Odisha Bandh - The Sakala

ଆସନ୍ତାକାଲି ଭାରତ ବନ୍ଦ: ଓଡ଼ିଶାରେ ପଡ଼ିବ ବଡ଼ ପ୍ରଭାବ, ଜାଣନ୍ତୁ କ’ଣ ରହିବ ଖୋଲା ଓ କ’ଣ ବନ୍ଦ?
ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୧୨ ତାରିଖ (ଗୁରୁବାର) ଦିନ ଦେଶବ୍ୟାପୀ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଶ୍ରମ ନୀତି ଏବଂ ନୂତନ ଶ୍ରମ କୋଡ୍ ବିରୋଧରେ ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ଓ କୃଷକ ସଂଗଠନ ପକ୍ଷରୁ ଏହି ବନ୍ଦ ପାଳନ କରାଯିବ। ଓଡ଼ିଶାରେ ଏହି ବନ୍ଦର ବ୍ୟାପକ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି, ଯାହାଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇପାରେ।

କାହିଁକି ହେଉଛି ଭାରତ ବନ୍ଦ?

କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ୪ଟି ନୂଆ ଶ୍ରମ କୋଡ୍‌କୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଏଥିସହ ପୁରୁଣା ପେନସନ୍ ଯୋଜନା (OPS) ଲାଗୁ କରିବା, ଘରୋଇକରଣ ବନ୍ଦ କରିବା ଏବଂ କୃଷକମାନଙ୍କ ପାଇଁ ନ୍ୟୁନତମ ସହାୟକ ମୂଲ୍ୟ (MSP) ସୁନିଶ୍ଚିତ କରିବା ଭଳି ଦାବିଗୁଡ଼ିକୁ ନେଇ ୧୦ଟି ପ୍ରମୁଖ ଟ୍ରେଡ୍ ୟୁନିୟନ୍ ଏକାଠି ହୋଇଛନ୍ତି। କଂଗ୍ରେସ ଏବଂ ବାମପନ୍ଥୀ ଦଳଗୁଡ଼ିକ ମଧ୍ୟ ଓଡ଼ିଶାରେ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି।

କ’ଣ ରହିବ ବନ୍ଦ?

ବନ୍ଦ ସମୟରେ ଓଡ଼ିଶାରେ ସ୍କୁଲ୍, କଲେଜ୍ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବାର ସମ୍ଭାବନା ରହିଛି। ଏହାଛଡ଼ା ବ୍ୟାଙ୍କିଙ୍ଗ୍ ସେବା, ବୀମା କାର୍ଯ୍ୟାଳୟ ଏବଂ ସରକାରୀ ଅଫିସ୍ କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି ହୋଇପାରେ। ରାସ୍ତାରେ ବସ୍ ଓ ଟ୍ରକ୍ ଚଳାଚଳ ପ୍ରଭାବିତ ହେବା ସହ ‘ଚକା ଜାମ୍’ ଭଳି ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି।

କ’ଣ ରହିବ ଖୋଲା?

ସାଧାରଣ ଲୋକଙ୍କ ସୁବିଧା ପାଇଁ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ବନ୍ଦରୁ ବାଦ୍ ଦିଆଯାଇଛି। ଡାକ୍ତରଖାନା, ଆମ୍ବୁଲାନ୍ସ, ଔଷଧ ଦୋକାନ, କ୍ଷୀର ଓ ଖବରକାଗଜ ବିତରଣ ଭଳି ଜରୁରୀ ସେବା ସ୍ୱାଭାବିକ ଭାବେ ଚାଲୁ ରହିବ। ତେବେ ଘରୁ ବାହାରିବା ପୂର୍ବରୁ ସ୍ଥିତି ପରଖି ନେବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।

ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଆଜି ଓଡ଼ିଶା ବନ୍ଦ ଡାକରା, ଦିନ ୨ଟା ଯାଏଁ ରହିବ ବଳବତ୍ତର
ଭୁବନେଶ୍ୱର : ଆଜି ୮ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ । ଧାନ ମଣ୍ଡି, ପିୟୁସିସି ଓ ସ୍ମାର୍ଟ ମିଟର ପ୍ରସଙ୍ଗରେ ୮ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ଅପରାହଣ ୨ଟା ଯାଏ ବଳବତ୍ତର ରହିବ ଏହି ବନ୍ଦ ।

ଧାନମଣ୍ଡିରେ ଅବ୍ୟବସ୍ଥା ଓ କଟନୀଛଟନୀ, ବିଜୁଳି ସ୍ମାର୍ଟ ମିଟର, ପଲ୍ୟୁସନ ସାର୍ଟିଫିକେଟକୁ ନେଇ ଗାଡ଼ି ଚାଳକଙ୍କ ଉପରେ ଜରିମାନା ବୋଝର ଜୋରଦାର ପ୍ରତିବାଦ କରୁଛି ସଂଗଠନ । ଓଡ଼ିଶା ବନ୍ଦକୁ ସମର୍ଥନ ପାଇଁ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି । ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ଅପରାହଣ ୨ଟା ଯାଏ ଚାଲିବ ।

ରାଜ୍ୟର ପ୍ରମୁଖ ଜାତୀୟ ରାଜପଥ ଓ ଛକ ଗୁଡ଼ିକରେ ପିକେଟିଂ କରାଯାଉଛି । ଦୋକାନବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ସ୍କୁଲ, କଲେଜ ବନ୍ଦ ରଖିବାକୁ ନଵନିର୍ମାଣ କୃଷକ ସଂଗଠନ ନିବେଦନ କରିଛି । ବନ୍ଦକୁ କଂଗ୍ରେସ ସମର୍ଥନ ଜଣାଇଛି । ବ୍ରହ୍ମପୁର ଓ ବଲାଙ୍ଗୀର ସହରରେ ବନ୍ଦ ପାଳନ ଯୋଗୁ ଗାଡି ମୋଟର ଚଳାଚଳ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି ।