Twitter Trending - The Sakala

ସମଲେଇ ପ୍ରକଳ୍ପ ଲୋକାର୍ପିତ: ସୋସିଆଲ ମିଡିଆ ‘ଏକ୍ସ’ରେ ଟ୍ରେଣ୍ଡ୍ କରୁଛି #JaiMaaSamlei
ଭୁବନେଶ୍ବର: ଆଜି ଲୋକାର୍ପିତ ହୋଇଛି ସମଲେଇ ପ୍ରକଳ୍ପ । ରୂପାନ୍ତରଣ ସ୍ପର୍ଶରେ ଝଲସୁଛି ମାଆ ସମଲେଇଙ୍କ ପୀଠ। ୪୦ ଏକର ଜମିରେ ହୋଇଛି ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁରରେ ପହଞ୍ଚି ମା’ଙ୍କ ଦର୍ଶନ କରିବା ସହ ‘ସମଲେଇ ପ୍ରକଳ୍ପ’ର ଶୁଭ ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସମଲେଇ ମନ୍ଦିର ପ୍ରକଳ୍ପ ଲୋକାର୍ପଣ ହେବା ପରେ ପ୍ରକଳ୍ପ ବୁଲି ଦେଖିଥିଲେ ନବୀନ ପଟ୍ଟନାୟକ। ସମଲେଇ ପ୍ରକଳ୍ପ ଉତ୍ସବକୁ ନେଇ ଓଡ଼ିଶାବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଉତ୍ସାହ। ଏହି ଉତ୍ସାହ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ସୋସିଆଲ ମିଡିଆ ‘ଏକ୍ସ’ରେ ଟ୍ରେଣ୍ଡ୍ କରୁଛି ‘JaiMaaSamlei’ । ସମସ୍ତେ ପ୍ରକଳ୍ପର ପରିକଳ୍ପନାରୁ ବାସ୍ତବତା ଯାଏ ଯେଉଁମାନଙ୍କର ଭୂମିକା ରହିଛି ସେମାନଙ୍କୁ ପ୍ରଶଂସା କରୁଛନ୍ତି।

ଜାଣନ୍ତୁ ଏହି‌ ପ୍ରକଳ୍ପରେ ହୋଇଛି କ’ଣ?

୧. ମାଆଙ୍କ ମନ୍ଦିରର ସୁରକ୍ଷା ଓ ବିକାଶ

ମାଆଙ୍କ ମନ୍ଦିର ଆସୁଥିବା ଭକ୍ତମାନେ ଯେଭଳି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ଧାଡି ପରିଚାଳନା ବ୍ୟବସ୍ଥା, ବିଭିନ୍ନ ଧାର୍ମିକ ଉତ୍ସବ ଅନୁଷ୍ଠାନ ପାଇଁ ସ୍ଥାନ ସହିତ ଭୋଗମଣ୍ଡପ ଓ ପୂଜାରୀଙ୍କ ବିଶ୍ରାମଗୃହ ନିର୍ମାଣ କରାଯାଇଛି।  ମନ୍ଦିରର ଚାରି ଦିଗରେ ୪ଟି ସୁଦୃଶ୍ୟ ଐତିହ୍ୟ ଦ୍ବାର ନିର୍ମାଣ ହୋଇଛି । ଭକ୍ତମାନେ ପୂର୍ବ ଦ୍ବାର ଦେଇ ମନ୍ଦିରକୁ ପ୍ରବେଶ କରିବେ ଏବଂ ଅନ୍ୟ ୩ଟି ଦ୍ବାର ଦେଇ ବାହାରକୁ ବାହାରିବେ ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ବାର ପାଖରେ ମନ୍ଦିର କାର୍ଯ୍ୟାଳୟ ଏବଂ ଜନସାଧାରଣଙ୍କ ପାଇଁ ଜରୁରୀ ସୁବିଧାର ବିକାଶ କରାଯାଇଛି । ମନ୍ଦିର ନିକଟରେ ଅବସ୍ଥିତ ଗୋପାଳଜୀ ମଠର ସଂରକ୍ଷଣ କରାଯାଇଛି ।

୨.  ୪ ଏକରରୁ ୩୮ ଏକର

ସମଲେଇ ପ୍ରକଳ୍ପର ପ୍ରାଥମିକ ଦିଗ ମଧ୍ୟରୁ ପ୍ରଥମଟି ହେଉଛି, ମନ୍ଦିର ପରିସରର ଭବ୍ୟ ରୂପାନ୍ତରଣ।  କେବଳ ୪ ଏକର ପରିସରରେ ରହିଥିଲା ମା’ଙ୍କ ମୂଳମନ୍ଦିର । 5T ରୂପାନ୍ତରଣ ପରେ ଆଜି ପ୍ରାୟ ୩୮ଏକରର ପରିବ୍ୟାପ୍ତ ଅଞ୍ଚଳରେ ଝଲସୁଛି ମାତା ସମଲେଶ୍ୱରୀଙ୍କ ଭବ୍ୟ ମନ୍ଦିର । ମନ୍ଦିର ପରିସରରେ ବିଭିନ୍ନ ପ୍ରକାରର ଚାରା ରୋପଣ ହୋଇଛି। ଏହା ମନ୍ଦିର ପରିସରକୁ ପ୍ରାକୃତିକ ଭାବରେ ସୁନ୍ଦର କରିପାରିଛି। ପ୍ରତ୍ୟେକଟି ନୂତନ ନିର୍ମାଣ ଖଣ୍ଡୋଲାଇଟ୍‌ ପଥରରେ ନିର୍ମିତ ହୋଇଛି। ଏହି ପଥର ଓଡ଼ିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ପ୍ରତୀକ ଭାବେ ବିଭିନ୍ନ କାରୁକାର୍ଯ୍ୟରେ ଶୋଭା ପାଉଛି। ପଶ୍ଚିମ ଓଡ଼ିଶାର ସମ୍ୱଲପୁରୀ କଳାକୃତିକୁ ମନ୍ଦିର ପରିସରରେ ବିଶେଷ ରୂପେ ଧ୍ୟାନ ଦିଆଯାଇଛି। ଏହି ପରିସରରେ ହୋଇଥିବା ପ୍ରତିଟି ନିର୍ମାଣରେ ଓଡ଼ିଶାର କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି। ଭବ୍ୟ ରୂପାନ୍ତରଣରେ ନିର୍ମିତ ହୋଇଥିବା ପ୍ରବେଶ ଦ୍ୱାର, ମନ୍ଦିର କାର୍ଯ୍ୟାଳୟ, ପୂଜକ ବିଶ୍ରାମାଳୟ, ଭେଣ୍ଡିଂ ଜୋନ୍‌, ଜୋତା ଷ୍ଟାଣ୍ଡ ଆଦିକୁ ମନ୍ଦିର ନିର୍ମାଣ ଶୈଳୀ ସହ ସମାନ୍ତରାଳ ଭାବେ ଐତିହ୍ୟପୂର୍ଣ୍ଣ ଢଙ୍ଗରେ ନିର୍ମାଣ କରାଯାଇଛି।

୩. ପରିକ୍ରମା

ମନ୍ଦିର ଚାରିପଟେ ଭକ୍ତମାନେ ଯେପରି ସୁବିଧାରେ ପରିକ୍ରମା କରିପାରିବେ, ସେଥିପାଇଁ ୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ପାଦଚଲା ରାସ୍ତା ନିର୍ମାଣ କରାଯାଇଛି । ସ୍ଥାନୀୟ ଜଳବାୟୁ ଓ ସଂସ୍କୃତିକୁ ଦୃଷ୍ଟିରେ ରଖି ପରିକ୍ରମା  ପଥରେ ଛାୟାପ୍ରଦ ବୃକ୍ଷ ରୋପଣ କରାଯାଇଛି।

