ ଯାଉଛି।

ବିଶେଷଜ୍ଞମାନେ କରିଥିବା ଆକଳନ ଅନୁଯାୟୀ, ନିର୍ବାଚନ ପରେ ଘରୋଇ ବଜାରରେ ପେଟ୍ରୋଲ ଡିଜେଲ ଦର ପିଛା ୧୫ ଟଙ୍କା ବୃଦ୍ଧି ଘଟିବାର ସମ୍ଭାବନା ରହିଛି। ବର୍ତ୍ତମାନ ଅନ୍ତରାଷ୍ଟ୍ରୀୟ ବଜାରରେ ଗୋଟିଏ ପଟେ ଅଶୋଧୃତ ତୈଳ ଦର ବୃଦ୍ଧି ପାଉଥିବାବେଳେ ଅନ୍ୟପଟରେ ପେଟ୍ରୋଲ ଡିଜେଲ ଦର କିନ୍ତୁ ସ୍ଥିର ରହିଛି। ଷାଥେର ପାଇଁ ୨୦୦୮ରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୪୭୨୭ ଡଲାର ରହିଥିଲା । ସେତେବେଳେ ଦେଶରେ ପେଟ୍ରୋଲ ଲିଟର ପିଛା ୪୫ ଟଙ୍କା ଉପରେ  ରହିଥିଲା। ବର୍ତ୍ତମାନ ଅଶୋଧ ତୈଳ ମୂଲ୍ୟ ବିଗତ ୮ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହାପୂର୍ବରୁ ୨୦୧୪ ରେ ଅଶୋଧ । ତୈଳ ଦର ୯୫ ଡଲାର ଅତିକ୍ରମ କରିଥିଲା। ୨୦୨୧ ଡିସେମ୍ବର ପହିଲାରେ ଅଶୋଧ ତୈଳ ମୂଲ୍ୟ ବ୍ୟାରେଲ ପିଛା ୬୯ ଡଲାର ରହିଥିଲା, ଯାହା ବର୍ତ୍ତମାନ ବ୍ୟାରେଲ ପିଛା ୯୫ ଡଲାରରେ ପହଞ୍ଚିଛି।

ଅର୍ଥାତ୍ ଏହି ଅଢ଼େଇ ମାସ ମଧ୍ୟରେ ଅଶୋଧୃତ ତୈଳ ଦର ୩୭% ବୃଦ୍ଧି ପାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଖୁବ୍ ଶୀଘ୍ର ଏହା ବ୍ୟାରେଲ ପିଛା ୧୦୦ ଡଲାରର ସ୍ତର ଅତିକ୍ରମ କରିବ। ଯଦି ରୁଷ ଯୁକ୍ରେନ୍ ଉପରେ ଆକ୍ରମଣ କରେ, ତେବେ ଅଶୋଧୂତ ତୈଳ ବ୍ୟାରେଲ ପିଛା ୧୦୦ରୁ ୧୨୦ ଡଲାରରେ ପହଞ୍ଚିପାରେ। ବର୍ତ୍ତମାନ ବଜାରରେ ଯେତିକି ଚାହିଦା ରହିଛି ସେହି ଅନୁପାତରେ ଯୋଗାଣ ନାହିଁ, ଯେଉଁଥିପାଇଁ ତୈଳ ଦର ବଢ଼ୁଛି । ବିଶେଷଜ୍ଞଙ୍କ କହିବାନୁସାରେ ବିଗତ ବର୍ଷଗୁଡ଼ିକରେ ଏହା ଦେଖାଦେଇଛି ଯେ, ନିର୍ବାଚନ ସମୟରେ ସରକାର ଜନସାଧାରଣଙ୍କୁ ଖୁସି କରିବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରନ୍ତି ନାହିଁ ।

ଗତ ବର୍ଷର ଧାରା କହୁଛି ଯେ ନିର୍ବାଚନ ଋତୁରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧିରୁ ଜନସାଧାରଣ ନିସ୍ତାର ପାଇଛନ୍ତି। ଆଇଆଇଏଫ୍ଏଲ୍ ସିକ୍ୟୁରିଟିଜ୍‌ର ଉପସଭାପତି ନୁଜ ଗୁପ୍ତା କହିଛନ୍ତି ଯେ, ଆଗାମୀ ଦିନରେ ଅନ୍ତର୍ଜାତୀୟ ବଜାରରେ ଅଶୋଧ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ଛୁଇଁପାରେ। ତୈଳ କମ୍ପାନୀଗୁଡିକ ନଭେମ୍ବର ୩ରୁ ପେଟ୍ରୋଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । କିନ୍ତୁ ସେବେଠାରୁ ଅଶୋଧ ତୈଳ ବ୍ୟାରେଲ ପିଛା ୧୫ ଡଲାରରୁ ଅଧିକ ମହଙ୍ଗା ହୋଇଛି। କେବଳ ଏତିକି ନୁହେଁ, ଭବିଷ୍ୟତରେ ମଧ୍ୟ ଆହୁରି ବଢ଼ିପାରେ। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୧୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

ରେକର୍ଡ ସ୍ତରରେ ପେଟ୍ରୋଲ ଦାମ୍, ଦେଶରେ ମହାମାରୀ କରୋନା ସମୟରେ ଶତକ ପାର କଲା ଦର
ଏପଟେ ମହାମାରୀ କରୋନା ଦାଉ ସାଧୁଥିବାବେଳେ ସେପଟେ ପେଟ୍ରୋଲ ଦର ଲୋକଙ୍କୁ ଆହୁରି ହନ୍ତସନ୍ତ କରୁଛି । ପେଟ୍ରୋଲର ମହଙ୍ଗା ଦର ଲୋକଙ୍କ ଆଖିରୁ ନିଦ ହଜେଇ ସାରିଲାଣି । କେତେକ ସହରରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ପାର କରିଥିବା ବେଳେ ଆଉ କେତେକ ସହରରେ ୯୫, ୯୭ରେ ରହିଛି। ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ସର୍ବୋଚ୍ଚ ସ୍ତରରେ ପହଂଚିଛି ତୈଳଦର । ଏଠାରେ ଶନିବାର ଦିନ ପେଟ୍ରୋଲ ଲିଟର ପିଛା ୨୫ ପଇସା ବୃଦ୍ଧି ପାଇ ୧୦୦.୧୯ ଟଙ୍କାରେ ପହଂଚିଛି । ସେହିଭଳି ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ଶନିବାର ତେଲ ଦର ବୃଦ୍ଧି ହେବା ପରେ ପେଟ୍ରୋଲ ଦର ଲିଟର ପିଛା ୧୦୫.୧୫ ଟଙ୍କା ହୋଇଛି ।

ତେବେ ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଏବଂ ମହାରାଷ୍ଟ୍ରର କେତେକ ସହରରେ ତେଲ ଦର ୧୦୦ ଟଙ୍କା ପାର୍ କରି ସାରିଥିବା ବେଳେ ଆଜି ମୁମ୍ବାଇରେ ୧୦୦ ପାର୍ କରିଛି ପେଟ୍ରୋଲ ମୂଲ୍ୟ ।

ମେ ମାସରେ ଆଜି ପର୍ଯ୍ୟନ୍ତ ୧୬ ଥର ତୈଳଦର ବୃଦ୍ଧି ପାଇଥିବା ବେଳେ ମାତ୍ର ଗୋଟିଏ ଥର ତୈଳଦାମ କମି ନାହିଁ । ଏପ୍ରିଲ ମାସରେ କିଛିଥର ତୈଳଦର କମି ପେଟ୍ରୋଲ ଉପରେ ୭୭ ପଇସା ହ୍ରାସ ପାଇଥିଲା ହେଲେ ମେ ମାସରେ କ୍ରମାଗତ ଭାବେ ପେଟ୍ରୋଲ ଦର ବୃଦ୍ଧି ପାଇ ୩.୫୯ ଟଙ୍କା ମହଙ୍ଗା ହେଲାଣି । ସେହିଭଳି ଡିଜେଲର ଦର ବୃଦ୍ଧି ପାଇ ମେ ମାସରେ ୪.୧୩ ଟଙ୍କା ମହଙ୍ଗା ହୋଇଛି । ଏହାସହ ଦେଶର ଅନେକ ସହରରେ ଏବେ ପେଟ୍ରୋଲ ଦାମ ଲିଟର ପିଛା ୧୦୦ ଟଙ୍କା ଉପରେ ବିକ୍ରି ହେଉଛି ।