IMD Bhubaneswar - The Sakala

ରାଜ୍ୟରେ କାଳବୈଶାଖୀ ଆଶଙ୍କା: ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ରାଜ୍ୟରେ ପୁଣି କାଳବୈଶାଖୀର ଆଶଙ୍କା ଦେଖାଦେଇଛି। ଆସନ୍ତା କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD) ପକ୍ଷରୁ ରାଜ୍ୟର ୨୦ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ ବିଭାଗର ଆକଳନ

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବଙ୍ଗୋପସାଗରରୁ ଆସୁଥିବା ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ କାଳବୈଶାଖୀ ସୃଷ୍ଟି ହେବାର ଅନୁକୂଳ ପରିବେଶ ରହିଛି। ଏହି ସମୟରେ ବିଭିନ୍ନ ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଡ଼ ପବନ ବହିବାର ସମ୍ଭାବନା ଅଛି। ବିଶେଷ କରି ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ସହିତ ତୀବ୍ର ବଜ୍ରପାତର ଆଶଙ୍କା ରହିଛି ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି।

ପ୍ରଶାସନର ସତର୍କତା ଓ ପରାମର୍ଶ

ବଜ୍ରପାତ ଏବଂ କାଳବୈଶାଖୀ ପ୍ରଭାବରୁ ରକ୍ଷା ପାଇବା ପାଇଁ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଘଡ଼ଘଡ଼ି ଏବଂ ବିଜୁଳି ମାରୁଥିବା ସମୟରେ ଖୋଲା ସ୍ଥାନ କିମ୍ବା ବଡ଼ ଗଛ ମୂଳେ ଆଶ୍ରୟ ନନେଇ ପକ୍କା ଘର କିମ୍ବା ନିରାପଦ ସ୍ଥାନରେ ରହିବାକୁ ସୂଚନା ଦିଆଯାଇଛି। ଏହାଛଡ଼ା, କୌଣସି ପ୍ରକାର ଅଘଟଣର ମୁକାବିଲା କରିବା ନିମନ୍ତେ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ଏବଂ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ କୁହାଯାଇଛି।

ଡକ୍ଟର ମନୋରମା ମହାନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦ୍ଦେଶକ
ଭୁବନେଶ୍ୱର: ଡ. ମନୋରମା ମହାନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ଗୁଜରାଟ ଅହମଦାବାଦସ୍ଥିତ ପାଣିପାଗ କେନ୍ଦ୍ର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଡ. ମହାନ୍ତିଙ୍କୁ (ବୈଜ୍ଞାନିକ-ଏଫ୍‌‌) ଗ୍ରେଡ୍‌‌କୁ ପଦନ୍ନୋତି ସହ ଏହି ନୂତନ ନିଯୁକ୍ତି ମିଳିଛି। ଏନେଇ ଶୁକ୍ରବାର କେନ୍ଦ୍ର ପୃଥ୍ବୀବିଜ୍ଞାନ ମନ୍ତ୍ରଳାୟ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି।

ଓଡ଼ିଶା‌ ଜନ୍ମିତ ଡ. ମହାନ୍ତି ଦୀର୍ଘ ଦିନ ହେବ ଗୁଜୁରାଟ ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ହାସଲ ପରେ ସେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ରେ ଯୋଗ ଦେଇଥିଲେ। ଆରବସାଗର ଇତିହାସରେ ସବୁଠୁ ଶକ୍ତିଶାଳୀ ବାତ୍ୟା ‘ତାଉତେ’ ଓ ‘ବିପର୍ଯ୍ୟୟ’ର ସଠିକ୍‌ ଗତିପଥ ଓ ତୀବ୍ରତା ଆକଳନ କରିବାରେ ଡ. ମହାନ୍ତିଙ୍କର ବଡ଼ ଓ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ତାଙ୍କର ସଠିକ୍‌‌ ଆକଳନ ଓ ସତର୍କ ସୂଚନା ଯୋଗୁଁ ଗୁଜରାଟରେ ଅନେକ ଧନଜୀବନ ରକ୍ଷା ପାଇପାରିଥିଲା। ଏଥିପାଇଁ ଗୁଜରାଟ ସରକାରଙ୍କ ତରଫରୁ ଡ. ମ‌ହାନ୍ତି ଉଚ୍ଚ ପ୍ରଶଂସିତ ହୋଇଥିଲେ। ପାଣିପାଗ ଆକଳନ କ୍ଷେତ୍ରରେ ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ରହିଛି। ଓଡ଼ିଶା ଭଳି ଏକ ବାତ୍ୟାପ୍ରବଣ ରାଜ୍ୟରେ ତାଙ୍କର ଏହି ଅଭିଜ୍ଞତା ଏକ ବଡ଼ ଭୂମିକା ନିର୍ବାହ କରିବ ବୋଲି ଆଶା କରି ଆଇଏମ୍‌ଡି ତାଙ୍କୁ ଏଠାରେ ନିଯୁକ୍ତି ଦେଇଛି।

ରାଜ୍ୟରେ ମୌସୁମୀ ସକ୍ରିୟ: ଆଜି ପଶ୍ଚିମ ଓଡ଼ିଶା ଓ ଉପକୂଳରେ ପ୍ରବଳ ବର୍ଷା
ଭୁବନେଶ୍ୱର: ରାଜ୍ୟରେ ବଢ଼଼ିବ ବର୍ଷାର ପରିମାଣ। ମୌସୁମୀ ଟ୍ରଫ ସ୍ୱାଭାବିକ ଅବସ୍ଥାକୁ ଫେରିବା ଯୋଗୁଁ ବର୍ତ୍ତମାନ ଓଡ଼ିଶା ଉପରେ ମୌସୁମୀ ସକ୍ରିୟ ରହିଛି। ଏହାସହିତ ବର୍ତ୍ତମାନ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାକୁ ସମ୍ଭାବନା ଥିବାରୁ ବର୍ଷାର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆସନ୍ତା ୨ ଦିନ ଉପକୂଳବର୍ତ୍ତୀ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ରହିବାକୁ ଥିବା ବେଳେ ୩୧ ତାରିଖରୁ ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୩୧ରୁ ପରବର୍ତ୍ତୀ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏଥିପାଇଁ ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ଗତ ୨୪ ଘଣ୍ଟାରେ ବାରିପଦାରେ ୨୮ ମିମି ବର୍ଷା ହୋଇଥିବା ବେଳେ କେନ୍ଦୁଝରରେ ୨୦ ମିମି ବର୍ଷା ରେକର୍ଡ କରାଯାଇଛି।

ପାଗ ବଦଳିବା ସହ କମୁଛି ଶୀତ, ୩୦ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ପଶ୍ଚିମା ଗଡ଼ବଡ଼ି (ୱେଷ୍ଟର୍ସ ଡିଷ୍ଟର୍ବାନ୍ସ) ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ବିଭିନ୍ନ ଅଞ୍ଚଳରେ ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ବର୍ଷା ହେବ। ସୋମବାର ଭୁବନେଶ୍ବର ସମେତ ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ମଙ୍ଗଳବାର ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼ ଆଦିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ସମ୍ବଲପୁର, ଦେବଗଡ଼, ଅନଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ବରରେ ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ।

ଅନ୍ୟପଟେ ବଙ୍ଗୋପସାଗର ମଧ୍ୟରୁ ରାଜ୍ୟକୁ ଜଳୀୟବାଷ୍ଣପୂର୍ଣ୍ଣ ଉଷ୍ମ ବାୟୁ ପ୍ରବେଶ କରୁଛି। ଏହା ଦ୍ଵାରା ଅନେକ ସ୍ଥାନରେ ରାତିର ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ବୃଦ୍ଧି ହୋଇଛି। ଏହାଛଡ଼ା କିଛି ଅଞ୍ଚଳରେ ଘନକୁହୁଡ଼ି ମଧ୍ୟ ଦେଖା ଦେଇଛି । ଗତ ୨୪ ଘଣ୍ଟାରେ କୋରାପୁଟ, ବଲାଙ୍ଗୀରରେ ଅତି ଘନ କୁହୁଡ଼ି ଦେଖାଦେଇଛି। ଏହି ଦୁଇ ସ୍ଥାନରେ ଦୃଶ୍ୟମାନ କ୍ଷମତା ଯଥାକ୍ରମରେ ୩୦ ଓ ୪୦ ମିଟର ରହିଥିଲା । ବାଲେଶ୍ବରରେ ଏହା ୫୦ ମିଟର ରହିଥିବା ବେଳେ ଅନୁଗୁଳ ଓ ବାରିପଦାରେ ୧୦୦, କେନ୍ଦୁଝର, ମାଲକାନଗିରି, ଫୁଲବାଣୀରେ ଦୃଶ୍ୟମାନ କ୍ଷମତା ୧୫୦ ମିଟର ରେକର୍ଡ କରାଯାଇଛି। ସେହିପରି ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୨.୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇଥିବା ବେଳେ ଉପକୂଳ ଓଡ଼ିଶାରେ ୩.୮ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାରେ ବୃଦ୍ଧି ଘଟିଛି। ବର୍ତ୍ତମାନ ଫୁଲବାଣୀର ରାତିର ତାପମାତ୍ରା ସ୍ଵାଭାବିକଠାରୁ ୭.୨ ଡିଗ୍ରୀ ରହିଥିବା ବେଳେ ସମ୍ବଲପୁର ଓ ବାରିପଦାରେ ୫.୯ ଡିଗ୍ରୀ ଅଧିକ ରହିଛି। ପାରାଦୀପରେ ମଧ୍ୟରେ ତାପମାତ୍ରା ସ୍ଵାଭାବିକଠାରୁ ୫.୧ ଡିଗ୍ରୀ ଅଧିକ ରହିଛି।

ବର୍ଷା ପାଗ ଯୋଗୁଁ ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ହୋଇଛି। ଏହି ସ୍ଥିତି ଆହୁରି ଦୁଇ ତିନ ଜାରି ରହିବାକୁ ଥିବାରୁ ଶୀତର ପ୍ରକୋପ ହ୍ରାସ ହୋଇଯିବ । ଦୁଇ ତିନି ପରେ ତାପମାତ୍ରାରେ ହ୍ରାସ ହେବ ଓ ପୁଣି ଶୀତ ଫେରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଡିସେମ୍ବର ୪ ରେ ଓଡ଼ିଶା ଉପକୂଳ ଛୁଇଁବ ବାତ୍ୟା ‘ଜୱାଦ’ ! ୩ ରୁ ପ୍ରବଳ ବର୍ଷା ଆଶଙ୍କା
ଭୁବନେଶ୍ୱର: ଧୀରେ ଧୀରେ ଉପକୂଳ ଆଡକୁ ପାଖେଇ ଆସୁଛି ବାତ୍ୟା ‘ଜୱାଦ’ । ଡିସେମ୍ବର ୪ ତାରିଖରେ ଓଡ଼ିଶା ଉପକୂଳ ଛୁଇଁପାରେ ବାତ୍ୟା । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ୧୨ ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ । ୨ ତାରିଖ ବେଳକୁ ଲଘୁଚାପ ଅବପାତର ରୂପ ନେବ । ୪ ତାରିଖରେ ଓଡ଼ିଶା ଉପକୂଳ ଛୁଇଁବ । ଏହା ପ୍ରଭାବରେ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି । ତେବେ ବାତ୍ୟା ଜୱାଦ କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ ସେନେଇ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନି ପାଣିପାଗ ବିଭାଗ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ବେଗ ଓ ଦିଗ ସ୍ପଷ୍ଟ ହେବ । ବାତ୍ୟା ଆସୁଥିବା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି।

