Shoe Cost - The Sakala

ବଢ଼ିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟ, କେତେ ଟଙ୍କା ବଢ଼ିଲା ଜାଣନ୍ତୁ...
ଭୁବନେଶ୍ୱର: ବଢ଼ିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟ । ଅଙ୍ଗନବାଡି ପିଲା ପିନ୍ଧିବେ ଉଚ୍ଚମାନର ୟୁନିଫର୍ମ । ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ଯୋଜନାରେ ପ୍ରିସ୍କୁଲ ପିଲାଙ୍କ ପୋଷାକର ମୂଲ୍ୟ ବଢ଼ାଯାଇଛି । ବାଳକଙ୍କ ପୋଷାକ ମୂଲ୍ୟ ୧୦୦ରୁ ବଢ଼ି ୧୭୫ ଟଙ୍କା ହୋଇଥିବାବେଳେ ବାଳିକାଙ୍କ ପୋଷାକ ପାଇଁ ୧୫୦ରୁ ବଢ଼ି ୨୨୫ ଟଙ୍କା ହୋଇଛି । ସେହିପରି ଜୋତା ପାଇଁ ଖର୍ଚ୍ଚ ହେଉଥିବା ୧୦୦ ଟଙ୍କାରୁ ବଢ଼ି ୧୫୦ ଟଙ୍କା ହୋଇଛି । ଆଜି ମହିଳା ଓ ଶିଶୁ ବିକାଶର ଏକ କାର୍ଯ୍ୟକ୍ରମରେ ବିଭାଗ ପକ୍ଷରୁ ଏନେଇ ଘୋଷଣା କରାଯାଇଛି ।

ସୂଚନା ମୁତାବକ, ୩ ରୁ ୬ ବର୍ଷ ପ୍ରାକ୍-ବିଦ୍ୟାଳୟ ଶିଶୁମାନଙ୍କୁ ପ୍ରଦାନ କରାଯାଉଥିବା ୟୁନିଫର୍ମ ଡ୍ରେସ୍, ଜୋତା ଓ ମୋଜା ଏବଂ ପ୍ଲେଟରର ମୂଲ୍ୟରେ ଓଡ଼ିଶା ସରକାର ଏକ ସଂଶୋଧନ ପାଇଁ ଅନୁମୋଦନ କରିଛନ୍ତି । କପଡ଼ାର କ୍ରମାଗତ ବର୍ଦ୍ଧିତ ମୂଲ୍ୟ, ସିଲେଇ ଖର୍ଚ୍ଚ, ପରିବହନ ବ୍ୟୟକୁ ଦୃଷ୍ଟିରେ ରଖି ଏବଂ ଛୋଟ ପିଲାମାନଙ୍କୁ ପ୍ରଦାନ କରାଯାଉଥିବା ପୋଷାକ ଓ ଆନୁଷଙ୍ଗିକ ସାମଗ୍ରୀର ଗୁଣବତ୍ତା ବଜାୟ ରଖିବା ପାଇଁ ଏହି ସଂଶୋଧନ କରାଯାଇଛି। ଏହି ସଂଶୋଧିତ ମୂଲ୍ୟ ୨୦୨୬-୨୭ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବ ।