Ajit Pawar Death - The Sakala

କେଉଁ କାରଣ ପାଇଁ ଦୁର୍ଘଟଣାଗସ୍ତ ହେଲା ଅଜିତ ପାୱାରଙ୍କ ବିମାନ...କୁହୁଡ଼ି ନା ଅନ୍ୟ କିଛି କାରଣ ?
ମୁମ୍ବଇ: ମହାରାଷ୍ଟ୍ର ଉପ- ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗସ୍ତ ହେବା ନେଇ ବିଭିନ୍ନ ଆକଳନ କରାଯାଉଛି। ତେବେ ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି ଯେ, କୁହୁଡ଼ି ଓ ଦୃଶ୍ୟମାନତା ହ୍ରାସ କାରଣରୁ ଏହି ଅଘଟଣ ଘଟିଛି। ପାୱାରଙ୍କୁ ନେଇ ଯାଉଥିବା ବିମାନଟି ତଳକୁ ଖସିବା ସମୟରେ ବା ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ବାରାମତୀ ବିମାନବନ୍ଦରରେ ଘନ କୁହୁଡ଼ି ଓ ଦୃଶ୍ୟମାନ ଦୂରତା ବହୁତ କମ୍‌‌ ଥିଲା। ଭିଆରଏସ୍‌‌ ଭେନଚର୍ସ ଦ୍ୱାରା ପରିଚାଳିତ ବମ୍ବାର୍ଡିୟର ଲୟାରଜେଟ୍‌‌-୪୫ ବିମାନବନ୍ଦର ପରିସର ଭିତରେ ହିଁ ଦୁର୍ଘଟଣାଗସ୍ତ ହୋଇଥିଲା। ଏଥିରେ ବିମାନରେ ବସିଥିବା ସବୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ପ୍ରଚଣ୍ଡ ଧକ୍କା ଓ ନିଆଁ କାରଣରୁ ସମ୍ପୂର୍ଣ୍ଣ ଜେଟ୍‌‌ଟି ନଷ୍ଟ ହୋଇଯାଇଥିଲା। ଅବତରଣ କରିବା ପୂର୍ବରୁ ବିମାନ ଆକାଶରେ ଘୂରି ବୁଲିଥିଲା। ବିମାନ ମୁମ୍ବଇର ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ ବିମାନବନ୍ଦରରୁ ସକଳା ୮.୧୦ରୁ ବାହରିଥିଲା ଓ ୮.୪୫ରେ ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା। ମୁମ୍ବଇରୁ ବାରାମତୀର ଦୂରତା ୨୫୦ କିମି ଥିଲା ଓ ମାତ୍ର ଏକ ଘଣ୍ଟା ମଧ୍ୟରେ ବିମାନ ଯାତ୍ରା ଥିଲା।

ଧ୍ବଂସାବଶେଷରୁ ମୃତଦେହଗୁଡିକୁ ଚିହ୍ନଟ କରିବା କଷ୍ଟକର ହୋଇ ପଡ଼ିଥିଲା। ଘଣ୍ଟା ଓ ପୋଷାକ ଦ୍ୱାରା ପାୱାରଙ୍କ ମୃତଦେହକୁ ଚିହ୍ନଟ କରାଯାଇଥିଲା। ଅନ୍ୟମାନଙ୍କ ମୃତଦେହ ମଧ୍ୟ ସେମାନେ ପିନ୍ଧିଥିବା ଘଣ୍ଟା ଓ ପୋଷାକ ଦ୍ୱାରା ଚିହ୍ନଟ କରାଯାଇଛି। ପାୱାର ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ, ଜଣେ ପରିଚାରକ ଓ ଦୁଇ ପାଇଲଟଙ୍କ ସହ ଯାତ୍ରା କରୁଥିଲେ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏହି ବିମାନ ଦୁର୍ଘଟଣା ତଦନ୍ତ ଆରମ୍ଭ କରିଛି। ବିମାନର ଡାଟା ରେକର୍ଡର ଓ କକ୍‌‌ପିଟ୍‌‌ ଭଏସ ରେକର୍ଡର ବିମାନ ଉଡ଼ାଣର ଶେଷ ମୁହୂର୍ତ୍ତ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇପାରିବ। ଏହି ଦୁର୍ଘଟଣା ଓ ଅସମୟରେ ପାୱାରଙ୍କ ମୃତ୍ୟୁ ଭାରତୀୟ ରାଜନୀତିକୁ ଚକିତ କରିବା ସହ ଦୋହଲାଇ ଦେଇଛି। ୬୬ ବର୍ଷୀୟ ପାୱାର ମହାରାଷ୍ଟ୍ରର ସବୁଠାରୁ ପ୍ରତିଭା ତଥା କ୍ଷମତା ସମ୍ପର୍ଣ୍ଣ ନେତାମାନଙ୍କ ମଧ୍ୟରୁ ଜଣେ ଥିଲେ। ସେ ଉପ-ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ଷଷ୍ଠ କାର୍ଯ୍ୟକାଳ ସମ୍ପାଦନ କରୁଥିଲେ।

ତେବେ ଏହି ଦୁର୍ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି । ଖରାପ ପାଗରେ ବିମାନ ସେବା ପାଇଁ ବାରାମତୀ ବିମାନବନ୍ଦର ଉପଯୁକ୍ତ କି?  ଯଦି କୁହୁଡ଼ି ଯୋଗୁଁ ବିମାନ ଅନେକ ଥର ଉଦ୍ୟମ କରିବା ସତ୍ତ୍ବେ ଅବତରଣ କରିପାରୁ ନଥିଲା, ତାହାହେଲେ ଏଭଳି ସ୍ଥିତିରେ ଫେରିଯିବା ବଦଳରେ ବିମାନକୁ ଅବତରଣ ପାଇଁ କାହିଁକି ଅନୁମତି ମିଳିଲା? ଏ ନେଇ ବିମାନ ତଦନ୍ତ ବ୍ୟୁରୋ (ଏଏଆଇବି) ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ଏକ ଷଡଯନ୍ତ୍ର! ସୁପ୍ରିମକୋର୍ଟ ତଦନ୍ତ ଦାବି କଲେ ମମତା ବାନାର୍ଜୀ
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟଣା ଏବେ ଏକ ନୂଆ ରାଜନୈତିକ ମୋଡ଼ ନେଇଛି। ଅଜିତ ପାୱାରଙ୍କର ଦେହାନ୍ତ ଖବର ଆସିବା ପରେ ବିଭିନ୍ନ ମହଲରୁ ଶୋକ ବାର୍ତ୍ତା ଆସିବାରେ ଲାଗିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମାଜିକ ଗଣମାଧ୍ୟମ‌ ‘ଏକ୍ସ’ରେ ଏକ ପୋଷ୍ଟ କରି , ଅଜିତ ପାୱାରଙ୍କ ଆକସ୍ମିକ ବିୟୋଗରେ ମୁଁ ଗଭୀର ଭାବରେ ମର୍ମାହତ ଏବଂ ସ୍ତବ୍ଧ ବୋଲି ପ୍ରକାଶ କରିଛନ୍ତି। ପାୱାର ପରିବାର ପ୍ରତି ମମତା ଗଭୀର ସମବେଦନା ଜଣାଇବା ସହିତ ବିମାନ ଦୁର୍ଘଟଣାର ତଦନ୍ତ ଦାବି କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ କେବଳ ଏକ "ଦୁର୍ଘଟଣା" ବୋଲି ନାମାନି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଯେ, ଏହି ଘଟଣା ପଛରେ କିଛି ଷଡଯନ୍ତ୍ର ଥାଇପାରେ।

ମମତା ବାନାର୍ଜୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଅଜିତ ପାୱାରଙ୍କ ମୃତ୍ୟୁର ଉପଯୁକ୍ତ ତଦନ୍ତ ହେବା ନିହାତି ଆବଶ୍ୟକ ଏବଂ ଏହା ସିଧାସଳଖ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ କରାଯିବା ଉଚିତ୍। ସେ ଇଙ୍ଗିତ କରିଛନ୍ତି ଯେ, ପାୱାର ଶାସକ ମହାଯୁତି ମେଣ୍ଟଠାରୁ ଦୂରେଇ ଯାଉଥିଲେ। ମମତା କହିଛନ୍ତି, "ସେ ଶାସକ ଦଳ ସହ ଥିଲେ ମଧ୍ୟ ବିଜେପି ଛାଡିବା ନେଇ ଚର୍ଚ୍ଚା ହେଉଥିଲା। ଏଭଳି ପରିସ୍ଥିତିରେ ଏହି ଅକସ୍ମାତ ଦୁର୍ଘଟଣା ସନ୍ଦେହଜନକ ମନେହେଉଛି।"

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, "ଦେଶର ଲୋକଙ୍କ ପାଇଁ କୌଣସି ସୁରକ୍ଷା ନାହିଁ। ଆମେ କେବଳ ସୁପ୍ରିମକୋର୍ଟଙ୍କ ଉପରେ ଭରସା କରୁ, ଅନ୍ୟ କୌଣସି ଏଜେନ୍ସି ଉପରେ ନୁହେଁ।"

ବୁଧବାର ସକାଳେ ବାରାମତୀ ନିକଟରେ ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ମୁଖ୍ୟ ଅଜିତ ପାୱାରଙ୍କର ଦେହାନ୍ତ ହୋଇଛି । ୬୬ ବର୍ଷୀୟ ଅଜିତ ପାୱାର ପୁଣେ ଜିଲ୍ଲା ପରିଷଦ ନିର୍ବାଚନ ପ୍ରଚାର ପାଇଁ ଏକ ଘରୋଇ ବିମାନରେ ଯାଉଥିଲେ। ମୁମ୍ବାଇରୁ ସକାଳ ପ୍ରାୟ ୮ଟାରେ ଉଡାଣ ଭରିବାର ୪୫ ମିନିଟ୍ ପରେ ଅବତରଣ ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରୁ ପ୍ରବଳ ଧୂଆଁ ଓ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।

ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୫ ଜଣଙ୍କର ମୃତ୍ୟୁ ଘଟିଛି। ଡିଜିସିଏ (DGCA) ସୂଚନା ଅନୁଯାୟୀ, ଅଜିତ ପାୱାରଙ୍କ ବ୍ୟତୀତ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ବିଦିପ ଯାଦବ, ସହାୟକ ପିଙ୍କି ମାଲି ଏବଂ ପାଇଲଟ୍ କ୍ୟାପଟେନ୍ ସୁମିତ କପୁର ଓ କ୍ୟାପଟେନ୍ ଶାମ୍ଭବୀ ପାଠକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ମହାରାଷ୍ଟ୍ର ରାଜନୀତିରେ 'ଦାଦା' ନାମରେ ପରିଚିତ ଅଜିତ ପାୱାର ସବୁଠାରୁ ଅଧିକ ସମୟ ଧରି ଉପମୁଖ୍ୟମନ୍ତ୍ରୀ ପଦବୀରେ ରହିବାର ରେକର୍ଡ କରିଥିଲେ।

ଅଜିତ ପାୱାରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ଭୁବନେଶ୍ବର: ଅଜିତ ପାୱାରଙ୍କ ବିୟୋଗରେ ନବୀନଙ୍କ ଶୋକ । ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଘଟଣାରେ ସେ ସ୍ତବ୍ଧ ବୋଲି କହିଛନ୍ତି । ନବୀନ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ବାରାମତୀ ନିକଟରେ ହୋଇଥିବା ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ସହଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି ବିଷୟରେ ଜାଣି ମୁଁ ଗଭୀର ଭାବେ ମର୍ମାହତ ଏବଂ ଦୁଃଖିତ। ଏହାସହିତ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ ଜଣାଇଛନ୍ତି ନବୀନ ।

ବାରାମତିରେ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ଦେହାନ୍ତ ଘଟିଛି । ବାରାମତିରେ ଅବତରଣ ବେଳେ ଦୁଇ ଖଣ୍ଡ ହୋଇ ଜଳିଗଲା ବିମାନ । ଦୁର୍ଘଟଣାରେ ମୋଟ ୫ ଜଣଙ୍କ ଦେହାନ୍ତ ହେଇଥିବା ବେଳେ ଅଜିତ ପାୱାର, ଜଣେ ପିଏସଓ, ଜଣେ ଆଟେଣ୍ଡାଣ୍ଟ ମୃତ ଏବଂ ଜଣେ ପାଇଲଟ ଓ ଜଣେ ବିମାନ କର୍ମଚାରୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି ।