ଏହି ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା ୩ ତାରିଖରୁ ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହେବ । ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ବାତ୍ୟା ସ୍ଥଳଭାଗ ନିକଟବର୍ତ୍ତୀ ହେବା ବେଳେ ପବନର ବେଗ ଆହୁରି ବଢିପାରେ ବୋଲି ସେ କହିଛନ୍ତି । ମତ୍ସ୍ୟଜୀବୀ ମାନଙ୍କୁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ସତର୍କ କରିଦିଆଯାଇଛି ।

ଏହି ଲଘୁଚାପଟି ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବାକୁ ଥିବାରୁ ଏହା ଆନ୍ଧ୍ର ପ୍ରଦେଶଠାରୁ ଆରମ୍ଭ କରି ବଙ୍ଗଲାଦେଶ ପର୍ଯ୍ୟନ୍ତ ଯେକୌଣସି ସ୍ଥାନରେ ସ୍ଥଳଭାଗ ଅତିକ୍ରମ କରିବାର ଆଶଙ୍କା ରହିଛି। ସେହିପରି ସମ୍ଭାବ୍ୟ ବାତ୍ୟା ପ୍ରଥମେ ପଶ୍ଚିମ ଓ ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ତେଣୁ ବାତ୍ୟାର ଗତି ପରିବର୍ତ୍ତନ ପ୍ରକ୍ରିୟା ହିଁ ଏକ ଗୁରୁତ୍ବପୂର୍ଣ ଭୂମିକା ନେବ ବୋଲି ଆକଳନ କରାଯାଇଛି।

ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷାକୁ ନଜରରେ ରଖି ଓୟୁଏଟି ପକ୍ଷରୁ ଚାଷୀମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ଅମଳ ସମୟରେ ଏଭଳି ବର୍ଷା ଓ ବାତ୍ୟା ଆଶଙ୍କା ଥିବାରୁ ଫସଲ ସୁପରିଚାଳନା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି ।

ଆଜି ସୃଷ୍ଟିହେବ ଲଘୁଚାପ; ୪୮ ଘଣ୍ଟାରେ ଅବପାତ, ୩ ରୁ ୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା
ଭୁବନେଶ୍ୱର: ଓଡ଼ିଶା ପାଇଁ ବାତ୍ୟା ଭୟ ବଢ଼ିବାରେ ଲାଗିଛି। ବାତ୍ୟାର ତୀବ୍ରତା କେତେ ରହିବ ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ୩୦ ତାରିଖ ସୃଷ୍ଟି ହେବାକୁ ଥିବା ଲଘୁଚାପଟି ବାତ୍ୟାରେ ପରିଣତ ହେବା ଆପାତତଃ ନିଶ୍ଚିତ ବୋଲି କୁହାଯାଉଛି। ବାତ୍ୟାର ଗତି ପଥ ନେଇ ବିଭିନ୍ନ ସଂସ୍ଥା ଭିନ୍ନ ଭିନ୍ନ ମତ ଦେଉଛନ୍ତି । ତେଣୁ ସମସ୍ତଙ୍କ ନଜର ଭାରତୀୟ ପାଣିପାଗ ବିଭାଗ ଉପରେ ହିଁ ରହିଛି। ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଧୀରେ ଧୀରେ ସମ୍ଭାବ୍ୟ ସ୍ଥିତି ସମ୍ପର୍କରେ ସୂଚନା ଦିଆଯାଉଛି। ସୋମବାର ଆଇଏମଡି ନିଜ ବୁଲେଟିନ୍‌ରେ ଦର୍ଶାଇଛି ଯେ ୩୦ ତାରିଖରେ ଲଘୁଚାପ ସୃଷ୍ଟି ହୋଇ ପରବର୍ତ୍ତି ୪୮ ଘଣ୍ଟାରେ ଅବପାତର ରୂପ ନେବ । ତେଣୁ ୧ କିମ୍ବା ୨ ତାରିଖ ସୁଦ୍ଧା ସମ୍ଭାବ୍ୟ ବାତ୍ୟା କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ତାହା ବିଭାଗ ସ୍ପଷ୍ଟ କରିବ ବୋଲି ଆକଳନ କରାଯାଉଛି। ଏହି ଲଘୁଚାପଟି ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବାକୁ ଥିବାରୁ ଏହା ଆନ୍ଧ୍ର ପ୍ରଦେଶଠାରୁ ଆରମ୍ଭ କରି ବଙ୍ଗଲାଦେଶ ପର୍ଯ୍ୟନ୍ତ ଯେକୌଣସି ସ୍ଥାନରେ ସ୍ଥଳଭାଗ ଅତିକ୍ରମ କରିବାର ଆଶଙ୍କା ରହିଛି। ସେହିପରି ସମ୍ଭାବ୍ୟ ବାତ୍ୟା ପ୍ରଥମେ ପଶ୍ଚିମ ଓ ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ତେଣୁ ବାତ୍ୟାର ଗତି ପରିବର୍ତ୍ତନ ପ୍ରକ୍ରିୟା ହିଁ ଏକ ଗୁରୁତ୍ବପୂର୍ଣ ଭୂମିକା ନେବ ବୋଲି ଆକଳନ କରାଯାଇଛି।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ମଙ୍ଗଳବାର ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ପରବର୍ତ୍ତି ସମୟରେ ବାତ୍ୟାର ରୂପ ନେବ । ଏହାର ନାମ ‘ଜୱାଦ’ ରହିବ। ୪ ତାରିଖରେ ଏହା ସ୍ଥଳଭାଗ ଅତିକ୍ରମ କରିବ ତେବେ ଏହାର ଗତିପଥ ଓ କେତେ ଘନୀଭୂତ ଏବଂ କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ତାହା ସ୍ପଷ୍ଟ ହୋଇନାହିଁ। ସମ୍ଭବତଃ ଏହା ଆନ୍ଧ୍ର ଉତ୍ତର ଉପକୂଳ ବିଶାଖାପାଟ୍ଟଣାଠୁ ବାଲେଶ୍ବର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ମାତ୍ର ଯେଉଁଠାରେ ଏହା ସ୍ଥଳଭାଗ ଛୁଇଁଲେ ମଧ୍ୟ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବ। କେତେକ ସ୍ଥାନରେ ୧୫୦-୨୦୦ ମିମି ବର୍ଷା ହୋଇପାରେ। ବାତ୍ୟାର ନିର୍ଦ୍ଦିଷ୍ଟ ଗତି ପଥ, ନର୍ଦ୍ଦିଷ୍ଟ ସ୍ଥଳଭାଗ ଛୁଇଁବାର ସ୍ଥାନ ଓ କେତେ ଘନୀଭୂତ ହେବ ତାହା ମଙ୍ଗଳବାର ପରେ ଅଧିକ ସ୍ପଷ୍ଟ ହେବ। ତେବେ ୧ ସୁଦ୍ଧା ଗଭୀର ଅବପାତ ଓ ୨ ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇ ୩ରେ ଭୀଷଣ ବାତ୍ୟାର ରୂପ ନେବ । ଏହା ପରେ ଦୀଗ ପରିବର୍ତ୍ତନ କରି ସ୍ଥଳଭାଗ ଛୁଇଁବା ପୂର୍ବରୁ ଦୁର୍ବଳ ହେବାର ଆକଳନ କରାଯାଇଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ସେହିପରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ଯେ ଏହା ୨ ସୁଦ୍ଧା ଅବପାତର ରୂପ ନେଇ ୩ ତାରିଖ ରାତି ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ। ୪ ତାରିଖ ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶ କିମ୍ବା ଆନ୍ଧ୍ର ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁପାରେ । ତେବେ ଏହା ଦ୍ବାରା ୩ ତାରିଖ ଅପରାହ୍ନଠାରୁ ରାଜ୍ୟରେ ବର୍ଷା ବଢ଼ିବ । ୩-୫ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି। ତେବେ ଏହା ବାତ୍ୟାରେ ପରିଣତ ହେଲେ ୯୦ କିମି ପର୍ଯ୍ୟନ୍ତ ପବନ ଯାଇପାରେ ବୋଲି ସେ କହିଛନ୍ତି। ତେବେ ରାଜ୍ୟରେ ୩ ତାରିଖରେ ବର୍ଷାର ପରିମାଣ ବଢ଼ିଯିବ। ସେହିଦିନ ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏଥିପାଇଁ ଏହି ୩ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଅନ୍ୟପଟେ ବିଭିନ୍ନ ମଡେଲ୍ ଏହି ବାତ୍ୟା ଓଡ଼ିଶାରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆକଳନ କରୁଥିବା ବେଳେ କିଛି ମଡେଲ୍ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ମାଡ଼ ହେବା କଥା କହୁଛନ୍ତି। ଏମିତି କି ଏହା ବଙ୍ଗଲାଦେଶ ଯାଇପାରେ ବୋଲି ମଧ୍ୟ କୁହାଯାଉଛି। ସାଧାରଣତଃ ଲଘୁଚାପ ସୃଷ୍ଟି ପରେ ବାତ୍ୟା ସମ୍ପର୍କରେ ଜଣାପଡ଼ୁଥିବା ବେଳେ ଅବପାତ ସୃଷ୍ଟି ହେବା ପରେ ହିଁ ସଠିକ୍ ଗତିପଥ ଆକଳନ କରାଯାଇଥାଏ। ଆଇଏମଡି ମଧ୍ୟ ଏହି ଆଧାରରେ ନିଜର ବୁଲେଟିନ୍ ଜରିଆରେ ସୂଚନା ଦେଇଥାଏ। ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ ଲଘୁଚାପ କିମ୍ବା ଅବପାତ ହୋଇ ନ ଥିବାରୁ ଏହି ସ୍ଥିତିରେ ପରିବର୍ତ୍ତନ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି, ୨ ସୁଦ୍ଧା ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରିବାକୁ ପରାମର୍ଶ
ଭୁବନେଶ୍ୱର : ବାତ୍ୟା ରାଜ୍ୟର ଯେ କୌଣସି ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଅତିକ୍ରମ କରିପାରେ। ମାତ୍ର ବାତ୍ୟା ପ୍ରଭାବରେ ଓଡ଼ିଶାରେ ବର୍ଷା ହେବା ଆପାତତଃ ନିଶ୍ଚିତ ବୋଲି ପାଣିପାଗବିଜ୍ଞାନୀମାନେ ମତ ଦେଉଛନ୍ତି। ସମ୍ଭାବ୍ୟ ସ୍ଥିତିକୁ ଦେଖି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ଏସ୍‍ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷା ଯୋଗୁଁ ସମସ୍ତ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ୨ ତାରିଖରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼଼ାରେ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ସେହିପରି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ୨ ତାରିଖ ପୂର୍ବରୁ ସମୁଦ୍ରରୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ବାତ୍ୟା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ତେଣୁ ୩୦ ତାରିଖରୁ ୨ ତାରିଖ ମଧ୍ୟରେ ଆଣ୍ଡାମାନ ସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗର, କେନ୍ଦ୍ରୀୟ ବଙ୍ଗୋପସାଗର ମଧ୍ୟକୁ ନ ଯିବା ପାଇଁ କୁହାଯାଇଛି। ସେହିପରି ୨ ତାରିଖଠାରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ବଙ୍ଗୋପସାଗର ଅଶାନ୍ତ ରହିବ। ତେଣୁ ୩-୫ ତାରିଖ ପର୍ଯ୍ୟନ୍ତ ଏହି ସବୁ ଅଞ୍ଚଳକୁ ନ ଯିବା ପାଇଁ ଆଇଏମଡି ପରାମର୍ଶ ଦେଇଛି। ସେହିପରି ଦୁଇ ତାରିଖ ସୁଦ୍ଧା ଅମଳକ୍ଷମ ଫସଲକୁ ଅମଳ କରି ଏସବୁକୁ ସୁରକ୍ଷିତ ସ୍ଥାନରେ ରଖିଦେବା ଉଚିତ ବୋଲି ଆଇଏମଡି କହିଛି। ଏହି ସମସ୍ତ ପରାମର୍ଶ ମାନିବା ସହିତ ଆବଶ୍ୟକ ପଡ଼ିଲେ ଏସ୍‍ଆରସିଙ୍କ କାର୍ଯ୍ୟାଳୟକୁ ରିପୋର୍ଟ କରିବାକୁ ଚିଠିରେ କୁହାଯାଇଛି।

