Kendrapara - The Sakala

ତାଳଚୁଆ ସାମୁଦ୍ରିକ ଥାନାରେ ମା’ପୁଅଙ୍କୁ ଥାର୍ଡ ଡିଗ୍ରୀ ଘଟଣା: ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ IIC
କେନ୍ଦ୍ରାପଡ଼ା: ତାଳଚୁଆଥାନା ସାମୁଦ୍ରିକ ଥାନାରେ ମା’ପୁଅଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ IIC  । କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆ ସାମୁଦ୍ରିକ ଥାନା ହାଜତରେ ମା’ପୁଅଙ୍କୁ ବର୍ବରୋଚିତ ନିର୍ଯାତନା ଦେବା ଦେବା ମାମଲାରେ ନିଲମ୍ବିତ IIC ସନ୍ଧ୍ୟାରାଣୀ ଜେନା ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗିରଫଦାରୀ ଏଡ଼ାଇବା ପାଇଁ ସେ ଗତ ଜୁନ ୨୯ ତାରିଖରେ ହାଇକୋର୍ଟରେ ଏକ ଆଗୁଆ ଜାମିନ ଆବେଦନ କରିଛନ୍ତି।

ଗତ ମେ ୨୫ ତାରିଖରେ ଗିରିଆପାହି ଗାଁର ଅନ୍ନପୂର୍ଣ୍ଣା ମଣ୍ଡଳ (୫୮) ଓ ତାଙ୍କ ପୁଅ ଅନନ୍ତ କୁମାର ମଣ୍ଡଳ ଏକ ପାରିବାରିକ ବିବାଦ ସମ୍ପର୍କରେ ଅଭିଯୋଗ କରିବାକୁ ଥାନାକୁ ଯାଇଥିଲେ। ସେଠାରେ ଉଭୟଙ୍କୁ ବେଆଇନ ଭାବେ ଅଟକ ରଖାଯିବା ସହ ତୃତୀୟ ଶ୍ରେଣୀ (ଥାର୍ଡ ଡିଗ୍ରୀ) ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଅନ୍ନପୂର୍ଣ୍ଣାଙ୍କ ଅଭିଯୋଗ ଅନୁଯାୟୀ, ଆଇଆଇସି ସନ୍ଧ୍ୟାରାଣୀ ଜେନା ତାଙ୍କ କେଶ ଧରି ଘୋଷାଡ଼ିବା ସହ ଚାପୁଡ଼ା ମାରିଥିଲେ ଏବଂ ତାଙ୍କ ମୁଣ୍ଡରୁ ସିନ୍ଦୂର ଲିଭାଇ ଦେଇଥିଲେ। ସେହିପରି ପୁଅ ଅନନ୍ତଙ୍କୁ ଶୌଚାଳୟ ଭିତରେ ମାଡ଼ ମରାଯିବା ସହ ତାଙ୍କ ତଣ୍ଟି ଚିପି ଧରାଯାଇଥିଲା। ଏହାବ୍ୟତୀତ ସେମାନଙ୍କୁ ସାଦା କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା। ୫ ଘଣ୍ଟାରୁ ଅଧିକ ସମୟ ଅଟକ ରଖିବା ପରେ ପୋଲିସ ସେମାନଙ୍କୁ ଛାଡ଼ିଥିଲା।

ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC)ରେ ହୋଇଥିବା ଡାକ୍ତରୀ ମାଇନାରୁ ଅନ୍ନପୂର୍ଣ୍ଣାଙ୍କ ହାତ ଏବଂ ଅନନ୍ତଙ୍କ ବେକ, ଗୋଡ଼ ଓ ପିଠିରେ ଏକାଧିକ କ୍ଷତ ଚିହ୍ନ ଥିବା ସ୍ପଷ୍ଟ ହୋଇଥିଲା। ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ଓଡ଼ିଶା ପୋଲିସ ପକ୍ଷରୁ ସନ୍ଧ୍ୟାରାଣୀଙ୍କୁ ତୁରନ୍ତ ନିଲମ୍ବନ କରାଯାଇଥିଲା। ତାଙ୍କ ନାମରେ ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ଦଫା ଅଧୀନରେ ତାଳଚୁଆ ସାମୁଦ୍ରିକ ଥାନାରେ ଏକ ଅପରାଧିକ ମାମଲା ରୁଜୁ ହୋଇଛି। ଏତେ ସଙ୍ଗିନ ଅଭିଯୋଗ ଓ ମାମଲା ରୁଜୁ ହେବା ସତ୍ତ୍ୱେ ଅଭିଯୁକ୍ତ ଆଇଆଇସିଙ୍କୁ କାହିଁକି ଏଯାଏଁ ଗିରଫ କରାଯାଇ ନାହିଁ, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆକ୍ରମଣକାରୀଙ୍କ ଗିରଫ ଦାବିରେ ଏସପି ଅଫିସ ଆଗରେ ଧାରଣାରେ ବସିଲେ ତିଖିରି ସରପଞ୍ଚ ଚମେଲି ଓଝା
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ସରପଞ୍ଚ ଚମେଲି ଓଝା ବୁଧବାର ଦିନ କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକ (SP) ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ଚଳିତ ମାସ ଆରମ୍ଭରେ ତାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ସେ ଦାବି କରିଛନ୍ତି। ନିଜର ସମର୍ଥକଙ୍କ ସହ ସେ ଏହି ଗଣଧାରଣା ଆରମ୍ଭ କରିଛନ୍ତି।

ଗତ ଜୁନ ୧୧ ତାରିଖରେ ସରପଞ୍ଚଙ୍କ ଉପରେ ଏକ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ପ୍ରମୁଖ ୭ ଜଣ ଅଭିଯୁକ୍ତଙ୍କୁ ପୋଲିସ ଏଯାଏଁ ଗିରଫ କରିବାରେ ବିଫଳ ହୋଇଛି ବୋଲି ଚମେଲି ଓଝା ଅଭିଯୋଗ କରିଛନ୍ତି। ଘଟଣାକୁ ପ୍ରାୟ ଦୁଇ ସପ୍ତାହ ବିତିଯାଇଥିଲେ ସୁଦ୍ଧା ଅଭିଯୁକ୍ତମାନେ ଖୁଲମଖୁଲା ବୁଲୁଛନ୍ତି। ପୋଲିସର ଏଭଳି ନିଷ୍କ୍ରିୟତା ପ୍ରତିବାଦରେ ସେ ଗତ ଜୁନ ୧୭ ତାରିଖରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (DGP)ଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ, ତେବେ ସେ ଗଣଧାରଣାରେ ବସିବେ ବୋଲି ସେହି ଚିଠିରେ ଚେତାବନୀ ଦେଇଥିଲେ।

ଧାରଣାସ୍ଥଳରେ ନିଜ ସମର୍ଥକମାନଙ୍କୁ ଉଦବୋଧନ ଦେଇ ଓଝା କହିଛନ୍ତି ଯେ ଡିଜିପିଙ୍କୁ ଅଭିଯୋଗ କରିବାର ୭ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପ୍ରଶାସନ ତାଙ୍କ ସହ କୌଣସି ଯୋଗାଯୋଗ କରିନାହିଁ। ଏସପିଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ସେ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ଏହାବ୍ୟତୀତ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ମହାକାଳପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO) ଏବଂ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସେ ଦାବି ଉପସ୍ଥାପନ କରିଛନ୍ତି।

ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଗଣଧାରଣା ଜାରି ରହିବ ବୋଲି ସରପଞ୍ଚ ଚେତାବନୀ ଦେଇଛନ୍ତି। ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଉପରେ ଚାପ ବଢ଼ୁଥିବା ବେଳେ ଆଗାମୀ ଦିନରେ ଏହି ଘଟଣା କି ମୋଡ଼ ନେଉଛି, ତାହା ଦେଖିବାକୁ ବାକି ରହିଲା।

ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣାରେ ଆଉ ଜଣେ ଗିରଫ
କେନ୍ଦ୍ରାପଡା: ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣାରେ ଆଉ ଜଣକୁ ଗିରଫ କଲା ପୋଲିସ । ବିଶ୍ୱଜିତ୍‌ ମହାପାତ୍ର ନାମକ ଯୁବକଙ୍କୁ ଗିରଫ କଲା ମହାକାଳପଡ଼ା ପୋଲିସ୍ । ଏପର୍ଯ୍ୟନ୍ତ ଚାମେଲି ବିବାଦ ଘଟଣାରେ ତିନି ଜଣ ଗିରଫ ହୋଇଛନ୍ତି । ପୂର୍ବରୁ ଚାମେଲିଙ୍କ ମୋବାଇଲ ଛଡ଼ାଇନେବା ଓ ଦୁର୍ବ୍ୟବହାର କରିବା ଅଭିଯୋଗରେ ପାର୍ଥସାରଥୀ ସାମନ୍ତରାୟ ଓ ହିମାଂଶୁ ପ୍ରଧାନ ଗିରଫ ହୋଇଛନ୍ତି । ବିଡିଓଙ୍କ ଚାମ୍ୱରରେ ୭ ଜଣ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ ତିଖିରି ସରପଞ୍ଚ ଚାମେଲି ଓଝା । ତେବେ ଘଟଣାରେ ଆହୁରି କିଛି ଲୋକଙ୍କ ସଂପୃକ୍ତି ରହିଛି କି ନାହିଁ, ସେନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ ଚାମେଲି ଓଝା; ଜଣାଇଲେ ନିଜ ଦୁଃଖ, ମାଗିଲେ ନ୍ୟାୟ
କେନ୍ଦ୍ରାପଡା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝା । ଦୁର୍ବ୍ୟବହାର ଓ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଓଡ଼ିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଲେ ଚିଠି । ତ୍ୱରିତ ହସ୍ତକ୍ଷେପ ଓ ନ୍ୟାୟ ଦାବି କଲେ । ପୂର୍ବରୁ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ୧୧ ତାରିଖରେ ଚାମେଲି ଓଝା ବିଡିଓଙ୍କୁ ଭେଟିବାକୁ ବ୍ଲକ୍ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ପଞ୍ଚାୟତରେ ବିଭିନ୍ନ କାମର ନିର୍ମାଣ ସରିଥିଲେ ବି ଏହାର ବିଲ୍ କାହିଁକି ହୋଇପାରୁନାହିଁ ତାହାର କାରଣ ଜାଣିବାକୁ ଚେଷ୍ଟା କରିଥିଲେ। ସେଠାରେ ଆଲୋଚନା କଲାବେଳେ ତାଙ୍କ ଭାଇ ମୋବାଇଲରେ ଭିଡିଓ କରୁଥିଲେ। ହେଲେ ଭିଡିଓକୁ ବିଡିଓ ଓ ଉପସ୍ଥିତ ବିଜେପି କର୍ମୀ ବିରୋଧ କରିବା ସହ ମୋବାଇଲ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାମେଲି ଓ ତାଙ୍କ ସାନଭାଇଙ୍କୁ ଥାନାକୁ ନେଇ ଆସିଥିଲେ।  ଏହା ପରେ ଚାମେଲି ଓଝା ନିଜ ଉପରେ ଆକ୍ରମଣ ଏବଂ ଦୁର୍ବ୍ୟବହାର ଅଭିଯୋଗ ଆଣି, ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟ, ମହାକାଳପଡ଼ା ଆନା ଅଧିକାରୀ ମାନସ କୁମାର ମଲ୍ଲିକଙ୍କ ସମେତ ସାତରୁ ଅଧିକ ବିଜେପି କର୍ମୀ ତାଙ୍କୁ ମାଡ଼ ମାରିଥିବା ଚାମେଲି ଆନାରେ ଏତଲା ଦେଇଥିଲେ। ସେପଟେ ବିଡିଓଙ୍କ ଏତଲା ଆଧାରରେ ଚାମେଲିଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝା ଏବଂ ଏସଆଇ ତପସ୍ବିନୀ ବିଶ୍ବାଳଙ୍କ ଅଭିଯୋଗକ୍ରମେ ଚାମେଲି ଗିରଫ ହୋଇଥିଲେ ।

ଅନ୍ୟପଟେ ଚାମେଲିଙ୍କୁ ଗତକାଲି ଜାମିନ୍ ମିଳିଛି । ଚାମେଲିଙ୍କୁ ଜାମିନ ପ୍ରଦାନ କରିଛନ୍ତି ଏସ୍‌ଡିଜେଏମ୍ କୋର୍ଟ । ମହାକାଳପଡ଼ା ପୁଲିସ୍‌ ଏସଆଇ ଓ ହୋମଗାର୍ଡଙ୍କୁ ଆକ୍ରମଣ ଅଭିଯୋଗରେ ଚାମେଲିଙ୍କୁ ଜାମିନ୍ ମିଳିଛି । ଏବେ ବି କେନ୍ଦ୍ରାପଡ଼ା ମେଡିକାଲ୍‌ରେ ଚିକିତ୍ସାଧିନ ଅଛନ୍ତି ଚାମେଲି ।

ଚାମେଲି ଓଝାଙ୍କ ଉପରେ ଅତ୍ୟାଚାର ଘଟଣାକୁ ତୀବ୍ର ନିନ୍ଦା କଲେ ନବୀନ; କହିଲେ, ମହିଳା ସରପଞ୍ଚଙ୍କ ସ୍ୱର ଚାପିବା ବିଜେପି ସରକାରଙ୍କ ହୀନ ଉଦ୍ୟମ
ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିର୍ବାଚନମଣ୍ଡଳୀର ମହିଳା ସରପଞ୍ଚ ଚାମେଲି ଓଝାଙ୍କ ଉପରେ ଅତ୍ୟାଚାରକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ପୁଲିସ ପ୍ରଶାସନ ତଥା ଶାସକ ଦଳର ଅତ୍ୟାଚାରକୁ ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଥିବା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଏହି ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଲୋକଙ୍କ ସ୍ୱର ଉଠାଇ ଜଣେ ମହିଳା ସରପଞ୍ଚ ବିଜେପି ସରକାରରେ ଦମନଲୀଳାର ଶିକାର ହେବାର ସାକ୍ଷୀ ଓଡ଼ିଶା ରହୁଛି ବୋଲି ନବୀନ କହିଛନ୍ତି।