ମହାରାଷ୍ଟ୍ରର ବଡ଼ ନେତା ଶରଦ ପାୱାରଙ୍କ ପୁତୁରା ହେଉଛନ୍ତି ଅଜିତ । କାକାଙ୍କ ବିରୋଧରେ ବିଦ୍ରୋହ କରିଥିଲେ ଅଜିତ । ଏନସିପିକୁ ଭାଙ୍ଗି ବିଜେପି ସହିତ ମେଣ୍ଟ କରିଥିଲେ । ବିଜେପି ସହିତ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିବା ସହ ନିଜେ ଡେପୁଟି ସିଏମ ଥିଲେ ଅଜିତ ପାୱାର ।

ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପରଲୋକ
ମହାରାଷ୍ଟ୍ର: ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି (NCP) ମୁଖ୍ୟ ଅଜିତ ପାୱାରଙ୍କର ଆଜି ଏକ ଭୟାବହ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ବାରାମତୀରେ ଘଟିଥିବା ଏହି ଦୁର୍ଘଟଣାରେ ଅଜିତ ପାୱାରଙ୍କ ସମେତ ବିମାନରେ ଥିବା ୫ ଜଣଙ୍କର ମଧ୍ୟ ପ୍ରାଣହାନି ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଅଜିତ ପାୱାରଙ୍କୁ ନେଇ ମୁମ୍ବାଇରୁ ବାରାମତୀ ଯାଉଥିବା ଏକ ଚାର୍ଟର ବିମାନ ସକାଳ ୮.୪୫ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାରାମତୀ ଏୟାରପୋର୍ଟର ୧୧ ନମ୍ବର ରନୱେରେ ଜରୁରୀକାଳୀନ ଅବତରଣ (Emergency Landing) ଉଦ୍ୟମ କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିମାନଟି ଖଣ୍ଡଖଣ୍ଡ ହୋଇଯିବା ସହ ସେଥିରେ ନିଆଁ ଲାଗିଯାଇଥିଲା। ଏଥିରେ ଥିବା ଦୁଇ ପାଇଲଟ, ଜଣେ ପିଏସଓ ଏବଂ ଜଣେ ଆଟେଣ୍ଡାଣ୍ଟଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ସର୍ବାଧିକ ୬ ଥର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ଏହି ବରିଷ୍ଠ ରାଜନେତା ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ପ୍ରଚାର କରିବାକୁ ବାରାମତୀ ଯାଉଥିଲେ। ସେଠାରେ ୪ଟି ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ Bombardier Learjet 45 ଚାର୍ଟର ବିମାନଟି କ୍ରାଶ ହୋଇଯାଇଥିଲା। ଡିଜିସିଏ (DGCA) ସୂଚନା ମୁତାବକ, ବିମାନଟି ଦିଲ୍ଲୀ ଭିତ୍ତିକ ଚାର୍ଟର କମ୍ପାନୀ ଭିଏସ୍‌ଆର ଦ୍ୱାରା ପରିଚାଳିତ ହେଉଥିଲା।

ଅଜିତ ପାୱାର ୧୯୯୧ରୁ ବାରାମତୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିଲେ। ସେ ତାଙ୍କ କାକା ଶରଦ ପାୱାରଙ୍କ ଛତ୍ରଛାୟାରେ ରାଜନୀତି ଆରମ୍ଭ କରିଥିଲେ ମଧ୍ୟ ୨୦୨୩ରେ ଅଲଗା ହୋଇ ବିଜେପି ସହ ହାତ ମିଳାଇଥିଲେ। ଦୁର୍ଘଟଣା ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେ ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇ ଶେଷ ପୋଷ୍ଟ କରିଥିଲେ, ଯାହା ଏବେ ଭାଇରାଲ ହେବାରେ ଲାଗିଛି।