ଡିସେମ୍ବର ପ୍ରଥମ ସପ୍ତାହରେ ମାଡ଼ ହେବ ବାତ୍ୟା; ୩ରୁ ପ୍ରବଳ ବର୍ଷା ଆଶଙ୍କା, ୮ ରାଜ୍ୟକୁ ଆଇଏମଡିର ସତର୍କବାଣୀ
ଭୁବନେଶ୍ୱର: ପୁଣି ଏକ ବାତ୍ୟା ବଙ୍ଗୋପସାଗର ଉପକୂଳ ଅତିକ୍ରମ କରିବ। ଡିସେମ୍ବର ପ୍ରଥମ ସପ୍ତାହରେ ଏହି ବାତ୍ୟା ସ୍ଥଳଭାଗରେ ମାଡ଼ ହେବ। ତେବେ କେଉଁ ସ୍ଥାନରେ ଏହା ଭୂଭାଗ ଛୁଇଁବ ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଆଶଙ୍କା ରହିଛି ବୋଲି ପାଣିପାଗବିଜ୍ଞାନୀମାନେ ମତ ଦେଇଛନ୍ତି। ବାତ୍ୟା ଆନ୍ଧ୍ର ପ୍ରଦେଶ କିମ୍ବା ପଶ୍ଚିମବଙ୍ଗ ଗଲେ ଓଡ଼ିଶା ଉପକୂଳରେ ଏହାର ପ୍ରଭାବ ରହିବ। ମାତ୍ର ଯଦି ଏହା ଓଡ଼ିଶାରେ ଭୂଭାଗ ଛୁଇଁବ ତେବେ ରାଜ୍ୟ ପ୍ରଭୁତ କ୍ଷତି ସହିବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ବିଲରେ ପାଚିଲା ଧାନ ପଡ଼ିଛି। ବାତ୍ୟା ଖବର ଶୁଣି ଚାଷୀ ଧାନ କାଟିବାକୁ ଲାଗିଛି; କିନ୍ତୁ ଅମଳ କରି ଧାନ ସୁରକ୍ଷିତ ଭାବେ ରଖିବାକୁ ହାତରେ ସମୟ ନ ଥିବାରୁ ଚାଷୀଙ୍କ ପାଇଁ ଚିନ୍ତା ବଢ଼଼ିଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୩୦ ତାରିଖରେ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତି ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ୩୦ରେ ଲଘୁଚାପ ୧ରେ ଅବପାତ ଓ ୨ ରାତି କିମ୍ବା ୩ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇପାରେ।