୪. ଶ୍ରଦ୍ଧାଳୁଙ୍କୁ ସର୍ବୋତ୍ତମ ସୁବିଧା

ପର୍ଯ୍ୟଟକଙ୍କ ପାର୍କିଂ ଜାଗା, ସ୍ବତନ୍ତ୍ର ଭେଣ୍ଡିଙ୍ଗ ଜୋନ୍‌, ଶୌଚାଳୟ, ସୂଚନା କେନ୍ଦ୍ର, ଦାନ କେନ୍ଦ୍ର ଇତ୍ୟାଦି ବ୍ୟବସ୍ଥା କରାଯାଇଛି  । ତା ସହିତ ମନ୍ଦିର ପାଖରେ ଯାତ୍ରୀନିବାସର ମଧ୍ୟ ସୁବିଧା ଉପଲବ୍‌ଧ ହୋଇଛି ।

୫. ସେବାୟତ ପରିବାର ପାଇଁ ବାସଗୃହ

ମନ୍ଦିର ନିକଟରେ ରହୁଥିବା ସେବାୟତ ମାନଙ୍କ ପାଇଁ ସୁରକ୍ଷିତ ବାସଗୃହ ପ୍ରକଳ୍ପ ହାତକୁ ନିଆଯାଇଛି  ଏବଂ ଏଥିରେ ସମସ୍ତ ପ୍ରକାର ମୌଳିକ ସୁବିଧାର ବିକାଶ କରାଯାଇଛି ।

୬.ମନ୍ଦିର ଓ ମହାନଦୀ ସଂଯୋଗ ରାସ୍ତା

ମାଆଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଯେପରି ମନ୍ଦିରରୁ ମହାନଦୀ ଘାଟକୁ ସୁବିଧାରେ  ଯାଇପାରିବେ, ସେଥିପାଇଁ ୩୦ ମିଟର ଚଉଡା ବିଶିଷ୍ଟ ପାଦଚଲା ରାସ୍ତାର ମଧ୍ୟ ବିକାଶ କରାଯାଇଛି ।

୭. ମହାନଦୀ ଆଳତୀ

ମହାନଦୀ ଘାଟକପାଦଚଲା ରାସ୍ତାର ମଧ୍ୟ ଭାଗରେ ଏକ ୩୦ ମିଟର ବିଶିଷ୍ଟ ଡେସ୍କ ନିର୍ମାଣ କରାଯିବ, ଯେଉଁଠାରୁ କି ଉଭୟ ମହାନଦୀ ଓ ମାଙ୍କ ମନ୍ଦିର ସ୍ପଷ୍ଟ ଭାବରେ ଦେଖାଯାଉଛି । ସେଠାରେ ପ୍ରତିଦିନ ମହାନଦୀ ଆଳତୀ ଭକ୍ତମାନଙ୍କୁ ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭୂତି ଦେଉଛି ।

୮. ରିଙ୍ଗ ରୋଡ ବିକାଶ

ବର୍ତ୍ତମାନର ରିଙ୍ଗ ରୋଡକୁ ଚଉଡା କରାଯାଉଛି ଏବଂ ସେଥିରେ ସ୍ବତନ୍ତ୍ର ଭାବରେ ନଦୀ କୂଳେ କୂଳେ ଚଲାପଥ  ଓ ଅବସର ସୁବିଧା କରାଯାଇଛି।

୯. ନଦୀ କୂଳର ବିକାଶ

ମହାନଦୀ କୂଳର ଯୋଜନାବଦ୍ଧ ଭାବରେ ବିକାଶ କରାଯାଉଛି ଏବଂ ଲୋକମାନେ ଯେପରି ସୁବିଧାରେ ସେମାନଙ୍କର  ପରମ୍ପରା ଓ ରୀତିନୀତି ପାଳନ କରିପାରିବେ, ସେଥିପାଇଁ ପ୍ଲାଟଫର୍ମର ବ୍ୟବସ୍ଥା କରାଯାଇଛି।ତାସହିତ ପର୍ଯ୍ୟଟକ ମାନଙ୍କୁ ମହାନଦୀର ଦୃଶ୍ୟ ଅବଲୋକନ ପାଇଁ ପ୍ୟାଭିଲିୟନ, ପ୍ଲାଜା ଓ ଡେକ୍‌ ଆଦି ନିର୍ମାଣ କରାଯାଉଛି । ପୁରୁଣା ଦିନ ଭଳି ମହାନଦୀରୁ ମନ୍ଦିର ସ୍ପଷ୍ଟ ଦେଖାଯାଉଛି ।

