Ratha Katha Anukula - The Sakala

ଆଜି ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି, ପରମ୍ପରା ଅନୁଯାୟୀ ହେବ ରଥକାଠ ଅନୁକୂଳ ପୂଜା
ପୁରୀ: ଚଳିତ ବର୍ଷର ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମହାପ୍ରଭୁଙ୍କ ନିମନ୍ତେ ତିଆରି ହେବ ତିନିରଥ। ତେଣୁ ପରମ୍ପରା ଅନୁଯାୟୀ, ଶୁକ୍ରବାର ବସନ୍ତ ପଞ୍ଚମୀ ତିଥିରେ ରଥକାଠ ଅନୁକୂଳ ପୂଜା ହେବ। ବିଶ୍ୱ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଅନୁସାରେ ରଥଖଳାରେ କାଠ ପୂଜା ହେବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଫୁଟିଆ ୩ ଖଣ୍ଡ ଧଉରା କାଠ ରଖାଯାଇଛି। ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ ମା’ ସରସ୍ୱତୀଙ୍କୁ ପୂଜାର୍ଚ୍ଚନା ପରେ ରଥକାଠ ଅନୁକୂଳ ପୂଜା ହେବ। ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହିତ ସମାପନ ହେବ ସେ ନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯିବ।

ରଥ ସଂହିତା ଅନୁଯାୟୀ, ତିନିରଥ ନିର୍ମାଣ ଲାଗି ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ହୋଇଥାଏ। ଗତବର୍ଷ ଆସିଥିବା କାଠ ମଧ୍ୟରୁ ୪୭ ଖଣ୍ଡ ବଳକା ରହିଛି। ବାକି ୮୧୮ଖଣ୍ଡ କାଠ ଏଥର ଆସିବ। ପ୍ରଥମ ପର୍ଯ୍ୟାୟରେ ଗତ ମଙ୍ଗଳବାର ୩ଟି ଟ୍ରକ୍‌ରେ ୮୩ଖଣ୍ଡ ଅସନ ଓ ଧଉରା କାଠ ଆସି ପହଞ୍ଚିଛି। ପରମ୍ପରା ଅନୁଯାୟୀ, ବସନ୍ତ ପଞ୍ଚମୀ ତିଥିରେ ରଥକାଠ ଅନୁକୂଳ ଏବଂ ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହେବାର ବିଧି ରହିଛି। ତେଣୁ ଶୁକ୍ରବାର ରଥକାଠ ଅନୁକୂଳ ପୂଜା ହେବ। ସେହିପରି ଶ୍ରୀରାମ ନବମୀରେ କଟକସ୍ଥିତ ଖପୁରିଆ କରତ କଳରେ ରଥକାଠ ଚିରଟ ଏବଂ ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ତିନିରଥ ନିର୍ମାଣ ଅନୁକୂଳ କରାଯିବ।