ପୂର୍ବରୁ ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ବାତ୍ୟା ନେଇ ଆକଳନ କରିସାରିଥିବା ବେଳେ ଆଇଏମଡି ପକ୍ଷରୁ ଜାରି ହୋଇଥିବା ବିସ୍ତାରିତ ପରିସର ଆକଳନରେ ମଧ୍ୟ ବାତ୍ୟା ହେବା ନେଇ ଆଭାସ ଦିଆଯାଇଛି। ରବିବାର ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ବାତ୍ୟା ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ଯାହାଦ୍ୱାରା ଡିସେମ୍ବର ପ୍ରଥମ ସପ୍ତାହରେ ବାତ୍ୟା ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଡ. ମହାପାତ୍ରଙ୍କ କହିବା ଅନୁଯାୟୀ ୩୦ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଥମେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହାପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହା ପ୍ରଭାବରେ ୩୦ ତାରିଖରୁ ୨ ତାରିଖ ଆଣ୍ଡାମାନ ସାଗର ଏବଂ ନିକଟସ୍ଥ ବଙ୍ଗୋପସାଗରରେ ୪୦-୫୦ କିମି ପର୍ଯ୍ୟନ୍ତ ରହିବ। ବାତ୍ୟାଟି କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବା ପରେ ସମ୍ପୃକ୍ତ ଅଞ୍ଚଳ ସହିତ ଉତ୍ତରବଙ୍ଗୋପସାଗର ଅଶାନ୍ତ ରହିବ। ଏଠାରେ ପବନର ବେଗ ୫୦ କିମି ରହିବ ଓ ଧୀରେ ଧୀରେ ବୃଦ୍ଧି ହେବ। କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ପହଞ୍ଚିବା ପରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ।

ପ୍ରଥମତଃ ୩ ତାରିଖରୁ ଓଡ଼ିଶାର ଉପକୂଳ ଏବଂ ନିକଟସ୍ଥ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଡ. ମହାପାତ୍ର କହିଛନ୍ତି। ତେବେ ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେବା ପରେ ହିଁ କେଉଁ ଅଞ୍ଚଳରେ କେତେ ବର୍ଷା ହେବ ତାହା ସ୍ପଷ୍ଟ ହେବ। ବାତ୍ୟାଟି ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ଥିବାରୁ ଆନ୍ଧ୍ର ଓ ଓଡ଼ିଶା ଉପକୂଳ ପାଖାପାଖି ହେବ। ତେବେ ସ୍ପଷ୍ଟ ଭାବେ ଏବେଠାରୁ ସ୍ଥଳଭାଗ ଅତିକ୍ରମ ପଥ ଆକଳନ କରାଯାଇନାହିଁ। ଯେତେବେଳେ ଲଘୁଚାପ ସୃଷ୍ଟି ହୋଇ ଅବପାତରେ ପରିଣତ ହେବ ଏହା ପରେ ହିଁ ବାତ୍ୟାର ଗତିପଥ ଓ ସ୍ଥଳଭାଗ ଅତିକ୍ରମ କରିବ ପଥ କହିହେବ ବୋଲି ଡ. ମହାପାତ୍ର କହିଛନ୍ତି।

ଗତ କିଛିବର୍ଷ ଧରି ଅକ୍ଟୋବର, ନଭେମ୍ୱରରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଉଥିବାବେଳେ ଚଳିତବର୍ଷ ସେପ୍ଟେମ୍ୱରରେ ବାତ୍ୟା ‘ଗୁଲାବ’ ଆନ୍ଧ୍ରଉପକୂଳରେ ସ୍ଥଳଭାଗ ଅତିକ୍ରମ କରିଥିଲା। ମାସ ଭିତ୍ତିକ ଭାବେ ଦେଖିଲେ ନଭେମ୍ବର ମାସରେ ଅଧିକ ବାତ୍ୟା ହୋଇଥାଏ। ତେବେ ସମ୍ଭାବ୍ୟ ଲଘୁଚାପ ଟି ବାତ୍ୟାରେ ପରିଣତ ହେଲେ ଏହା ଚଳିତ ବର୍ଷର ମୌସୁମୀ ପରବର୍ତ୍ତିକାଳୀନ ଋତୁର ପ୍ରଥମ ବାତ୍ୟାରେ ପରିଣତ ହେବ।