୧୦. ଦିବ୍ୟ ଅନୁଭବ ପ୍ରାପ୍ତିକୁ ଗୁରୁତ୍ବ

ମା’ ସମଲେଶ୍ୱରୀଙ୍କ ମନ୍ଦିରକୁ ଆସିଲେ ଯେଉଁଭଳି ଭାବେ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ଦିବ୍ୟ ଅନୁଭବ ପ୍ରାପ୍ତ କରିପାରିବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଯେଉଁଭଳି ଭାବେ ଭକ୍ତମାନଙ୍କର କୌଣସି ଅସୁବିଧା ନହୁଏ, ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଧାଡ଼ିରେ ଛିଡ଼ା ହେବା ପାଇଁ ଉପଯୁକ୍ତ ଛାୟାଯୁକ୍ତ ସ୍ଥାନ, ଧାଡ଼ି ପାଇଁ ଉପଯୁକ୍ତ ରେଲିଂ, ଜୋତା ଷ୍ଟାଣ୍ଡ, ପାନୀୟ ଜଳ, ଶୌଚାଳୟ, ପାର୍କିଂ ସ୍ଥଳ ଆଦିର ନିର୍ମାଣ ହୋଇଛି। ମନ୍ଦିର ନିକଟରେ ରହିଥିବା ପୋଖରୀର ଜୀର୍ଣ୍ଣୋଧାର କରାଯାଇ ମା’ଙ୍କ ଭକ୍ତିର ଛାପ ଦିଆଯାଇଛି। ନିର୍ମିତ ହୋଇଥିବା ୱାଚ୍‌ ଟାୱାର୍‌ରୁ ଭକ୍ତ ଶ୍ରଦ୍ଧାଳୁମାନେ ଏହି ସମସ୍ତ ଅଭିନବ ଦୃଶ୍ୟକୁ ଉପଭୋଗ କରିପାରିବେ। ମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି। ପାର୍କିଂ ସ୍ଥଳରୁ ମା’ଙ୍କ ଦର୍ଶନ ପାଇଁ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟାଟେରୀ ଚାଳିତ ଯାନର ବ୍ୟବସ୍ଥା କରାଯାଇଛି। ମା’ଙ୍କର ନବରାତ୍ର ପୂଜା, ଅଖଣ୍ଡ ଦୀପ ସମ୍ପାଦନ ଓ ସ୍ୱତନ୍ତ୍ର ଶ୍ରେଣୀୟ ପର୍ବ ପାଇଁ ଧ୍ୟାନ ଦିଆଯାଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ମହାନଦୀ ଆରତି ମାଧ୍ୟମରେ ପ୍ରକୃତି ଓ ସଂସ୍କୃତିର ଏକ ଅପୂର୍ବ ସମନ୍ୱୟର ନିର୍ଦ୍ଦେଶ ପାଇଁ ସ୍ୱତନ୍ତ୍ର ମହାନଦୀ ଆରତି ଘାଟ ନିର୍ମାଣ କରାଯାଇଛି।

୧୧. ପର୍ଯ୍ୟଟନ ଓ ଅର୍ଥନୀତି ବଢ଼ିବ

ସମଲେଇ ପ୍ରକଳ୍ପ ମାଧ୍ୟମରେ ସମ୍ୱଲପୁର ତଥା ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଠାରେ ନିର୍ମାଣ ହୋଇଥିବା ଭେଣ୍ଡିଙ୍ଗ ଜୋନ୍‌ରେ ମୋଟ ୮୨ଟି ଦୋକାନ ଗୃହର ନିର୍ମାଣ ହୋଇଛି। ତନ୍ମଧ୍ୟରୁ ୧୪ଟି ଦୋକାନ ଗୃହ ମନ୍ଦିରର ପୂଜକମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି।

