World Cup Boycott - The Sakala

ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬ ବର୍ଜନ କଲା ବାଂଲାଦେଶ; ବଦଳରେ ଏହି ଦଳକୁ ମିଳିପାରେ ସୁଯୋଗ...
ନୂଆଦିଲ୍ଲୀ: କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୬କୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି। ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ଦଳ ଭାରତ ଗସ୍ତ କରିବାକୁ ମନା କରିଦେଇଛି। ଏହି ଘଟଣା ପରେ ଆଇସିସି ତୁରନ୍ତ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଯାଉଛି।

ରିପୋର୍ଟ ଅନୁଯାୟୀ, ବାଂଲାଦେଶ ନିଜ ମ୍ୟାଚଗୁଡ଼ିକୁ ଭାରତ ବାହାରେ କୌଣସି ନିରପେକ୍ଷ ସ୍ଥାନରେ ଖେଳିବାକୁ ଦାବି କରିଥିଲା। କିନ୍ତୁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏହି ଦାବିକୁ ସିଧାସଳଖ ଖାରଜ କରିଦେଇଛି। ଆଇସିସି ସ୍ପଷ୍ଟ କରିଛି ଯେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଅଳ୍ପ ସମୟ ବାକି ଥିବାବେଳେ କାର୍ଯ୍ୟସୂଚୀ ବଦଳାଇବା ସମ୍ଭବ ନୁହେଁ ଏବଂ ଖେଳାଳିଙ୍କ ସୁରକ୍ଷା ନେଇ କୌଣସି ବିପଦ ନାହିଁ। ବାଂଲାଦେଶ ନିଜ ଜିଦରେ ଅଟଳ ରହିବାରୁ ଆଇସିସି ଏଭଳି କଡ଼ା ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି।

ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ଓହରିବା ପରେ ଏବେ ସ୍କଟଲ୍ୟାଣ୍ଡ ଦଳ ବିଶ୍ୱକପରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ବର୍ତ୍ତମାନ ଯୋଗ୍ୟତା ଅର୍ଜନ କରିନଥିବା ଦଳଗୁଡ଼ିକ ମଧ୍ୟରେ ସ୍କଟଲ୍ୟାଣ୍ଡର ମାନ୍ୟତା ସର୍ବାଧିକ ରହିଛି। ଆଇସିସି ନିୟମ ଅନୁଯାୟୀ, ଷ୍ଟାଣ୍ଡବାଇ ଟିମ୍ ଭାବେ ସ୍କଟଲ୍ୟାଣ୍ଡକୁ ବାଂଲାଦେଶ ବଦଳରେ ସୁଯୋଗ ମିଳିବ। ଟି-୨୦ ବିଶ୍ୱକପ ଇତିହାସରେ ଏହା ପ୍ରଥମ ଥର ହେବ ଯେତେବେଳେ ବାଂଲାଦେଶ ଅଂଶଗ୍ରହଣ କରିବ ନାହିଁ।