ସାମାଜିକ ଗଣଣାଧ୍ୟମ ଏକ୍ସରେ ଏନେଇ ପୋଷ୍ଟ କରି ନବୀନ କହିଛନ୍ତି ଯେ ମହାକାଳପଡ଼ା ନିର୍ବାଚନମଣ୍ଡଳୀର ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ଉପରେ ସର୍ବସମ୍ମୁଖରେ ସରକାରୀ କାର୍ଯ୍ୟାଳୟ ଭିତରେ ହୋଇଥିବା ଅକଥନୀୟ ଅତ୍ୟାଚାର ଗଣତନ୍ତ୍ର ରାଷ୍ଟ୍ରରେ କଦାପି ଶୋଭନୀୟ ନୁହେଁ। ମହିଳା ସରପଞ୍ଚଙ୍କ ସ୍ୱର ଚାପିବା ପାଇଁ ବିଜେପି ସରକାର ସବୁ ସ୍ତରରେ କରୁଥିବା ହୀନ ଉଦ୍ୟମ ଜଳଜଳ ଦେଖାଯାଉଛି। ‘ନାରୀ ଶକ୍ତି ବନ୍ଦନ’ ଭଳି ବଡ଼ ବଡ଼ କଥା କହୁଥିବା ବିଜେପିର ବାସ୍ତବରେ ଏହା କ’ଣ ନାରୀଙ୍କୁ ସମ୍ମାନ କି ବୋଲି ନବୀନ ପ୍ରଶ୍ନ କରିଛନ୍ତି। ବିଜେପି ସରକାରରେ ଜଣେ ମହିଳା ସରପଞ୍ଚ ନିଜ ପଞ୍ଚାୟତର ଦାବି ଉଠାଇ ଯଦି ଏପରି ସ୍ଥିତିର ସାମ୍ନା କରୁଛି, ତେବେ ରାଜ୍ୟରେ ଅଗଣିତ ମହିଳାଙ୍କ ସ୍ଥିତି କ’ଣ ତାହା ସ୍ପଷ୍ଟ ଅନୁମେୟ। ବିଜେପି ନେତାମାନେ ବାରମ୍ୱାର ସରକାରୀ କାର୍ଯ୍ୟାଳୟରେ ପଶି ଘଟାଉଥିବା ଅଭାବନୀୟ କାଣ୍ଡ ସାରା ଓଡ଼ିଶା ଦେଖୁଛି। ସେମାନଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି? ବିଜେପି ଶାସନରେ ଆଇନ କ’ଣ ଅଲଗା ଅଲଗା କି ବୋଲି ନବୀନ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଗଣତନ୍ତ୍ରର ଗରିମା ଓ ମହିଳାଙ୍କ ସ୍ୱାଭିମାନର ସୁରକ୍ଷା ସୁନିଶ୍ଚିତ କରନ୍ତୁ ବୋଲି ନବୀନ ଦାବି କରିଛନ୍ତି।

Chameli Ojha Arrested: ଜାମିନ ନାମଞ୍ଜୁର ପରେ ଜେଲ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
କେନ୍ଦ୍ରାପଡା: ଜେଲ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା । ବିଡିଓ ଓ ପୋଲିସକୁ ଦୁର୍ବ୍ୟବାହର କରିବା ଓ ଆଙ୍ଗୁଠି କାମୁଡ଼ିବା ଘଟଣାରେ ଚାମେଲିଙ୍କୁ ଜେଲ ପଠାଇ ଦିଆଯାଇଛି । ଚାମେଲିଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିବା ସହିତ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି । ଗିରଫ ପରେ ଆଜି ତାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ପରେ ଜେଲ ହାଜତକୁ ଗଲେ ମହାକାଳପଡ଼ା ବ୍ଲକ୍ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ।