୧୨. ପାଣ୍ଡିଆନଙ୍କ ସମର୍ପଣ ଭାବ

ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସରର ଭବ୍ୟ ଓ ବିଶାଳ ରୂପାନ୍ତରଣ ଫାଇଭ-ଟି ମନ୍ତ୍ରର ସଫଳତା ଉଦାହରଣ। 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ମା’ ସମଲେଇଙ୍କ ପ୍ରତି ଭକ୍ତି , ସମର୍ପଣ ଓ ଶ୍ରଦ୍ଧା ରହି ଆସିଛି । ସେ ଲଗାତାର ଭାବେ ସମଲେଇ ପ୍ରକଳ୍ପର ମନିଟରିଂ କରି ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ୱପ୍ନର ପ୍ରକଳ୍ପକୁ ବାସ୍ତବିକତାର ରୂପ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମା’ ସମଲେଇଙ୍କ ପ୍ରତି ଥିବା ଅଗାଢ଼ ଭକ୍ତି ଓ ପଶ୍ଚିମ ଓଡ଼ିଶା ପ୍ରତି ଥିବା ଅଶେଷ ସ୍ନେହ ଓ ଶ୍ରଦ୍ଧା ଏବଂ ସମୃଦ୍ଧିର ସେନାପତି କାର୍ତ୍ତିକ ପାଣ୍ଡିଆନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ହିଁ ଏହି ପ୍ରକଳ୍ପ ସମ୍ଭବ ହୋଇପାରିଛି

ନବୀନ ସୃଷ୍ଟି କଲେ ନୂଆ ପରମ୍ପରା ; ନିଜସ୍ୱ ସମ୍ବଳରେ ଓଡ଼ିଶା କରିବ ବିପର୍ଯ୍ୟୟର ଭରଣା, ୟୁଜର କହିଲେ ରାଜ୍ୟ ପାଇଁ ନବୀନ ଭରସା
ଭୁବନେଶ୍ୱର: ମହାମାରୀ କରୋନା ସମୟରେ କେନ୍ଦ୍ର ସରକାର ଉପରେ ଓଡିଶା ଅତିରିକ୍ତ ଚାପ ପକାଇବ ନାହିଁ । ପ୍ରତିଶୋଧ ପରାୟଣ ରାଜନୀତି ଏବଂ ଆକ୍ରୋଶ ମୂଳକ ଆଭିମୁଖ୍ୟରୁ ସେ ବହୁ ଦୂରରେ । ସ୍ଥିତି ଦେଖି ନିଷ୍ପତି, ରାଜ୍ୟ ସ୍ବାର୍ଥରେ କରନ୍ତି ରାଜନୀତି । ବ୍ୟକ୍ତିତ୍ୱ ଯେପରି ରାଜନୀତି ମଧ୍ୟ ସେହିପରି । ପ୍ରାକୃତିକ ବିପର୍ଯ୍ୟୟ ଭିତରେ ବିମଥଗାମୀ ନୁହେଁ ବଂର ପରିଚାଳନାରେ ରାଜ୍ୟକୁ ଶକ୍ତ କରିଛନ୍ତି । ତାଙ୍କ ନିଷ୍ପତି ଏବଂ ନିର୍ଣ୍ଣୟ କେବେ ନିରାଦର ହୁଏନି ବଂର ସବୁଠି ପ୍ରଶଂସା ସାଉଁଟେ । ଆଉ ଯେଉଁଥିପାଇଁ ତାଙ୍କୁ କୁହାଯାଏ ରାଷ୍ଟ୍ର ନାୟକ ନବୀନ ।