ଥାଇଲାଣ୍ଡ ଉପକୂଳରେ ଲଘୁଚାପ କ୍ଷେତ୍ର; ଆଜି ଖୋର୍ଦ୍ଧା, ପୁରୀ, ନୟାଗଡରେ ଅତିପ୍ରବଳ ବର୍ଷା
ଭୁବନେଶ୍ବର: ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତତ୍ ସଂଲଗ୍ନ ଥାଇଲାଣ୍ଡ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହା ପରବର୍ତ୍ତୀ ସମୟରେ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ୧୫ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଏବଂ ତତ୍ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବରିଷ୍ଠ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ପୂର୍ବାନୁମାନ କରିଛନ୍ତି। ଶ୍ରୀ ଦାସଙ୍କ ଅନୁଯାୟୀ ଏହି ସମ୍ଭାବ୍ୟ ଅବପାତଟି କ୍ରମଶଃ ଘନୀଭୂତ ହୋଇ ପରବର୍ତ୍ତୀ ସମୟରେ ପଶ୍ଚିମ, ଉତ୍ତର- ପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବ। ଯାହାଫଳରେ ୧୭ ତାରିଖରେ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଉତ୍ତର ଆଭ୍ୟନ୍ତରୀଣ ତାମିଲନାଡୁଠାରୁ ଓଡ଼ିଶା ଉପକୂଳ ଦେଇ ଯାଇଥିବା ଟ୍ରପଲାଇନଟି ବର୍ତ୍ତମାନ ସକ୍ରିୟ ରହିଛି। ଏହି ଟ୍ରପଲାଇନ ଫଳରେ ୧୪ ତାରିଖ ଅର୍ଥାତ୍ ରବିବାର ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ନୟାଗଡ଼, ଗଜପତି, କଟକ ଓ ଜଗତସିଂହପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୫ ତାରିଖରେ ପୁରୀ, ଜଗତସିଂହପୁର, ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଉପରୋକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିିଂ ଜାରି କରାଯାଇଛି ବୋଲି ଶ୍ରୀ ଦାସ କହିଛନ୍ତି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି। ଗଞ୍ଜାମ ଛତ୍ରପୁରରେ ସର୍ବାଧୂକ ୧୩୭.୬ ମିଲିମିଟର ବର୍ଷା ହୋଇଥିବା ବେଳେ ଆସ୍ଫାରେ ୧୩୫.୨ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି । ଏପଟେ ଚଳିତ ମାସ ଅର୍ଥାତ୍ ଡିସେମ୍ବର ଚତୁର୍ଥ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ବରିଷ୍ଠ ପାଣିପାଗ ବିଜ୍ଞାନୀ ଡ ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଲଘୁଚାପଟି ସୃଷ୍ଟି ହେବା ପରେ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏହା ଅନ୍ଧ୍ର ଉପକୂଳରେ ପହଞ୍ଚିବ । ସମ୍ଭବତଃ ୨୩ କିମ୍ବା ୨୪ ତାରିଖରେ ଏହି ଲଘୁଚାପ ସୃଷ୍ଟି ହେବାକୁ ଥିବାବେଳେ ୨୯ରେ ସ୍ଥଳଭାଗ ଛୁଇଁପାରେ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ନଭେମ୍ବର ମଧ୍ୟଭାଗରେ ୩ଟି ଲଘୁଚାପ ଆଶଙ୍କା, ଉପକୂଳ ଓ ଦକ୍ଷିଣ ଓଡ଼ିଶା ଉପରେ ପଡ଼ିପାରେ ପ୍ରଭାବ
ଭୁବନେଶ୍ୱର: ନଭେମ୍ବର ୧୫ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରରେ ତିନୋଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାଫଳରେ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ଭାରୀ ବର୍ଷା ହୋଇପାରେ। କେତେକ ମଡେଲ ଅନୁଯାୟୀ ଆଗାମୀ ଦୁଇ ସପ୍ତାହ ଯାଏଁ ଏହାର ପ୍ରଭାବ ରାଜ୍ୟରେ ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପଡ଼ିବାର ସମ୍ଭାବନା ରହିଛି ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ଡ.ପଶୁପାଳକଙ୍କ ଅନୁଯାୟୀ, ଆଜି ସକାଳେ ଶ୍ରୀଲଙ୍କାର ନିକଟରେ ହୋଇଥିବା ଲଘୁଚାପର କିଛି ଅଂଶ ନଭେମ୍ବର ୧ ତାରିଖରେ ଦକ୍ଷିଣ ଆରବ ସାଗରରେ ପହଞ୍ଚି କ୍ରମଶଃ ଘନୀଭୂତ ହେବ । ଏହାର ଅନ୍ୟ ଗୋଟିଏ ଅଂଶ ଦ୍ବାରା ତାମିଲନାଡୁରୁ ଓଡ଼ିଶା ପର୍ଯ୍ୟନ୍ତ ପ୍ରଭାବ ପଡ଼ିବ। ଏହାର ପ୍ରଭାବ ନଭେମ୍ବର ୫ ଯାଏଁ ରହିପାରେ। ସେହିପରି ନଭେମ୍ବର ୫ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଦ୍ୱିତୀୟ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ୧୧ ତାରିଖ ବେଳକୁ ଏହା ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ଥିବାବେଳେ ଏହାର ପ୍ରଭାବ ଓଡ଼ିଶା ଉପରେ ପ୍ରାୟ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଡ.ପଶୁପାଳକ ଆକଳନ କରିଛନ୍ତି । ନଭେମ୍ବର ୧୩ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ତୃତୀୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ସେ ସୂଚନା ଦେଇଛନ୍ତି |

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ: ୨୯ରୁ ପ୍ରବଳ ବର୍ଷା, ଆଗକୁ ଏକାଧିକ ଲଘୁଚାପ କ୍ଷେତ୍ର ସୃଷ୍ଟିହେବା ସମ୍ଭାବନା
ଭୁବନେଶ୍ବର: ଆସନ୍ତା ୨୯ ଓ ୩୦ ତାରିଖର ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍ ଆର୍ ବିଶ୍ଵାସଙ୍କ ସୂଚନା ଅନୁଯାୟୀ ବାଂଲାଦେଶ ଉପକୂଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଥିବା ବେଳେ ଏହା ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଗତି କରିବ। ଯାହାର ପ୍ରଭାବ ଉତ୍ତର ଓଡ଼ିଶା ଉପରେ ପଡ଼ିବାର ସମ୍ଭାବନା ରହିଛି। ଫଳତଃ ୨୮ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

ତେବେ ୨୯ ତାରିଖରେ ବର୍ଷାର ପରିମାଣ ବଢ଼ିବା ସହ ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଉପରୋକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼ ଏବଂ ସୁନ୍ଦରଗଡ଼ରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସେହିପରି ୩୦ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ଉପରୋକ୍ତ ଜିଲ୍ଲାମାନଙ୍କୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଅନ୍ୟପକ୍ଷରେ ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ଚଳିତ ସେପ୍ଟେମ୍ବର ମାସରେ ସ୍ବାଭାବିକଠାରୁ ପ୍ରାୟ ୭୦ ପ୍ରତିଶତ ଅଧିକ ବର୍ଷା ହୋଇଥିବା ଡ ବିଶ୍ୱାସ କହିଛନ୍ତି | ତେବେ ଚଳିତ ବର୍ଷ ସେପ୍ଟେମ୍ବର୨୭ ତାରିଖ ସୁଦ୍ଧା ସ୍ବାଭାବିକଠାରୁ ମାତ୍ର ୧୦ପ୍ରତିଶତ ବର୍ଷା କମ୍ ହୋଇଛି। ୨୭ ତାରିଖ ସୁଦ୍ଧା ଅଧିକାଂଶ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତିର ଭଗଣା ହୋଇଥିବା ବେଳେ ୨ଟି ଜିଲ୍ଲାରେ ଆବଶ୍ୟକତାଠାରୁ ବହୁ ପରିମାଣରେ ଅଧିକ ବର୍ଷା କିଛି ରେକର୍ଡ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ବରିଷ୍ଠ ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ବର୍ତ୍ତମାନ ପାଣିପାଗ ଅନୁକୂଳ ଥିବାରୁ ବଙ୍ଗୋପସାଗରରେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଏକାଧୂକ ସିଷ୍ଟମ ( ଲଘୁଚାପ କ୍ଷେତ୍ର ପାଇଁ ବାତାବରଣ) ସୃଷ୍ଟି ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଉତ୍ତର ପୂର୍ବ ବଙ୍ଗୋପସାଗରରେ ରହିଥିବା ଲଘୁଚାପ ବଳୟ ୨୯ ତାରିଖରେ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଉତ୍ତର ଆଡ଼କୁ ଗତି କରିବ । କ୍ରମଶଃ ଏହା ଉତ୍ତର ବିହାର ଏବଂ ସଂଲଗ୍ନ ଉତ୍ତର ପଶ୍ଚିମବଙ୍ଗ ଉପରେ ଅକ୍ଟୋବର ୪ ତାରିଖରେ ଅବପାତରେ ପରିଣତ ହୋଇପାରେ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି। ଏହା ଫଳରେ ଉପକୂଳରେ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଅକ୍ଟୋବର ୧ରୁ ୫ ପର୍ଯ୍ୟନ୍ତ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ | ଉତ୍ତର ଉପକୂଳରେ ଅକ୍ଟୋବର ୧ରୁ ୩ ପର୍ଯୟନ୍ତ ମଧ୍ୟମ ଧରଣର ବର୍ଷା ଏବଂ ସ୍ଥାନେ ସ୍ଥାନେ ଭାରୀ ବର୍ଷା ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି।

ଆସନ୍ତା ୧୮ ରେ ଆସୁଛି ଆଉ ଏକ ଲଘୁଚାପ, ପ୍ରଭାବରେ ଉତ୍ତର ଓଡ଼ିଶାରେ ପୁଣି ଢ଼ାଳିବ ବର୍ଷା
ଭୁବନେଶ୍ୱର: ଗତ ଲଘୁଚାପ ବର୍ଷାରେ ଓଡିଶାର ଅଧିକାଂଶ ଜିଲ୍ଲା ଜଳମଗ୍ନ ହେବା ପରେ ପୁଣି ଆସନ୍ତା ୧୮ ରେ ଆସୁଛି ଆଉ ଏକ ଲଘୁଚାପ । ତେବେ ଏହି ଲଘୁଚାପର ପ୍ରଭାବ କେତେ ରହିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ୧୮ ତାରିଖ ବେଳକୁ ଉତ୍ତର ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହାସହ ମାଲକାନଗିରି, କୋରାପୁଟରେ ମଧ୍ୟ ବର୍ଷିବ।

ପାଣିପାଗ ବିଭାଗ ଅନୁସାରେ, ଆସନ୍ତା ଦୁଇଦିନ ରାଜ୍ୟର ଅଳ୍ପ କେତେକ ଜାଗାରେ ବର୍ଷା ହୋଇପାରେ । ୧୮ରୁ ପୁଣି ବର୍ଷା ବଢ଼ିପାରେ । ଉତ୍ତର ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୧୯ରେ ରାଜ୍ୟର ଅଧିକାଂଶ ଜାଗାରେ ବର୍ଷା ସମ୍ଭାବନା ଥିବାବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୨୦ରୁ ୨୨ ଯାଏ କେତେକ ଜାଗାରେ ପ୍ରବଳ ବର୍ଷା ହେବ ।

ମୌସୁମୀ ସକ୍ରିୟ ରହିଥିବାରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ୧୭ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୧୮ ତାରିଖରେ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱରରେ ଏବଂ ୧୯ରେ ଉପକୂଳ ଓଡ଼ିଶାରେ ବର୍ଷା ହେବ। ଏତେ ବର୍ଷା ସ‌ତ୍ତ୍ୱେ ବର୍ତମାନ ସୁଦ୍ଧା ୯ ଜିଲ୍ଲାରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିଛି। ଜଗତ୍‌ସିଂହପୁର ଓ ପୁରୀ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ବାକି ୧୯ ଜିଲ୍ଲାରେ ସ୍ୱାଭାବିକ ହୋଇଛି। ସେପ୍ଟେମ୍ବରରେ ମୋଟ ୨୭୧.୪ ମିମି ବର୍ଷା ହୋଇଛି, ଯାହାକି ସ୍ୱାଭାବିକ ବର୍ଷା ୧୩୨.୯ ମିମିଠାରୁ ଅଧିକ।