ଗତ ଗୁରୁବାର ମହାକାଳପଡ଼ା ବିଡ଼ିଓ ଚାମେଲିଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲା । ସେହିପରି ଗତକାଲି ମହାକାଳପଡ଼ା ଥାନା ଏସଆଇ ସନ୍ଧ୍ୟାରାଣୀ ବିଶ୍ୱାଳ ତାଙ୍କ ନାମରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ପୋଲିସ ମାମଲା ରୁଜୁ କରିଥିଲା । ଆଉ ଆଜି ଡାକ୍ତରଙ୍କ ସହ ପରାମର୍ଶ ପରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରୁ ଚାମେଲିଙ୍କୁ ଉଠାଇ ଆଣି କୋର୍ଟ ଚାଲାଣ କରିଥିଲା । ଆଜି ଛୁଟି ଥିବାରୁ ଜେଏମଏଫସିଙ୍କ ବାସଭବନରେ ହାଜର କରାଇ ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଠାଇଥିଲା ପୋଲିସ ।

ଚାମେଲିଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ବିକ୍ଷୋଭ
ସେପଟେ ଚାମେଲି ଓଝାଙ୍କୁ ଉଚିତ ନ୍ୟାୟ ଦାବିରେ କଂଗ୍ରେସ ପକ୍ଷରୁ ମହାକାଳପଡ଼ା ଥାନା ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଦେବସ୍ମିତା ଶର୍ମାଙ୍କ ନେତୃତ୍ବରେ ସମସ୍ତ ବ୍ଲକ ସଭାପତି ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚାମେଲି ଓଝା ନିଜ ପଞ୍ଚାୟତ ସମସ୍ୟା ନେଇ ବିଡିଓଙ୍କୁ ଭେଟିବା ପାଇଁ ଆସିଥିଲେ, କିନ୍ତୁ ତାଙ୍କ ପ୍ରତି ବିଜେପି କର୍ମୀଙ୍କ ଦୁର୍ବ୍ୟବହାର ଓ ପୋଲିସ ଚାମେଲିଙ୍କୁ ଉଠାଇ ନେବା ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି । ଅନ୍ୟପଟରେ ବିଜେପି ନେତା ସୌଭାଗ୍ୟ ପରିଡା ସମର୍ଥକଙ୍କୁ ନେଇ ଏକ ବିଶାଳ ରାଲିରେ ଯାଇ ମହାକାଳପଡ଼ା ଆଇଆଇସିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ସହ ପୁଲିସର ମାଡ଼ ଅଭିଯୋଗ, ପ୍ରତିବାଦରେ ସରକାରୀ କାର୍ଯ୍ୟରେ ଅସହଯୋଗ କରିବାକୁ ସରପଞ୍ଚ ସଂଘର ଚେତାବନୀ
ମହାକାଳପଡ଼ା: ଜଣେ ମହିଳା ସରପଞ୍ଚଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଦୁର୍ବ୍ୟବହାର, ଗାଳିଗୁଲଜ କରାଯିବା ସହ ପୁଲିସ୍‌ ତାଙ୍କୁ ମାଡ଼ ମାରିଥିବା ଭଳି ସଂଗିନ୍‌ ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ରାଜନୈତିକ ଚାପରେ ପୁଲିସ ତାଙ୍କୁ ଓ ତାଙ୍କ ଭାଇଙ୍କୁ ମଧ୍ୟ ଥାନାକୁ ନେଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଥାନାରେ ସେ ଅସୁସ୍ଥ ହୋଇପଡ଼ିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ, ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଅଭିଯୋଗ ନେଇ ବ୍ଲକ୍‌ର ଭାରପ୍ରାପ୍ତ ବିଡିଓ ରବିନାରାୟଣ ଆଚାର୍ଯ୍ୟଙ୍କୁ ଭେଟିବାକୁ ଯାଇଥିଲେ। ସାଙ୍ଗରେ ତାଙ୍କ ଭାଇ ଥିଲେ। ଦାବି ଜଣାଇବା ସମୟରେ ଚାମେଲି ତମାମ ଘଟଣାକୁ ନିଜ ମୋବାଇଲ ଫୋନ୍‌ରେ ରେକର୍ଡ କରିଥିଲେ। ସେଠାରେ ଉପସ୍ଥିତ ଶାସକ ଦଳର କିଛି କର୍ମୀ ଏହାକୁ ବିରୋଧ କରିଥିଲେ। କିଛି ସମୟ ପାଇଁ ଏହି ଘଟଣାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। କିଛି ସମୟ ପରେ ମହାକାଳପଡ଼ା ପୁଲିସ ସେଠାରେ ପହଞ୍ଚି ଚାମେଲିଙ୍କୁ ଭିଡିଓ ବନ୍ଦ କରିବାକୁ କହିଥିଲା। କିନ୍ତୁ, ଭିଡିଓ କରିବା ତାଙ୍କର ସାମ୍ୱିଧାନିକ ଅଧିକାର ଓ ତାଙ୍କ ମୋବାଇଲ୍‌ ସେ କାହିଁକି ଦେବେ ବୋଲି ପ୍ରଶ୍ନ କରିଥିଲେ।

ତେବେ କିଛି ସମୟ ପରେ ଚାମେଲି ବ୍ଲକ୍‌ ପରିସରରୁ ବାହାରିବା ସମୟରେ ତାଙ୍କ ଭାଇଙ୍କୁ ପୁଲିସ ଅଟକାଇବା ସହ ଥାନାକୁ ନେବାକୁ ପ୍ରୟାସ କରିଥିଲା। କେଉଁ ଆଧାରରେ ତାଙ୍କ ଭାଇକୁ ଅଟକାଯାଉଛି ଓ ଥାନାକୁ ନେବାକୁ କୁହାଯାଉଛି, ସେ ସମ୍ପର୍କରେ ପୁଲିସକୁ ସେ ଜବାବ ମାଗିଥିଲେ। ପୁଲିସ କିଛି ନ କହି ବାରମ୍ୱାର ତାଙ୍କ ଭାଇକୁ ଥାନାକୁ ନେବାକୁ ଉଦ୍ୟମ କରିଥିଲା। ଚାମେଲିଙ୍କ ଦୀର୍ଘ ସମୟ ପ୍ରତିବାଦ ପରେ ଶେଷରେ ଘଟଣାସ୍ଥଳରେ ପହଞ୍ଚିଥିଲେ ମହାକାଳପଡ଼ା ଥାନା ଅଧିକାରୀ ମାନସ ମଲ୍ଲିକ। ଚାମେଲି ଓ ଶ୍ରୀ ମଲ୍ଲିକଙ୍କ ମଧ୍ୟରେ ମଧ୍ୟ କଥା କଟାକଟି ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ଚାମେଲିଙ୍କ ଭାଇକୁ ପୁଲିସ ଥାନାକୁ ଉଠାଇନେବା ପରେ ଚାମେଲିଙ୍କୁ ମଧ୍ୟ ଥାନାକୁ ନେଇଥିଲା ପୁଲିସ। ତାଙ୍କୁ ନେବା ସମୟରେ ତାଙ୍କ ଫୋନ୍‌କୁ ମହିଳା ପୁଲିସ ଛଡ଼ାଇବାକୁ ଉଦ୍ୟମ କରିଥିବା ମଧ୍ୟ ସେ ଜଣାଇଛନ୍ତି। ଆରମ୍ଭରୁ ଥାନାକୁ ଯିବା ପର୍ଯ୍ୟନ୍ତ ସେ ସମସ୍ତ ଘଟଣାବଳୀକୁ ଲାଇଭ୍‌ ମାଧ୍ୟମରେ ରହି ସମସ୍ତଙ୍କୁ ତାଙ୍କ ଉପରେ ହେଉଥିବା ନିର୍ଯାତନା ବିରୋଧରେ ସ୍ୱର ଉଠାଇବା ସହ ସହଯୋଗ ପାଇଁ ନିବେଦନ କରୁଥିବା ସେ ଜଣାଇଛନ୍ତି। ଥାନାରେ ସେ କିଛି ସମୟ ରହିବା ପରେ ତାଙ୍କୁ ହଠାତ୍‌ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହେଉଥିବା ସେ କହିଥିଲେ। ପୁଲିସ କର୍ମଚାରୀ ତାଙ୍କ ମୋବାଇଲ୍‌ ଛଡ଼ା‌ଇ ନେଇଯାଇଥିବା ଓ ତାଙ୍କୁ ଆକ୍ରମଣ କରିଥିବା ମଧ୍ୟ ସେ କହିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଉପରେ ହୋଇଥିବା ନିର୍ଯାତନାର ନ୍ୟାୟ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି। ଚାମେଲିଙ୍କ ଉପରେ ହୋଇଥିବା ଘଟଣାରେ ପୁଲିସ ଓ ପ୍ରଶାସନକୁ ଦୃଢ଼ ନିନ୍ଦା କରାଯାଇଛି।

ଅପରପକ୍ଷେ, ଏହି ଘଟଣାକୁ ନେଇ ସରପଞ୍ଚ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହାର ପ୍ରତିବାଦରେ ଆଜିଠାରୁ ସରପଞ୍ଚମାନେ କୌଣସି ସରକାରୀ କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହାସହ ସରପଞ୍ଚ ସଂଘର ଏକ ପ୍ରତିନିଧିଦଳ ଆଜି ଚାମେଲିଙ୍କୁ ଭେଟିବା ପରେ ଆଗାମୀ କାର୍ଯ୍ୟପନ୍ଥା ଉପରେ ସ୍ଥିର କରାଯିବ ବୋଲି ସଂଘ ଜଣାଇଛି।