ଏମିତି କିଛି ହ୍ୟାଜଟାଗ ଆଜି ଟ୍ୱିଟରରେ ଟ୍ରେଣ୍ଡ କରିବାରେ ଲାଗିଛି । ଯେଉଁଥିରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରାଯିବା ସହ #Naveen4OdishaAlways ବୋଲି ଉଲ୍ଲେଖ ରହିଛି । ବାତ୍ୟା ହେଉ କିମ୍ବା ବନ୍ୟା । ଉତ୍ତମ ପରିଚାଳନା କରି ଧନଜୀବନକୁ ପ୍ରାଧାନ୍ୟ ଦେଇଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକେ ଓଡ଼ିଶା ପାଇଁ ଉତ୍ସର୍ଗୀକୃତ ବୋଲି ସମ୍ବୋଧନ କରିଛନ୍ତି । ନବୀନ ସର୍ବଦା ଓଡିଶା ପାଇଁ, ଓଡିଶାର ସ୍ବାର୍ଥ ପାଇଁ ସର୍ବଦା ତାଙ୍କ କାର୍ଯ୍ୟ ବୋଲି ଟ୍ବିଟରେ ଲେଖିଛନ୍ତି ୟୁଜର ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡି଼ଶା ଗସ୍ତ କରିଥିବାବେଳେ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ । ବାତ୍ୟା ଦ୍ୱାରା ହୋଇଥିବା ବ୍ୟାପକ କ୍ଷତି ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବାତ୍ୟା ପୂର୍ବ ଏବଂ ପରବର୍ତ୍ତୀ ପଦକ୍ଷେପଗୁଡ଼ିକ ବିଷୟରେ ମୁଖ୍ୟମନ୍ତ୍ରୀ ଜଣାଇଥିଲେ । ପୂର୍ବଭଳି ଏଠି ରାଜ୍ୟ ସରକାର କୌଣସି ସହାୟତା ତୁରନ୍ତ ଦେବାକୁ ଦାବି କରିନଥିଲେ, ବରଂ ଦୀର୍ଘମିଆଦି ଭାବେ କଣ ସବୁ ପଦକ୍ଷେପ ଆପଣା ଯାଇପାରିବ, ସେନେଇ ଜୋର ଦେଇଥିଲେ । ଦେଶରେ ବର୍ତ୍ତମାନ COVID19 ମହାମାରୀ ଉଗ୍ର ରୂପ ଧାରଣ କରିଥିବାରୁ ଏହି ସମୟରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି ନ କରିବା ପାଇଁ ନିଷ୍ପତି ନେଇଥିଲେ ମୁଖ୍ୟମନ୍ତ୍ରୀ ।

ଏବଂ ନିଜସ୍ୱ ସମ୍ବଳରେ ବାତ୍ୟା ‘ୟାସ୍’ ଘଟାଇଥିବା ବିପର୍ଯ୍ୟୟର ମୁକାବିଲା କରିବୁ ବୋଲି କହିଥିଲେ । ପ୍ରତିବର୍ଷ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଓଡ଼ିଶାକୁ ବିପର୍ଯ୍ୟୟ ନିରୋଧୀ ଭାବେ ପ୍ରସ୍ତୁତ କରିବା ପାଇଁ ଦୀର୍ଘମିଆଦି ସହାୟତା ପ୍ରଦାନ କରିବାକୁ ଦାବି କରିଥିଲେ ରାଜ୍ୟ ସରକାର। ଏଥିସହିତ ସୁଦୃଢ଼ ବିଦ୍ୟୁତ ଭିତ୍ତିଭୂମି ବିକାଶ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ବାତ୍ୟା ନିରୋଧୀ ବନ୍ଧ ନିର୍ମାଣ ପାଇଁ ଦାବି ଜଣାଇଥିଲେ ।

ସେପଟେ ବାତ୍ୟା ୟାସରେ ସର୍ବାଧିକ କ୍ଷତି ଓଡିଶାରେ ହୋଇଥିବା ବେଳେ ନବୀନ ପଟ୍ଟନାୟକ ଏହି ନିଷ୍ପତି ନେଇଥିଲେ । କିନ୍ତୁ ଅନ୍ୟପଟେ ପଶ୍ଚିମବଙ୍ଗରେ ଆଶିଂକ ପ୍ରଭାବ ପଡିଥିବା ସ୍ୱତେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ବୈଠକକୁ ବିଳମ୍ବରେ ଆସିଥିଲେ । ଏହାସହ ଅଧିକ ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ପାଇଁ ଦାବି କରିଥିଲେ । ଓଡି଼ଶା ସରକାରଙ୍କ ଏହି ନିଷ୍ପତିକୁ ଟ୍ବିଟରରେ ପ୍ରଶଂସା କରାଯାଇଥିବାବେଳେ ନବୀନ ସର୍ବଦା ଓଡିଶାବାସୀଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି ଉଲ୍ଲେଖ କରିଥିଲେ ।