ଯୁବକଙ୍କୁ ଅବକାରୀ ବିଭାଗର ଥାର୍ଡ ଡିଗ୍ରୀ ଘଟଣା: ଦୁଇ ଅଧିକାରୀଙ୍କୁ ନିଲମ୍ବିତ କଲେ କମିଶନର
ରାଜନଗର: ଯୁବକଙ୍କୁ ଅବକାରୀ ବିଭାଗର ଥାର୍ଡ ଡିଗ୍ରୀ ଘଟଣା । ଦୁଇ ଅବକାରୀ ଅଧିକାରୀ ନିଲମ୍ବିତ। ନିଲମ୍ବିତ ଦୁଇ ଅଧିକାରୀ ହେଲେ ପଟ୍ଟାମୁଣ୍ଡାଇ ଅବକାରୀ ଏସଆଇ ଛାୟା କାନ୍ତ ନାୟକ ଓ ଏଏସଆଇ ପ୍ରଦୀପ ମଲ୍ଲିକ । ପୂର୍ବରୁ ଦୁଇଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା । ସହକାରୀ କମିଶନର ଓ ଅବକାରୀ ବିଭାଗର ଅଧିକ୍ଷକଙ୍କ ତଦନ୍ତ ରିପୋର୍ଟ ଆଧାରରେ ଦୁଇ ଜଣଙ୍କୁ ଅବକାରୀ କମିଶନର ନିଲମ୍ବିତ କରିଥିବା ନେଇ ସୂଚନା ଦେଲେ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ ।

ସୂଚନାଯୋଗ୍ୟ, ରାଜନଗର ବାରଦିଆ ଗାଁର ବିନୋଦ ଦାସଙ୍କୁ ଗାଁରୁ ଉଠାଇ ନେଇ ଗାଡି ଭିତରେ ମାଡ଼ ମାରିଥିବା ନେଇ ରାଜନଗର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ନ୍ୟାୟ ପାଇଁ ବିନୋଦ ମୁଖ୍ୟମନ୍ତ୍ରୀ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ।

କୂଅ ସଫାବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ, ୨ ଗୁରୁତର
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁରପାଟଣା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ସକାଳେ ଏକ କୂଅ ସଫା କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗାଁର ସୁକାନ୍ତ ପରିଡ଼ାଙ୍କ କୂଅ ସଫା କରିବା ପାଇଁ କିଛି ଶ୍ରମିକ ନିୟୋଜିତ ହୋଇଥିଲେ। କୂଅ ଭିତରୁ ମାତ୍ର ଦୁଇରୁ ତିନି ବାଲଟି ପାଣି କାଢ଼ିବା ପରେ ଭିତରେ ଥିବା ଶ୍ରମିକମାନେ କୌଣସି ପ୍ରତିକ୍ରିୟା ଦେଇନଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚିତ୍ତରଞ୍ଜନ ନାମକ ଅନ୍ୟ ଜଣେ ଶ୍ରମିକ କୂଅ ଭିତରକୁ ଯାଇଥିଲେ ମଧ୍ୟ କିଛି ସମୟ ପରେ ସେ ମଧ୍ୟ ସଜ୍ଞାହୀନ ହୋଇପଡ଼ିଥିଲେ। ଏହା ଦେଖି ଚିତ୍ତରଞ୍ଜନଙ୍କ ପୁଅ ନିଜ ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ କୂଅ ଭିତରେ ଅଚେତ ହୋଇଯାଇଥିଲେ। ସେମାନଙ୍କର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ ଏବଂ ଦଉଡ଼ି ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମେ ଉଦ୍ଧାର ହୋଇଥିବା ଶ୍ରମିକଙ୍କୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଗୁରୁତର ଅବସ୍ଥାରେ ଥିବା ବାପା ଏବଂ ପୁଅଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏହି ଅଘଟଣର ତଦନ୍ତ ଆରମ୍ଭ କରିଛି।

କଲେଜ ଆଗରେ ଭୁଜାଲି ଦେଖାଇ ଯୁବତୀଙ୍କୁ ଧମକାଇଲା ଯୁବକ, ଥାନାରେ ଅଟକ
କେନ୍ଦ୍ରାପଡ଼ା: କଲେଜ ଆଗରେ ଭୁଜାଲି ବୁଲାଇଲା ଯୁବକ । ଯୁବତୀଙ୍କ ବେକରେ ଭୁଜାଲି ଲଗାଇ ଧମକାଇଲା ଯୁବକ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଡେରାବିଶ କଲେଜ ସମ୍ମୁଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାର ଭିଜୁଆଲ ଏବେ ଭାଇରାଲ୍ ହେବାରେ ଲାଗିଛି । ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି ।

ଭାଇରାଲ୍ ଭିଡ଼ିଓରେ ଯୁବକ ଜଣକ ଭୁଜାଲି ଧରି କଲେଜ ଆଗରେ ଛିଡା ହୋଇଥିବା ଛାତ୍ରୀ ଏବଂ ତାଙ୍କର ଜଣେ ବାନ୍ଧବୀଙ୍କୁ ଭୁଜାଲି ଦେଖାଇ ଧମକଚମକ ଦେଉଛନ୍ତି l ଘଟଣା ଘଟିବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି । ତେବେ ଏକତରଫା ପ୍ରେମ ବ୍ୟାପାରକୁ ନେଇ ଏହା ଘଟିଥିବା ଜଣାପଡିଛି l

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅଭାବନୀୟ ଘଟଣା । ଜିଲ୍ଲାପାଳଙ୍କ ଅଫିସ୍‌ରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଶୁକ୍ରବାର ଅପରାହ୍ଣରେ ଜଣେ ଅଜଣା ଯୁବକ କାର୍ଯ୍ୟାଳୟ ଭିତରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବେକରେ ଗାମୁଛା ବାନ୍ଧି ଝୁଲି ପଡ଼ିଛନ୍ତି ଯୁବକ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଯୁବକ ଜଣକ କିଏ ଏବଂ କେଉଁ ପରିସ୍ଥିତିରେ ସେ ଏଭଳି ଚରମ ପଦକ୍ଷେପ ନେଲେ, ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) ପାଇଁ ପଠାଯାଇଛି ଏବଂ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଯୁବକ ଜଣକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରଥମ ମହଲାକୁ ଯାଇଥିବା ସିଡ଼ିର ଏକ ଷ୍ଟିଲ୍ ରେଲିଂରେ ଗାମୁଛା ଲଗାଇ ଝୁଲି ପଡ଼ିଛନ୍ତି । ପରବର୍ତ୍ତୀ ସମୟରେ କାର୍ଯ୍ୟାଳୟର କର୍ମଚାରୀ ଏବଂ ସେଠାକୁ ଆସିଥିବା ଲୋକମାନେ ଝୁଲନ୍ତା ମୃତଦେହକୁ ଦେଖିଥିଲେ। ଏହି ଘଟଣା ପରେ ସମ୍ପୂର୍ଣ୍ଣ କାର୍ଯ୍ୟାଳୟ ପରିସରରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ସରକାରୀ କାର୍ଯ୍ୟାଳୟ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏଭଳି ଘଟଣା ଘଟିବା ପରେ ଏବେ ସୁରକ୍ଷା ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା
କେନ୍ଦ୍ରାପଡା: ବଢ଼ିଲା ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ଅଡ଼ୁଆ । ରାଜନଗର ଥାନାରେ SIଙ୍କ ନାଁରେ ମାମଲା ରୁଜୁ ହୋଇଛି । ରାଜନଗର ବରାଦିଆ ଗାଁର ଜଣେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଗତ ୩୧ ତାରିଖରେ ବିନୋଦ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତିକରି ରାଜନଗର ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିଛି । ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫା ତାଙ୍କ ବିରୁଦ୍ଧରେ ଲାଗିଛି ।

ସୂଚନାଯୋଗ୍ୟ, ବରାଦିଆ ଗାଁରେ ଅନେକ ଦିନ ଧରି ଚୋରା ମଦ କାରବାର ହୋଇ ଆସୁଥିଲା । ଏହାକୁ ନେଇ ବିନୋଦ ବାରମ୍ବାର ଅବକାରୀ ବିଭାଗକୁ ଜଣାଇଥିଲେ । ଅବକାରୀ ବିଭାଗର ଏସଆଇ ଛାୟାକାନ୍ତ ନାୟକ ଓ ଅନ୍ୟ କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ଚଢ଼ାଉ କରିବା ସମୟରେ ବିନୋଦ ଏହାର ଭିଡ଼ିଓ ଉତ୍ତୋଳନ କରିଥିଲେ ।  ଏଥିରେ ରାଗିଯାଇ ଏସଆଇ ଛାୟାକାନ୍ତ ନାୟକଙ୍କ ସମେତ ଅନ୍ୟ କର୍ମଚାମାନେ ତାଙ୍କୁ ଗାଡି ଭିତରେ ପୁରାଇ ନିର୍ଧୁମ ମାଡ଼ ମାରିଥିଲେ । ଏପରିକି ରାଜନଗର ଥାନାରେ ତାଙ୍କୁ ୧୧ ଘଣ୍ଟା ଅଟକ ରଖିଥିଲେ ।